କରୋନା ଆକ୍ରାନ୍ତଙ୍କ ସହ ଡାକ୍ତରଖାନାରେ ଶାରୀରିକ ସମ୍ପର୍କ ରଖିଲେ ସ୍ବାସ୍ଥ୍ୟକର୍ମୀ, ଫଟୋ ଭାଇରାଲ ପରେ…

ଜାକର୍ତ୍ତା,୧।୧: ଇଣ୍ଡୋନେସିଆରେ ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଘଟଣା ସାମ୍ନାକୁ ଆସିବା ପରେ ଏହି ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କୁ ନିଲମ୍ବନ କରାଯିବା ସହ ଗିରଫ କରାଯାଇଛି।

ଖବର ଅନୁଯାୟୀ, ଡାକ୍ତରଖାନା ଶୌଚାଳୟରେ ଦୁଇଜଣ ସମ୍ପର୍କ ସ୍ଥାପନ କରିଥିଲେ। ଯେତେବେଳେ ଏହି କରୋନା ରୋଗୀ ତାଙ୍କ ଟୁଇଟର ଆକାଉଣ୍ଟରେ କିଛି ସ୍କ୍ରିନଶଟ୍‌ ଶେୟାର କରିଥିଲେ। ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା।

ଏହି ରୋଗୀ କିଛି ହ୍ବାଟ୍ସଆପ୍‌ ମେସେଜର ସ୍କ୍ରିନଶଟ୍‌ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଏହି ସ୍ବାସ୍ଥ୍ୟକର୍ମୀଙ୍କ ସହ ଫ୍ଲଟିଂ କରୁଥିବା ଦେଖିବାକୁ ମିଳଥିଲା। ଏହା ବ୍ୟତୀତ, ଏହି ବ୍ୟକ୍ତି ଏକ ପିପିଇ କିଟ ୍‌ର ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ସ୍ବାସ୍ଥ୍ୟକର୍ମୀ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ତାଙ୍କ ପିପିଇ କିଟ୍‌ ଫିଙ୍ଗିଥିଲେ। ଇଣ୍ଡୋନେସିଆ ନ୍ୟାଶନାଲ ନର୍ସ ଆସୋସିଏଶନର ମୁଖପାତ୍ର କହିଛନ୍ତି ଯେ, ଏହା ସତ୍ୟ ଯେ ଓ୍ବିସ୍‌ମା ଆଟଲେଟ ଜରୁରୀକାଳିନ ହସ୍ପିଟାଲରେ ଜଣେ ସ୍ବାସ୍ଥ୍ୟକର୍ମୀ ଏବଂ କରୋନା ପିଜିଟିଭ୍‌ଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ପ୍ରକାଶ ପାଇଛି। ଉଭୟ ଏହି କଥାକୁ ସ୍ବୀକାର କରିଛନ୍ତି।

ଏହି ସ୍ବାସ୍ଥ୍ୟକର୍ମୀଙ୍କୁ ପୋଲିସ ଗିରଫ କରିଛି। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଏହି ମାମଲା କେନ୍ଦ୍ରୀୟ ଜାକର୍ତ୍ତା ପୋଲିସକୁ ହସ୍ତାନ୍ତର କରାଯାଇଛି। କୁହାଯାଉଛି, ଏହି ମାମଲାରେ ଟୁଇଟରରେ ଫଟୋ ଲଗାଇଥିବାରୁ ଉଭୟଙ୍କୁ ଅଶ୍ଳୀଳ ନିୟମ ଅନୁଯାୟୀ ଦଣ୍ଡିତ କରାଯାଇପାରେ।

ଇଣ୍ଡୋନେସିଆର ଅଶ୍ଳୀଳ ନିୟମ ଅନୁଯାୟୀ ଯଦି ଏହି ମାମଲାରେ ଉଭୟ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାଣି ହଜାରେ ଶିଶୁଙ୍କ ମୃତଦେହ

ଅଟାଓ୍ବା, ୧୫ା୭: କାନାଡାର ଦକ୍ଷିଣପଶ୍ଚିମ ବ୍ରିଟିଶ କଲମ୍ବିଆସ୍ଥିତ ଏକ ବୋର୍ଡିଂ ସ୍କୁଲରୁ ଚତୁର୍ଥ ପର୍ଯ୍ୟାୟରେ ସୋମବାର ଆହୁରି ୧୬୦ ଛାତ୍ରୀଛାତ୍ରଙ୍କ କଙ୍କାଳ ମିଳିଛି। ଏହାକୁ ମିଶାଇ...

୨୯ ଦିନ ପରେ ଯୁଦ୍ଧ ଶେଷ: ଆର୍ମେନିଆ-ଅଜରବୈଜାନ ଅସ୍ତ୍ରବିରତି

ୟେରେଭାନ୍‌/ବାକୁ, ୨୬।୧୦: ଦୀର୍ଘ ୨୯ ଦିନ ପରେ ଆର୍ମେନିଆ ଏବଂ ଅଜରବୈଜାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରାଯାଇଛି। ଦୁଇ ଦେଶ ଅକ୍ଟୋବର ୨୫-୨୬ ତାରିଖ ମଧ୍ୟ...

ଜୁମ୍‌ ଆପ୍‌ରେ ବୈଠକ ପରେ ଶାରୀରିକ ସମ୍ପର୍କ ରଖି ଧରାପଡିଲେ ସରକାରୀ ଅଧିକାରୀ!

ମନିଲା,୨୮।୮: କରୋନା ମହାମାରୀ ପାଇଁ ଏବେ ସାରା ବିଶ୍ୱରେ ଜୁମ୍‌ ଆପ୍‌ ଖୁବ୍‌ ଲୋକପ୍ରିୟ ହୋଇଛି। ଅଫିସର ମିଟିଂ ହେଉ କି ପିଲାମାନଙ୍କର ଅନ୍‌ଲାଇନ୍‌ ପାଠପଢା।...

ଚାଇନା ଆକ୍ରମଣ ଆଶଙ୍କା ମଧ୍ୟରେ ଆମେରିକା ନାଗରିକଙ୍କୁ ତାଇୱାନରୁ ଫେରାଇ ଆଣିବାକୁ ଯୋଜନା କରୁଛି ଆମେରିକା

ଓ୍ବାଶିଂଟନ,୧୩।୬: ଆମେରିକାର ବାଇଡେନ ସରକାର ତାଇୱାନରେ ରହୁଥିବା ଆମେରିକୀୟ ନାଗରିକଙ୍କୁ ଫେରାଇ ଆଣିବାକୁ କରିବାକୁ ଯୋଜନା କରୁଛନ୍ତି। ମେସେଞ୍ଜର ନ୍ୟୁଜ ୱେବସାଇଟ ଅନୁଯାୟୀ, ଗତ ୬...

ଆମେରିକା ପରେ ଇସ୍ରାଏଲରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

ଜେରୁଜେଲମ,୨୨ ।୧୨: ଡରାଇଲାଣି କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ । ଆମେରିକା ପରେ ଏବେ ଇସ୍ରାଏଲରେ ଓମିକ୍ରନର ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି ।...

ଖାଶୋଗୀ ହତ୍ୟାରେ ଏମ୍‌ବିଏସ୍‌ଙ୍କ ବିମାନ

ଓ୍ବାଶିଂଟନ, ୨୭।୨: ଓ୍ବାଶିଂଟନ ପୋଷ୍ଟର ସ୍ତମ୍ଭକାର ଜମାଲ ଖାଶୋଗୀ ହତ୍ୟାକାଣ୍ଡ ସହ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ (ଏମ୍‌ବିଏସ୍‌) ସମ୍ପୃକ୍ତ ଥିବା...

ଟୁଇଟର୍‌ର ମାଲିକ ହେବାପରେ ଆକ୍ସନ ମୋଡ୍‌ରେ ଏଲନ ମସ୍କ: ସିଇଓଙ୍କୁ ପଦରୁ ହଟାଇଲେ

ନ୍ୟୁୟର୍କ,୨୮।୧୦: ଟେସଲା କମ୍ପାନୀ ମାଲିକ ଏଲନ ମସ୍କ ଟୁଇଟରର ମାଲିକ ହୋଇଛନ୍ତି। ଏଲୋନ ମସ୍କ ନିଜ ଟୁଇଟର୍‌ ବାୟୋରେ ପ୍ଲାଟଫର୍ମର ମୁଖ୍ୟ ବୋଲି ଉଲ୍ଲେଖ କରିଛନ୍ତି।...

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୧୫ ତାଲିବାନ୍‌ ଆତଙ୍କବାଦୀ ନିହତ

କାବୁଲ,୭।୧୨: ଆଫଗାନିସ୍ତାନରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ରେ ୧୫ ଜଣ ତାଲିବାନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। କନ୍ଧାହାରର ଦକ୍ଷିଣାଞ୍ଚଳରେ ଏଭଳି ଘଟିଛି। ଆଫଗାନିସ୍ତାନର ସ୍ପତନ୍ତ୍ର ସୁରକ୍ଷାକର୍ମୀ ତାଲିବାନ୍‌...

Advertisement
Archives

Model This Week