ପୁଅ ପ୍ରେମ ବିବାହ କରି ଚାଲିଯିବା ପରେ ବାପାଙ୍କ ବର୍ବର କାଣ୍ଡ: ସ୍ତ୍ରୀ, ଝିଅଙ୍କୁ ଶାବଳରେ ପିଟି ମାରିଦେବା ପରେ ନିଜେ କଲେ ଆତ୍ମହତ୍ୟା

ଜଗତ୍‌ସିଂହପୁର ଅଫିସ, ୪ା୭: ସ୍ତ୍ରୀ ଓ ଝିଅଙ୍କୁ ଶୁକ୍ରବାର ରାତିରେ ଶାବଳରେ ପିଟି ହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଜୋତଚଣ୍ଡପାଟଣାରେ। ମୃତକମାନେ ହେଲେ ଲୋକନାଥ ପାଳ(୫୪), ସ୍ତ୍ରୀ କଳ୍ପନା(୪୫) ଓ ଝିଅ ମଧୁସ୍ମିତା ଓରଫ ନକି(୨୧)। ଏକମାତ୍ର ପୁଅ ପ୍ରେମ ବିବାହ କରି ଚାଲିଯିବା ପରେ ମାନସିକ ଭାରସାମ୍ୟ ହରାଇ ଲୋକନାଥ ଏଭଳି କାଣ୍ଡ କରିଥିବା କୁହାଯାଉଛି। ଲୋକନାଥଙ୍କ ଭାଇ ଶଙ୍କର ପାଳଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା(ନଂ.୩୨୬/୨୧) ରୁଜୁ କରିବା ସହ ହତ୍ୟାରେ ବ୍ୟବହୃତ ଶାବଳ ଜବତ କରିଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲୋକନାଥ ରାଜମିସ୍ତ୍ରି ଭାବେ କାମ କରନ୍ତି। ତାଙ୍କର ୩ ଭାଇ ଥିଲେ ସୁଦ୍ଧା ସମସ୍ତେ ଅଲଗା ହୋଇ କିଛି ଦୂରରେ ରୁହନ୍ତି। ଲୋକନାଥଙ୍କ ପରିବାର କହିଲେ ସ୍ତ୍ରୀ, ଗୋଟିଏ ପୁଅ ଓ ଝିଅ। ସ୍ତ୍ରୀ ରୋଗାଗ୍ରସ୍ତ। ଝିଅ ନକି ଯୁକ୍ତ ୩ରେ ପଢ଼ୁଥିଲେ। ପୁଅ ପଙ୍କଜ ସ୍ନାତକ ପରେ ଜଣେ ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ କରି ଭୁବନେଶ୍ୱରରେ ରହୁଛନ୍ତି। ବିବାହ ପରଠୁ ସେ ଘରକୁ ଫେରିନାହାନ୍ତି। ଲୋକନାଥଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନାହିଁ। ଗୋଟିଏ ବଖରା ଛାତ ଓ କିଛି ଦୂରରେ ୨ ବଖରା ଚାଳ (୧ ରୋଷଶାଳା ଓ ଅନ୍ୟଟିରେ ଜିନିଷ ଗଚ୍ଛିତ) ଘରେ ପୂରା ପରିବାର ରୁହନ୍ତି। ପଙ୍କଜ ଘରକୁ ନ ଆସିବା ନେଇ ପରିବାରରେ ଅଧିକାଂଶ ସମୟ ଅଶାନ୍ତି ହେଉଥିଲା। ମାନସିକ ଅବସାଦ କାରଣରୁ ପ୍ରାୟ ୩ ମାସ ହେବ ଲୋକନାଥ କାମଧନ୍ଦା କରିବାକୁ ଯାଉ ନ ଥିଲେ। ଶୁକ୍ରବାର ସକାଳେ କଳ୍ପନା ଓ ଲୋକନାଥଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କିନ୍ତୁ ରାତିରେ କ’ଣ ଘଟିଲା କେହି ଜାଣନ୍ତି ନାହିଁ ବୋଲି ଗ୍ରାମବାସୀ ପୋଲିସକୁ କହିଛନ୍ତି। ସବୁଦିନ ପରି ଜଣେ ବ୍ୟକ୍ତି ଲୋକନାଥଙ୍କ ଅଗଣାରୁ ଶନିବାର ସକାଳେ ଫୁଲ ତୋଳିବାକୁ ଯାଇଥିଲେ। ସେତେବେଳେ ଝରକା ଖୋଲା ଥିଲା। ସମ୍ପୃକ୍ତ ବ୍ୟକ୍ତି ଝରକା ପଟେ ଲୋକନାଥଙ୍କୁ ଫ୍ୟାନରେ ଲାଗିଥିବା ରଶିରେ ଝୁଲୁଥିବା ଦେଖିଥିଲେ। ଏଥିସହ ଘର ଭିତରୁ କିଛି ଶବ୍ଦ ଶୁଣିଥିଲେ। ଏନେଇ ସମ୍ପୃକ୍ତ ବ୍ୟକ୍ତି ଲୋକନାଥଙ୍କ ଭାଇମାନଙ୍କୁ ଜଣାଇଥିଲେ। ସେମାନେ ଘରେ ପହଞ୍ଚତ୍ କବାଟ ଖୋଲିବା ପରେ କଳ୍ପନା ଓ ନକିଙ୍କୁ ଯନ୍ତ୍ରଣାରେ ଛଟଛଟ ହେଉଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ନକିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କଳ୍ପନାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବାଟରେ ତାଙ୍କା ମୃତ୍ୟୁ ଘଟିଥିଲା।

ଖବରପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ କରିଛି। ଲୋକନାଥ ଓ ନକିଙ୍କ ମୃତଦେହ ପଞ୍ଚନାମା ପରେ ବ୍ୟବଚ୍ଛେଦ କରାଯାଇଛି। କଟକ ବଡ଼ ଡାକ୍ତରଖାନାରେ କଳ୍ପନାଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଛି। ଖବରପାଇ ପୁଅ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ ଏକପ୍ରକାର ମୂକ ପାଲଟି ଯାଇଛନ୍ତି। ଏ ସମ୍ପର୍କରେ ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ କହିଛନ୍ତି, ଆର୍ଥିକ ଅନଟନ ଓ ପୁଅର ଅନୁପସ୍ଥିତି କାରଣରୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri