ବ୍ୟବସ୍ଥାରେ ଉନ୍ନତି ଆଣିବ ନୂତନ ଜଳନୀତି

ଭୁବନେଶ୍ବର,୧୯ା୯(ବ୍ୟୁରୋ):ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ ସମ୍ପର୍କିତ ଆନ୍ତଃବିଭାଗୀୟ ବୈଠକ ରବିବାର ରାଜ୍ୟ ଜଳସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କୁ ମୁଖ୍ୟଯନ୍ତ୍ରୀ ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରସ୍ତାବିତ ନୂତନ ରାଜ୍ୟ ଜଳ ନୀତି ସମ୍ପର୍କରେ ଅବଗତ କରାଇଛନ୍ତି। କୃଷି, ଶିଳ୍ପ ତଥା ଆନୁଷଙ୍ଗିକ କ୍ଷେତ୍ରରେ କୃଷକ ତଥା ଜନସାଧାରଣଙ୍କ ନିମନ୍ତେ ଜଳର ଆବଶ୍ୟକତା ପୂରଣ ଦିଗରେ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି, ପ୍ରସ୍ତାବିତ ନୂତନ ଜଳନୀତି ଏ ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ ସାହୁ କହିଛନ୍ତି। ବୈଠକରେ ନୂତନ ରାଜ୍ୟ ଜଳ ନୀତିରେ ଜଳ ସମ୍ପଦ ବିଭାଗରେ ଥିବା ବିଭିନ୍ନ ଉପ ବିଭାଗର କାର୍ଯ୍ୟକ୍ରମରେ ହେବାକୁ ଥିବା ପରିବର୍ତ୍ତନ ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇଛି। ସମ୍ପ୍ରତି ଜଳସମ୍ପଦ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ମଧ୍ୟମ, ବୃହତ୍‌ ଓ କ୍ଷୁଦ୍ର ଜଳସେଚନ, ମେଗା ଲିଫ୍ଟ, ଉଠା ଜଳସେଚନ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ଜଳସେଚନ କରାଯାଉଛି। ରାଜ୍ୟ ଜଳନୀତିରେ ଆବଶ୍ୟକ ପରିବର୍ତ୍ତନ କରାଗଲେ ବ୍ୟବସ୍ଥାରେ ଅଧିକ ଉନ୍ନତୀକରଣ ହେବ ବୋଲି ଏ ସମ୍ପର୍କରେ ବିଭାଗୀୟ ମୁଖ୍ୟଯନ୍ତ୍ରୀମାନେ ପାୱାର ପଏଣ୍ଟ ମାଧ୍ୟମରେ ବୁଝାଇଛନ୍ତି।
ନୂତନ ଜଳନୀତିରେ ଭୂତଳ ଜଳ ସଂରକ୍ଷଣ, ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ଓ ୱାଲ୍‌ମୀ ଜରିଆରେ କାର୍ଯ୍ୟକ୍ରମ ସମ୍ପର୍କିତ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ବୈଠକରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ କହିଛନ୍ତି, ନୂତନ ଜଳନୀତିରେ କ’ଣ କ’ଣ ପରିବର୍ତ୍ତନ କରାଗଲେ ଜନସାଧାରଣ ଅଧିକରୁ ଅଧିକ ବ୍ୟବହାର ଉପଯୋଗୀ ଜଳ ପାଇପାରିବେ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। କେତେକ ସ୍ଥଳେ ବିଭାଗୀୟ ଅଧିକାରୀ ତଥା ମୁଖ୍ୟ ଯନ୍ତ୍ରୀମାନଙ୍କୁ ପ୍ରସ୍ତାବିତ ନୂତନ ଜଳନୀତିକୁ ପୁନଃ ଅବଲୋକନ କରିବାକୁ ଗର୍ଗ ପରାମର୍ଶ ଦେଇଛନ୍ତି। ସମ୍ପ୍ରତି ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଜଳ ପରିଚାଳନା, ଜଳର ଉପଯୁକ୍ତ ବ୍ୟବହାର ଏବଂ ଜଳ ଉପରେ ନିର୍ଭର କରୁଥିବା ସହଭାଗୀ ଅନୁଷ୍ଠାନଗୁଡିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳନୀତି-୨୦୦୭ରେ ଆବଶ୍ୟକ ପରିବର୍ତ୍ତନ ଅଣାଯାଇ ନୂତନ ଜଳନୀତି ପ୍ରଣୟନ ପାଇଁ ଜଳସଂପଦ ବିଭାଗ ତରଫରୁ ପଦକ୍ଷେପ ନିଆଯାଇଛି। ଏ ସମ୍ପର୍କରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିର କାର୍ଯ୍ୟାନୁଷ୍ଠାନ: ୩ ଜଣ ନିଲମ୍ବିତ

ଭୁବନେଶ୍ୱର,୧୩।୧୦: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳ…

ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି

ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?