ଥାନାରେ ଦ୍ୱାରସ୍ଥ ହେଲେ ପ୍ରେମିକଙ୍କ ସହ ଫେରାର ଥିବା ବିବାହିତ ମହିଳା

ବିନିକା,୪।୩: ପ୍ରେମିକ କଥାରେ ପଡି ଶାଶୁଘର ଛାଡି ଫେରାର ଥିବା ବରଗଡ଼ ଅଞ୍ଚଳର ଜଣେ ବିବାହିତା ମହିଳା ପ୍ରତାରଣାର ଶିକାର ହୋଇ ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସମ୍ପୃକ୍ତ ମହିଳାଙ୍କୁ ସ୍ବାମୀ କିମ୍ବା ବାପଘର ଲୋକେ ଗ୍ରହଣ ନ କରିବାରୁ ପୋଲିସ ତାଙ୍କୁ ସୋନପୁରସ୍ଥିତ ସଖି ଗୃହକୁ ପଠାଇ ଦେଇଛି। ସୂଚନା ଯୋଗ୍ୟ, ସମ୍ପୃକ୍ତ ମହିଳାଙ୍କ ଘର ବରଗଡ଼ ଅଞ୍ଚଳରେ। ସେ ୨୦୧୨ରେ ଗାଁ ପାଖ ଅଞ୍ଚଳର ଜଣେ ଯୁବକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଦୀର୍ଘ ୮ ବର୍ଷ ସେ ଶାଶୁଘରେ ରହିଥିଲେ। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଭଲ ରହିଥିଲା। ତାଙ୍କର ଗୋଟିଏ ଝିଅ ଅଛନ୍ତି। ୨ବର୍ଷ ତଳେ ମହିଳା ଜଣକ ବାପଘରକୁ ବୁଲିବାକୁ ଆସିଥିଲେ। ସେତିକିବେଳେ କଲେଜରେ ପଢିବା ସମୟରେ ଭଲ ପାଉଥିବା ଯୁବକଙ୍କ ସହ ତାଙ୍କର ଭେଟ ହୋଇଥିଲା। ମହିଳା ଜଣକ ପୁଣି ପ୍ରେମିକଙ୍କ ଜାଲରେ ପଡି ଝିଅଙ୍କୁ ଧରି ଫେରାର ହୋଇଯାଇଥିଲେ। ସେମାନେ ପ୍ରଥମେ ବରଗଡ଼ରୁ ଭୁବନେଶ୍ୱର ଆସିଥିଲେ। ସେଠାରେ କାମ ଧନ୍ଦା ନ ମିଳିବାରୁ ସେଠାରୁ ଝାନସୀ ଓ ଅନ୍ୟ କେତେକ ସ୍ଥାନକୁ ଯାଇଥିଲେ। କୌଣସି ସୂତ୍ରରୁ ଖବରପାଇ ଶାଶୁଘର ଓ ବାପଘର ଲୋକେ ଝିଅକୁ ଫେରାଇ ଦେବାକୁ କହିଥିଲେ ା ସେ ବରଗଡ଼ ଆସି ଝିଅକୁ ବାପଘର ଜିମା ଦେଇ ଚାଲି ଯାଇଥିଲେ ା ପରେ ଉଭୟ ସମ୍ବଲପୁରର ଗୋପାଳମାଳଠାରେ ରହିଥିଲେ। ଗତ ୨୬ ତାରିଖରେ କାମ ଅନ୍ବେଷଣରେ ପ୍ରେମିକ ଜଣକ ବାହାରକୁ ଯାଇ ଛୁ ମାରିଥିଲେ। ବହୁ ଖୋଜାଖୋଜି କରି ନ ପାଇବାରୁ ମହିଳା ଜଣକ ସମ୍ବଲପୁର ଅଏଁଠାପାଳି ଥାନାରେ ଜଣାଇଥିଲେ। ପରେ ଏ ନେଇ ବିନିକା ଥାନାରେ ଅଭିଯୋଗ କରିଥିଲେ। ପ୍ରେମିକ ଜଣକ ପ୍ରେମିକାଙ୍କ ସୁନା କାନଫୁଲ, ଗୋଟିଏ ମୋବାଇଲ ଫୋନ ଏବଂ ୧୫ ହଜାର ଟଙ୍କା ନେଇ ଚାଲିିଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

‘ତୁମର ଜାତି କ’ଣ, ତୁମେ କୋଭିଡ ଟିକା କେଉଁଠାରୁ ନେଇଛ…’; ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

କମାଲ କଲେ ସନ୍ନି-ପ୍ରୀତି ଯୋଡ଼ି: ଦର୍ଶକଙ୍କୁ ଲୁହରେ ଭିଜାଇଲା ବିଭାଜନର ଯନ୍ତ୍ରଣା

ସ୍ବାଧୀନତା ଦିବସର ବିଶେଷ ଅବସରରେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଣ୍ଟୱାରା ୧୯୪୭’ ସିନେମା ଘରେ ମୁକ୍ତିଲାଭ କରିଛି। ଭାରତ ବିଭାଜନର କଷ୍ଟକର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri