ନାବାଳିକାଙ୍କୁ ଅପହରଣ କରିନେଇଥିଲେ ନାବାଳକ: ଜଣାପଡ଼ିବା ପରେ ଘଟିଲା…

ଦେବଗଡ଼,୮।୧୧(ଶଶାଙ୍କ ଶେଖର ଝାଙ୍କର):ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ନାବାଳକ ଗିରଫ। ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଅପହୃତା ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅପହରଣ କରିଥିବା ୧୭ ବର୍ଷର ନାବାଳକକୁ ଗିରଫ କରି ଦେବଗଡ କିଶୋର ନ୍ୟାୟ ପରିଷଦରେ ଉପସ୍ଥାପନ କରାଯାଇଥିବାବେଳେ ରାଉରକେଲାସ୍ଥିତ ବାଲ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ରିଆମାଳ ଥାନା ଅନ୍ତର୍ଗତ ନିର୍ଦ୍ଦିଷ୍ଟ ଏକ ଗ୍ରାମର ଜଣେ ୧୬ ବର୍ଷର ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିବା ନାବାଳିକାଙ୍କ ବାପା ରିଆମାଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ରିଆମାଳ ଥାନାରେ ଗତ ୩ ତାରିଖ ଏକ ଅପହରଣ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅପହୃତା ନାବାଳିକାଙ୍କୁ ଉଦ୍ଧାର ପରେ ପଚରାଉଚୁରା କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ନାବାଳକ ପ୍ରେମିକଙ୍କୁ କିଶୋର ନ୍ୟାୟ ପରିଷଦରେ ଉପସ୍ଥାପନ କରାଯାଇଥିବା ବେଳେ ରାଉରକେଲାସ୍ଥିତ ବାଲ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଆଗରେ ନଇଁଲେ ଟ୍ରମ୍ପ! କଲେ ବଡ଼ ଘୋଷଣା

ଓ୍ବାଶିଂଟନ,୨୧।୬: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଅନିଶ୍ଚିତତା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି…

ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପ୍ରାଇମ ଡେ’ର ୧୦ମ ସଂସ୍କରଣ

ଭୁବନେଶ୍ୱର,୨୧।୬: ଆସନ୍ତା ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରାଇମ ଡେ’-୨୦୨୬ର ୧୦ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହା ୪ ଜୁଲାଇ ରାତି ୧୨ଟାରୁ…

ମହାସଂଯୋଗ! ଆଜିଠୁ ଏହି ୫ଟି ରାଶିକୁ ମିଳିବ ଭାଗ୍ୟର ସାଥ୍‌, ଖୋଲିଯିବ ଉନ୍ନତିର ରାସ୍ତା

୨୧ ଜୁନ, ୨୧୨୬ ରେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ସପ୍ତମୀ ତିଥି ଏବଂ ରବିବାର ଦିନ ଅଟେ। ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର, କାରଣ ଏହା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ସାବଧାନ! ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ,୨୧।୬: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ପୋଲାଣ୍ଡର ସର୍ବୋଚ୍ଚ ସମ୍ମାନ ଫେରାଇଲେ ଜେଲେନସ୍କି, ରାଷ୍ଟ୍ରପତି କରୋଲ ନାଭ୍ରୋକିଙ୍କ ଘୋଷଣା ପରେ…

କ୍ୱିଭ,୨୧।୬: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶନିବାର ପୋଲାଣ୍ଡର ସର୍ବୋଚ୍ଚ ନାଗରିକ ସମ୍ମାନ, ହ୍ବାଇଟ ଇଗଲ ଅର୍ଡର ଫେରାଇ ଦେଇଛନ୍ତି। ପୋଲାଣ୍ଡ ଅଧିକାରୀ କାରୋଲ ନାୱରୋକିଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri