ପେନ୍‌ସିଲ ନୁହେଁ ପତାକା

ଉତ୍ତରପ୍ରଦେଶ କନୌଜ ଜିଲା ଛିବ୍ରାମାଉ ସହରର ଜଣେ ୬ ବର୍ଷର ବାଳିକା କ୍ରିତି ଦୁବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖି ଦରବୃଦ୍ଧି ଯୋଗୁ ସେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବିଷୟ ଜଣାଇଛନ୍ତି। ତାଙ୍କ ପେନ୍‌ସିଲ ଚୋରି ହୋଇଯିବା ପରେ ଆଉ ଗୋଟିଏ କିଣିବା ପାଇଁ ମା’ଙ୍କୁ କହିବାରୁ ସେ ତାଙ୍କଠାରୁ ମାଡ଼ ଖାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହିତ ମ୍ୟାଗି ଦର ବଢ଼ିଯାଇଥିବାରୁ ତାହାକୁ କିଣି ଖାଇବା କଷ୍ଟକର ହୋଇପଡ଼ୁଛି। ସେଥିପାଇଁ ସେ କ’ଣ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ଦରବୃଦ୍ଧି ଗୋଟେ ସାନ ପିଲାକୁ କିଭଳି ବ୍ୟଥିତ କରିଛି ଏହାକୁ ଉଦାହରଣ ଭାବେ ନିଆଯାଇପାରେ। କ୍ରିତିଙ୍କ ପିତା ଜଣେ ଓକିଲ। ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଚିଠି ଲେଖିବା ଉପରେ ମନ୍ତବ୍ୟ ଦେବାକୁ ଯାଇ ସେ କହିଛନ୍ତି, ତାହା ହେଉଛି ତାଙ୍କ ଝିଅର ‘ମନ୍‌ କୀ ବାତ୍‌’। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୧ ଜୁଲାଇରେ ତାଙ୍କ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ କହିଥିଲେ, ୨ ଅଗଷ୍ଟରୁ ୧୫ ତାରିଖ ମଧ୍ୟରେ ଦେଶବାସୀ ସେମାନଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରେ ଜାତୀୟ ପତାକା ତ୍ରିରଙ୍ଗାକୁ ଡିସ୍‌ପ୍ଲେ ପିକ୍‌ଚର ଭାବେ ବ୍ୟବହାର କରିବା ଲାଗି ଆଗେଇ ଆସନ୍ତୁ। ନିଃସନ୍ଦେହରେ କୁହାଯାଇପାରେ ପ୍ରଧାନମନ୍ତ୍ରୀଙ୍କର ଏହି ବାର୍ତ୍ତା ତାଙ୍କ ନିର୍ବାଚନ ପୂର୍ବର ‘ଚୌକିଦାର’ ଶବ୍ଦ ନାମ ପୂର୍ବରୁ ଲେଖିବାର ଯେଉଁ ପରୋକ୍ଷ ଆଦେଶ ଥିଲା, ତାହାଠାରୁ କାହିଁ ଅଧିକ ସ୍ବାଗତଯୋଗ୍ୟ। ଏଥିସହିତ ୧୩ ଅଗଷ୍ଟରୁ ୧୫ ଅଗଷ୍ଟ ଯାଏ ପ୍ରତ୍ୟେକଙ୍କ ଘରେ ତ୍ରିରଙ୍ଗା ଉଡ଼ାଇବା ସକାଶେ ଅଭିଯାନ ହେଉଥିବା ବିଷୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କର ସବୁ କାର୍ଯ୍ୟ ଦେଶବାସୀଙ୍କ ମଧ୍ୟରେ କେବଳ ଯେ ପ୍ରତିଯୋଗିତା ସୃଷ୍ଟି କରୁଛି ତାହା ନୁହେଁ, ତାଙ୍କ ନିର୍ଦ୍ଦେଶ ପାଳିବାକୁ ଯାଇ ଆଗ୍ରହୀ ଜନସାଧାରଣ ଭାରତର ଅର୍ଥନୀତିକୁ ଏକପ୍ରକାର ତଳିତଳାନ୍ତ କରିଦେଲେଣି। ଆଧାର ପାଇଁ ଦୌଡ଼ିବାର ନିର୍ଦ୍ଦେଶଠାରୁ ଆରମ୍ଭ କରି ଆଜିର ତ୍ରିରଙ୍ଗା ଉଡ଼ାଇବାର ଆଦେଶ ଦେଶକୁ କାମରେ ବ୍ୟସ୍ତ ରଖିବାର ଏକ ସହଜ ଉପାୟ। କିନ୍ତୁ ଏହା ନିଜ କାର୍ଯ୍ୟର କୁଫଳ ଲୁଚାଇବାର ସହଜ ପନ୍ଥା ହୋଇଯାଉଛି।
ଭାରତ ଏବେ ଦୁଇଟି ବଡ଼ ସମସ୍ୟାର ସମ୍ମୁଖୀନ ହେଉଛି। ଦରବୃଦ୍ଧି ଓ ବେକାରଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ତାହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବିଶେଷକରି ଦରବୃଦ୍ଧି ସମାଜର ସବୁ ବର୍ଗଙ୍କୁ ବହୁମାତ୍ରାରେ ବାଧୁଛି। ପିଲାଟିଏ ପଢ଼ିବା ପାଇଁ ପେନ୍‌ସିଲ ଓ ରବର ଦାମ୍‌ ବୃଦ୍ଧି ବିଷୟଠାରୁ ପରିବାରର ଦୈନନ୍ଦିନ ଖର୍ଚ୍ଚ ପୂର୍ବାପେକ୍ଷା ବହୁଗୁଣ ବଢ଼ିଯାଇଛି। ହେଲେ ଏଭଳି ପ୍ରଶ୍ନର ଉତ୍ତରରେ ଶାସକ ବର୍ଗ କୋଭିଡ୍‌ ଓ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବକୁ ଦାୟୀ କରି ବସିଯାଉଛନ୍ତି। ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ୧୮ରେ ଆରମ୍ଭ ହେବା ପରେ ବିରୋଧୀ ମୁଦ୍ରାସ୍ଫୀତି ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂକ୍ରାନ୍ତରେ ଆଲୋଚନା କରିବା ଲାଗି ବାରମ୍ବାର କହିଆସୁଥିଲେ। ହେଲେ ସେହି ପ୍ରସଙ୍ଗକୁ ଶାସକ ଦଳ ଏଡ଼େଇ ଚାଲିଥିଲା। ୧ ଅଗଷ୍ଟରେ ଲୋକ ସଭାରେ ମୁଦ୍ରାସ୍ଫୀତିକୁ ଆଲୋଚନା କରିବା ଲାଗି ତାଲିକାଭୁକ୍ତ କରାଗଲା। ତେଣୁ ସଂସଦରେ ଏତେଦିନ ନଷ୍ଟ କରିବା ପଛର କାରଣ ଆଜି ମଧ୍ୟ ଦେଶବାସୀ ବୁଝିପାରୁ ନାହାନ୍ତି। ଯଦି ସବୁ ଦୋଷ କୋଭିଡ୍‌ ଏବଂ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ହେଲା, ତେବେ ପାର୍ଲାମେଣ୍ଟରେ ଦରବୃଦ୍ଧି ବିଷୟକୁ ବିରୋଧ କରିବାର କାରଣ କ’ଣ ଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମୁଦ୍ରାସ୍ଫୀତି ଉପରେ ମନ୍ତବ୍ୟ ରଖି କହିଛନ୍ତି, ଭାରତ ସମଗ୍ର ବିଶ୍ୱର ଅଭିବୃଦ୍ଧିକୁ ସର୍ବଦା ପୁନଃସମୀକ୍ଷା, ପୁନଃନିର୍ଦ୍ଧାରଣ ଓ ପୁନଃଆକଳନ କରିଚାଲିଛି। ସବୁଥିରେ ଦେଖାଦେଇଛି ଆମେ ଆଗରେ ଅଛୁ। ତେଣୁ ଭାରତ କଦାପି ମାନ୍ଦାବସ୍ଥାରେ ପଡ଼ିବାର ପ୍ରଶ୍ନ ଉଠୁ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ଅବଶ୍ୟ ଏଠାରେ ପ୍ରଶ୍ନ ଉଠିପାରେ ଯଦି ଭାରତ ସବୁ ଦେଶଠାରୁ ଆଗରେ ରହିଛି, ତେବେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦବି ଚାଲିଛି କାହିଁକି।
ଭାରତର ପଡ଼ୋଶୀ ଶ୍ରୀଲଙ୍କା ଓ ପାକିସ୍ତାନକୁ ଦେଖିଲେ ସେମାନେ କିଭଳି ଦୟନୀୟ ସ୍ଥିତିରେ ଅଛନ୍ତି ଜଗତସାରା ଲୋକେ ବୁଝିପାରୁଛନ୍ତି। ବିଶେଷକରି ଶ୍ରୀଲଙ୍କା ଅର୍ଥନୀତି ଧ୍ୱଂସ ହେବା ପଛରେ ରାଜନୈତିକ କାରଣ ମୁଖ୍ୟତଃ ଦାୟୀ ହୋଇଥିବା ବେଳେ ଖରାପ ଅର୍ଥନୈତିକ ନୀତି ସଙ୍କଟକୁ ଅଧିକ ଦୁର୍ବିଷହ କରିଦେଇଛି। ବିରୋଧୀ ନେତା, ଗବେଷକ, ବିଶେଷଜ୍ଞ ଏବଂ ଭଦ୍ର ସମାଜରୁ ପ୍ରସ୍ତାବ ଓ ପରାମର୍ଶ ନିଆ ନ ଯାଇ ଶାସକ ବର୍ଗ ଏକାକୀ ନିଷ୍ପତ୍ତି ନେଇଯିବା ଯୋଗୁ ସେହି ଦେଶ ତଳିତଳାନ୍ତ ହୋଇଗଲା। ଅନୁରୂପ ଭାବେ ଦେଖିଲେ ଭାରତରେ ମୁଷ୍ଟିମେୟଙ୍କୁ ନେଇ ନିଆଯାଉଥିବା ନିଷ୍ପତ୍ତି ମନୁଷ୍ୟକୃତ ବିପଦ ଆଣିବାର ଆଶଙ୍କା ସୃଷ୍ଟି କରୁଛି। ଭୋଟ ପାଇଯାଇ ଶାସନରେ ବସୁଥିବା ବ୍ୟକ୍ତିଙ୍କର ସବୁ ବିଷୟରେ ଯଥେଷ୍ଟ ଜ୍ଞାନ ଓ ଧାରଣା ରହିଛି ବୋଲି ଭାବିବା ଭୁଲ। ବ୍ୟବସ୍ଥା ବାହାରେ ଥିବା ବ୍ୟକ୍ତିମାନେ ଆବଶ୍ୟକ ସମୟରେ ସରକାରଙ୍କୁ ପରାମର୍ଶ ଦେବା କଥା। କିନ୍ତୁ ସେହିଭଳି ଦୃଷ୍ଟାନ୍ତ ସୃଷ୍ଟି କରାଯାଉ ନାହିଁ। ଯେତେବେଳେ ସରକାର କୌଣସି ଅଡ଼ୁଆ ପରିସ୍ଥିତିର ସାମ୍ନା କରୁଛନ୍ତି, ସେତେବେଳେ ଅଣପ୍ରସଙ୍ଗକୁ ବଡ଼ ଆକାରରେ ପ୍ରଚାର କରି ମୁଖ୍ୟ ସମସ୍ୟାକୁ ଦାବି ଦେବାକୁ ଚେଷ୍ଟା କରୁଛନ୍ତି। ଏହାଦ୍ୱାରା ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ରାସ୍ତା ବାହାରିବା ଅପେକ୍ଷା ତାହା ବହୁଗୁଣା ବଢ଼ିଯାଉଛି।

ବିରୋଧୀ ନେତା, ଗବେଷକ, ବିଶେଷଜ୍ଞ ଏବଂ ଭଦ୍ର ସମାଜରୁ ପ୍ରସ୍ତାବ ଓ ପରାମର୍ଶ ନିଆ ନ ଯାଇ ଶାସକ ବର୍ଗ ଏକାକୀ ନିଷ୍ପତ୍ତି ନେଇଯିବା ଯୋଗୁ ସେହି ଦେଶ ତଳିତଳାନ୍ତ ହୋଇଗଲା। ଅନୁରୂପ ଭାବେ ଦେଖିଲେ ଭାରତରେ ମୁଷ୍ଟିମେୟଙ୍କୁ ନେଇ ନିଆଯାଉଥିବା ନିଷ୍ପତ୍ତି ମନୁଷ୍ୟକୃତ ବିପଦ ଆଣିବାର ଆଶଙ୍କା ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri