ରୋଗୀଙ୍କୁ ଶିଡ଼ି ଭରସା

ରାଉରକେଲା,୧୬।୯(ଦିନେଶ ମିଶ୍ର): ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ସହରର ଏକ ପ୍ରମୁଖ ଡାକ୍ତରଖାନା। ଏହି ଡାକ୍ତରଖାନାକୁ ରାତି ପାହିଲେ ହଜାର ହଜାର ରୋଗୀ ଚିକିତ୍ସିତ ହେବାକୁ ଆସିଥାନ୍ତି। ଡାକ୍ତରଖାନା ଉପରେ ଜିଲା ତଥା ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡରୁ ରୋଗୀ ନିର୍ଭର କରିଥାନ୍ତି। ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ପୋଡାଜଳା, ଅସ୍ଥିଶଲ୍ୟ, ଚକ୍ଷୁ, ନିଦାନ ଭଳି ବିଭିନ୍ନ ବିଭାଗ ରହିଛି। ତେବେ ଆର୍‌ଜିଏଚ୍‌ର ଅନ୍ତଃ ବିଭାଗରେ ଏବେ ନାନା ସମସ୍ୟା ଦେଖିବାକୁ ମିଳିଛି। ଏହି ବିଭାଗରେ ପ୍ରଥମ ମହଲାକୁ ଯିବା ପାଇଁ ୧୫ଟି ପାହାଚ ବିଶିଷ୍ଟ ଶିଡ଼ି ରହିଛି। ଯଦି ଗୁରୁତର ରୋଗୀ ଉପର ମହଲାରେ ଭର୍ତ୍ତି ହେବାକୁ ଯାଆନ୍ତି ତେବେ ତାଙ୍କୁ ଟେକି କରି ନେଇଯିବାକୁ ପଡିଥାଏ। ଡାକ୍ତରଖାନାର ଅନ୍ତଃ ବିଭାଗକୁ ଭେଷଜ ଚିକିତ୍ସା, ଅସ୍ତ୍ରୋପଚାର ରୋଗୀମାନେ ଆସିଥାନ୍ତି। ଏହି ବିଭାଗକୁ ରେଫର ହେଉଥିବା ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଖାନା ହ୍ବିଲ ଚେୟାର ନଚେତ ଷ୍ଟ୍ରେଚର ସାହାଯ୍ୟରେ ରୋଗୀଙ୍କୁ ଶିଡିରେ ବହୁ କଷ୍ଟରେ ନେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଅନ୍ତଃ ବିଭାଗରେ ହଜାର ହଜାର ରୋଗୀଙ୍କ ପାଇଁ ମାତ୍ର ୪ଟି ଷ୍ଟ୍ରେଚର ଥିବାବେଳେ ୬ଟି ହ୍ବିଲ ଚେୟାର ରହିଛି। ଯଦି କୌଣସି ରୋଗୀ ଏହି ବିଭାଗରେ ଭର୍ତ୍ତି ହେବାକୁ ଆସନ୍ତି ସେ ଷ୍ଟ୍ରେଚର ସୁବିଧା ପାଉନାହାନ୍ତି। ସେହିପରି ଦିନବେଳା ଆଉଟ୍‌ଡୋରରେ ଡାକ୍ତରମାନେ ବସୁଥିବାବେଳେ ରାତି ୯ଟା ପରେ ଇନ୍‌ଡୋରରେ ବସନ୍ତି। ଫଳରେ ଅନ୍ତଃ ବିଭାଗରେ ବାଧ୍ୟହୋଇ ରାତିରେ ଆସୁଥିବା ରୋଗୀମାନେ ଡାକ୍ତରଙ୍କୁ ପରାମର୍ଶ କରିଥାନ୍ତି। ଡାକ୍ତରଙ୍କୁ ଦେଖାଇବା ପରେ ଔଷଧ ପାଇଁ ଉପର ମହଲାକୁ ଯିବାକୁ ପଡିଥାଏ। ଫଳରେ ବହୁ ରୋଗୀ ଏହି ଶିଡିଦେଇ କଷ୍ଟରେ ଔଷଧ ଆଣିଥାନ୍ତି । ଏ ନେଇ ଅନ୍ତଃ ବିଭାଗରେ ଚିକିତ୍ସାଧୀନ ଜଣେ ରୋଗୀ ମଣିଲାଲ କେରକେଟ୍ଟା କୁହନ୍ତି, ଆର୍‌ଜିଏଚ୍‌ର ଅନ୍ତଃ ବିଭାଗରେ ଥିବା ଶିଡିରେ ବୃଦ୍ଧ ଓ ମହିଳା ରୋଗୀମାନଙ୍କୁ ଯାତାୟାତରେ ଅସୁବିଧା ହେଉଛି। ଯଦି ଡାକ୍ତରଖାନା କର୍ତ୍ତୃପକ୍ଷ ଶିଡି ବଦଳରେ ର଼୍ୟାମ୍ପ୍‌ ବ୍ୟବସ୍ଥା କରନ୍ତେ ତାହେଲେ ଏଠାକୁ ଆସୁଥିବା ରୋଗୀ ଉପକୃତ ହୁଅନ୍ତେ। ଏ ନେଇ ଡାକ୍ତରଖାନାର ନିର୍ଦ୍ଦେଶକ ଡ. ସନ୍ତୋଷ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଥିଲେ, ଡାକ୍ତରଖାନାର ଅନ୍ତଃ ବିଭାଗ ପଛପଟ ଦେଇ ର଼୍ୟାମ୍ପ ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହା ବୁଲାଣି ପଡୁଥିବାରୁ ଏହାକୁ ବହୁ ଲୋକ ବ୍ୟବହାର କରୁନାହାନ୍ତି। ତଥାପି ଆମେ ଆଗାମୀ ଦିନରେ ଏହି ର଼୍ୟାମ୍ପ ଦେଇ ରୋଗୀ ଓ ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସୂଚନା ଫଳକ ଲଗାଇ ଏହାକୁ ଅଧିକ ବ୍ୟବହାର କରିବା ପାଇଁ ଅବଗତ କରିବୁ । ଫଳରେ କୌଣସି ଗୁରୁତର ରୋଗୀ ଶିଡି ବ୍ୟବହାର ନ କରି ଏହି ର଼୍ୟାମ୍ପ ବ୍ୟବହାର କରିବେ ବୋଲି ସ୍ବାଇଁ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?