ସୁନୀତା ଉଇଲିୟମ୍ସଙ୍କ ସ୍ମରଣୀୟ ଅନ୍ତରୀକ୍ଷ ଯାତ୍ରା

ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଉଇଲିୟମ୍‌ସ ୨୦୨୪ ମସିହା ଜୁନ୍‌ ୫ ତାରିଖ ଦିନ ଆମେରିକୀୟ କମ୍ପାନୀ ବୋଇଙ୍ଗର ‘ଷ୍ଟାରଲାଇନର୍‌’ ଅନ୍ତରୀକ୍ଷ ଯାନରେ ପୃଥିବୀକୁ ପ୍ରଦକ୍ଷିଣ କରୁଥିବା ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ (ଆଇ.ଏସ୍‌. ଏସ୍‌.) କୁ ଯାତ୍ରା କରିଥିଲେ। ତା’ଙ୍କ ସହିତ ଅନ୍ୟ ଜଣେ ମହାକାଶଯାତ୍ରୀ ଥିଲେ ବୁଚ୍‌ ୱିଲମୋର୍‌। ମାତ୍ର ଯାନର ଇଞ୍ଜିନରୁ ହିଲିୟମ ଲିକ୍‌ ଘଟି ଯାନର ସମୁଦାୟ ୨୮ ଥ୍ରଷ୍ଟର୍‌ରୁ ୫ଟିରେ ତ୍ରୁଟି ପରିଲକ୍ଷିତ ହେବାରୁ ଇଞ୍ଜିନର ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇଥିଲା। ଫଳରେ ଯାନର ତାପନିରୋଧକ ଟେଫଲୋନ ଆବରକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଉପୁଜିଥିଲା, ଯାହା ପ୍ରତ୍ୟାବର୍ତ୍ତନ ସମୟରେ ବାୟୁମଣ୍ଡଳ ମଧ୍ୟରେ ଘର୍ଷଣ ଜନିତ ପ୍ରଚଣ୍ଡ ତାପମାତ୍ରାରୁ ଯାତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ। ଆହୁରି ମଧ୍ୟ ଯାନରୁ ନିର୍ଗତ ଗ୍ୟାସର ବେଗ ହ୍ରାସ ପାଇ ଏହାର ଦିକ୍‌-ଚାଳନା ଓ ନିୟନ୍ତ୍ରଣ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଥିଲା। ସୁତରାଂ ଷ୍ଟାରଲାଇନର୍‌ର ସେହି ଅନ୍ତରୀକ୍ଷ ଯାନରେ ମହାକାଶଚାରୀମାନଙ୍କୁ ନିରାପଦରେ ପୃଥିବୀ ଫେରାଇ ଆଣିବାରେ ସମସ୍ୟା ଉପୁଜିଥିଲା। ସେମାନଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ ନେଇ ଘୋର ଅନିଶ୍ଚିତତା ପ୍ରକାଶ ପାଇଥିଲା। ଯେହେତୁ ନାସା ନିକଟରେ ସେମାନଙ୍କୁ ତୁରନ୍ତ ପୃଥିବୀ ଫେରାଇ ଆଣିବା ନିମନ୍ତେ କୌଣସି ମହାକାଶଯାନ କିମ୍ବା ଯୋଜନା ନଥିଲା ସେ ଦୁହେଁ ମହାକାଶଚାରୀ ସେହି ଦିନଠୁଁ ସ୍ପେସ ଷ୍ଟେଶନରେ ଦୀର୍ଘ ଦିନ ଅଟକି