ଶହେ ବର୍ଷ ପରେ ରାଜକୀୟ ବିବାହ

ସେଣ୍ଟପିଟର୍ସବର୍ଗ, ୩ା୧୦: ଦୀର୍ଘ ଶହେ ବର୍ଷ ପରେ ରୁଷିଆ ରାଜ ପରିବାରର ବିବାହ ରାଜକୀୟ ଢଙ୍ଗରେ ହୋଇଛି। ଦିନେ ଶାସନଚ୍ୟୁତ ହୋଇଥିବା ଏହି ରୟାଲ ଫ୍ୟାମଲି ପୁଣି ଥରେ ରୁଷିଆରେ ସେମାନଙ୍କ ଉପସ୍ଥିତି ଜାହିର କରିବେ ବୋଲି କେହି ଆଶା କରି ନ ଥିବାବେଳେ ରୋମାନୋଭ୍‌ ବଂଶଜ ଜର୍ଜ ମିଖାଇଲୋଭିଚ୍‌ ରୋମାନୋଭ୍‌(୪୦) ଶୁକ୍ରବାର ତାଙ୍କ ଇଟାଲୀୟ ପ୍ରେମିକା ଭିକ୍ଟୋରିଆ ରୋମାନୋଭ୍‌ନା ବେଟାରିନି(୩୯)ଙ୍କ ହାତ ଧରିଛନ୍ତି। ଏକ ଶତାବ୍ଦୀ ପରେ ଏପରି ବିବାହ ଉତ୍ସବ ଆୟୋଜନ କରିଥିଲେ ରୁଷିଆ ଧର୍ମଗୁରୁମାନେ। ନବଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବାକୁ ୟୁରୋପର ବହୁ ରାଜ ପରିବାର ସଦସ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ରୁଷିଆରେ ୧୯୧୮ରେ ହୋଇଥିବା ସବୁଠାରୁ ବଡ଼ ରାଜନୈତିକ ବିପ୍ଳବ ବା ବଲସେଭିକ୍‌ କ୍ରାନ୍ତି ରାଜ ପରିବାରକୁ କ୍ଷମତାଚ୍ୟୁତ କରିଦେଇଥିଲା। ରୁଷିଆର ଶେଷ ସମ୍ରାଟ ନିକୋଲାସ୍‌ ଦ୍ୱିତୀୟ, ତାଙ୍କ ସ୍ତ୍ରୀ ଏବଂ ୫ ପିଲା ହତ୍ୟାର ଶିକାର ହୋଇଥିଲେ। ବାମପନ୍ଥୀ ନେତା ଭ୍ଲାଡିମିର ଲେନିନ୍‌ଙ୍କ ନେତୃତ୍ୱରେ ବଲସେଭିକ୍‌ମାନେ କ୍ଷମତା ଦଖଲ କରି ଶେଷ କରିଦେଇଥିଲେ ରାଜକୀୟ ଶାସନ ପରମ୍ପରା। ଏହାର ପ୍ରାୟ ବର୍ଷେ ପୂର୍ବରୁ ଅର୍ଥାତ୍‌ ୧୯୧୭ରେ ରୁଷିଆ ଦେଖିଥିଲା ରାଜ ପରିବାର ବିବାହ ଉତ୍ସବ। ଶହେ ବର୍ଷ ପରେ ରୁଷିଆରେ ଇତିହାସର ପୁନରାବୃତ୍ତି ହୋଇଛି। ସେଣ୍ଟପିଟର୍ସବର୍ଗର ସେଣ୍ଟ ଆଇଜାକ୍‌ କ୍ୟାଥୋଡ୍ରାଲରେ ଜର୍ଜ ମିଖାଇଲୋଭିଚ୍‌ଙ୍କ ବିବାହ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ୟୁରୋପର ବହୁ ରାଜ ପରିବାରର ସଦସ୍ୟ ତଥା ବେଲଜିୟମ ରାଜକୁମାରୀ ଲେଇଆ, ସ୍ପେନ୍‌ କୁଇନ୍‌ ସୋଫିଆ, ଲିକ୍‌ଟେନ୍‌ଷ୍ଟାଇନ୍‌ ରାଜକୁମାରୀ ତିଲସିମ୍‌ ଏବଂ ବୁଲଗେରିଆର ଶେଷ ରାଜା ସିମେନ୍‌ ଦ୍ୱିତୀୟ ପ୍ରମୁଖ ସାମିଲ ଥିଲେ। ରୟାଲ ଫ୍ୟାମିଲିର ସଦସ୍ୟ ଥିବା ଜର୍ଜ ମିଖାଇଲୋଭଚ୍‌ଙ୍କ ଜେଜେବାପା ବିପ୍ଳବ ସମୟରେ ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ି ପଳାଇଥିଲେ। ପରିବାରର ସୁରକ୍ଷା ପାଇଁ ସେମାନେ ଫିନ୍‌ଲାଣ୍ଡ୍‌ ଏବଂ ପରେ ଦକ୍ଷିଣ ୟୁରୋପରେ ପହଞ୍ଚିଥିଲେ। ଜର୍ଜ ମିଖାଇଲୋଭିଚ୍‌ ମାଡ୍ରିଡ୍‌ରେ ଜନ୍ମଗ୍ରହଣ କରିଥିଲେ। ଜୀବନର ଅଧିକାଂଶ ସମୟ ସେ ସ୍ପେନ୍‌ ଏବଂ ଫ୍ରାନ୍ସରେ ବିତାଇଥିଲେ। ଅକ୍ସଫୋର୍ଡ ୟୁନିଭର୍ସିଟିରେ ଶିକ୍ଷା ଲାଭ କରିବା ପରେ ସେ ୧୯୯୨ରେ ପ୍ରଥମ ଥର ପାଇଁ ରୁଷିଆ ଯାଇଥିଲେ। ବ୍ରସେଲ୍ସରେ ଥିବାବେଳେ ବେଟାରିନିଙ୍କ ସହ ସେ ଡେଟିଂ କରୁଥିଲେ। ଦାତବ୍ୟ ସଂସ୍ଥା ଚଳାଇବା ପାଇଁ ୨୦୧୯ରେ ବେଟାରିନିଙ୍କୁ ନେଇ ମିଖାଇଲୋଭିଚ୍‌ ମସ୍କୋ ପଳାଇଥିଲେ। ନିକୋଲାସ୍‌ ଦ୍ୱିତୀୟ ପଦଚ୍ୟୁତ ହେବା ପୂର୍ବରୁ ୩ ଶହରୁ ଊର୍ଦ୍ଧ୍ୱ ବର୍ଷ ଧରି ରୋମାନୋଭ୍‌ମାନେ ରୁଷିଆରେ ଶାସନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?