ଏକ ମିନିଟ୍‌ ନୀରବ ରହିବ ବ୍ରିଟେନ୍‌

ଲଣ୍ଡନ, ୧୩ା୯:ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ୨ୟଙ୍କ ଶେଷକୃତ୍ୟ ପୂର୍ବରୁ ଆସନ୍ତା ରବିବାର ରାତି ୮ଟାରେ ସାରା ଦେଶ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରିବ। ଏ ନେଇ ଡାଉନିଂ ଷ୍ଟ୍ରିଟ୍‌ ପକ୍ଷରୁ ସୋମବାର ଘୋଷଣା କରିବ। ୧୯ ତାରିଖରେ ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ଆବେରେ ମହାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ନୀରବ ଶୋକ ପାଳନର ପରିଚାଳନା ପାଇଁ ସ୍ଥାନୀୟ କମ୍ୟୁନିଟି ଗୋଷ୍ଠୀ, କ୍ଲବ୍‌ ଏବଂ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହିତ କରାଯାଇଛି। ଲୋକେ ଘରେ ପରିବାର ସହ କିମ୍ବା ସାଙ୍ଗସାଥୀଙ୍କ ସହିତ ମଧ୍ୟ ୧ ମିନିଟ୍‌ ଶୋକ ପାଳିପାରିବେ। ମହାରାଣୀଙ୍କ ମରଶରୀର ଏଡିନ୍‌ବର୍ଗରେ ରହିଛି। ମଙ୍ଗଳବାର କଫିନ୍‌ ଲଣ୍ଡନରେ ପହଞ୍ଚିବ। ସୋମବାର ବ୍ରିଟେନରେ ସମସ୍ତ ସ୍କୁଲ, କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କିଙ୍ଗ୍‌ ଚାଲର୍‌ସ ୩ୟ ଘୋଷଣା କରିଛନ୍ତି। ମେମୋରିଆଲ ଚାପେଲରେ ରାଣୀଙ୍କ କଫିନ୍‌ ସମାଧି ଦିଆଯିବ।
ଚାଲର୍‌ସ ୩ୟ ସୋମବାର ପ୍ରଥମ କରି ପାର୍ଲାମେଣ୍ଟକୁ ସମ୍ବୋଧିତ କରିଛନ୍ତି। ଚାଲର୍‌ସ ‘ପ୍ରିୟ ମା’ଙ୍କ ଉଦାହରଣ ଦେଇ ସାମ୍ବିଧାନିକ ଶାସନର ମୂଲ୍ୟବାନ୍‌ ସିଦ୍ଧାନ୍ତକୁ ଅନୁସରଣ କରିବେ ବୋଲି କହିଥିଲେ। ଏଥିସହ ହାଉସ୍‌ ଅଫ୍‌ କମନ୍ସରେ ମହାରାଣୀଙ୍କ ଉଦ୍ଦେଶ୍ୟରେ ଶୋକପାଳନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାପିଟଲରେ ଦଙ୍ଗା: ବିଶ୍ୱ ସ୍ତବ୍ଧ

ଓ୍ବାଶିଂଟନ, ୮।୧:ସର୍ବପୁରାତନ ଗଣତାନ୍ତ୍ରିକ ଦେଶର ଇତିହାସରେ ଯୋଡ଼ିହୋଇଛି କଳଙ୍କିତ ଅଧ୍ୟାୟ। କ୍ଷମତା ଲୋଭ ପାଇଁ ଶକ୍ତିଶାଳୀ ଦେଶ ଆମେରିକା ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି। ଶେଷ...

୫୮ ଶିଖ୍‌ ତୀର୍ଥଯାତ୍ରୀଙ୍କୁ ଭିଜା ମନା କଲା ପାକିସ୍ତାନ

ଲାହୋର,୨୬।୬: ପାକିସ୍ତାନ ୫୮ ଶିଖ୍‌ ତୀର୍ଥଯାତ୍ରୀଙ୍କୁ ଭିଜା ଦେବାକୁ ପାକିସ୍ତାନ ମନା କରିଛି। ମହାରାଜ ରଣଜିତ୍‌ ସିଂଙ୍କ ମୃତ୍ୟୁ ବାର୍ଷିକୀ ପାଳନ ଅବସରରେ ଶିଖ୍‌ ତୀର୍ଥଯାତ୍ରୀ...

ଟୁଇଟରରେ ଟ୍ରେଣ୍ଡ କରୁଛି ଆର୍‌ଆଇପି ଇମ୍ରାନ

ନୂଆଦିଲ୍ଲୀ,୧୯।୮ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପରଲୋକ ଘଟିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ୟୁଜର୍ସ ଘଟଣା ପଛର ସତ୍ୟତା ନ ଜାଣି...

ସମୁଦ୍ର ମଝିରେ ପହଁରିବା ପରିବର୍ତ୍ତେ ମଣିଷ ପରି ଗୋଡରେ ଚାଲୁଛି ମାଛ

ଏବେ ୨୦୨୦ ମସିହା ଚାଲିଛି। ଏହି ବର୍ଷ ଅନେକ ଅଦ୍ଭୁତ୍‌ ଜିନିଷମାନ ଦେଖିବାକୁ ମିଳୁଛୁ। ସେମିତି କିଛି ଏବେ ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ...

ସଂଘର୍ଷରେ ୪୦ ନିହତ

ଦୁବାଇ,୧୨ା୮(ଏଏଫ୍‌ପି): ୟେମେନ୍‌ର ଆଡେନ୍‌ ସହରରେ ସରକାର ସପକ୍ଷବାଦୀ ବାହିନୀ ଓ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟି ୪୦ ଜଣ ନିହତ ହୋଇଥିବାବେଳେ ୨୬୦ ଜଣ ଆହତ ହୋଇଛନ୍ତି।...

ସୌଦି ମହିଳାଙ୍କୁ ମିଳିଲା ସ୍ବାଧୀନତା

ରିୟାଦ,୨।୮: ସାଧାରଣତଃ ସୌଦି ମହିଳାଙ୍କ ପାଇଁ ନାନା କଟକଣା ରଖାଯାଇଛି। ପୁରୁଷ କୈନ୍ଦ୍ରୀକ ସମାଜରେ ଏବେ କିନ୍ତୁ ଏହି ମହିଳାମାନେ ପୁରୁଷଙ୍କ ବିନା ପରାମର୍ଶରେ ବିଦେଶ...

ହାତରେ ଟର୍ଚ୍ଚ ଧରି ଏଭରେଷ୍ଟ ଶୃଙ୍ଗ ଚଢୁଛନ୍ତି ପର୍ବତାରୋହୀ

କାଠମାଣ୍ଡୁ,୧୨।୩: ଏବେ ଗିରି ଶୃଙ୍ଗ ଏଭରେଷ୍ଟ ଚଢିବା ପାଇଁ ପର୍ବତାରୋହୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗିରିଶୃଙ୍ଗ ଆରୋହଣ କରିବାର ନିଶାରେ ମସଗୁଲ୍‌ ପର୍ବତାରୋହୀ ହାତରେ ଟର୍ଚ୍ଚ...

କରୋନା ସଂକ୍ରମଣର ୩ ଦିନ ପରେ ହ୍ରାସ ପାଏ ଘ୍ରାଣ ଶକ୍ତି !

ନ୍ୟୁୟର୍କ,୯।୫: କରୋନା ମହାମାରୀ ଏବେ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଏହାର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ମିଳିପାରି ନାହିଁ। କରୋନାରୁ ମୁକ୍ତି...

Advertisement
Archives

Model This Week