Posted inଫୁରସତ

ନୁଡଲ୍‌ ପ୍ଲେହାଉସ୍‌

ନୁଡଲ୍‌ ହେଉଛି ପିଲାଙ୍କର ଏକ ପ୍ରିୟ ଖାଦ୍ୟ। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପ୍ରିୟ ଖାଦ୍ୟକୁ ଜଣେ ବ୍ୟକ୍ତି ପିଲାଙ୍କ ଖେଳିବା ଘରରେ ରୂପାନ୍ତରିତ କରିଦେଇଛନ୍ତି। ଝାଙ୍ଗ ନାମକ ଏହି ବ୍ୟକ୍ତି ଜଣକ ଖରାପ ହୋଇଯାଇଥିବା ନୁଡଲ୍‌ରେ ଉକ୍ତ ଘର ତିଆରି କରିଛନ୍ତି। ତାଙ୍କର ଜଣେ ସାଙ୍ଗ ନୁଡଲ୍‌ ହୋଲସେଲର୍‌ ଅଟନ୍ତି। ତାଙ୍କ ପାଖରେ ଥିବା ଅନେକ ନୁଡଲ୍‌ ପ୍ୟାକେଟ୍‌ ଏକ୍ସପାୟରୀ ତାରିଖ ଅତିକ୍ରମ କରି ସାରିଥିଲା। ତେଣୁ ସେଗୁଡିକୁ ସେ ଫୋପାଡିବାକୁ ଚାହୁଁଥିଲେ। ହେଲେ ଝାଙ୍ଗ ତାଙ୍କୁ ଏମିତି କରିବାକୁ ମନା କରିଥିଲେ। ଆଉ ସେ ସେହି ଖରାପ ନୁଡଲ୍‌କୁ ଆଣି ଘର ଭିତରେ ଏକ ପ୍ଲେହାଉସ୍‌ କରିବା ଆରମ୍ଭ କରିଥିଲେ। ଏଥିରେ ସେ ୨୦୦୦ ପ୍ୟାକେଟ୍‌ ବ୍ୟବହାର କରିଛନ୍ତି। ଏହି ଛୋଟିଆ ପ୍ଲେ ହାଉସ୍‌ରେ ଏକ ନୁଡଲ୍‌ ଖଟ ବି ଅଛି। ଯାହା ଉପରେ ଜଣେ ବଡ ଲୋକ ବି ଆରାମରେ ଶୋଇପାରିବେ। ତା’ସହ ଏକ ଝରକା ବି ଅଛି। ଏହି ଘର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଘରକୁ ଅନେକେ ପ୍ରଶଂସା କରୁଥିବାବେଳେ କେହି କେହି କହୁଛନ୍ତି ଖରାପ ନୁଡଲ୍‌ରେ ପୋକ ହୋଇପାରେ ଓ ଏହା ପିଲାଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ହୋଇଯିବ ରାତି, ୨୭ ବର୍ଷ ପରେ ଅଗଷ୍ଟ ୧୨ରେ ଘଟିବାକୁ ଯାଉଛି ଏହି…

୨୭ ବର୍ଷ ପରେ ଏକ ଘଟଣା ଘଟିବାକୁ ଯାଉଛି। ଯାହା ଦିନ ରାତି ହୋଇଯିବ। ଏହା ୟୁରୋପ ଏବଂ ଆର୍କଟିକ୍‌ ଅଞ୍ଚଳରେ ପ୍ରଥମ ଘଟଣା ହେବ। ଏଠାରେ…

ଆକାଶରେ ଦେଖାଯାଉଥିବା ତାରା ଜିଅନ୍ତା ଅଟନ୍ତି? ସତ ଜାଣିଲେ ଚମକି ପଡିବେ…

ଆକାଶରେ ଚମକୁଥିବା ପ୍ରତ୍ୟେକ ତାରା ପଛରେ ଆଶ୍ଚର୍ଯ୍ୟଜନକ ରହସ୍ୟ ଲୁଚି ରହିଛି। ରାତିରେ ଆପଣ ଯେଉଁ ତାରାସବୁ ଦେଖନ୍ତି, ତାହା ହୁଏତ ସେଗୁଡ଼ିକର ବର୍ତ୍ତମାନ ନୁହେଁ ବରଂ…

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri