Posted inଜାତୀୟ

ପଶ୍ଚିମବଙ୍ଗରେ ୧୭% ଗର୍ଭବତୀ ସ୍ବଳ୍ପବୟସ୍କା

କୋଲକାତା,୧୧।୨ : ପଶ୍ଚିମବଙ୍ଗରେ ପ୍ରତି ୬ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ଜଣେ (୧୭ ପ୍ରତିଶତ) ସ୍ବଳ୍ପବୟସ୍କା ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ବିବାହିତ ମହିଳାଙ୍କ ମଧ୍ୟରେ ସେମାନଙ୍କ ଅନୁପାତ ୪ ପ୍ରତିଶତ ବୋଲି ସରକାରଙ୍କ ମାଟ୍ରିମା ପ୍ରୋଗ୍ରାମ୍‌ରେ ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି। ଝିଅଙ୍କ ବିବାହ ପାଇଁ ୧୮ କିମ୍ବା ୧୯ ବର୍ଷ ବୈଧ ବୟସ ହୋଇଥିବାବେଳେ ଉଭୟ ମାଆ ଓ ଶିଶୁଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା କାରଣରୁ ଗର୍ଭଧାରଣର ସର୍ବନିମ୍ନ ବୟସ ୨୧ ବର୍ଷ ହେବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ସ୍ବଳ୍ପବୟସ୍କା ଗର୍ଭବତୀ ମାଆଙ୍କ ସ୍ବାସ୍ଥ୍ୟ ପ୍ରତି ଅଧିକ ବିପଦ ରହିଛି। ଏପରିକି ପ୍ରସବ ସମୟରେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ମାଟ୍ରିମା ପୋର୍ଟାଲ ତଥ୍ୟ ଅନୁଯାୟୀ ଗତବର୍ଷ ସେପ୍ଟେମ୍ବର ସୁଦ୍ଧା ପଶ୍ଚିମବଙ୍ଗରେ ୪ ଲକ୍ଷ ସ୍ବଳ୍ପବୟସ୍କ ଦମ୍ପତି ରହିଛନ୍ତି। ସେଠାରେ ବର୍ଷକ ମଧ୍ୟରେ ସ୍ବଳ୍ପବୟସ୍କାଙ୍କ ଗର୍ଭନିରୋଧକ ବ୍ୟବହାର ୫ ପ୍ରତିଶତ ବଢ଼ି ୫୫ ପ୍ରତିଶତରେ ପହଞ୍ଚତ୍ଥିବା ସର୍ଭେରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ମୁହାଁଇଥିଲେ ହଜାର ହଜାର ଲୋକ: ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ଘଟିଲା ସଂଘର୍ଷ

ଇମ୍ଫାଲ,୨୫ା୪: ମଣିପୁରରେ ହୋଇଥିବା ହିଂସାକୁ ନେଇ ସ୍ଥିତି ପୁଣି ଜଟିଳ ହେବାରେ ଲାଗିଛି। କୁକି ଏବଂ ନାଗା ସମ୍ପ୍ରଦାୟର ୨ ସଶସ୍ତ୍ର ଗୋଷ୍ଠୀଙ୍କ ମଧ୍ୟରେ ହିଂସା ଘଟି…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ବଡ଼ ଅଘଟଣ, ଯନ୍ତ୍ରଣାରେ ଛଟପଟ ହୋଇ ମଇଦାନ ବାହାରକୁ ଗଲେ ଷ୍ଟାର ବ୍ୟାଟର୍‌

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ରେ ନିଜର ବ୍ୟାଟିଂ ଯାଦୁରେ ସମସ୍ତଙ୍କୁ ଚକିତ କରିଦେଇଥିବା ରାଜସ୍ଥାନ ରୟାଲ୍ସର ଷ୍ଟାର୍‌ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଆହତ ହୋଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ…

ଗଛରେ ପିଟିହେଲା ବାଇକ୍‌, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୫।୪(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ବାଇକ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଅନ୍ୟଜଣେ ଗୁରୁତର…

ସୂର୍ଯ୍ୟବଂଶୀଙ୍କ ଦ୍ରୁତତମ ଶତକ: ହାଇଦ୍ରାବାଦ୍‌ ଆଗରେ ୨୨୯ ରନର ବିଶାଳ ଟାର୍ଗେଟ

ଜୟପୁର,୨୫ା୪: ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଓ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ପରସ୍ପରକୁ ଭେଟିଛନ୍ତି। ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ ବଳରେ…

ମୋଦି, ମମତାଙ୍କୁ ଟାର୍ଗେଟ କଲେ ରାହୁଲ, କହିଲେ…

କୋଲକାତା,୨୫ା୪: ପଶ୍ଚିମବଙ୍ଗରେ ଏକ ନିର୍ୱାଚନୀ ସଭାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ଏବଂ…

ଭଞ୍ଜନଗରରେ ଜନ ଆକ୍ରୋଶ ମହିଳା ସମାବେଶ ପୁରୁଷ ପ୍ରଧାନ ସମାଜ ମହିଳାଙ୍କୁ ଆଗକୁ ଛାଡ଼ିବାକୁ ନାରାଜ: ଏମ୍‌ପି ଅନୀତା

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଭଞ୍ଜନଗର ଭାଜପା ସାଂଗଠନିକ ଜିଲା ପକ୍ଷରୁ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ମୁଖ୍ୟ ସଡ଼କରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା…

NRI ବି କରିପାରିବେ Aadhaar Card? ଜାଣନ୍ତୁ କ’ଣ କହୁଛି UIDAI ନିୟମ…

ନୂଆଦିଲ୍ଲୀ,୨୫।୪: ଆଜିର ସମୟରେ ବ୍ୟାଙ୍କିଙ୍ଗଠାରୁ ଆରମ୍ଭ କରି ସରକାରୀ ଯୋଜନା ପର୍ଯ୍ୟନ୍ତ ସବୁଥିରେ ଆଧାର କାର୍ଡ ଏକ ଅପରିହାର୍ଯ୍ୟ ଦଲିଲ ପାଲଟିଛି। ଏଭଳି ସ୍ଥିତିରେ ବିଦେଶରେ ରହୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri