Posted inଜାତୀୟ

ପୁରୁଷ ବନ୍ଧୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ… ଯୁବତୀଙ୍କୁ ପୀଡ଼ିତା ମନେକରିବା ଭୁଲ୍‌

ନୂଆଦିଲ୍ଲୀ,୩ା୪: ଶାରୀରିକ ସମ୍ପର୍କ ସ୍ଥାପନ ପରେ ଯୋଡ଼ିଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଗଲେ ମହିଳାମାନେ ବଳାତ୍କାର ଅଭିଯୋଗ ଆଣୁଥିବା ଧାରାକୁ ଦେଖି ବୁଧବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ନିଜ ବିରୋଧରେ ବଳାତ୍କାର ମାମଲା ଖାରଜ ସକାଶେ ଜଣେ ପୁରୁଷଙ୍କ ପକ୍ଷରୁ ଦାଖଲ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଏମ୍‌.ଏମ୍‌. ସୁନ୍ଦରରେଶ ଏବଂ ରାଜେଶ ବିନ୍ଦାଲଙ୍କ ଖଣ୍ଡପୀଠ କହିଛନ୍ତି, ରୋମାନ୍ସ ବିଫଳ ହୋଇଗଲେ କିମ୍ବା ଯୋଡ଼ି ଭାଙ୍ଗିଗଲେ ମହିଳାମାନେ ବଳାତ୍କାର ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ। ବିଶେଷକରି ସମାଜରେ ପରିବର୍ତ୍ତନଶୀଳ ନୈତିକ ମୂଲ୍ୟବୋଧ ଦୃଷ୍ଟିକୋଣରୁ ବ୍ରେକ୍‌ଅପ୍‌ ପରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦ୍ୱାହି ଦେଇ ଏପରି ଅଭିଯୋଗ ଅଣାଯିବା ଅନୁଚିତ।

ଆଲୋଚ୍ୟ ମାମଲାରେ ମହିଳା ଜଣକ ନିଜ ପିଟିଶନରେ ତାଙ୍କ ପୂର୍ବତନ ପୁରୁଷ ବନ୍ଧୁଙ୍କ ବିରୋଧରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗ ଆଣିଥିଲେ। ଏହାକୁ ତାଙ୍କ ପୁରୁଷ ବନ୍ଧୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଶୀର୍ଷ ଅଦାଲତ ଏହା ଉପରେ ଆହୁରି କହିଛନ୍ତି, ଅଧିକାଂଶ ସମୟରେ ଏକ ରୁଢ଼ିବାଦୀ ମାନସିକତାର ପରିଣାମରୁ ଏଭଳି ଅଭିଯୋଗ ଆସିଥାଏ। ଆମ ବ୍ୟବସ୍ଥାରେ ଅଭାବ ଥିବାରୁ ମହିଳାମାନେ ପୁରୁଷଙ୍କୁ ଦୋଷ ଦେଇଥାନ୍ତି। ସମ୍ପୃକ୍ତା ମହିଳା ତାଙ୍କ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ୫ଟି ମାମଲା ଦାଏର କରିଛନ୍ତି। ମହିଳା ଜଣକ ଯଦି ଏତେ ନୀରିହା ତେବେ ସେ ସୁପ୍ରିମକୋର୍ଟକୁ ଆସି ନ ଥାଆନ୍ତେ। ସେ ଜଣେ ସାବାଳିକା। ତେଣୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଯୋଗୁ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ବୋଲି କହିବା ଅନୁଚିତ। ଏଠି ମହିଳାଙ୍କ ଯୁକ୍ତିକୁ ସତ ବୋଲି ଧରିନେଲେ କଲେଜରେ ଝିଅ ଓ ପୁଅଙ୍କ ମଧ୍ୟରେ ଯେକୌଣସି ସମ୍ପର୍କ ଦଣ୍ଡନୀୟ ହୋଇପାରିବ। ଧରାଯାଉ, ଉଭୟେ ପରସ୍ପରକୁ ଭଲ ପାଉଥିଲେ। ସମ୍ବନ୍ଧକୁ ଝିଅ ବିରୋଧ କଲେ ଏବଂ ପୁଅ କହିଲେ, ମୁଁ ଆସନ୍ତା ସପ୍ତାହରେ ତୁମକୁ ବିବାହ କରିବି। କିନ୍ତୁ ପରେ କୌଣସି କାରଣବଶତଃ ବିବାହ ସମ୍ପନ୍ନ ହୋଇ ନ ପାରିଲେ ତାହା ମଧ୍ୟ ଅପରାଧର ପଦବାଚ୍ୟ ହେବ। ତେଣୁ ଏଭଳି ମାମଲାରେ ଝିଅଙ୍କୁ ପୀଡ଼ିତା ଭାବେ ଦେଖାଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ କହିବା ସହ ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କ ଆବେଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିପାକ୍ଷିକ ବୈଠକବେଳେ ବଡ଼ ପ୍ରତିଶ୍ରୁତି ଦେଲେ ଡୋନାଲ୍ଡ ଟ୍ରମ୍ପ: ମୋଦି ପିଏମ୍‌ ଥିବା ଯାଏ…ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୭।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ ଜି-୭ ସମ୍ମିଳନୀ ଅବସରରେ ବୁଧବାର ସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ…

ଦୋଷୀ ସାବ୍ୟସ୍ତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, କଟିଯିବ…

କଲମ୍ବୋ,୧୭।୬: ଶ୍ରୀଲଙ୍କାରେ ଚାଲିଥିବା ତ୍ରିଦେଶୀୟ (ଟ୍ରାଇ) ସିରିଜ ଦରମ୍ୟାନ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଇଣ୍ଡିଆ ‘ଏ’ ପକ୍ଷରୁ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ବୈଭବ…

ଧୂଷୁରୀପଙ୍ଗଟା ମୁଖ୍ୟରାସ୍ତାରେ ମଦ ଦୋକାନ ପୁନଃସ୍ଥାପନକୁ ବିରୋଧ: ଜିଲାପାଳଙ୍କୁ ଭେଟି ଦାବିପତ୍ର

ଅସୁରାଳି, ୧୭।୬ (ସନ୍ତୋଷ ସାହୁ): ଧାମନଗର ବ୍ଲକ ଅଧୀନସ୍ଥ ଧୂଷୁରୀପଙ୍ଗଟା ମୁଖ୍ୟ ରାସ୍ତାପାର୍ଶ୍ୱରେ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନକୁ ପୁନର୍ବାର ସ୍ଥାପନ ନ କରିବା…

ଚାମେଲିଙ୍କ ସପକ୍ଷରେ ବାହାରିଲେ ପାଟଣା ବ୍ଲକ ସରପଞ୍ଚ: ଚାମେଲିଙ୍କୁ ଦୋଷ ମୁକ୍ତ କର, ନ ହେଲେ…

ପାଟଣା,୧୭।୬(ବୀର କିଶୋର ଦାଶ):କେନ୍ଦ୍ରାପଡା ଜିଲା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ସପକ୍ଷରେ ବାହାରିଲେ ପାଟଣା ବ୍ଲକ ସରପଞ୍ଚ। ଯେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ପ୍ରଦାନ ସହ ସମ୍ପୂର୍ଣ୍ଣ…

ଶେଷ ଦିନରେ ୧୩ ଜଣ ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ, କିଏ କେଉଁ ଜୋନ୍‌ରୁ ଦେଖନ୍ତୁ ପୂରା ଲିଷ୍ଟ

ଛତ୍ରପୁର,୧୭।୬ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଯୋଜନା କମିଟି ସଦସ୍ୟ ଲାଗି ଆଜି ଶେଷ ଦିନରେ ୧୩ ଜଣ ଜିଲା ପରିଷଦ ସଭ୍ୟ / ସଭ୍ୟା ସେମାନଙ୍କ…

ଅଧା ରହିଗଲା ବିଜୟର ଖୁସି! ସିରାଜ, ତିଳକଙ୍କ ସମେତ ୩ କ୍ରିକେଟରଙ୍କୁ ଲିଗାଲ ନୋଟିସ୍‌, ବଢ଼ିଲା… 

ହାଇଦ୍ରାବାଦ,୧୭।୬: ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରିଦେଶୀୟ ସିରିଜ୍‌ର ଫାଇନାଲ୍‌ରେ ପ୍ରବେଶ କରି ଭାରତୀୟ ଏ-ଦଳ (India A) ଉତ୍ସବ ମନାଉଥିବା ବେଳେ ଅଧିନାୟକ ତିଲକ ବର୍ମାଙ୍କୁ ଏକ ବଡ଼…

ବଲାଙ୍ଗୀର ଜିଲା ଯୁବମୋର୍ଚ୍ଚା କମିଟି ଘୋଷଣା: ଜାଣନ୍ତୁ କାହାକୁ କାହାକୁ ମିଳିଲା ଦାୟିତ୍ୱ

ବଲାଙ୍ଗୀର,୧୭।୬(ସୁନୀଲ କୁମାର ମହାନ୍ତି ): ଆଜି ରାଜ୍ୟ ନିର୍ଦ୍ଦେଶ କ୍ରମେ ଓ ଜିଲା ଭାଜପା ପକ୍ଷରୁ ବିଧିବଦ୍ଧ ଭାବେ ବଲାଙ୍ଗୀର ଜିଲା ଭାଜପା ଯୁବମୋର୍ଚ୍ଚା କମିଟି ଘୋଷଣା…

ଧାର ଟଙ୍କା ପରିଶୋଧକୁ କେନ୍ଦ୍ରକରି ଛୁରୀରେ ମରଣାନ୍ତକ ଆକ୍ରମଣ ; ଜାମିନ ଆବେଦନ ଖାରଜ ହେବାରୁ ୨ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର ଚନ୍ଦନ ସ୍ବାଇଁଙ୍କ ଠାରୁ ଗ୍ରାମର ଏ.ସନ୍ତୋଷ ପାତ୍ର ଗତ ପ୍ରାୟ ୩ ମାସ ପୂର୍ବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri