ଓଡ଼ିଶା ଚାଷୀଙ୍କ ଐତିହାସିକ ସଫଳତା: ସୁଦୂର ଆୟରଲ୍ୟାଣ୍ଡରେ ମିଳିବ ଢେଙ୍କାନାଳର ସବୁଜ ଅମୃତଭଣ୍ଡା, ସାରୁ

ଭୁବନେଶ୍ୱର,୨୪ା୯: ଓଡ଼ିଶାର କୃଷି କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ ହୋଇଛି। ଢେଙ୍କାନାଳର ‘ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀ’ ପ୍ରଥମ ଥର ପାଇଁ ୧୦୦ କିଲୋ ସାରୁ ଓ ୩୨୦ କିଲୋ ସବୁଜ ଅମୃତଭଣ୍ଡା କଲିକତାର ନେତାଜୀ ସୁବାସ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର ମାଧ୍ୟମରେ ସୁଦୂର ଆୟରଲ୍ୟାଣ୍ଡକୁ ରପ୍ତାନୀ କରି ଐତିହାସିକ ସଫଳତା ହାସଲ କରିଛି।

ଏହି ଉଦ୍ୟମ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନ ଉଦ୍ୟାନ କୃଷି ନିର୍ଦେଶାଳୟର ଦୃଢ଼ ନେତୃତ୍ୱ, ଗେଟ୍ସ ଫାଉଣ୍ଡେସନର ସହାୟତା ଏବଂ ପାଲାଡିୟମର ସମନ୍ୱୟରେ ସମ୍ଭବ ହୋଇଛି। ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀ କ୍ଷୁଦ୍ର ଚାଷୀଙ୍କ ସାମୂହିକ ଶକ୍ତିର ପ୍ରତୀକ ଭାବେ ଉଭା ହୋଇ ବିଶ୍ୱ ବଜାରରେ ଓଡ଼ିଶାର କୃଷିଜାତ ଦ୍ରବ୍ୟର ଚାହିଦା ବୃଦ୍ଧି କରିଛି।

୨୦୨୪ରୁ ଏ ପର୍ଯ୍ୟନ୍ତ ଏହି ସଂଗଠନ ମାଧ୍ୟମରେ ୧୪୦ ମେଟ୍ରିକ ଟନ୍‌ରୁ ଅଧିକ ସତେଜ ପନିପରିବା ଓ ଫଳ ୧୦ଟି ଅନ୍ତର୍ଜାତୀୟ ବଜାରକୁ ରପ୍ତାନୀ କରାଯାଇଛି। ଏହା ମାଧ୍ୟମରେ ଚାଷୀମାନେ ସେମାନଙ୍କ ଉତ୍ପାଦର ୪୦%ରୁ ୬୨% ବର୍ଦ୍ଧିତ ମୂଲ୍ୟ ପାଇଛନ୍ତି। ଏହି ରପ୍ତାନୀ କେବଳ ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରୁନାହିଁ, ବରଂ ଓଡ଼ିଶାର କୃଷି ଅର୍ଥନୀତିକୁ ବିଶ୍ୱସ୍ତରୀୟ ମଞ୍ଚରେ ପହଞ୍ଚାଇଛି।

ଏହି ସଫଳତା ରାଜ୍ୟର ଅନ୍ୟ କୃଷକ ଓ ଉତ୍ପାଦକ ସଂଗଠନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। କୃଷି ବିଭାଗ ଓ ପାଲାଡିୟମର ମିଳିତ ସହଯୋଗରେ ଆଗାମୀ ଦିନରେ ଆହୁରି ଅଧିକ କୃଷିଜାତ ଦ୍ରବ୍ୟ ବିଶ୍ୱ ବଜାରକୁ ରପ୍ତାନୀ କରି ଓଡ଼ିଶାର ଚାଷୀଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତା ଶୋଚନୀୟ: ତୁରନ୍ତ ମରାମତି ଦାବି

ଗଞ୍ଜାମ, ୨୯/୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରକୁ ହୁମାଠାରୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?