ଦେଶ ଗଢ଼ାଯାଏ ଶ୍ରେଣୀଗୃହରେ

ଣେ ଅଭିଭାବକ ଯେତେବେଳେ ନିଜ ପିଲାକୁ ବିଦ୍ୟାଳୟରେ ନାମ ଲେଖାଇଥାନ୍ତି ସେତେବେଳେ ସେ ଦେଶ ପ୍ରତି ପିଲାର କି ଅବଦାନ ରହିବ ସେକଥା କିଛି ଭାବି ନ ଥାନ୍ତି। କେବଳ ଭାବିଥାନ୍ତି ନିଜ ପିଲାଟି କେମିତି ଭଲ ପାଠ ପଢ଼ିବ। ପିଲାଟି ପାଠ ପଢ଼େ। ଶିକ୍ଷିତ ହୁଏ। ଉଚ୍ଚ ଶିକ୍ଷିତ ହୁଏ। ତା’ର ଶିକ୍ଷା ଅନୁଯାୟୀ ନିର୍ଦ୍ଧାରିତ ପେସାରେ ସେ କାର୍ଯ୍ୟ କରିଚାଲେ। ସମାଜ ଓ ଦେଶ ତା’ ଦ୍ୱାରା ଯତ୍‌କିଞ୍ଚତ୍ତ୍‌ ଉପକୃତ ହୁଏ। ସେ ନିଜେ ବି।

ପିଲାମାନେ ପଢ଼ୁଥିବା ପାଠ ବା ପାଠ୍ୟ ଖସଡ଼ା କେହି ଅଭିଭାବକ କେବେ ନିର୍ଣ୍ଣୟକରି ନ ଥାନ୍ତି। କରିଥାନ୍ତି ସରକାର ଏବଂ ତାଙ୍କ ଦ୍ୱାରା ପରିଚାଳିତ ଶିକ୍ଷା ବିଭାଗ। ଆମ ଦେଶରେ କୋଠାରୀ କମିଶନଙ୍କ ରିପୋର୍ଟକୁ ଆଧାରକରି ୧୯୬୮ ମସିହାରେ ପ୍ରଥମେ ‘ଜାତୀୟ ଶିକ୍ଷାନୀତି’ ପ୍ରବର୍ତ୍ତନ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୪ ଟି ‘ଜାତୀୟ ଶିକ୍ଷାନୀତି ’ ପ୍ରଣୟନ ହୋଇସାରିଲାଣି। କୁହାଯାଏ ଯୁଗର ଆବଶ୍ୟକତାକୁ ଦେଖି ଶିକ୍ଷାନୀତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଇଟା ଅବଶ୍ୟ ଆଂଶିକ ସତ୍ୟ। କିନ୍ତୁ ମୂଳ କଥାଟି ହେଉଛି ରାଜନୈତିକ ଆବଶ୍ୟକତା। ଏଠାରେ ନେଲ୍‌ସନ ମଣ୍ଡେଲାଙ୍କ ଉକ୍ତି ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ତାଙ୍କ ମତରେ- ‘ବିଶ୍ୱ ପରିବର୍ତ୍ତନ ଲାଗି ଶିକ୍ଷା ହେଉଛି ଏକ ଅମୋଘ ଅସ୍ତ୍ର’। ସୁତରାଂ ଆମେ ଦେଶରେ ପ୍ରବର୍ତ୍ତିତ ଶିକ୍ଷା ଓ ପ୍ରଣୀତ ଶିକ୍ଷାନୀତି ଏଥିରୁ ମୁକ୍ତ କି, ତାହା ବିଚାର୍ଯ୍ୟ।
ବର୍ତ୍ତମାନ ଦୁଇଟି କଥା ବେଶ୍‌ ଚର୍ଚ୍ଚାକୁ ଆସିଛି। ଗୋଟିଏ ହେଉଛି ‘ଗୁଣାମତ୍କ ଶିକ୍ଷା’ ଓ ଅନ୍ୟଟି ‘ନୈତିକ ଶିକ୍ଷା’। ସ୍ବାଧୀନତାର ଦୀର୍ଘ ବର୍ଷ ଓ ଶିକ୍ଷାନୀତି ପ୍ରଣୟନର ୫୬ ବର୍ଷ ପରେ ଆଜି ଏହି ଭାଳେଣି କାହିଁକି? କମିଶନ ପରେ କମିଶନ ବସୁଛି, ସଂସ୍କାର ପରେ ସଂସ୍କାର ହେଉଛି, ବର୍ଷକ ବାର ମାସ ଶିକ୍ଷୟିତ୍ରୀଶିକ୍ଷକଙ୍କ ତାଲିମ ଚାଲିଛି, ପାଠ୍ୟକ୍ରମ ଓ ପରୀକ୍ଷା ପଦ୍ଧତିରେ ଘନ ଘନ ପରିବର୍ତ୍ତନ ହେଉଛି। କିନ୍ତୁ ଦେଖିଲା ବେଳକୁ ‘ମୋତେ ଯେତେ ମାଠିବୁ ମାଠ୍‌…. ’। ବିଦ୍ୟାଳୟଗୁଡ଼ିକରେ ସତ ମିଛ ଯୋଡ଼ି ୟୁ-ଡାଇସ୍‌ ତିଆରି ହେଉଛି। କିନ୍ତୁ ବାସ୍ତବରେ ୫ମ ଶ୍ରେଣୀରେ ପଢ଼ୁଥିବା ପିଲା ୧ମ ଶ୍ରେଣୀ ବହି ପଢ଼ିପାରୁ ନାହିଁ, ୮ମ ଶ୍ରେଣୀ ପିଲା ମିଶାଣ ଫେଡ଼ାଣ କରିପାରୁ ନାହିଁ, ୧୦ମ ଶ୍ରେଣୀ ପିଲା ନିଜ ନାମ ବି ଠିକ୍‌ ଲେଖିପାରୁ ନାହିଁ। ଏହା ମନଗଢ଼ା କଥା ନୁହେଁ। ଏହା ହେଉଛି ସ୍ବେଚ୍ଛ୍ବାସେବୀ ସଙ୍ଗଠନ ‘ପ୍ରଥମା’ର ସର୍ଭେ ରିପୋର୍ଟ। ଉଦ୍‌ବେଗଜନକ!

ଗତ ଜାନୁଆରୀ ମଧ୍ୟଭାଗରେ ପ୍ରାୟ ଖବରକାଗଜରେ ଗୋଟିଏ ଖବର ପ୍ରକାଶ ପାଇଥିଲା- ବାଲେଶ୍ୱର ଜିଲାର ଏକ ହାଇସ୍କୁଲରେ ୧୬୨ ଜଣ ପିଲା ଏବଂ ଶିକ୍ଷା ଦେଉଥିଲେ ଜଣେ ମାତ୍ର (ହିନ୍ଦୀ) ଶିକ୍ଷକ। ଜଣେ ମାତ୍ର ଶିକ୍ଷକରେ ହାଇସ୍କୁଲଟିଏ ଚାଲିଛି! ବିଶ୍ୱରେ ବିରଳ! କିନ୍ତୁ ଆମ ରାଜ୍ୟରେ ଶହ ଶହ! ଗୋଟିଏ ବଖରାରେ ଏକାଧିକ ଶ୍ରେଣୀ, ଗୋଟିଏ ଟେବୁଲରେ ଦୁଇ ଦୁଇ ଜଣ ଶିକ୍ଷକ। ସରକାରଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ କହେ- ରାଜ୍ୟରେ ଆବଶ୍ୟକ ଶ୍ରେଣୀଗୃହ ନ ଥିବା ବିଦ୍ୟାଳୟ ସଂଖ୍ୟା ୬,୭୮୧ ଏବଂ ଆବଶ୍ୟକ ଶିକ୍ଷକ ନ ଥିବା ବିଦ୍ୟାଳୟ ସଂଖ୍ୟା ୬,୭୮୧। ‘ଖଟ କାଟ୍‌- ଗୋଡ଼ କାଟ୍‌’ ନ୍ୟାୟରେ ଛାତ୍ରୀଛାତ୍ର ଅଭାବ ଦର୍ଶାଇ ସରକାର ୧୮ ହଜାର ସ୍କୁଲକୁ ସବୁଦିନ ପାଇଁ ବନ୍ଦ କରିଦେଲେ। ଏବେ ସେହି ହତଭାଗ୍ୟ ଶିଶୁମାନେ କେଉଁଠି? ଏହି ତଥ୍ୟ ସରକାରଙ୍କ ପାଖରେ ଅଛି ତ?
ସାଧାରଣତଃ ସ୍ବଚ୍ଛଳବର୍ଗର ଅଭିଭାବକମାନେ ଘରୋଇ ବିଦ୍ୟାଳୟ ମୁହଁା। କେଉଁ ମନ୍ତ୍ରୀ କି ଅଫିସରଙ୍କ ପିଲା ସରକାରୀ ବିଦ୍ୟାଳୟରେ ପଢ଼ନ୍ତି ନାହିଁ। କାହିଁକି? ଶାସକ ବା ପ୍ରଶାସକ କେହି କେବେ ତର୍ଜମା କରିଛନ୍ତି କି? ରାଜ୍ୟରେ ଯେତେ ସରକାରୀ ବିଦ୍ୟାଳୟ ଅଛି ସେଠାରେ ପଢ଼ନ୍ତି କେବଳ ଆମରି ପିଲା। ଅଙ୍ଗନୱାଡିରେ ଛତୁଆ ଖାଆନ୍ତି କେବଳ ଆମରି ପିଲା। ଦୁର୍ଭାଗ୍ୟ- ଘରୋଇ ବିଦ୍ୟାଳୟକୁ ପ୍ରୋତ୍ସାହନ ଦିଅନ୍ତି ଆମ ସରକାର। ସରକାରଙ୍କ ଛତ୍ରଛାୟା ତଳେ ରହି ଘରୋଇ ବିଦ୍ୟାଳୟ ସବୁ କୋଠା ଉପରେ କୋଠା ବାଡ଼ାଉଛନ୍ତି , କିନ୍ତୁ ସରକାରଙ୍କ ସରକାରୀ ବିଦ୍ୟାଳୟରେ ଚୁଲି ନାହିଁ କି ଚାଳ ନାହିଁ। କିଛିଦିନ ତଳେ ଏବର ସରକାର ଘରୋଇ ବିଦ୍ୟାଳୟ ଖୋଲିବାକୁ ଦରଖାସ୍ତ ଆହ୍ବାନ କରିଛନ୍ତି। ନୂତନ ଶିକ୍ଷାନୀତି-୨୦୨୦ ରେ ଏ ବ୍ୟବସ୍ଥା ବି ରହିଛି। ୨୦୦୧ରେ ସର୍ବଶିକ୍ଷା ଅଭିଯାନ ଆରମ୍ଭ ହେଲା। ଘରୋଇ ଅନୁଷ୍ଠାନକୁ ପ୍ରୋତ୍ସାହନ ଦେବାକୁ ସରକାରଙ୍କର ଏହା ଥିଲା ଏକ ଅପକାୈଶଳ! ସେହି ସର୍ବଶିକ୍ଷା ଅଭିଯାନର ଫଳ କ’ଣ ହେଲା? ୨ ଦଶନ୍ଧି ପରେ ‘ସର୍ବଶିକ୍ଷା ଅଭିଯାନ ‘ ରୂପାନ୍ତରିତ ହେଲା ‘ସମଗ୍ର ଶିକ୍ଷା’ରେ। ସଦ୍ୟ ପ୍ରକାଶିତ ଏଏସ୍‌ଇଆର୍‌ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସରକାରୀ ବିଦ୍ୟାଳୟରେ ନାମଲେଖା ଶତକଡ଼ା ୬୬.୮କୁ ଖସି ଆସିଛି। ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ବଢ଼ିଯାଇଛି। ଅପରପକ୍ଷରେ ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଥିବା ପିଲାଙ୍କ ସଂଖ୍ୟା ଶତକଡ଼ା ୮୨.୨ କୁ ବୃଦ୍ଧି ପାଇଛି ଏବଂ ଏହି ୮୨ ଜଣରୁ ମାତ୍ର ଶତକଡ଼ା ୫୭ ଜଣ ସ୍ମାର୍ଟ ଫୋନ୍‌କୁ ପାଠ ପାଇଁ ବ୍ୟବହାର କରୁଥିବା ବେଳେ ଅବଶିଷ୍ଟ ଅପାଠ ପାଇଁ ବ୍ୟବହାର କରୁଛନ୍ତି। ପରିଣତି ଯାହା ତ ହେଉଛି ଆମେ ସ୍ବଚକ୍ଷୁରେ ଦେଖୁଛନ୍ତି। ବିଶ୍ୱବ୍ୟାପୀ ଆଦୃତ ସାମାଜିକ ଗଣମାଧ୍ୟମ ପୁଳାଏ ଅସାମାଜିକ ତତ୍ତ୍ୱଙ୍କୁ ସ୍‌ୃଷ୍ଟି କରୁଛି- ଏହା ନିର୍ବିବାଦରେ କହିହେବ।

ଜଣେ ଛାତ୍ରର ଶିକ୍ଷା ସମାପ୍ତ ପରେ ସେ ନିଯୁକ୍ତିଟିଏ ପାଇବ ତାହାର କିଛି ଗ୍ୟାରେଣ୍ଟି ନାହିଁ। ନିଯୁକ୍ତି ନ ହେଲା ନାହିଁ, ସେ ଗ୍ରହଣ କରିଥିବା ଶିକ୍ଷାକୁ ନେଇ ଆମତ୍ନିର୍ଭରଶୀଳ ହୋଇପାରିବ ସେଥିରେ ମଧ୍ୟ ଗ୍ୟାରେଣ୍ଟି ନାହିଁ। ଯେଉଁମାନଙ୍କ କାନ୍ଧରେ ଦେଶର ଭାର ଲଦାଯିବ ସେମାନେ ଯଦି ସାର୍ଟିଫିକେଟ୍‌ ଧରି ବାରଦୁଆର ଶୁଣ୍ଢିପିଣ୍ଡା ହେବେ ଦେଶର ବିକାଶ ହେବ କେଉଁମାନଙ୍କୁ ନେଇ? ଏବେ ଦେଶରେ ବେରୋଜଗାରୀ ଏକ ମୁଖ୍ୟ ସମସ୍ୟା। ଶିକ୍ଷିତ ଯୁବତୀଯୁବକ ବଞ୍ଚତ୍ବାର କୌଣସି ରାହା ନ ପାଇ ବିପଥଗାମୀ ହେଉଛନ୍ତି ବା ଅପରାଧ ଘଟାଇବାକୁ ପଛଘୁଞ୍ଚା ଦେଉନାହାନ୍ତି।

ପ୍ରତ୍ୟେକ ରାଷ୍ଟ୍ରର ସ୍ବତନ୍ତ୍ର ଶିକ୍ଷାନୀତି ଥାଏ। ଏଇଟା ଅନସ୍ବୀକାର୍ଯ୍ୟ। ସୁତରାଂ ଆମ ଦେଶର ଅବସ୍ଥାକୁ ଗୁରୁତ୍ୱର ସହ ବିଚାରକୁ ନେଇ ଦେଶର ଶିକ୍ଷା ଓ ଶିକ୍ଷାନୀତି ପ୍ରଣୟନ ହେବା ଦରକାର। ବହୁ ପ୍ରଚାରିତ ନୂତନ ଶିକ୍ଷାନୀତି-୨୦୨୦ ଏହି ସମସ୍ୟାର ସମାଧାନ କରିପାରିବ ନାହିଁ, ବରଂ ସମସ୍ୟା ବୃଦ୍ଧିକରିବ। ତେଣୁ ସରକାର ଶିକ୍ଷାନୀତିକୁ ପୁନଃ ସମୀକ୍ଷା କରିବା ଉଚିତ ହେବ। ଶ୍ରେଣୀ ଶିକ୍ଷାକୁ ଗୁରୁତ୍ୱ ନ ଦେଲେ ଦେଶରେ ଅରାଜକତା ଦେଖାଦେବ। ବିକାଶର ସ୍ବପ୍ନ ଧୂଳିସାତ୍‌ ହୋଇଯିବ। ବିଳମ୍ବ ହୋଇ ନାହିଁ। ହାତରେ ସମୟ ଅଛି। ତେଣୁ ସରକାର ଏବେଠୁଁ ସଜାଗ ଓ ସତର୍କ ରହନ୍ତୁ।

ରବିନାରାୟଣ ସାମଲ
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri