Posted inଖେଳ

ଓଡ଼ିଶା ରଗ୍‌ବୀରେ ନୂଆ ଅଧ୍ୟାୟ

ଭୁବନେଶ୍ୱର, ୭।୬ (ତପନ ସ୍ବାଇଁ): ଓଡ଼ିଶା ରଗ୍‌ବୀ ଇତିହାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ଦେଶର ସର୍ବ ପ୍ରଥମ ରଗ୍‌ବୀ ପ୍ରିମିୟର ଲିଗ୍‌ (ଆରପିଏଲ୍‌)ରେ ଖେଳିବ ଓଡ଼ିଶାଭିତ୍ତିକ ଫ୍ରାଞ୍ଚାଇଜ୍‌ ଦଳ କଳିଙ୍ଗ ବ୍ଲାକ୍‌ ଟାଇଗର୍ସ। ଚଳିତ ମାସ ୧୫ରୁ ୨୯ ପର୍ଯ୍ୟନ୍ତ ହେବାକୁଥିବା ଏହି ଆକର୍ଷକ ଲିଗ୍‌ ପାଇଁ ଶନିବାର କଳିଙ୍ଗ ଷ୍ଟାଡିୟମ ପରିସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଦ୍ୱାରା କଳିଙ୍ଗ ବ୍ଲାକ୍‌ ଟାଇଗର୍ସ ଦଳର ଜର୍ସି ଓ ମାସ୍କଟ ଉନ୍ମୋଚିତ ହୋଇଛି।

ଏହି ଅବସରରେ କନକ ବର୍ଦ୍ଧନ ଓଡ଼ିଶା ଟାଇଟଲ ଜିତି ଫେରିବ ବୋଲି ଆଶା ପ୍ରକାଶ କରିଛନ୍ତି। ହଞ୍ଚ୍‌ ଭେଞ୍ଚର୍ସ ମାଲିକାନାରେ ଥିବା ଏହି ଫ୍ରାଞ୍ଚାଇଜ୍‌ ଦଳରେ ବିଶ୍ୱର ଶ୍ରେଷ୍ଠ ଖେଳାଳି ରହିଛନ୍ତି ବୋଲି ବ୍ଲାକ୍‌ ଟାଇଗର୍ସ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରଗ୍‌ବୀ ଇଣ୍ଡିଆ ସଭାପତି ତଥା ରଗ୍‌ବୀ ପ୍ରିମିୟର ଲିଗ୍‌ କମିଶନର ରାହୁଲ ବୋଷ ପ୍ରକାଶ କରିଛନ୍ତି। କଳିଙ୍ଗ ବ୍ଲାକ୍‌ ଟାଇଗର୍ସ ଦଳ ଆସନ୍ତା ୧୫ ତାରିଖରେ ଏହାର ପ୍ରଥମ ମ୍ୟାଚ ହାଇଦ୍ରାବାଦ ହିରୋଜ୍‌ ବିପକ୍ଷରେ ଖେଳିବ।

ରଗ୍‌ବୀ ଇଣ୍ଡିଆ ଓ ଜିଏମ୍‌ଆର୍‌ର ମିଳିତ ଆନୁକୂଲ୍ୟରେ ଆର୍‌ପିଏଲ୍‌ ଅନ୍ଧେରି ସ୍ପୋଟର୍‌ସ କମ୍ପ୍ଲେକ୍ସ (ମୁମ୍ବାଇ ଫୁଟବଲ ଆରେନା)ରେ ଅନୁଷ୍ଠିତ ହେବ। ବିଶ୍ୱର ଏହି ସର୍ବପ୍ରଥମ ପ୍ରଥମ ଫ୍ରାଞ୍ଚାଇଜ୍‌ଭିତ୍ତିକ ୭ଏସ୍‌ ଲିଗ୍‌ରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିବେ। ସେଗୁଡ଼ିକ ହେଲେ କଳିଙ୍ଗ ବ୍ଲାକ୍‌ ଟାଇଗର୍ସ, ମୁମ୍ବାଇ ଡ୍ରିମର୍ସ, ବେଙ୍ଗାଲୁରୁ ବ୍ରେଭହାଟର୍‌ସ, ଚେନ୍ନାଇ ବୁଲ୍ସ, ଦିଲ୍ଲୀ ରେଜ୍‌ ଓ ହାଇଦ୍ରାବାଦ ହିରୋଜ। ବିଶ୍ୱରେ ରଗ୍‌ବୀ ଟୁର୍ନାମେଣ୍ଟଗୁଡ଼ିକର କାର୍ଯ୍ୟସୂଚୀକୁ ଦେଖି ଏପରି ଏକ ଓ୍ବିନ୍‌ଡୋ ବାହାର କରାଯାଇଛି। ଫଳରେ ଆରପିଏଲ୍‌ରେ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ପ୍ରତି ଦଳରେ ୧୩ ଲେଖାଏ ଖେଳାଳି ରହିବେ। ଏହା ମଧ୍ୟରେ ୮ ବିଦେଶୀ ଓ ୫ ଘରୋଇ ଖେଳାଳି ସାମିଲ। ସେହି ଅନୁସାରେ କଳିଙ୍ଗ ବ୍ଲାକ୍‌ ଟାଇଗର୍ସ ଦଳରେ ୮ ବିଦେଶୀ ଓ ୫ ଘରୋଇ ଖେଳାଳିଙ୍କ ମଧ୍ୟରେ ଓଡ଼ିଶାର ଆଶିଷ ଶବର ସାମିଲ ଅଛନ୍ତି।

ମାଇକ୍‌ ଫ୍ରାଇଡେ ଦଳର ମୁଖ୍ୟ କୋଚ୍‌ ଏବଂ ପୂର୍ବତନ ଓଡ଼ିଶା ଦଳର ଅଧିନାୟକ ରାଜୀବ ନାଥ ସହକାରୀ କୋଚ୍‌ ଅଛନ୍ତି। ହ୍ୟାରୀ ମ୍ୟାକନଲ୍ଟି ଅଧିନାୟକ ମନୋନୀତ ହୋଇଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଓ ରାହୁଲ ବୋଷଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରଗ୍‌ବୀ ଫୁଟବଲ ଆସୋସିଏଶନ ସଭାପତି ପ୍ରିୟଦର୍ଶୀ ମିଶ୍ର, ସମ୍ପାଦକ ଉପେନ୍ଦ୍ର ମହାନ୍ତି, ହଞ୍ଚ୍‌ ଭେଞ୍ଚର୍ସର ପ୍ରତିଷ୍ଠାତା ତଥା କଳିଙ୍ଗ ବ୍ଲାକ୍‌ ଟାଇଗର୍ସର ସହ ମାଲିକ କରନପାଲ ସିଂ ଏବଂ ଓଡ଼ିଶା ଦଳର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।”ଲିଗ୍‌ରେ ଓଡ଼ିଶାର ଏକ ଦଳ ସ୍ଥାନ ପାଇବା ଆମ ସମସ୍ତଙ୍କ ପାଇଁ ଆନନ୍ଦର ବିଷୟ। ପଡ଼ିଆ ଭିତରେ ହେଉ କି ବାହାରେ ଭାରତୀୟ କ୍ରୀଡ଼ା ପ୍ରତି ଓଡ଼ିଶାର ଯଥେଷ୍ଟ ଅବଦାନ ରହିଛି। ଓଡ଼ିଶାର ଗ୍ରାମାଞ୍ଚଳରେ ବିଶେଷକରି ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ପିଲାମାନେ ବହୁ ସଂଖ୍ୟାରେ ରଗ୍‌ବୀ ଖେଳୁଛନ୍ତି, ଯାହାକି ଅନ୍ୟ ସବୁଠାରେ ଦେଖିବାକୁ ମିଳିନାହିଁ। ଭାରତୀୟ ରଗ୍‌ବୀ ପ୍ରତି ମଧ୍ୟ ଓଡ଼ିଶାର ଅବଦାନ ରହିଛି।

କଳିଙ୍ଗ ବ୍ଲାକ୍‌ ଟାଇଗର୍ସ ଦଳରେ ବିଶ୍ୱର ଏବଂ ଭାରତର ଅନେକ ନାମୀ ଖେଳାଳି ସ୍ଥାନ ପାଇଛନ୍ତି। ଭାରତୀୟ ରଗ୍‌ବୀକୁ ବିଶ୍ୱ ମଞ୍ଚକୁ ନେବାପାଇଁ ଆମର ଏହି ପ୍ରୟାସ“ ବୋଲି ରାହୁଲ ପ୍ରକାଶ କରିଛନ୍ତି। ସେହିପରି କରନପାଲ କହିଛନ୍ତି ଯେ, ହଞ୍ଚ୍‌ ଭେଞ୍ଚର୍ସ କ୍ରମାଗତଭାବେ ରଗ୍‌ବୀକୁ ସମର୍ଥନ କରି ଆସୁଛି। ଓଡ଼ିଶାରେ ଦେଖାଯାଉଥିବା କଳା ବାଘଙ୍କ ନାମରେ କଳିଙ୍ଗ ବ୍ଲାକ୍‌ ଟାଇଗର୍ସ ଦଳ ନାମିତ ହୋଇଛି। ଯାହା ଶକ୍ତି ଏବଂ ମଜଭୁତପଣର ପ୍ରତୀକ। ରଗ୍‌ବୀ ଏକ ହାଇ ପ୍ରୋଫାଇଲ କଣ୍ଟାକ୍ଟ ଗେମ୍‌। ତେଣୁ ଆଗାମୀ ଲିଗ୍‌ ନିଶ୍ଚିତ ଓଡ଼ିଶା ଏବଂ ଜାତୀୟ ସ୍ତରରେ ଦର୍ଶକଙ୍କ ମନ ଜିତିପାରିବ“। ଅନ୍ୟପକ୍ଷରେ ”ରଗ୍‌ବୀ ଦ୍ରୁତଗତିରେ ବିଶ୍ୱରେ ଲୋକପ୍ରିୟ ହେବାରେ ଲାଗିଛି। ରଗ୍‌ବୀ ପ୍ରିମିୟର ଲିଗ୍‌ ଆରମ୍ଭ ସହିତ ଭାରତ ମଧ୍ୟ ଆଗାମୀ ଦିନରେ ଏହି କ୍ରୀଡ଼ାରେ ଅଧିକ ଶକ୍ତିଶାଳୀ ହୋଇପାରିବ। କଳିଙ୍ଗ ବ୍ଲାକ ଟାଇଗର୍ସ ଦଳରେ ରୋସ୍କୋ, ମରିସ ହ୍ୟାରୀ ଏବଂ ଲୁକାସଙ୍କ ପରି ବିଶ୍ୱ ସ୍ତରୀୟ ଖେଳାଳିଙ୍କ ସହ ଭାରତୀୟ ଖେଳାଳିଙ୍କ ସମ୍ମିଶ୍ରଣ ରହିଛି। ଫଳରେ ଦଳର ସନ୍ତୁଳନ ବହୁତ ବଢ଼ିଆ ରହିଛି। ଦଳଗତ ପ୍ରଦର୍ଶନ, ଏକାଗ୍ରତା ଓ କୌଶଳର ଉପଯୁକ୍ତ ମିଶ୍ରଣ ଦ୍ୱାରା ବ୍ଲାକ୍‌ ଟାଇଗର୍ସ ଦଳ ଆଗାମୀ ଲିଗ୍‌ରେ ଟାଇଟଲ ଦାବିଦାର ହେବାକୁ ଯାଉଛି“ ବୋଲି କୋଚ୍‌ ମାଇକ୍‌ ଫ୍ରାଇଡେ ପ୍ରକାଶ କରିଛନ୍ତି।

ପ୍ରକାଶଯୋଗ୍ୟ, ଓଡ଼ିଶାଭିତ୍ତିକ ଦଳରେ ପେରି ବେକର, ରୋସ୍କୋ ସ୍ପେସମ୍ୟାନ, ହ୍ୟାରି ମ୍ୟାକନଲ୍ଟି, ମୋରିସ ଲଙ୍ଗବଟମ, ଲୁକାସ ଲାକ୍ୟାମ୍ପ, କାଏଲ ଟ୍ରେମ୍ବଲେ, ଇଥାନ ଟର୍ନର, ଜେମ୍ସ ଥିଏଲଙ୍କ ଭଳି ବିଶ୍ୱସ୍ତୀରୟ ରଗବୀ ତାରକା ରହିଛନ୍ତି। ଦଳରେ ଭାରତୀୟ ଖେଳାଳିଙ୍କର ମଧ୍ୟ ଏକ ଦୃଢ଼ ଲାଇନ୍‌ଅପ୍‌ ରହିଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ଆଶିଷ ଶବରଙ୍କ ସମେତ ଅଜୟ ଦେଶୱାଲ, ପପୁ ତୋଡକର, ପ୍ରଦୀପ ସିଂ ଏବଂ ଅର୍ଜୁନ ମାହାତୋ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି।…

୭୦୦ ରନ୍‌ କରିଲେ ବି ହାରିଯିବ ତିଳକ ବର୍ମାଙ୍କ ଦଳ! ବୈଭବଙ୍କ ଦଳ ହେବ ଚାମ୍ପିଅନ, ଜାଣନ୍ତୁ ରୋଚକ ନିୟମ

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଖେଳାଯାଉଛି। ସେପ୍ଟେମ୍ବର ୬ରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନ୍‌ରେ ପଡ଼ିଲେ ଗୌତମ ଗମ୍ଭୀର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି। ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିବେ…

ଏସିଆ କପ୍‌ ଚାଲିଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୯।୯: ମହିଳା ଏସିଆ କପରେ ହଂକଂ ବିପକ୍ଷରେ ଏକ ଚମତ୍କାର ଶତକ ମାରିଥିବା ସ୍ମୃତି ମନ୍ଧାନା ICC T20 ରାଙ୍କିଙ୍ଗର ଶୀର୍ଷ ୫ରେ ସ୍ଥାନ ପାଇଛନ୍ତି। ହଂକଂ…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri