Posted inଜାତୀୟ

ରାହୁଲଙ୍କ ବାହାଘର ଶୀଘ୍ର କରିବାକୁ ସୋନିଆଙ୍କୁ ପରାମର୍ଶ ଦେଲେ ମହିଳା କୃଷକ ଗୋଷ୍ଠୀ, ଝିଅ ଖୋଜିବାକୁ କହିଲେ ସୋନିଆ…

ନୂଆଦିଲ୍ଲୀ,୨୯।୭ : କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସହ କଥାବାର୍ତ୍ତା ବେଳେ ହରିୟାଣାର କିଛି ମହିଳା କୃଷକ କହିଛନ୍ତି ରାହୁଲ ଗାନ୍ଧୀଙ୍କ ବିବାହ ଶୀଘ୍ର କର ଏବଂ ଏହାର ଉତ୍ତରରେ ସୋନିଆ ତାଙ୍କ ପୁଅ ପାଇଁ ଝିଅ ଖୋଜିବାକୁ କହିଛନ୍ତି। ଏହା ଉପରେ ରାହୁଲ ଗାନ୍ଧୀ କହିଥିଲେ ’ଏହା ଆଗକୁ ଘଟିବ! ସୋନିଆ ଗାନ୍ଧୀଙ୍କ ବାସଭବନରେ ଆୟୋଜିତ ମଧ୍ୟାହ୍ନ ଭୋଜନରେ ଗାନ୍ଧୀ ପରିବାରକୁ ଭେଟିବା ପରେ ମହିଳା ଗୋଷ୍ଠୀର ଏହି ଚିନ୍ତା ସାମ୍ନାକୁ ଆସିଥିଲା। ଯାହା ରାହୁଲ ଗାନ୍ଧୀଙ୍କୁ ତାଙ୍କ ଅଞ୍ଚଳ ଗସ୍ତ ସମୟରେ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ପ୍ରତିଶ୍ରୁତି ପାଳନ କରି ପୂର୍ବତନ କଂଗ୍ରେସ ମୁଖ୍ୟ ହରିୟାଣାର ସୋନିପତ ଜିଲାର କିଛି ମହିଳା କୃଷକଙ୍କୁ ତାଙ୍କ ମା’ଙ୍କ ଘରକୁ ନିମନ୍ତ୍ରଣ କରିଥିଲେ ଏବଂ ସେମାନଙ୍କ ସହ ରାତ୍ରୀ ଭୋଜନ କରିଥିଲେ।

୧୦ ଜନପଥ ବାସଭବନରେ ଏକ ବାର୍ତ୍ତାଳାପ ସମୟରେ ଜଣେ ମହିଳା ସୋନିଆ ଗାନ୍ଧୀଙ୍କୁ ‘ରାହୁଲଙ୍କର ବିବାହ ଶୀଘ୍ର କରିବାକୁ’ କହିଥିଲେ ଯେଉଁଥିରେ ସୋନିଆ ଗାନ୍ଧୀ ତାଙ୍କୁ କହିଥିଲେ ତୁମେ ତାଙ୍କ ପାଇଁ ଗୋଟିଏ ଝିଅ ଖୋଜ । ଏହା ଉପରେ ରାହୁଲ ଗାନ୍ଧୀ କହିଥିଲେ ହଁ ଏହାହିଁ ହେବ। ଏହାର ଏକ ଭିଡିଓରେ, ତାଙ୍କୁ ଜଣେ ମହିଳାଙ୍କ ଖାଦ୍ୟ ଖୁଆଇ ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମହିଳାମାନଙ୍କୁ କହିଥିଲେ ରାହୁଲ ପିଲାଦିନେ ତାଙ୍କ ଅପେକ୍ଷା ଅଧିକ ଚଗଲାମି କରୁଥିଲେ।

ଉଲ୍ଲେଖନୀୟ କଥା ହେଉଛି, ଜୁଲାଇ ୮ ରେ ରାହୁଲ ଗାନ୍ଧୀ ହଠାତ ସୋନିପତର ମଦିନା ଗ୍ରାମରେ ଅଟକି ଯାଇଥିଲେ। ସେ ଲୋକଙ୍କ ସହ କଥାବାର୍ତ୍ତା କରି କ୍ଷେତରେ କାମ କରୁଥିବା ଚାଷୀଙ୍କ ସହ ସମୟ ବିତାଇଲେ।
ରାହୁଲ ଗାନ୍ଧୀ ଧାନ ତଳି ରୋଇବାରେ ମଧ୍ୟ ଭାଗ ନେଇଥିଲେ, ଟ୍ରାକ୍ଟର ଚଲାଇ କ୍ଷେତରେ କାମ କରୁଥିବା ମହିଳା ଚାଷୀ ଆଣିଥିବା ଖାଦ୍ୟ ଖାଇଥିଲେ। ଏହା ପରେ ରାହୁଲ ଗାନ୍ଧୀ ତାଙ୍କୁ ପ୍ରତିଶଶ୍ରୁତି ଦେଇଥିଲେ ସେ ତାଙ୍କୁ ଦିଲ୍ଲୀ ଦେଖାଇବାକୁ ଡାକିବେ। କାରଣ ମହିଳାମାନେ କହିଥିଲେ ଏତେ ନିକଟ ହୋଇଥିଲେ ମଧ୍ୟ ସେମାନେ କେବେ ଦିଲ୍ଲୀ ଯାଇନାହାଁନ୍ତି। ତାଙ୍କ ଗସ୍ତ ସମୟରେ ରାହୁଲ ଗାନ୍ଧୀ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ କୃଷକ ମହିଳାମାନଙ୍କ ବିଷୟରେ କଥାବାର୍ତ୍ତା କରିଥିଲେ ଏବଂ ତାଙ୍କ ବାସଭବନରେ ସେମାନଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ଶନିବାର ଏହାର ଭିଡିଓ ଶେୟାର କରି ରାହୁଲ ଗାନ୍ଧୀ ହିନ୍ଦୀରେ ଏକ ଟୁଇଟରେ କହିଛନ୍ତି, ମା, ପ୍ରିୟଙ୍କା ଏବଂ ମୋ ପାଇଁ ସ୍ମରଣୀୟ ଦିନ, କିଛି ବିଶେଷ ଅତିଥିଙ୍କ ସହ! ସୋନିପତୀ କୃଷକ ଭଉଣୀମାନଙ୍କର ଦିଲ୍ଲୀ ଦର୍ଶନ, ଘରେ ସେମାନଙ୍କ ସହିତ ରାତ୍ରୀ ଭୋଜନ ଏବଂ ଅନେକ ମଜାଦାର ଜିନିଷ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?