Posted inଫୁରସତ

ଏମିତି ବି ଘର

ରହିବା ପାଇଁ ଘରଟିଏ ସମସ୍ତେ ଚାହାନ୍ତି। ଏଇ ଘର କେବଳ ଯେ, ଖରା, ବର୍ଷା, ଶୀତରୁ ସୁରକ୍ଷା ଦିଏ ତାହା ନୁହେଁ, ବେଳେବେଳେ କିଛି ଘରର ସ୍ବତନ୍ତ୍ର ଡିଜାଇନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଏ। ଜାଣନ୍ତୁ ସେହିଭଳି କିଛି ଅଜବ ଡିଜାଇନ୍‌ର ଘର ସମ୍ପର୍କରେ…

ଓ୍ବିଙ୍ଗଶେପ୍‌ଡ ଜାୟେଦ ନ୍ୟାଶନାଲ ମ୍ୟୁଜିୟମ: ଆବୁଧାବିର ସାଦିୟାତ୍‌ ଦ୍ୱୀପରେ ଅଛି ଏହି ମ୍ୟୁଜିୟମ। ଉକ୍ତ ମ୍ୟୁଜିୟମ୍‌ର ବିଲ୍ଡିଂକୁ ଦେଖିଲେ ଲାଗେ ସତେଯେମିତି ଚଢ଼େଇ ଡେଣା ମେଲିଛି। ତେଣୁ ଏହାର ନାମ ଓ୍ବିଙ୍ଗଶେପ୍‌ଡ ଜାୟେଦ ନ୍ୟାଶନାଲ ମ୍ୟୁଜିୟମ । ଉକ୍ତ ଦ୍ୱୀପର ଏହା ହେଉଛି ପ୍ରଥମ ମ୍ୟୁଜିୟମ, ଯାହାକି ଏହି ଦେଶର ଇତିହାସ, ସଂସ୍କୃତି ଓ ସାମାଜିକ-ଆର୍ଥିକ ପରିବର୍ତ୍ତନକୁ ପ୍ରଦର୍ଶିତ କରିଥାଏ। ଏଥିରେ ୫ଟି ଡେଣା ସଦୃଶ ଟାଓ୍ବାର ଦେଖିବାକୁ ମିଳେ, ଯାହା କୃତ୍ରିମ ଭାବେ ତିଆରି ଭୂମି ଉପରେ ରହିଛି। ଏହି ଟାଓ୍ବାରରେ ରହିଛି ଅନେକ ଗ୍ୟାଲେରୀ,ବିରାଟକାୟ ଅଡିଟୋରିୟମ, ସୁନ୍ଦର ଲବି ଆଦି।

ସାଇବର ଟେକ୍ଚର ଏଗ୍‌ ଅଫିସ ବିଲ୍ଡିଂ: ଏକ ପ୍ରାକୃତିକ ଆକାର ସହ ସୃଜନଶୀଳ ଟେକ୍ନୋଲୋଜିର ମିଶ୍ରଣରେ ତିଆରି ହୋଇଛି ଏହି ସୁନ୍ଦର କୁକୁଡା ଅଣ୍ଡା ଡିଜାଇନ୍‌ର ବିଲ୍ଡିଂ। ମୁମ୍ବାଇରେ ଥିବା ଏହି ବିଲ୍ଡିଂଟି ଏକ ଅଫିସ୍‌ ଅଟେ, ଯାହାକି ପର୍ଯ୍ୟଟକଙ୍କର ସବୁବେଳେ ଦୃଷ୍ଟି ଆକର୍ଷଣ କରିଥାଏ। ୧୩ ମହଲା ବିଶିଷ୍ଟ ଏହି ଅଣ୍ଡାକୃତିର ବିଲ୍ଡିଂରେ ୩୩,୦୦୦ ବର୍ଗମିଟର ପରିମିତ ଅଞ୍ଚଳର ଅଫିସ୍‌ ସ୍ପେସ୍‌ ଅଛି। ତିନି ଲେଭଲ୍‌ର ବେସମେଣ୍ଟ, ୪୦୦ ପାର୍କିଂ ସ୍ପେସ୍‌ ଅଛି। ଆର୍କିଟେକ୍ଚର ଜେମ୍ସ ଲ’ ଏହାକୁ ଡିଜାଇନ୍‌ କରିଛନ୍ତି।

ରେନ୍‌ ବିଲ୍ଡିଂ: ସାଙ୍ଘାଇରେ ଅଛି ଏହି ଆକର୍ଷକ ରେନ୍‌ ବିଲ୍ଡିଂ। ଏଥିରେ ଦୁଇଟି ବିଲ୍ଡିଂ ଗୋଟିଏ ସ୍ଥାନରେ ଏକାଠି ହୋଇ ଇଂଲିଶ ଲେଟର ‘ଏ’ ଭଳି ଦେଖାଯାଇଥାଏ। ସେଥିମଧ୍ୟରେ ଗୋଟିଏ ବିଲ୍ଡିଂର ମୂଳଦୁଆ ପାଣିରେ ଥିବାବେଳେ ଅନ୍ୟ ବିଲ୍ଡିଂ ମାଟିରେ ଅଛି। କୋପେନହାଗେନ୍‌ର ବାର୍କେ ଇଞ୍ଜେଲ୍‌ସ ଗ୍ରୁପ୍‌(ବିଗ୍‌) ଏହାକୁ ଡିଜାଇନ୍‌ କରିଛି। ଏହାକୁ ହୋଟେଲ, ଲିଜର୍‌ ଓ କନଫରେନ୍ସ ସେଣ୍ଟର ପାଇଁ ଡିଜାଇନ୍‌ ହୋଇଛି।
ଅର୍ଥ ହାଉସ୍‌: ଠେକୁଆ ରହୁଥିବା ଗାତ ଭଳି ଏହି ଘର। ମାଟିରେ ଗାତ କରି ଭୂମି ତଳେ କରାଯାଇଛି ଏହି ଘର। ସ୍ବିଜରଲାଣ୍ଡରେ ଏହିଭଳି ଅନେକ ଘର ଦେଖିବାକୁ ମିଳେ, ଯାହା ‘ଅର୍ଥ ହାଉସ୍‌’ ଭାବେ ପରିଚିତ। କିଛି ପାହାଡିଆ ଅଞ୍ଚଳରେ ଏହି ଘର ରହିଛି। ଏହି ଘରକୁ ଦେଖିଲେ ଲାଗେ ସତେଯେମିତି ପ୍ରକୃତିର ସବୁଜ ଚାଦର ଭିତରେ ଘରଗୁଡ଼ିକ ଘୋଡ଼େଇ ହୋଇ ରହିଛି।

ବବଲ୍‌ ହାଉସ୍‌: ‘ବବଲ୍‌ ହାଉସ୍‌’ ବା ‘ପାଲେସ୍‌ ବ୍ୟୁଲ୍ସ’ ନାମରେ ଏହି ଘର ପରିଚିତ। ଫ୍ରାନ୍ସର କାନ୍ସ ନିକଟରେ ଥିବା ଥିଓଲ-ସୁର-ମେର୍‌ରେ ପାଣି ଫୋଟକା ସଦୃଶ ଏହି ବବଲ୍‌ ହାଉସ୍‌ ଦେଖିବାକୁ ମିଳେ। ଏହି ଅଜବ ପ୍ରକାରର ଘରକୁ ଡିଜାଇନ କରିଛନ୍ତି ହଙ୍ଗେରୀର ଆର୍କିଟେକ୍ଟ ଆଣ୍ଟି ଲୋଭାଗ। ଲଗାଲଗି ହୋଇ ରହିଥିବା ଓ ଏକ କଲୋନୀ ପରି ଲାଗୁଥିବା ଏହି ବବଲ୍‌ ଘରଗୁଡ଼ିକୁ ତିଆରି କରିବା ପାଇଁ ୧୯୭୫ରୁ ୧୯୮୯ ପର୍ଯ୍ୟନ୍ତ ସମୟ ଲାଗିଥିଲା। ପ୍ରଥମେ ଏହି ଘରକୁ ଫ୍ରାନ୍ସର ଜଣେ ଇଣ୍ଡଷ୍ଟ୍ରିଆଲିଷ୍ଟଙ୍କ ପାଇଁ ତିଆରି କରାଯାଇଥିଲା। କିନ୍ତୁ ଫ୍ୟାଶନ ଡିଜାଇନର୍‌ ପିଏରେ କାର୍ଡେନ ଏହାକୁ ହଲିଡେ’ ହୋମ୍‌ଭାବେ କିଣି ନେଇଥିଲେ। ୧୨୦୦ ବର୍ଗ ମିଟର ପରିମିତ ଅଞ୍ଚଳରେ ଥିବା ଏହି ବବଲ୍‌ ହାଉସରେ ଏକ ଫ୍ରଣ୍ଟ ଏରିଆ, ପାନାରୋମିକ ଲାଉଞ୍ଜ, ୫୦୦ ସିଟ୍‌ ବିଶିଷ୍ଟ ମୁକ୍ତ ଆକାଶ ଆମ୍ଫିଥିଏଟର, ୧୦ଟି ବେଡରୁମ୍‌ ଅନେକ ସୁଇମିଂ ପୁଲ ଓ ଓ୍ବାଟରଫଲ୍‌ ରହିଛି।

କାସା ଟେରାକୋଟା: ମାଟିର ଏହି ଘର ହାତରେ ତିଆରି। ଏହା କାସା ଟେରାକୋଟା ବା ସେରାମିକ୍‌ ହାଉସ୍‌ ଭାବେ ମଧ୍ୟ ପରିଚିତ। କଲମ୍ବିଆର ରିଗାଲ ମାଉଣ୍ଟେନ୍‌ ଭିଲେଜ୍‌ରେ ଏହି ଘର ରହିଛି। ଅଜବ ଡିଜାଇନ୍‌ର ଏହି ଘର ‘କାସା ଡି ଫ୍ଲିଣ୍ଟଷ୍ଟୋନ’ ନାମରେ ମଧ୍ୟ ପରିଚିତ। ପାହାଡ ଓ ସବୁଜ କ୍ଷେତ ମଧ୍ୟରେ ଥିବା ଏହି ଘର ବେଶ୍‌ ଆକର୍ଷକ ଲାଗେ।
ଅପ୍‌ସାଇଡ ଡାଉନ୍‌ ହାଉସ୍‌: ନାଁରୁ ହିଁ ଜାଣିପାରୁଥିବେ ଏହା ସାଧାରଣ ଘର ନୁହେଁ। କାରଣ ଏହି ଘରର ଚଟାଣ ଉପରକୁ ଓ ଛାତ ତଳକୁ ରହିଥାଏ। ଜର୍ମାନୀର ଟ୍ରାସେନହିଡରେ ଥିବା ଏହି ଘର ରହିବା ପାଇଁ ନୁହେଁ ବରଂ ପ୍ରଦର୍ଶନୀ ପାଇଁ ତିଆରି ହୋଇଛି। କ୍ଲାଉଡିୟସ୍‌ ଗୋଲୋଜ୍‌ ଓସେବାସିଅନ୍‌ ମିକୁସିଉକ୍‌ ଏହାକୁ ତିଆରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri