ହତ୍ୟା ମାମଲା ରୁଜୁ, ଜେଲ ଗଲେ ଭଉଣୀଭାଇ

ଭୁବନେଶ୍ୱର,୧୧ା୨ (ବ୍ୟୁରୋ): ଧାର ଟଙ୍କାକୁ କେନ୍ଦ୍ର କରି ବିଚିତ୍ର ପଲେଇ(୪୨)ଙ୍କୁ ଅପହରଣ କରାଯିବା ଏବଂ ପରେ ଶହୀଦନଗର ଥାନା ପରିସରରେ ତାଙ୍କର ମୃତ୍ୟୁ ଘଟଣାକୁ ନେଇ କମିଶନରେଟ ପୋଲିସ ତଦନ୍ତକୁ ଅଧିକ ତ୍ୱରାନ୍ବିତ କରିଛି। ଗିରଫ ସମ୍ପର୍କୀୟ ଭଉଣୀଭାଇ ଶାନ୍ତିପଲ୍ଲୀ ବସ୍ତିର ନେତ୍ରମଣି ବେହେରା(୪୦) ଏବଂ କଟକ ସଦର ଥାନା ଅନ୍ତର୍ଗତ ଉରାଙ୍ଗପ୍ରଧାନ ଗ୍ରାମର ବଟକୃଷ୍ଣ ବେହେରା(୩୧)ଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମୃତ ବିଚିତ୍ରଙ୍କ ସ୍ତ୍ରୀ ମୋନାଲିଙ୍କ ଅଭିଯୋଗ ଆଧାରରେ ଆଇପିସି ଦଫା ୩୪୧, ୩୨୩, ୩୬୫, ୩୦୨ରେ ଏକ ମାମଲା (ନଂ. ୫୬/୨୦୨୩) ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ବିଚିତ୍ରଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଡିସିପି ପ୍ରତୀକ ସିଂ ଖବରଦାତା ସମ୍ମିଳନୀରେ କହିଛନ୍ତି , ମାମଲାର ତଦନ୍ତ ଭାର ଏସିପି କୃଷ୍ଣଚନ୍ଦ୍ର ପଲେଇଙ୍କୁ ଦିଆଯାଇଛି। ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କର ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ସିଆର୍‌ପିସି ୧୬୪ ଧାରାରେ ବୟାନ ରେକର୍ଡ କରାଯିବ। ଥାନା ପରିସରରେ ଏଭଳି ଘଟଣା ଘଟିଥିବାରୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶାବଳୀକୁ ତଦନ୍ତରେ ଅନୁସରଣ କରାଯାଉଛି ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ଅଭିଯୁକ୍ତା ନେତ୍ରମଣୀ ଏକ ବିଉଟି ପାର୍ଲର କରିଛନ୍ତି। ଗାଢ଼କଣ ଅଞ୍ଚଳରେ ରହୁଥିବା ଯାଜପୁର ଜିଲା ବରୀ ଅଞ୍ଚଳର ମୃତ ବିଚିତ୍ର ମିଠା ଦୋକାନ କରିଥିଲେ। କିଛି ବର୍ଷ ତଳେ ନେତ୍ରମଣୀଙ୍କଠୁ ବିଚିତ୍ର ୩ଲକ୍ଷ ଟଙ୍କା ଧାର ନେଇ ଫେରାଉ ନ ଥିଲେ। ଫଳରେ ନେତ୍ରମଣୀ ତାଙ୍କ ଭାଇ ବଟକୃଷ୍ଣଙ୍କ ସହଯୋଗରେ ଗୁରୁବାର ସାରେ ବିଚିତ୍ରଙ୍କୁ ପଟିଆ ଅଞ୍ଚଳରୁ ଜବରଦସ୍ତ ଏକ କାର୍‌ରେ ବସାଇ କେଉଁଆଡ଼େ ନେଇଯାଉଥିଲେ। ବାଣୀବିହାର ଛକ ନିକଟରେ ଗାଡ଼ିର ବେଗ ଧୀର ହେବାରୁ ବିଚିତ୍ର କାର୍‌ରୁ ଡେଇଁ ପଡ଼ି ଦୌଡ଼ିଥିଲେ। ବଟକୃଷ୍ଣ ଓ ନେତ୍ରମଣୀ ତାଙ୍କୁ ପିଛା କରି ମାଡ଼ ମାରିଥିଲେ। ଏହାଦେଖି ବାଣୀବିହାରର କିଛି ଛାତ୍ର ଓ ସ୍ଥାନୀୟ ଲୋକ ସେଠାରେ ରୁଣ୍ଡ ହୋଇ ଘଟଣା ସମାଧାନ କରିବାକୁ ଚେଷ୍ଟା କରିଥିଲେ। ପରେ ୨ଯୁବକ ବିଚିତ୍ରଙ୍କୁ ଉଦ୍ଧାର କରି ଥାନାକୁ ନେଇଯାଇଥିଲେ। ପରେ ବଟକୃଷ୍ଣ ଓ ନେତ୍ରମଣୀ ମଧ୍ୟ ଥାନକୁ ଯାଇଥିଲେ। ହେଲେ ବିଚିତ୍ର ଥାନା ପରିସରରେ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ହସ୍ପିଟାଲରେ ନିଆଗଲା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ବଟକୃଷ୍ଣ ଓ ନେତ୍ରମଣୀଙ୍କ ଟଣାଓଟରା ଓ ମାଡ଼ରେ ବିଚିତ୍ର ଅସୁସ୍ଥ ହୋଇଥିଲେ ବୋଲି ପୋଲିସ ସନ୍ଦେହ କରୁଛି। ତଦନ୍ତର ପ୍ରଥମ ପର୍ଯ୍ୟାୟରେ ହତ୍ୟା ମାମଲାର ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ପୋଲିସ ଅପେକ୍ଷା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri