ଏକ ସମାନ୍ତରାଳ ସିନେମାର ଇତିବୃତ୍ତ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

 

 

“ଜଣେ ଯଦି ସତ୍ୟଜିତ୍‌ ରାୟଙ୍କ ଚଳଚ୍ଚିତ୍ର ନ ଦେଖିଛି, ତେବେ ଏଇ ପୃଥିବୀରେ ଜନ୍ମହୋଇ ଚନ୍ଦ୍ର, ସୂର୍ଯ୍ୟ ନ ଦେଖିବା ସହ ସମାନ।“ ୧୯୭୫ ମସିହାରେ ଏମିତି ମନ୍ତବ୍ୟ ଦେଇଛନ୍ତି ବିଶ୍ୱ ବିଖ୍ୟାତ ଜାପାନୀ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ, ପଟ୍ଟକଥା ଲେଖକ ତଥା ଓସ୍କାର ଲାଇଫ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାରପ୍ରାପ୍ତ ଅକିରା କୁରୋସାବା (୧୯୧୦-୧୯୯୮, ଜନ୍ମ: ଟୋକିଓ)।
ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ ଲେଖକ ସତ୍ୟଜିତ୍‌ ରାୟ ୩୦ରୁ ଊର୍ଦ୍ଧ୍ୱ ଫିଚର ଫିଲ୍ମ ପାଇଁ ନିର୍ଦ୍ଦେଶନା ଦେଇଛନ୍ତି। ସେ ହେଉଛନ୍ତି ଭାରତର ଏକମାତ୍ର ବ୍ୟକ୍ତି, ଯିଏ ମର୍ଯ୍ୟାଦାଜନକ ଓସ୍କାର(ଏକାଡେମୀ) ପୁରସ୍କାର (୧୯୯୨) ଦ୍ୱାରା ସମ୍ମାନିତ ହୋଇଛନ୍ତି। ତାଙ୍କ ଫିଲ୍ମଗୁଡ଼ିକ ମଧ୍ୟରୁ ‘ମହାନଗର’ ଓ ‘ଜନ ଅରଣ୍ୟ’ ଉପରେ ମତଦେବାକୁ ଯାଇ ଜଣେ ସମୀକ୍ଷକ କହିଛନ୍ତି, ”ରାୟ ପୁରୁଷ ଓ ପୌରୁଷକୁ ଅଭିନ୍ନ ଓ ଏକାକାର କରି ସିନେମା ତିଆରି କରିବାର ନୂଆ ରାସ୍ତା ଖୋଲିଲେ। ନିଜ ସିନେମାରେ ସେ ଉଭୟ ପୁରୁଷ ଓ ପୌରୁଷକୁ ବିବିଧ ତଥା ବହୁଳ ଭାବରେ ଉପସ୍ଥାପିତ କଲେ। ସେଥିରେ ବେକାର ତଥା ପରାହତ ନାୟକର ଚିତ୍ରଣ ଓ ନାୟକ ମନର ନିପୁଣ ଅଧ୍ୟୟନ ଗୁରୁତ୍ୱ ଲାଭ କରିଥିଲା।“
ଅବଶ୍ୟ ଉପରୋକ୍ତ ଚର୍ଚ୍ଚିତ ଫିଲ୍ମ ଦୁଇଟି ହେଉଛି ଅନୁଭୂତିସମ୍ପନ୍ନ ରାୟଙ୍କ ପରବର୍ତ୍ତୀ କୃତି। ଏହି ପରିପ୍ରେକ୍ଷୀରେ ଆମେ ତାଙ୍କର ପ୍ରଥମ ସିନେମାଟି ଉପରେ ଆଲୋକପାତ କରିବା। ଏଥିରୁ ତାଙ୍କ ସୃଜନଶୀଳ ପ୍ରତିଭାର କେବଳ ନିଦର୍ଶନ ମିଳିବ ନାହିଁ, ଏଥିସହ ସେ କେଉଁ ପ୍ରକାରେ ଫିଲ୍ମ ପ୍ରଯୋଜନା ସକାଶେ ପଦକ୍ଷେପ ନେଇଥିଲେ, ତା’ର ସୂଚନା ଜାଣିହେବ।
୧୯୨୯ରେ ବିଭୂତି ଭୂଷଣ ବନ୍ଦ୍ୟୋପାଧ୍ୟାୟଙ୍କ ରଚିତ ବଙ୍ଗଳା ଉପନ୍ୟାସ ‘ପଥେର ପାଞ୍ଚାଳୀ’(ରାସ୍ତାର ଗୀତାକୁ ଆଧାରକରି ଏହି ନାମରେ ରାୟଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମଟିକୁ ସୀମିତ ଅର୍ଥବ୍ୟୟରେ ପଶ୍ଚିମବଙ୍ଗ ସରକାର ୧୯୫୫ରେ ଚୂଡ଼ାନ୍ତ ଭାବେ ପ୍ରସ୍ତୁତ କରିଥିଲେ। ଏଥିରେ ମୁଖ୍ୟତଃ ସୌଖୀନ ଓ ଅନଭିଜ୍ଞ କଳାକାରମାନେ ଭାଗନେଇଥିଲେ। ଅବଶ୍ୟ ପ୍ରସିଦ୍ଧ ସିତାରବାଦକ ରବିଶଙ୍କର ଏହାର ସଙ୍ଗୀତ ରଚନା କରିଥିଲେ। ସେ ପ୍ରାଚୀନ ଭାରତୀୟ ରାଗ ପ୍ରୟୋଗ କରିବାରୁ ଏହା ସମୃଦ୍ଧ ହୋଇଥିଲା। ଚଳଚ୍ଚିତ୍ରଟି ଅପାର ସଫଳତା ପ୍ରାପ୍ତ ହୋଇଥିଲା। ସର୍ବୋତ୍କୃଷ୍ଟ ଚଳଚ୍ଚିତ୍ର ଭାବେ ୧୯୫୫ରେ ଜାତୀୟ ପୁରସ୍କାର ପାଇଥିଲା। କାନ୍ସ , ବର୍ଲିନ୍‌, ସାନ୍‌ଫ୍ରାନ୍‌ସିସ୍‌କୋ ସମେତ ଅନେକ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ବିଭିନ୍ନ ବିଭାଗ ପାଇଁ ଏହା ପୁରସ୍କୃତ ହୋଇଥିଲା। ନିର୍ଦ୍ଦେଶକ ଅକିରା କୁରୋସାବା ସର୍ବକାଳୀନ ଶ୍ରେଷ୍ଠ ଫିଲ୍ମ ପାଇଁ ଯେଉଁ ଶହେଟି ସିନେମାର ତାଲିକା ପ୍ରସ୍ତୁତ କରିଥିଲେ, ସେଥିରେ ‘ପଥେର ପାଞ୍ଚାଳୀ’ର ସ୍ଥାନ ୩୭ ଥିଲା।
ସିଗ୍‌ନେଟ୍‌ ପ୍ରେସ୍‌ରେ ଗ୍ରାଫିକ ଡିଜାଇନର ଭାବେ କାର୍ଯ୍ୟ କରୁଥିବା ସମୟରେ ରାୟ ବନ୍ଦ୍ୟୋପାଧ୍ୟାୟଙ୍କ ଉକ୍ତ ଉପନ୍ୟାସ ପାଇଁ ୧୯୪୪ରେ ସଂକ୍ଷିପ୍ତ ଓ ସଚିତ୍ର ସଂସ୍କରଣ ପ୍ରସ୍ତୁତକଲେ। ରାୟଙ୍କ ସଂସ୍କରଣଟି ଅନୁଧ୍ୟାନକରି ପ୍ରେସ୍‌ର ମାଲିକ ଏହା ଏକ ଉତ୍ତମ ଚଳଚ୍ଚିତ୍ର ହୋଇପାରିବ ବୋଲି ମନ୍ତବ୍ୟ ଦେଲେ। ଏହା ରାୟଙ୍କ ସକାଶେ ଏକ ନୂତନ ମାର୍ଗଦର୍ଶକ ପରି ସାବ୍ୟସ୍ତ ହେଲା। ଫିଲ୍ମ ସକାଶେ ଏହାକୁ ଅନୁକୂଳ କରିବା ନିମନ୍ତେ ମୂଳ ଲେଖାରେ କିଛି ପରିବର୍ତ୍ତନ ଓ ପୁନଃ ସଜ୍ଜୀକରଣ ଆବଶ୍ୟକ ହେଲା।
ତେବେ ଚଳଚ୍ଚିତ୍ର ରୂପରେ ଏଥିସକାଶେ କୌଣସି ଲେଖା ପୂର୍ବରୁ ନ ଥିବାରୁ ୧୯୫୦ରେ ଲଣ୍ଡନକୁ ସମୁଦ୍ର ଯାତ୍ରାରେ ଯାତାୟାତ କରିବା ଅବସରରେ ଏହାର ପ୍ରଥମ ସ୍କ୍ରିପ୍ଟ ପ୍ରସ୍ତୁତ କଲେ। ଏଣିକି ପାତ୍ରପାତ୍ରୀ ନିର୍ବାଚନ ପାଇଁ ସେ ଖବରକାଗଜରେ ବିଜ୍ଞାପନ ଦେଲେ। ଏହାର ମୁଖ୍ୟ ଚରିତ୍ରରେ ଥିବା ବାଳକ ଆପୁ ପାଇଁ ୫ ରୁ ୭ ବର୍ଷ ମଧ୍ୟରେ ଥିବା ପିଲାଟିଏ ଦରକାର। ବିଜ୍ଞାପନ ଆଧାରରେ ସମବେତ ଥିବା ବାଳକମାନେ ଅଡିଶନରେ କଟିକଲେ। ଶେଷରେ ତାଙ୍କ ଘର ନିକଟରେ ଥିତ୍ବା ଜଣେ ବାଳକକୁ ତାଙ୍କ ସ୍ତ୍ରୀ ବାଛିଲେ ଏବଂ ସେ ହିଁ ସମ୍ଭାଳିଲା ମୁଖ୍ୟ ଚରିତ୍ରର ଭୂମିକା। ଏହି ସିନେମାର ଅନ୍ୟ ଏକ ପ୍ରମୁଖ ଚରିତ୍ର ହେଉଛି ବୃଦ୍ଧା ଇନ୍ଦିରା। ଏଥିପାଇଁ କଲିକତାର ରେଡ୍‌ଲାଇଟ ଏରିଆରେ ରହୁଥିବା ଚୁନ୍ନିବାଳା ନାମ୍ନୀ ଜଣେ ମଞ୍ଚ ଅଭିନେତ୍ରୀଙ୍କୁ ରାୟ ମନୋନୀତ କରିଥିଲେ। ୧୯୫୫ରେ ଫିଲ୍ମ ମୁକ୍ତିଲାଭ କରିବା ଅବସରରେ ରାୟ ଚୁନ୍ନିବାଳାଙ୍କୁ ନିମନ୍ତ୍ରଣ କରିବା ସକାଶେ ତାଙ୍କ ଘରକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ସେତେବେଳକୁ ଇନ୍‌ଫ୍ଲୁଏଞ୍ଜାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଚୁନ୍ନିବାଳା ଯେମିତି ଫିଲ୍ମଟି ଦେଖିବାରୁ ବଞ୍ଚତ୍ତ ହେଲେ ଏହି ମର୍ମରେ କେତେଜଣ ସମାଲୋଚକ ଚଳଚ୍ଚିତ୍ର ନିର୍ମାତାମାନଙ୍କ ଉପରେ ଦୋଷ ଲଦିଲେ। ଫିଲ୍ମଟିର ଶୁଟିଂ ୧୯୫୨ରୁ ଆରମ୍ଭ ହୋଇଥିଲା। କିନ୍ତୁ ଏହାର ପ୍ରଯୋଜକ ହେବାକୁ କଲିକତାସ୍ଥିତ ଟଲିଉଡ୍‌ର କେହି ଆଗଭର ହୋଇ ନ ଥିଲେ। ଏହାର କାରଣ ହେଉଛି, ଏଥିରେ କୌଣସି ଗୀତ,ନାଚ ନ ଥିଲା; ଯାହା ମସଲା ଭାବେ ଫିଲ୍ମ ଦୁନିଆରେ ପରିଚିତ। ତତ୍‌ ସହିତ କୌଣସି ପ୍ରତିଷ୍ଠିତ କଳାକାର ନ ଥିଲେ। ତାହାର ଫଟୋଗ୍ରାଫର ଥିଲେ ୨୧ ବର୍ଷ ବୟସ୍କ ଜଣେ ଅନଭିଜ୍ଞ ବ୍ୟକ୍ତି ସୁବ୍ରତ ମିତ୍ର। ସର୍ବୋପରି ଏହା ଥିଲା ରାୟଙ୍କ ପ୍ରଥମ ଫିଲ୍ମ। ତେଣୁ ଫିଲ୍ମର ସଫଳତା ପ୍ରଶ୍ନବାଚୀ। ଯେଉଁ କେତେଜଣ ପ୍ରଯୋଜକ ଆଗେଇ ଆସିଥିଲେ, ସେମାନେ ଅଧାରୁ ଓହରିଗଲେ । ଏହି ଦୁଃସ୍ଥିତି ରାୟଙ୍କୁ ମର୍ମାହତ କରିଥିଲା। ପରିଶେଷରେ ରାଜ୍ୟ ସରକାରଙ୍କୁ ନିବେଦନ କରିବାକୁ ପଡ଼ିଥିଲା। ସରକାର ଭାବିନେଲେ ଯେ ଏହା ଗୋଟିଏ ବୃତ୍ତଚିତ୍ର ଓ ଗ୍ରାମୀଣ ବିକାଶ ପାଇଁ ଉଦ୍ଦିଷ୍ଟ। ଯାହା ବି ହେଉ, ସରକାର ଏକାଧିକ କିସ୍ତିରେ ଋଣ ଆକାରରେ ଅନୁଦାନ ଦେବାକୁ ନିଷ୍ପତ୍ତି ନେଲେ। ଚଳଚ୍ଚିତ୍ରର ଶୀର୍ଷକ ଦେଖି ସରକାରଙ୍କ ନଥିପତ୍ରରେ ଏହି ଋଣ ‘ରାସ୍ତାର ଉନ୍ନତୀକରଣ’ ସକାଶେ ମଞ୍ଜୁର କରାଗଲା। ଏହି ପ୍ରକାରେ ଏକ ଉତ୍କୃଷ୍ଟ ଫିଲ୍ମ ହୋଇଯାଇଥିଲା ଗୋଟିଏ ଡକ୍ୟୁମେଣ୍ଟାରି। ପୁଣି ଏହି ଅର୍ଥ ପ୍ରଦାନ ସୁଗମ ନ ଥିଲା। ଏଥିରେ ନିହିତ ଥିଲା ଅମଲାତାନ୍ତ୍ରିକ ମାରପେଞ୍ଚ।
ଧୀର ମନ୍ଥର ଗତିରେ ଅନିୟମିତ ଭାବେ ଏହାର ଶୁଟିଂ ଚାଲିଥାଏ। ତେବେ ନ୍ୟୁୟର୍କସ୍ଥିତ ମଡର୍ନ ଆର୍ଟ ମ୍ୟୁଜିୟମର ନିର୍ଦ୍ଦେଶକ ଏବଂ ଜଣେ ଆମେରିକୀୟ ସିନେମା ନିର୍ଦ୍ଦେଶକ ଏହି ଫିଲ୍ମର ଦରଖଣ୍ଡିଆ ଫୁଟେଜ ଅନୁଧ୍ୟାନକରି ଏହା ଏକ ଉଚ୍ଚମାନର ଫିଲ୍ମ ହେବ ବୋଲି ଆକଳନ କଲେ। ଏପରି କି ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଅର୍ଥଦାନ କଲେ। ଏହି ପ୍ରକାରେ ଅର୍ଥାଭାବରୁ ବହୁ ବାଧାବିଘ୍ନ ଅତିକ୍ରମକରି ୩ ବର୍ଷ ପରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା। ଏହା ସୂଚାଏ ସମାନ୍ତରାଳ ସିନେମା ସମ୍ପର୍କିତ ଏକ କଷ୍ଟସାଧ୍ୟ ଅଭିଯାନର ବିବରଣୀ। ମେ ୧୯୫୫ରେ ନ୍ୟୁୟର୍କସ୍ଥ ମ୍ୟୁଜିୟମ ଅଫ୍‌ ମଡର୍ନ ଆର୍ଟରେ ଏହା ପ୍ରଥମେ ପ୍ରଦର୍ଶିତ ହେଲା ଏବଂ ପରେ କଲିକତାରେ ପଦାର୍ପଣ କଲା। ‘ପଥେର ପାଞ୍ଚାଳୀ’ ନିର୍ମାଣ ପଛରେ ବିଦେଶୀ ସହାୟତା ଓ ଉତ୍ସାହ ସୁସ୍ପଷ୍ଟ। ଏତଦ୍‌ବ୍ୟତୀତ ପାଶ୍ଚାତ୍ୟ ଦେଶର ପ୍ରଭାବକୁ ଅଣଦେଖା କରିହେବ ନାହିଁ। ରାୟ ଇଟାଲୀୟ ନବ ବାସ୍ତବବାଦ (ନିଓରିଆଲିଜମ) ଦ୍ୱାରା ପ୍ରଭାବିତ ହୋଇଥିଲେ। ଫରାସୀ ଫିଲ୍ମ ନିର୍ଦ୍ଦେଶକ ଜଁ୍ୟା ରେନୁଆ (୧୮୯୪-୧୯୭୯)ଙ୍କ ସଫଳ ସିନେମା ‘ଲା ଗ୍ରାଣ୍ଡ ଇଲ୍ୟୁଜା’, ‘ଦାରୁହସ ଅଫ୍‌ ଦା ଗେମ୍‌’ ସମେତ ଅନ୍ୟ କେତେକ କୃତି ମାନସମନ୍ଥନ ପାଇଁ ତାଙ୍କୁ ସହାୟକ ହୋଇଥିଲା।
ଏହି ପ୍ରକାରେ ଏକ ଐତିହାସିକ ସମାନ୍ତରାଳ ଫିଲ୍ମ ଦର୍ଶକମାନେ ଦେଖିପାରିଲେ। ଚୁନ୍ନିବାଳା ନିଜ ଜୀବଦ୍ଦଶାରେ ବକ୍ସ ଅଫିସରେ ହିଟ୍‌ ହୋଇ କଳାତ୍ମକ ସଫଳତା ପ୍ରାପ୍ତ ହୋଇଥିବା ତାଙ୍କ ଅଭିନୀତ ସିନେମାଟି ଉପଭୋଗ ନ କରିପାରିବା ଅବଶ୍ୟ ଦୁଃଖଦ। ତେବେ ତାଙ୍କ ଅମର ଆତ୍ମା ପରପୁରରୁ ଏହା ଦେଖି ନିଜ ଅବସୋସ ଭୁଲି ଆନନ୍ଦିତ ହୋଇଥିବେ।
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri