ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ କରିଛି। ଫୋନ କରିବା ସମୟରେ ସ୍ବାମୀ ଜଣଙ୍କ ଫୋନରେ କିଛି କହି ନଥିଲେ। ଏଥିରେ ହତାଶ ହୋଇ ମହିଳା ଫୋନ କାଟି ଦେଉଥିଲେ।

ଅଭିଯୁକ୍ତ ପୋଲିସକୁ କହିଥିଲେ ଯେ ଏହା ତାଙ୍କର ପ୍ରେମ ବ୍ୟକ୍ତ କରିବାର ଉପାୟ। ଫୋନ ଚୋରି ଅଭିଯୋଗରେ ପୋଲିସ ଜଣେ ୩୮ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରିଛି। ପଚରାଉଚରା ବେଳେ ସେ କହିଥିଲେ ଯେ ମୁଁ ମୋ ସ୍ତ୍ରୀଙ୍କୁ ଭଲ ପାଏ ଏବଂ କିଛି ନ କହି ତାଙ୍କୁ ଡାକେ।
ଏହି ଆଶ୍ଚର୍ଯ୍ୟଜନକ ମାମଲା ଜାପାନର ହାଇଗୋ ପ୍ରଦେଶର ଆମାଗାସାକିରୁ ଆସିଛି। ଜୁଲାଇ ୧୦ରୁ, ୩୧ ବର୍ଷ ବୟସ୍କା ମହିଳା ଅଜ୍ଞାତ ନମ୍ବରରୁ କଲ ଗ୍ରହଣ କରିବା ଆରମ୍ଭ କଲେ। କଲ କରୁଥିବା ବ୍ୟକ୍ତି କିଛି କହୁ ନ ଥିଲେ। ଏହା ପରେ ମହିଳା ଜଣକ ବିରକ୍ତ ହୋଇ କଲକୁ କାଟି ଦେଉଥିଲେ। ଏହି କ୍ରମ ଅନେକ ସପ୍ତାହ ପର୍ଯ୍ୟନ୍ତ ଚାଲିଲା। ଏହା ଏକ ଅଜ୍ଞାତ ନମ୍ବର ହୋଇଥିବାରୁ ମହିଳା ଜଣକ କଲକୁ ମଧ୍ୟ ବ୍ଲକ କରିପାରି ନ ଥିଲେ।
ଓଡିଟି ସେଣ୍ଟ୍ରାଲର ରିପୋର୍ଟ ଅନୁଯାୟୀ ମହିଳା ଜଣକ ଦିନସାରା ଡଜନେ କଲ ଗ୍ରହଣ କରିବା ଆରମ୍ଭ କରିଥିଲେ। କିନ୍ତୁ ପରେ ଏହି କ୍ରମ ଦିନକୁ ୧୦୦କଲରେ ପହଞ୍ଚିଲା। ଏଥିରେ ମହିଳା ଜଣକ ଅତ୍ୟନ୍ତ ବିରକ୍ତ ହୋଇଥିଲେ। କିନ୍ତୁ ଯେତେବେଳେ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ଫୋନରେ ଭିଡିଓ ଗେମ ଖେଳୁଥିଲେ, କୌଣସି କଲ ଆସିନଥିଲା। ଏହା ପରେ ସେ ଅଜ୍ଞାତ କଲରଙ୍କୁ ପ୍ରକାଶ କରିବାକୁ ଚେଷ୍ଟା କରିବା ଆରମ୍ଭ କଲେ।
ମହିଳା ଜଣକ ତାଙ୍କ ପିତାଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲେ। ବାସ୍ତବରେ ମହିଳା ଜଣକ କୌଣସି ଅଜଣା କଲ ପାଇ ନଥିଲେ ଯେତେବେଳେ ତାଙ୍କ ସ୍ବାମୀ ମୋବାଇଲ ଫୋନ ବ୍ୟବହାର କରୁଥିଲେ ଏବଂ ଏକାଠି ଶୋଇବା ଘରେ ଥିଲେ। ଏହାକୁ ନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ସ୍ବାମୀଙ୍କ ଉପରେ ସନ୍ଦେହ ସମ୍ପର୍କରେ ପୋଲିସ ସହ କଥା ହୋଇଥିଲେ। ଅନୁସନ୍ଧାନ ପରେ ମହିଳାଙ୍କ ସନ୍ଦେହ ସତ ହୋଇଗଲା। ସେପ୍ଟେମ୍ବର ୪ରେ ଜାପାନର ଷ୍ଟଲକର ବିରୋଧୀ ଆଇନ ଉଲ୍ଲଂଘନ ଅଭିଯୋଗରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଆମାଗାସାକିରେ ଗିରଫ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ମନ୍ଦିରରୁ ଚୋରି, ଦେଢ଼ଲକ୍ଷ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

ଭଞ୍ଜନଗର,୧୩ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଜିଲୁଣ୍ଡି ମଳାସପଦର ରାସ୍ତାରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ବିଳମ୍ବିତ ରାତିରେ…

ଭାରତୀୟ ବ୍ୟାଟରଙ୍କ ଉପରେ ଗମ୍ଭୀରଙ୍କ ରାଗ: ପରାଜୟର କାରଣ ନେଇ ଖୋଲିଲେ ମୁହଁ, କହିଲେ ଏହାର ପରିଣାମ…

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର କହିଛନ୍ତି ଯେ, ଅନ୍ତର୍ଜାତୀୟ କ୍ରିକେଟରେ ଏପରି…

ଟିମ୍‌ଇଣ୍ଡିଆ ସହ ହୋଇଛି ବଡ଼ ଧୋକା: ୩୩୩ ରନ ହୋଇଥିବା ପିଚ୍‌ରେ ଭାରତ ୮୯ରେ ଅଲଆଉଟକୁ ନେଇ ମୁହଁ ଖୋଲିଲେ ଶ୍ରେୟସ ଆୟର

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୨: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଯେଉଁ ପିଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୩୩ ରନ…

ବରଗଡ଼ ଗସ୍ତରେ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ, ୩୮୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ…

ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଶୁକ୍ରବାର ଦିନିକିଆ ବରଗଡ଼ ଗସ୍ତରେ ଆସି ଜିଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ…

ପାଟ୍ରୋଲିଂବେଳେ କାର୍‌ ଅଟକାଇଲା ପୋଲିସ, ଭିତରେ ଏତେ ଗଞ୍ଜେଇ ଦେଖି ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଶୁକ୍ରବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବେଗୁନିଆପଡ଼ା ଥାନା ନୂଆଗଡ଼ ସୁମଣ୍ଡଳ ଗ୍ରାମର ବାବୁ ନାୟକ(୨୫)ଙ୍କୁ ବ୍ରହ୍ମପୁର…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଘର ଲୋକଙ୍କ ଭୟରେ ଜଙ୍ଗଲକୁ ପଳାଇଥିଲେ ୪ ଦଶମ ଶ୍ରେଣୀ ଛାତ୍ର, ଆଉ ତା’ପରେ…

ବଲାଙ୍ଗୀର,୧୩।୧୧: ବଲାଙ୍ଗୀର ସହର ଉପକଣ୍ଠ ଜଙ୍ଗଲରୁ ଶୁକ୍ରବାର ୪ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମସ୍ତ ଛାତ୍ର ଲଳିତନଗର ଅଞ୍ଚଳର ବୋଲି ଜଣାପଡିଛି। ମିଳିଥିବା…

ଟିମ୍‌ଇଣ୍ଡିଆକୁ ଦିନରେ ତାରା ଦେଖେଇଦେଲେ ହେନରୀ: କଲେ ରେକର୍ଡ ବର୍ଷା

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଟିମ ଇଣ୍ଡିଆକୁ ୨୪୪ ରନ୍‌ର ବଡ଼…

ମୋ ଫୋନ ଟ୍ୟାପ କରାଯାଉଛି, ସବୁ ପ୍ରମାଣ ଏଥିରେ ଅଛି: ସାଂଘାତିକ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧୧: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ନିଜ ଫୋନ ଟ୍ୟାପିଂ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ସେ ଦାବି କରିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?