ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ ଭିତରେ ଥିବା ଟେକ୍ଟୋନିକ୍ ପ୍ଲେଟ୍‌ଗୁଡ଼ିକର କ୍ରମାଗତ ଚଳନ ଏବଂ ଭୂତଳ ଚାପ ଯୋଗୁଁ ରାଜ୍ୟର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଭୂକମ୍ପିତ ହେବାର ଆଶଙ୍କା ଦେଖାଦେଇଛି। ଗତ ୧୨ ବର୍ଷ ଭିତରେ ୨ଟି ଭୂକମ୍ପ ଝଟକା ଓଡ଼ିଶାକୁ ଥରାଇ ଦେଇଥିଲା। ୨୦୧୪ ଓ ୨୦୨୫ର ଭୂକମ୍ପ କମ୍ପନ ଛାତିରେ ଛନକା ଭରି ଦେଇଥିଲା । ୟା’ଠାରୁ ବି ବଡ଼ ଧରଣର ଶକ୍ତିଶାଳୀ ଭୂମିକମ୍ପ ଆଗକୁ ଆସିପାରେ। ତୀବ୍ରତା ୬-୭ଟପିପାରେ। ବଙ୍ଗୋପସାଗର ଏମିତି କିଛି ସଙ୍କେତ ଦେଖାଇଲାଣି। ବର୍ଷ ବର୍ଷ ଧରି ସମୁଦ୍ର ଗର୍ଭରେ ଦବି ରହିଥିବା ଦୁର୍ବଳ ଭୂଖଣ୍ଡ ତଳୁ ଉଠିପାରେ କମ୍ପନର ଶକ୍ତିଶାଳୀ ବିସ୍ଫୋରଣ। ଦୋହଲାଇ ଦେଇପାରେ ଉପକୂଳ ଓଡ଼ିଶା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ।
ଆଇଆଇଟି ଖଡ଼ଗପୁରର ଭୂତତ୍ତ୍ୱ ବିଜ୍ଞାନ ଗବେଷକ ଟିମର ସଦ୍ୟ ପ୍ରକାଶିତ ଗବେଷଣା ରିପୋର୍ଟରୁ ଯେଉଁ ତଥ୍ୟ ମିଳିଛି, ତାହା ଭୟାନକ ସଙ୍କେତ ଦେଖାଉଛି। ଶାନ୍ତ ବଙ୍ଗୋପସାଗର ଗର୍ଭ ଭିତରେ କିଛି ବଡ଼ ଧରଣର ହଲଚଲ୍ ଆରମ୍ଭ ହେଲାଣି। ଆଗାମୀଦିନରେ ବଙ୍ଗୋପସାଗର ଏକ ପ୍ରମୁଖ ଭୂକମ୍ପ ସମ୍ବେଦନଶୀଳ କ୍ଷେତ୍ର ରୂପ ନେଇପାରେ। ଦୀର୍ଘ ବର୍ଷ ଧରି ସୁପ୍ତ ରହିଥିବା ପୁରୁଣା ଫାଟଗୁଡ଼ିକ ସକ୍ରିୟ ହେଉଛନ୍ତି। ଗବେଷଣା ଅନୁସାରେ ଭାରତୀୟ ଭୂଖଣ୍ଡ ଉତ୍ତର-ପୂର୍ବ ଦିଗକୁ ଗତି କରୁଥିବାରୁ ସମୁଦ୍ର ତଳେ ଚାପ ସୃଷ୍ଟି ହେଉଛି।
ଖାଲି ସେତିକି ନୁହେଁ, ଗଙ୍ଗା, ବ୍ରହ୍ମପୁତ୍ର, ମହାନଦୀ ସମେତ ବିଭିନ୍ନ ନଦୀରୁ ପ୍ରଚୁର ମାତ୍ରାରେ ପଟୁ ମାଟି ବର୍ଷ ବର୍ଷ ଧରି ସମୁଦ୍ର ଭିତରେ ଜମାଟ ବାନ୍ଧିବାରେ ଲାଗିଛି। ସମୁଦ୍ର ଗର୍ଭସ୍ଥ ଭୂପୃଷ୍ଠରୁ ପ୍ରାୟ ୧୩ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବହଳ ପଟୁ ମାଟି ଜମାଟ ବସି ସାରିଲାଣି। ଭୂଖଣ୍ଡର ପୁରୁଣା ଫାଟକୁ ଏହା ଗଭୀର ପ୍ରଭାବ ପକାଉଛି। ଏସବୁ ଚାପ ଯେଉଁ ଫାଟ ଉପରେ ରହୁଛି, ତାହା ମୁକ୍ତ ହୋଇ ବାହାରୁନି। ଚାପ ଏତେ ବଢ଼ିଗଲାଣି ଯେ ଏହି ଦୁର୍ବଳ ଭୂଖଣ୍ଡରୁ କେବେ ବି ବଡ଼ ଧରଣର ହଲଚଲ ଆସିପାରେ। ଏହା ମଧ୍ୟମରୁ ବଡ଼ ଧରଣର ଭୂକମ୍ପ କରିପାରେ। ଯାହାକି ବଡ଼ ବିପଦ ସୃଷ୍ଟି କରିବା ନେଇ ବିଶେଷଜ୍ଞ ଆଶଙ୍କା କରୁଛନ୍ତି।
ବଙ୍ଗୋପସାଗର ଭୂଗର୍ଭରେ କମ୍ପନ ହେଲେ ଓଡ଼ିଶାକୁ ବିପଦ ବେଶି। ବାଲେଶ୍ୱରରୁ ଗଞ୍ଜାମ ପର୍ଯ୍ୟନ୍ତ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକୁ ଭୂକମ୍ପ ବିପଦ ଅଧିକ। ଓଡ଼ିଶା ଉପକୂଳ ଓ ମହାନଦୀ ଶଯ୍ୟା ଅଞ୍ଚଳର ମାଟି ନରମ ରହୁଥିବାରୁ ଭୂକମ୍ପ କମ୍ପନ ତୀବ୍ରତାକୁ ବହୁଗୁଣିତ କରିବାର ଆଶଙ୍କା ରହିଛି। ପାରାଦୀପ, ଧାମରା, ଗୋପାଳପୁର ପରି ବନ୍ଦର ଅଞ୍ଚଳ ଏଥିରେ ପ୍ରଭାବିତ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?