ରହିଥିଲେ। ଚଳିିତ ବର୍ଷ ଗତ ମାର୍ଚ୍ଚ ୧୮ ତାରିଖରେ ଉଭୟ ମହାକାଶଚାରୀଙ୍କୁ ଶିଳ୍ପପତି ଏଲନ୍‌ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସର ଏକ ମହାକାଶ ଯାନ ‘କ୍ରୁ-୯’ ଜରିଆରେ ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରାଇ ଅଣାଯାଇଛି।
ନାସାର ବିରଳ ଇତିହାସ: ନାସାର ଏହି ଅଭିଯାନ ଅନ୍ତରୀକ୍ଷ ଯାତ୍ରା କ୍ଷେତ୍ରରେ ଏକକାଳୀନ ଦୁଇଟି ଯାନ ବ୍ୟବହାର କରିବା ଦୃଷ୍ଟିରୁ ଏକ ବିରଳ ଇତିହାସ ରଚନା କରିଛି। ସାଧାରଣତଃ ଯେଉଁ ଯାନ ମହାକାଶଚାରୀଙ୍କୁ ନେଇ ଅନ୍ତରୀକ୍ଷ ଯାତ୍ରା କରିଥାଏ ସେହି ଯାନ ହିଁ ମହାକାଶଚାରୀଙ୍କୁ ନେଇ ପୃଥିବୀ ପ୍ରତ୍ୟାବର୍ତ୍ତନ କରିଥାଏ। ମାତ୍ର ଏ କ୍ଷେତ୍ରରେ ମହାକାଶଚାରୀଙ୍କୁ ନେଇ ବୋଇଙ୍ଗର ‘ଷ୍ଟାରଲାଇନର୍‌’ ଯାନ ଯାଇଥିଲାବେଳେ ସେମାନଙ୍କୁ ପୃଥିବୀକୁ ଫେରାଇ ଆଣିବାରେ ଅନ୍ୟ ଏକ ମହାକାଶ ଯାନ ସ୍ପେସ୍‌ ଏକ୍ସର ‘କ୍ରୁ-୯’ ର ସହାୟତା ନିଆଯାଇଥିଲା।
ଅନ୍ତରୀକ୍ଷରେ ମନୁଷ୍ୟର ଦୀର୍ଘଦିନ ରହଣି: ତେବେ ପ୍ରଶ୍ନ ହେଉଛି: ଦୀର୍ଘ ୯ ମାସ କାଳ ଅଟକି ରହିଥିବା ମହାକାଶଚାରୀଙ୍କ ରହଣିସ୍ଥଳୀ ସ୍ପେସ୍‌ ଷ୍ଟେଶନରେ ଏତେଦିନ ପାଇଁ ଖାଦ୍ୟ, ପାନୀୟ ଜଳ, ଔଷଧ ଆଦି ଅତ୍ୟାବଶ୍ୟକ ପଦାର୍ଥ ମହଜୁଦ ଥିଲା କି? ଉତ୍ତର ‘ହଁ, ଥିଲା’ ବୋଲି ଧରାଯିବ; କାରଣ ନିୟମିତ ସମୟ ବ୍ୟବଧାନରେ ଉଭୟ ରୁଷିଆ ଓ ଆମେରିକାର ମହାକାଶଯାନଗୁଡ଼ିକ ପୃଥିବୀରୁ ବିଭିନ୍ନ ଯୋଗାଣ ସାମଗ୍ରୀ ବହନ କରି ସ୍ପେସ୍‌ ଷ୍ଟେଶନ ସହିତ ସଂଲଗ୍ନ ହୋଇଥାନ୍ତି। ନିକଟରେ ରୁଷିଆର ଏକ ମାଲବାହୀ ଯାନ ପ୍ରୋଗ୍ରେସ-୨୮ ବୈକାନୁର ଅନ୍ତରୀକ୍ଷ କେନ୍ଦ୍ରରୁ ଉତ୍‌କ୍ଷେପଣ ହୋଇ ପ୍ରାୟ ୩ ଟନ୍‌ ଓଜନର ଖାଦ୍ୟସାମଗ୍ରୀ ଓ ଯନ୍ତ୍ରପାତି ନେଇ ସ୍ପେସ୍‌ ଷ୍ଟେଶନରେ ପହଞ୍ଚି ଥିଲା। ସେହିପରି ସ୍ପେସ୍‌-ଏକ୍‌ସ କମ୍ପାନୀର ଅନ୍ୟ ଏକ ଯାନ ‘ସିଗ୍ନସ’ ନିଜର ଫାଲ୍କନ -୯ ରକେଟ ଜରିଆରେ ଫ୍ଲୋରିଡ଼ାର କାନାଭେରାଲ କେନ୍ଦ୍ରରୁ ଉତ୍‌କ୍ଷେପଣ ହୋଇ ପ୍ରାୟ ୮୨୦୦ ପାଉଣ୍ଡ ଓଜନର ଖାଦ୍ୟସାମଗ୍ରୀ, ପାନୀୟ ଜଳ, ଔଷଧ ଓ ଯନ୍ତ୍ରପାତି ନେଇ ସ୍ପେସ ଷ୍ଟେଶନ୍‌ରେ ସଂଲଗ୍ନ ହୋଇଥିଲା। ସେଗୁଡ଼ିକ ଫେରନ୍ତା ପଥରେ ସ୍ପେସ ଷ୍ଟେଶନରୁ ସଂଗୃହୀତ ଯାତ୍ରୀମାନଙ୍କ ବର୍ଜ୍ୟବସ୍ତୁ ଓ ଆବର୍ଜନା ସାଙ୍ଗରେ ଧରି ପୃଥିବୀକୁ ଫେରିଛନ୍ତି। ଫେରନ୍ତା ଯାତ୍ରାବେଳେ ଏହି ଆବର୍ଜନାସବୁକୁ ପୃଥିବୀକୁ ନଆଣି ମହାକାଶରେ ନିରାପଦ ଭାବେ ଫିଙ୍ଗି ଦିଆଯାଏ, ଯାହା ସମୟକ୍ରମେ ପୃଥିବୀ ଆଡକୁ ଗତିକରି ପୃଥିବୀର ବାୟୁମଣ୍ଡଳ ଘର୍ଷଣଜନିତ ତାତିରେ ସମ୍ପୂର୍ଣ୍ଣ ଜଳିଯିବ। ମହାକାଶଚାରୀମାନଙ୍କ ସୁଖଦ ରହଣି ନିମନ୍ତେ ସ୍ପେସ ଷ୍ଟେଶନରେ ଜିମ୍‌ ସମେତ ଅନେକ ସୁବିଧା ଉପଲବ୍ଧ ଅଛି। ଏହି ଜିମ୍‌ରେ ସେମାନେ ନିୟମିତ ବ୍ୟାୟାମ କରି ନିଜ ଶରୀରକୁ ଫିଟ ରଖି ପାରିବେ। ସ୍ପେସ୍‌ ଷ୍ଟେଶନରେ ମଧ୍ୟ ଟେଲିଭିଜନର ସୁବିଧା ରହିଛି, ଯେଉଁଥିରେ ସେମାନେ ନିଜ ମନମୁତାବକ ଚଳଚ୍ଚିତ୍ର ଦେଖିପାରିବେ। ଏହାଛଡା ସେଠାରେ ମଧ୍ୟ ମ୍ୟୁଜିକ ସିଷ୍ଟମ, ଡିଭିଡି ପ୍ଲେୟର୍‌, ୱାଇ ଫାଇ ଜରିଆରେ ଇଣ୍ଟରନେଟ ସେବା ଯୋଗାଣ ତଥା ଡିଜିଟାଲ ଲାଇବ୍ରେରିର ମଧ୍ୟ ସୁବିଧା ଅଛି, ଯାହା ଦ୍ୱାରା ମହାକାଶଯାତ୍ରୀମାନେ ମହାକାଶରେ ଦୀର୍ଘ ଦିନ ରହଣିକାଳ ମଧ୍ୟରେ ମନୋରଞ୍ଜନ ଦ୍ୱାରା ନିଜର ମାନସିକ ସ୍ବାସ୍ଥ୍ୟ ବଜାୟ ରଖି ପାରିବେ।
ସୁନୀତା ଓ ୱିଲମୋର୍‌ ମହାକାଶରେ ନିଜର ସମ୍ପ୍ରସାରିତ ରହଣିକାଳ ମଧ୍ୟରେ ଖାଲି ନ ବସି ମହାକାଶରେ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ନିରୀକ୍ଷା କରିବା ସହିତ ସ୍ପେସ ଷ୍ଟେଶନର ରକ୍ଷଣାବେକ୍ଷଣ କାର୍ଯ୍ୟରେ ସହାୟତା ପ୍ରଦାନ କରିଥିଲେ। ଏ ପରୀକ୍ଷାଗୁଡ଼ିକ ମଧ୍ୟରେ ପ୍ରମୁଖ ଥିଲା ମହାକାଶର ଭାରଶୂନ୍ୟ ପରିସ୍ଥିତିରେ ମନୁଷ୍ୟର ସହନଶୀଳତା, ଯାହା ପରବର୍ତ୍ତୀ ସମୟରେ ମହାକାଶରେ ମଣିଷର ସ୍ଥାୟୀ ବସତି ସ୍ଥାପନର ଯୋଜନାରେ ସହାୟକ ହେବ। ପୂର୍ବରୁ ସୁନୀତାଙ୍କର ମହାକାଶରେ ୩୦୦ରୁ ଊର୍ଦ୍ଧ୍ୱ ଦିନ ଅବସ୍ଥାନ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଅଂଶଗ୍ରହଣ କରିବାର ଦୀର୍ଘ ଅନୁଭୂତି ରହିଥିଲା।
ସୁନୀତାଙ୍କ ଜୀବନ ଓ ଯାତ୍ରା : ସୁନୀତା ଉଇଲିୟମ୍‌ସ ୧୯୬୫ ମସିହା ସେପ୍ଟେମ୍ବର ୧୯ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିଲାର ଓହିଓ ପ୍ରଦେଶର ୟୁକ୍ଲିଡଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପିତା ଦୀପକ ପାଣ୍ଡିଆ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିବା ଜଣେ ଭାରତୀୟ, ଯିଏ ବୃତ୍ତିରେ ଜଣେ ସ୍ନାୟୁ ଡାକ୍ତର ଥିଲେ। ସେ ଗୁଜରାଟ ରାଜ୍ୟର ମେହେସେନା ଜିଲାର ବାସିନ୍ଦା ଥିଲେ। ତାଙ୍କ ମାଆ ୱିସିଲିନ ବୋନି ପାଣ୍ଡିଆ ଆମେରିକା ନାଗରିକତ୍ୱ ଗ୍ରହଣ କରିଥିବା ସ୍ଲୋଭାନିଆ ଦେଶର ଜଣେ ମହିଳା ଥିଲେ। ତାଙ୍କର ପରିବାର ମାସାଚ୍ୟୁସେଟସ ରାଜ୍ୟର ଫାଲମାଉଥଠାରେ ବାସ କରୁଥିଲେ। ସେ ମାତାପିତାଙ୍କର ତିନି ଭାଇ ଭଉଣୀଙ୍କ ମଧ୍ୟରୁ ସବୁଠାରୁ କନିଷ୍ଠ ସଦସ୍ୟା ଥିଲେ। ଆମେରିକାରେ ତାଙ୍କର ଡାକ ନାମ ଥିଲା ‘ସୁନି’।
ସୁନୀତାଙ୍କର ପିଲାଦିନରୁ ବିଜ୍ଞାନ ଓ ସାହସିକତା କ୍ଷେତ୍ରରେ ଗଭୀର ଆଗ୍ରହ ଥିଲା। ସୁନୀତା ୧୯୮୭ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ନୌସେନା ଏକାଡେମୀରୁ ପଦାର୍ଥ ବିଜ୍ଞାନ ବିଷୟରେ ଶିକ୍ଷା ଗ୍ରହଣ କରି ସ୍ନାତକ ଡିଗ୍ରୀ ଲାଭ କରିଥିଲେ। ପରବର୍ତ୍ତୀ ୧୯୯୫ ମସିହାରେ ସେ ଫ୍ଲୋରିଡା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂ ପରିଚାଳନା ବିଷୟରେ ଅଧ୍ୟୟନ କରି ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। (କ୍ରମଶଃ…)

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?