ପୁଅ ପ୍ରେମ ବିବାହ କରି ଚାଲିଯିବା ପରେ ବାପାଙ୍କ ବର୍ବର କାଣ୍ଡ: ସ୍ତ୍ରୀ, ଝିଅଙ୍କୁ ଶାବଳରେ ପିଟି ମାରିଦେବା ପରେ ନିଜେ କଲେ ଆତ୍ମହତ୍ୟା

ଜଗତ୍‌ସିଂହପୁର ଅଫିସ, ୪ା୭: ସ୍ତ୍ରୀ ଓ ଝିଅଙ୍କୁ ଶୁକ୍ରବାର ରାତିରେ ଶାବଳରେ ପିଟି ହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଜୋତଚଣ୍ଡପାଟଣାରେ। ମୃତକମାନେ ହେଲେ ଲୋକନାଥ ପାଳ(୫୪), ସ୍ତ୍ରୀ କଳ୍ପନା(୪୫) ଓ ଝିଅ ମଧୁସ୍ମିତା ଓରଫ ନକି(୨୧)। ଏକମାତ୍ର ପୁଅ ପ୍ରେମ ବିବାହ କରି ଚାଲିଯିବା ପରେ ମାନସିକ ଭାରସାମ୍ୟ ହରାଇ ଲୋକନାଥ ଏଭଳି କାଣ୍ଡ କରିଥିବା କୁହାଯାଉଛି। ଲୋକନାଥଙ୍କ ଭାଇ ଶଙ୍କର ପାଳଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା(ନଂ.୩୨୬/୨୧) ରୁଜୁ କରିବା ସହ ହତ୍ୟାରେ ବ୍ୟବହୃତ ଶାବଳ ଜବତ କରିଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲୋକନାଥ ରାଜମିସ୍ତ୍ରି ଭାବେ କାମ କରନ୍ତି। ତାଙ୍କର ୩ ଭାଇ ଥିଲେ ସୁଦ୍ଧା ସମସ୍ତେ ଅଲଗା ହୋଇ କିଛି ଦୂରରେ ରୁହନ୍ତି। ଲୋକନାଥଙ୍କ ପରିବାର କହିଲେ ସ୍ତ୍ରୀ, ଗୋଟିଏ ପୁଅ ଓ ଝିଅ। ସ୍ତ୍ରୀ ରୋଗାଗ୍ରସ୍ତ। ଝିଅ ନକି ଯୁକ୍ତ ୩ରେ ପଢ଼ୁଥିଲେ। ପୁଅ ପଙ୍କଜ ସ୍ନାତକ ପରେ ଜଣେ ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ କରି ଭୁବନେଶ୍ୱରରେ ରହୁଛନ୍ତି। ବିବାହ ପରଠୁ ସେ ଘରକୁ ଫେରିନାହାନ୍ତି। ଲୋକନାଥଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନାହିଁ। ଗୋଟିଏ ବଖରା ଛାତ ଓ କିଛି ଦୂରରେ ୨ ବଖରା ଚାଳ (୧ ରୋଷଶାଳା ଓ ଅନ୍ୟଟିରେ ଜିନିଷ ଗଚ୍ଛିତ) ଘରେ ପୂରା ପରିବାର ରୁହନ୍ତି। ପଙ୍କଜ ଘରକୁ ନ ଆସିବା ନେଇ ପରିବାରରେ ଅଧିକାଂଶ ସମୟ ଅଶାନ୍ତି ହେଉଥିଲା। ମାନସିକ ଅବସାଦ କାରଣରୁ ପ୍ରାୟ ୩ ମାସ ହେବ ଲୋକନାଥ କାମଧନ୍ଦା କରିବାକୁ ଯାଉ ନ ଥିଲେ। ଶୁକ୍ରବାର ସକାଳେ କଳ୍ପନା ଓ ଲୋକନାଥଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କିନ୍ତୁ ରାତିରେ କ’ଣ ଘଟିଲା କେହି ଜାଣନ୍ତି ନାହିଁ ବୋଲି ଗ୍ରାମବାସୀ ପୋଲିସକୁ କହିଛନ୍ତି। ସବୁଦିନ ପରି ଜଣେ ବ୍ୟକ୍ତି ଲୋକନାଥଙ୍କ ଅଗଣାରୁ ଶନିବାର ସକାଳେ ଫୁଲ ତୋଳିବାକୁ ଯାଇଥିଲେ। ସେତେବେଳେ ଝରକା ଖୋଲା ଥିଲା। ସମ୍ପୃକ୍ତ ବ୍ୟକ୍ତି ଝରକା ପଟେ ଲୋକନାଥଙ୍କୁ ଫ୍ୟାନରେ ଲାଗିଥିବା ରଶିରେ ଝୁଲୁଥିବା ଦେଖିଥିଲେ। ଏଥିସହ ଘର ଭିତରୁ କିଛି ଶବ୍ଦ ଶୁଣିଥିଲେ। ଏନେଇ ସମ୍ପୃକ୍ତ ବ୍ୟକ୍ତି ଲୋକନାଥଙ୍କ ଭାଇମାନଙ୍କୁ ଜଣାଇଥିଲେ। ସେମାନେ ଘରେ ପହଞ୍ଚତ୍ କବାଟ ଖୋଲିବା ପରେ କଳ୍ପନା ଓ ନକିଙ୍କୁ ଯନ୍ତ୍ରଣାରେ ଛଟଛଟ ହେଉଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ନକିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କଳ୍ପନାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବାଟରେ ତାଙ୍କା ମୃତ୍ୟୁ ଘଟିଥିଲା।

ଖବରପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ କରିଛି। ଲୋକନାଥ ଓ ନକିଙ୍କ ମୃତଦେହ ପଞ୍ଚନାମା ପରେ ବ୍ୟବଚ୍ଛେଦ କରାଯାଇଛି। କଟକ ବଡ଼ ଡାକ୍ତରଖାନାରେ କଳ୍ପନାଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଛି। ଖବରପାଇ ପୁଅ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ ଏକପ୍ରକାର ମୂକ ପାଲଟି ଯାଇଛନ୍ତି। ଏ ସମ୍ପର୍କରେ ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ କହିଛନ୍ତି, ଆର୍ଥିକ ଅନଟନ ଓ ପୁଅର ଅନୁପସ୍ଥିତି କାରଣରୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ତିନି ଦିନ ପରେ ପୁଣି ଫେରିଲା ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ୩.୫ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍‌ ଶନିବାର ଠାରୁ...

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ

ଜି.ଉଦୟଗିରି,୨୭।୧୨(ଚିନ୍ମୟ କୁମାର ସେଠୀ): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri