ଭାରତୀୟ ଇଞ୍ଜିନିୟରିଂର ଚମତ୍କାରିତା: ଚେନାବ ରେଳ ବ୍ରିଜ୍‌

ଭୁବନେଶ୍ୱର, ୨୦।୪(ଜିତେନ୍ଦ୍ର କୁମାର ନାୟକ): କଶ୍ମୀରରୁ କନ୍ୟାକୁମାରୀ। ଭାରତର ଭୌଗୋଳିକ ସ୍ଥିତିକୁ ଦେଖି ଅନେକେ ଏପରି କହିଥାଆନ୍ତି। ଦେଶର ଜୀବନରେଖା ଭାବେ ପରିଚିତ ଭାରତୀୟ ରେଳପଥ ଏବେ କଶ୍ମୀର ସହ କନ୍ୟାକୁମାରୀକୁ ଯୋଡ଼ିବାରେ ସକ୍ଷମ ହେବାକୁ ଯାଉଛି। କାରଣ ପୂର୍ବରୁ ଦୁର୍ଗମ ପ୍ରାକୃତିକ ବୈଶିଷ୍ଟ୍ୟ ଯୋଗୁ ଜମ୍ମୁ ଓ କଶ୍ମୀର ସହ ଜାତୀୟ ରେଳ ନେଟ୍‌ଓ୍ବର୍କ ସମ୍ପୂର୍ଣ୍ଣ ସ୍ଥାପନ ସମ୍ଭବ ହୋଇପାରୁ ନ ଥିଲା। ଏ ଦିଗରେ ଭାରତୀୟ ଇଞ୍ଜିନିୟରିଂର ଚମତ୍କାରିତା ଭାବେ ଚେନାବ ରେଳ ବ୍ରିଜ୍‌ ଏବେ ଯାନ୍ତ୍ରିକ କୌଶଳର ନୂଆ ହସ୍ତାକ୍ଷର ଲେଖିଛି। ଚେନାବ ନଦୀ ଉପରେ ଆର୍କ ଆକାରରେ ନିର୍ମିତ ପୋଲ ବିଶ୍ୱର ସବୁଠୁ ଉଚ୍ଚତମ ବ୍ରିଜ୍‌ ହୋଇଥିବାରୁ ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ଆଶ୍ଚର୍ଯ୍ୟଚକିତ କଲା ଭଳି ନିର୍ମାଣ କୌଶଳ ଦେଖିବା ଲାଗି ଭାରତୀୟ ରେଳପଥ ପକ୍ଷରୁ ଦେଶର ସାମ୍ବାଦିକ ଓ ୟୁଟ୍ୟୁବରମାନଙ୍କୁ ସେହି ସ୍ଥାନ ପରିଦର୍ଶନ କରାଇବାର ସୁଯୋଗ ସୃଷ୍ଟି କରାଯାଇଥିଲା। ସେଥିରେ ନିଜକୁ ସାମିଲ କରିପାରିଥିବାରୁ ଧନ୍ୟ ମନେ କରୁଛି।

ଏପ୍ରିଲ ୧୫ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆମେ ଜମ୍ମୁ ଅଭିମୁଖେ ଯାତ୍ରା କରିଥିଲୁ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ବାର ଦେଢ଼ ଘଣ୍ଟା ପରେ ଜମ୍ମୁ ବିମାନବନ୍ଦର ଆଡ଼କୁ ମୁହଁାଇଲୁ। ଦିଲ୍ଲୀରୁ ୧ ଘଣ୍ଟା ୧୦ ମିନିଟ୍‌ ପରେ ଜମ୍ମୁ ବିମାନବନ୍ଦରରେ ପହଞ୍ଚତ୍ବା କଥା। କିନ୍ତୁ ପ୍ରତିକୂଳ ପାଗ ଯୋଗୁ ବିମାନ ଅଧଘଣ୍ଟା ଆକାଶରେ ଚକର ମାରିଲା ଓ ନିଦ୍ଦିର୍ର୍ଷ୍ଟ ସମୟଠାରୁ ବିଳମ୍ବରେ ଜମ୍ମୁ ବିମାନ ବନ୍ଦରରେ ପହଞ୍ଚତ୍ଲୁ। ଜମ୍ମୁରେ ଆର୍ମି ବେସ୍‌ ଥିବାରୁ ଘୋଷଣା କରି ଦିଆଗଲା କେହି ଫଟୋ ଉତ୍ତୋଳନ କରିପାରିବେ ନାହିଁ। କଡ଼ା ଯାଞ୍ଚ ଭିତରେ ବିମାନବନ୍ଦର ବାହାରକୁ ଗଲୁ। ୧୬ ତାରିଖ ସକାଳୁ ଜମ୍ମୁରୁ ବାହାରି ରିଆସି ଜିଲା ଅନ୍ତର୍ଗତ କାଟରା ଦେଇ ଗନ୍ତବ୍ୟସ୍ଥଳକୁ ଛୁଟି ଚାଲିଥିଲା କାର୍‌। ପାହାଡ଼ର ବକ୍ଷ ଚିରି ନିର୍ମାଣ କରାଯାଇଥିବା ରାସ୍ତା ଉପରେ ଗଲା ବେଳେ ଦେହ ଶିହରି ଉଠୁଥିଲା। ଲାଗୁଥିଲା ମୁଣ୍ଡ ଉପରେ ଆକାଶ ଆଉ କିଛି ଦୂରରେ ଥିବା ବେଳେ ତଳକୁ ଅନାଇଲେ ଆଖି ପାଉ ନ ଥିବା ଦୂରତା। ପାଗ ସାମାନ୍ୟ ଅନୁକୂଳ ଥିଲେ ମଧ୍ୟ ଭୂସ୍ଖଳନର ଭୟ ପ୍ରତି ମୁହୂର୍ତ୍ତରେ ଭୀତି ସୃଷ୍ଟି କରୁଥିଲା। ଯାତ୍ରା ବେଳେ ଲକ୍ଷ୍ୟ କରୁଥିଲୁ ରାସ୍ତାକଡ଼ ପାହାଡ଼କୁ ଅନେକ ସ୍ଥାନରେ ଜାଲି ଦିଆଯାଇ ତା’ ଭିତରକୁୁ ବିଶାଳ ଲୁହା ରଡ଼ ଭର୍ତ୍ତି କରାଯାଇଛି। ପଥର ଯେଭଳି ନଖସିବ ସେଥିପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ବୋଲି ଗାଡ଼ିଚାଳକ ଆମକୁ ବୁଝାଉଥାଆନ୍ତି। ଜମ୍ମୁରୁ ଚେନାବ ବ୍ରିଜ୍‌ ୧୦୮ କିଲୋମିଟର। ସାଢ଼େ ୩ ଘଣ୍ଟାର ଯାତ୍ରା ପରେ ପହଞ୍ଚତ୍ଗଲୁ ଭ୍ୟୁପଏଣ୍ଟରେ। ସେଠାରୁ ସ୍ପଷ୍ଟ ଭାବେ ଆର୍କ ଉପରେ ବିଛାଯାଇଥିବା ରେଳ ପୋଲକୁ ଦେଖି ଫଟୋ ଉଠାଇଲୁ। ଶେଷରେ ଉତ୍କଣ୍ଠାର ଅବସାନ ଘଟିଲା ଓ ଚେନାବ ପୋଲ ମୁଣ୍ଡରେ ପାଖାପାଖି ଦିନ ଗୋଟାଏରେ ଗାଡ଼ି ଅଟକିଲା। ସେଠାରେ ଆମକୁ ଅପେକ୍ଷା କରିଥିବା ନର୍ଦ୍ଦନ ରେଲଓ୍ବେର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆମ୍ଭ ପରିଚୟର ସମସ୍ତ ବିବରଣୀ ଦେବା ପରେ ରେଜିଷ୍ଟରରେ ଦସ୍ତଖତ କଲୁ। ସମୟ ଦିଆଗଲା ୧ ଘଣ୍ଟା। ଏଥର ଭିତରକୁ ପ୍ରବେଶ।

ସବୁ ରେଳଲାଇନ୍‌ ଭଳି ପଥ ବିଛାଯାଇଥିଲେ ମଧ୍ୟ ଉଭୟ ପାର୍ଶ୍ୱରେ ଥିଲା ତାରଜାଲି ଥିବା ପଦଚଲା ରାସ୍ତା। ଭିତରକୁ ଅନାଇବାରୁ ଦେଖିବାକୁ ପାଇଲୁ ଅନେକ ଯନ୍ତ୍ରପାତି ଖଞ୍ଜାଯାଇଛି। ନର୍ଦ୍ଦନ ରେଲଓ୍ବେର ସିନିୟର ପିଆର୍‌ଓ ରାଜେଶ ଖେରଙ୍କୁ ଏଭଳି ବ୍ୟବସ୍ଥା ବିଷୟରେ ପଚାରନ୍ତେ ସେ ଉତ୍ତର ଦେଇଥିଲେ ଯେହେତୁ ଜମ୍ମୁ ଓ କଶ୍ମୀର ଭାରତର ସମ୍ବେଦନଶୀଳ ଭୂଖଣ୍ଡ, ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି। କଥାବାର୍ତ୍ତା ବେଳେ ଜଣାପଡ଼ିଥିଲା ଯେ ଚେନାବ ରେଳ ପୋଲ ଉଧାମପୁର-ଶ୍ରୀନଗର-ବାରମୁଲ୍ଲା ରେଲ୍‌ ଲିଙ୍କ୍‌ (ୟୁଏସ୍‌ବିଆର୍‌ଏଲ୍‌)ର ଅଂଶବିଶେଷ। ଜମ୍ମୁ ଓ କଶ୍ମୀରକୁ ସବୁଦିନିଆ ପରିବହନ ବ୍ୟବସ୍ଥା ମଧ୍ୟକୁ ଆଣିବା ପାଇଁ ଭାରତ ସରକାର କଶ୍ମୀର ଉପତ୍ୟକା ସହ ଭାରତୀୟ ରେଳପଥକୁ ସଂଯୋଗ କରିବା ଲାଗି ୧୯୯୯ରେ ଚିନ୍ତା କରିଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ୨୦୦୨ରେ ଏହା ଜାତୀୟ ପ୍ରକଳ୍ପର ମାନ୍ୟତା ପାଇଥିଲା। ସଡ଼କ ପଥରେ ଜମ୍ମୁ ଓ କଶ୍ମୀରକୁ ସଂଯୋଗ ହେବା ଅସମ୍ଭବ ମନେ କରିବା ପରେ ଏହି ରେଳ ପ୍ରକଳ୍ପ ସେବେଠାରୁ ଆଗେଇ ଚାଲିଥିଲା। ଦୀର୍ଘ ଦୁଇ ଦଶନ୍ଧି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମୟରେ ଏହା ଫଳବତୀ ହେବାକୁ ଯାଉଛି। ଚେନାବ ନଦୀ ଉପରେ ନିର୍ମିତ ଏହି ରେଳ ପୋଲ ୩୫୯ ମିଟର ଅର୍ଥାତ୍‌ ୧,୧୭୮ ଫୁଟ ଉଚ୍ଚତାରେ ରହିଛି, ଯାହା ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଅବସ୍ଥିତ ଐତିହାସିକ ଆଇଫେଲ୍‌ ଟାଓ୍ବାରଠାରୁ ୩୫ ମିଟର ଉଚ୍ଚ। ଖୁବ୍‌ ଶୀଘ୍ର ପ୍ରଧାନମନ୍ତ୍ରୀ ଚେନାବ ପୋଲ ଉପରୁ ଏହି ଜାତୀୟ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର କାର୍ଯ୍ୟକ୍ରମ ରହିଛି।

ପୋଲ ଉପରେ ଘଣ୍ଟେ ରହଣି ବେଳେ ଆଇଫେଲ୍‌ ଟାଓ୍ବାରଠାରୁ ଉଚ୍ଚରେ ରହିଥିବା ଭଳି ମନେ କଲାବେଳେ ତଳକୁ ଅନାଇଦେଲି। ଚେନାବର ସ୍ବଚ୍ଛ ଜଳରାଶି ଓ ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ସନ୍ଦର୍ଶନ କଲା ପରେ ଭାବୁଥିଲି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ରେଳବ୍ରିଜ୍‌ ନିଶ୍ଚିତ ମୋ ଭଳି ଅନ୍ୟମାନଙ୍କୁ ଆକର୍ଷିତ କରିଚାଲୁଥିବ।

ପୋଲର ବୈଶିଷ୍ଟ୍ୟ

ଦାୟିତ୍ୱ : ନର୍ଦ୍ଦନ ରେଲଓ୍ବେ
କାର୍ଯ୍ୟକାରୀ ଏଜେନ୍ସି: ଏମ୍‌.ଏସ୍‌. କୋଙ୍କଣ ରେଲଓ୍ବେ କର୍ପୋରେଶନ
ଖର୍ଚ୍ଚ: ୧,୪୮୬ କୋଟି ଟଙ୍କା
ଠିକାଦାର: ଏମ୍‌ଏସ୍‌ ଚେନାବ ବ୍ରିଜ୍‌ ପ୍ରୋଜେକ୍ଟ ଅଣ୍ଡରଟେକିଂ
ବ୍ରିଜ୍‌ର ଲମ୍ବ: ୧,୩୧୫ ମିଟର
ସ୍ପାନ୍‌: ୧୭
ମୋଟ ଷ୍ଟିଲ୍‌ ଲାଗିଛି: ୨୮,୬୬୦ ଟନ୍‌
ବ୍ରିଜ୍‌ର ଜୀବନ: ୧୨୦ ବର୍ଷ


Enter your email to get our daily news in your inbox.

All Right Reserved By Dharitri.Com

ହୁତୁହୁତୁ ଜଳିଗଲା ବସ: ପୁରୀ ବସଷ୍ଟାଣ୍ଡରେ ଅଘଟଣ

ପୁରୀ,୨୩।୩: ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ହୁତୁହୁତୁ ଜଳିଗଲା ବସ। ପୁରୀ ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଜଳିଯାଇଥିଲା ବସ। ଅଗ୍ନିଶମ ବାହିନୀ ପହଞ୍ଚି…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଅର୍ଦ୍ଧାଧିକ ଦେଶ ସ୍କୁଲରେ ଫୋନ୍‌ ନିଷେଧ କଲେଣି: ୟୁନେସ୍କୋ

ନୂଆଦିଲ୍ଲୀ,୨୩ା୩(ପି.ଟି.): ଶ୍ରେଣୀଗୃହରେ ପିଲାମାନଙ୍କ ଧ୍ୟାନ ହ୍ରାସ ପାଇବା ସହ ଇଣ୍ଟରନେଟ୍‌, ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍‌ ଜରିଆରେ ସେମାନଙ୍କୁ ଡରାଇବା, ଅପମାନିତ କରିବା ଓ ବଦନାମ କରିବା…

ବାଇକକୁ ଧକ୍କା ଦେଲା ବୋଲେରୋ: ଚାଲିଗଲା ୨ ଜଣଙ୍କ ଜୀବନ

ଜୟପୁର,୨୩।୩(ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅନ୍ତର୍ଗତ ଥୋଡରିପୁଟ ନିକଟରେ ବାଇକକୁ ଧକ୍କା ଦେଇଛି ଏକ ବୋଲେରୋ ଗାଡି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ…

୨ ଗୁଣା ତରଳୁଛି ହିମାଳୟ ଗ୍ଲେସିୟର

କାଠମାଣ୍ଡୁ,୨୩ା୩(ପି.ଟି.): ହିନ୍ଦୁକୁଶ ହିମାଳୟରେ ଥିବା ଗ୍ଲେସିୟର ୨୦୦୦ରୁ ପୂର୍ବାପେକ୍ଷା ୨ ଗୁଣ ହାରରେ ତରଳୁଛି। ୧୯୯୦ରୁ ୨୦୨୦ ମଧ୍ୟରେ ୧୨ ପ୍ରତିଶତ ଅଞ୍ଚଳ ଗ୍ଲେସିୟର ହରାଇଲାଣି ବୋଲି ଆଇସିଆଇଏମ୍‌ଓଡି…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri