ଏସ୍‌ସିବିରେ ଯକୃତ ପ୍ରତିରୋପଣ କେନ୍ଦ୍ର ଉଦ୍‌ଘାଟିତ

କଟକ ଅଫିସ, ୨୬।୧୦: ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ବିକାଶରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ନିମନ୍ତେ ସୋମବାର ଏଠାରେ ୨ଟି ନୂତନ ବିଭାଗ ଉଦ୍‌ଘାଟିତ ହୋଇଛି। ଲିଭର ଟ୍ରାନ୍ସପ୍ଲାଣ୍ଟ (ଯକୃତ ପ୍ରତିରୋପଣ କେନ୍ଦ୍ର) ଏବଂ ଶିଶୁ ଆଲର୍ଜି, ଶ୍ୱାସ ଓ ଫୁସ୍‌ଫୁସ୍‌ ରୋଗ ବହିର୍ବିଭାଗକୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଦ୍‌ଘାଟନ କରିଛନ୍ତି। ଏଥିସହ ହସ୍ପିଟାଲ ପରିସରରେ ଯାନବାହନ ରହଣି ଲାଗି ପାର୍କିଂସ୍ଥଳ ମଧ୍ୟ ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ମନ୍ତ୍ରୀ ଦାସ କହିଛନ୍ତି, ଏସ୍‌ସିବିକୁ ବିଶ୍ୱସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏବେ ଏଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ, ଶିଶୁ ଆଲଜର୍ର୍ି, ଶ୍ୱାସରୋଗ ଓ ଫୁସ୍‌ଫୁସ୍‌ ରୋଗ ବହିର୍ବିଭାଗ ଖୋଲାଯିବା ଦ୍ୱାରା ରୋଗୀଙ୍କୁ ଆଉ ଅଯଥା ଖର୍ଚ୍ଚାନ୍ତ ହୋଇ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଦାସ ପ୍ରକାଶ କରିଛନ୍ତି।
ଉଦ୍‌ଘାଟନ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ନିଜେ ପ୍ରଥମ ରୋଗୀଙ୍କ ନାମ ପଞ୍ଜୀକରଣ କରିଛନ୍ତି। ରୋଗୀ ଜଣକ ରାଉରକେଲା ଅଞ୍ଚଳର ବିଚିତ୍ରାନନ୍ଦ ଖଟୁଆ। ତାଙ୍କର ପୁତ୍ର ଯକୃତ ଦାନ କରିବେ। ରାଜ୍ୟରେ ଯକୃତ ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ ସରକାର ୨୨କୋଟି ଟଙ୍କା ଖର୍ଚ୍ଚ କରି ଏସ୍‌ସିବି ମେଡିକାଲରେ ଏହି ସ୍ବତନ୍ତ୍ର ୟୁନିଟ୍‌ ଖୋଲିଛନ୍ତି। ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ପୂର୍ବରୁ ଓଡ଼ିଶାରେ ଏଭଳି ସୁବିଧା ନ ଥିଲା। ଫଳରେ ରୋଗୀଙ୍କୁ ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ ଓ ନୂଆଦିଲ୍ଲୀ ପ୍ରଭୃତି ସ୍ଥାନକୁ ଯିବାକୁ ପଡୁଥିଲା। ମାତ୍ର ଏବେ ଏସ୍‌ସିବିରେ କମ୍‌ ଖର୍ଚ୍ଚରେ ଏହି ସେବା ମିଳିପାରିବ। ସେହିପରି ଏସ୍‌ସିବି ପାଇଁ ୧୨ କୋଟି ଟଙ୍କା ବ୍ୟୟରେ ଯନ୍ତ୍ରପାତି କ୍ରୟ କରାଯାଇଥିବାବେଳେ ମେଡିକାଲ ଭିିତ୍ତିଭୂମି ବିକାଶରେ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଏସ୍‌ସିବି ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଏସ୍‌ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ଅଧୀକ୍ଷକ ପ୍ରଫେସର ଡା. ଲୁସି ଦାସ, ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ଡା. ଜୟନ୍ତ କୁମାର ପଣ୍ଡା, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଯକ୍ଷ୍ମା ଓ ଛାତି ରୋଗ ବିଭାଗ ମୁଖ୍ୟ ପ୍ରଫେସର ଡା. ମନୋରଞ୍ଜନ ପଟ୍ଟନାୟକ, ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡା. ବନବିହାରୀ ମିଶ୍ର, ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା, ଦନ୍ତବିଭାଗ ମୁଖ୍ୟ ପ୍ରଫେସର ଡା. ଇନ୍ଦୁଭୂଷଣ କର, ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷାଫଳ

କଟକ ଅଫିସ, ୬।୭: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷାଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ବୁଧବାର ପରୀକ୍ଷାଫଳ ପ୍ରକାଶ କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ...

ବାର୍ଥଡେ ପାର୍ଟିରେ ଲୁହା ରଡ଼ରେ ପିଟି ଯୁବକଙ୍କୁ ହତ୍ୟା

ନୂଆଗାଁ, ୧୦।୧: ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ ପୁରୁଣାପାଣି କଦମଟୋଲା ବସ୍ତିରେ ଶନିବାର ରାତିରେ ଘଟିଛି ଏକ ହତ୍ୟାକାଣ୍ଡ। ଜନୈକ ବ୍ୟକ୍ତିଙ୍କ...

ଅସୁବିଧା ଭୋଗୁଛନ୍ତି ୧୫ରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ନୂଆପଡ଼ା ଅଫିସ,୪।୧୧:ନୂଆପଡା ଜିଲା ସଦର ମହକୁମାର ଅନେକ ସ୍ଥାନକୁ ଗ୍ରାମ୍ୟ ଉନ୍ନଉନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଯୋଡା ଯାଉଛି। କିନ୍ତୁ ଅନେକ...

ଜିଲାପାଳଙ୍କ ବିରୋଧରେ ଅଭିଯୋଗ ଆଣିଲେ ସିଡିଏମ୍ଓ‌

ବରଗଡ଼ ଅଫିସ, ୨୪।୨: ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀଙ୍କ ବିରୋଧରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡା. ଚାରୁବାଳା ରଥ ଅଭିଯୋଗ ଆଣି ରାଜ୍ୟ ସ୍ବାସ୍ଥ୍ୟ...

ମହାପ୍ରଭୁଙ୍କୁ ଲାଗି ହେଲା ସପ୍ତପୁରୀ ଭୋଗ

ପୁରୀ ଅଫିସ,୨୭।୮- ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା ଅବସରରେ ଶନିବାର ଶ୍ରୀମନ୍ଦିର ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସପ୍ତପୁରୀ (ସାତପୁରୀ) ବିଶିଷ୍ଟ ପିଠା ପ୍ରସ୍ତୁତ...

‘ନକାରାତ୍ମକ ମନୋଭାବର ପ୍ରତିଫଳନ’

କଟକ ଅଫିସ,୨୦ା୫: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିବାବେଳେ ଏବେ ହାଇକୋର୍ଟ ବାର୍‌...

ସାପ କାମୁଡ଼ାରେ ନାବାଳକ ମୃତ: ମେଡିକାଲରେ ଗୁଣିଆ କଲେ ଝଡ଼ାଫୁଙ୍କା

ଅନୁଗୋଳ ଅଫିସ, ୧୫।୯ – ସାପ କାମୁଡ଼ାରେ ଗୁରୁତର ହୋଇଥିବା ଜଣେ ନାବାଳକଙ୍କ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।...

ଶର୍ଟ ସର୍କିଟ୍‌ ଯୋଗୁ ଲାଗିଲା ନିଆଁ

ରାୟଗଡ଼ା,୨୨।୧୨(ସ୍ବ.ପ୍ର.): ରାୟଗଡା ସହର ରୟତ କଲୋନୀର ଏକ ଘରେ ଗୁରୁବାର ଶର୍ଟ ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପ୍ରାୟ ୭୦ ହଜାର ଟଙ୍କାର ସମ୍ପତ୍ତି...

Advertisement
Archives

Model This Week