ଅତିରିକ୍ତ ତହସିଲଦାରଙ୍କୁ ଅନ୍ୟତ୍ର ବଦଳି ଦାବି, ନଚେତ୍‌ ଆନ୍ଦୋଳନ

ଦାରିଙ୍ଗବାଡି,୯।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲଦାର ଧୀରଜ କୁମାର ପାତ୍ର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୋମବାର ଦାରିଙ୍ଗବାଡିର ଆଦିବାସୀ ଦଳିତ ମହାସଙ୍ଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ଭେଟି ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅଞ୍ଚଳର ଅନେକ ଜମିଜମା ସମସ୍ୟା ଲାଗିରହିଛି। ତାର ସମାଧାନ କରିବାକୁ ମହାସଙ୍ଘ ତହସିଲଦାରଙ୍କୁ ନିବେଦନ କରିଥିଲେ। ସେହିପରି ଏବେ ଛାତ୍ରୀଛାତ୍ରମାନେ ବିଭିନ୍ନ ବିଦ୍ୟାଳୟରେ ନାମ ଲେଖାଉଛନ୍ତି ଏବଂ ଅନେକ ଯୁବପିଢ଼ି ଚାକିରି ପାଇଁ ଆବଶ୍ୟକ ପ୍ରମାଣପତ୍ର ଯୋଗାଡ଼ କରୁଛନ୍ତି। ପୂର୍ବରୁ ତହସିଲ କାର୍ଯ୍ୟାଳୟରୁ ମିଳିଥିବା ଜାତିଗତ, ରୋଜଗାର ଏବଂ ରେସିଡେନ୍ସି ପ୍ରମାଣ ପତ୍ର ପାଇଁ ତହସିଲ ଅଫିସ ଆସି ହଇରାଣ ହେଉଛନ୍ତି। ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଜଣେ ମହିଳା ହୋଇଥିବାବେଳେ ପୁରୁଷ ଉପଭୋକ୍ତାମାନେ କାର୍ଯ୍ୟାଳୟକୁ ଗଲେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି।

ଲୋକଙ୍କ କୌଣସି କାର୍ଯ୍ୟ ହେଉନି ବୋଲି ମହାସଂଘର ସଭାପତି ତ୍ରିନାଥ ପ୍ରଧାନ, ସମ୍ପାଦକ ସନ୍ତୋଷ ପ୍ରଧାନ, ସଦସ୍ୟା ବିଳାସିନି ନାୟକ ପ୍ରମୁଖ ଅଭିଯୋଗ କରିଥିଲେ। ୨ ଦିନ ମଧ୍ୟରେ ଅତିରିକ୍ତ ତହସିଲଦାରଙ୍କୁ ଏଠାରୁ ବଦଳି କରି ଜଣେ ପୁରୁଷ ଅତିତିକ୍ତ ତହସିଲଦାରଙ୍କୁ ଏଠାରେ ନିଯୁକ୍ତି ଦିଅନ୍ତୁ ନ ହେଲେ ହଜାର ହଜାର ଆଦିବାସୀ ଦଳିତ ମହାସଙ୍ଘର ସଦସ୍ୟ, କର୍ମକର୍ତ୍ତା ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବାକୁ ଚେତାବନୀ ଦେଇଥିଲେ। ଏଥିରେ ତହସିଲଦାର ଅତିକମରେ ଏକ ସପ୍ତାହ ସମୟ ଦିଅନ୍ତୁ। ଆମେ ତହସିଲ କାର୍ଯ୍ୟାଳୟରେ ହେଉଥିବା ସମସ୍ୟାର ସମାଧାନ କରିବୁ ବୋଲି କହିଥିଲେ। ଜାତିଗତ ଓ ରେସିଡେନ୍ସ ପ୍ରମାଣପତ୍ର ପାଇଁ ବାରମ୍ବାର ସବୁବର୍ଷ ଆବେଦନ କରିବା ଆବଶ୍ୟକ ନାହିଁ ବୋଲି କହିବା ସହ ଏନେଇ ସେ ଡିଇଓ, ବିଇଓ ଓ ସମସ୍ତ ବିଦ୍ୟାଳୟକୁ ଚିଠି କରି ଜଣାଇଦେବି ବୋଲି ମହାସଂଘକୁ ତହସିଲଦାର କହିଥିଲେ।

ଏଥିରେ ଆଦିବାସୀ ଦଳିତ ମହାସଂଘର କର୍ମକର୍ତ୍ତା ରାଜି ହୋଇଥିଲେ। ସମସ୍ୟାର ସମାଧାନ ନ ହେଲେ ସପ୍ତାହ ପରେ ଆନ୍ଦୋଳନ ନିଶ୍ଚିତ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ଚାରିଛକରେ ରହିଥିବା ଏକ ବିବାଦୀୟ ଜମି, ଯାହାକି ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ଉକ୍ତ ଜମିରେ ଏବେ ଉଭୟ ପକ୍ଷଙ୍କୁ ବାରଣ ଥିବାବେଳେ ଏହାକୁ ପୁଣି ଭଡା ସୂତ୍ରରେ ଦେଇ କୋର୍ଟକୁ ଅବମାନନା କରାଯାଉଛି। ତୁରନ୍ତ ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦିବାସୀ ଦଳିତ ମହାସଙ୍ଘ ତହସିଲଦାରଙ୍କ ନିକଟରେ ଲିଖିତ ଦାବି କରିଛି। ଯଦି ପ୍ରଶାସନ ଭଡା ନେଇ ଗୋଦାମ କରିଥିବା ଭଡାଟିଆଙ୍କୁ ନ ଉଠାଏ ତେବେ ମହାସଙ୍ଘ ଆଇନକୁ ହାତକୁ ନେଇ ସେଠାରୁ ଭଡାଟିଆଙ୍କୁ ଉଠାଇବ ବୋଲି ଚେତାବନୀ ଦେଇଥିଲେ। ତହସିଲଦାର ସେମାନଙ୍କୁ ଆଇନକୁ ହାତକୁ ନ ନେବା ପାଇଁ ପରାମର୍ଶ ଦେଇଛନ୍ତି ଓ ସେ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି ତହସିଲଦାର କହିଛନ୍ତି। ଏହି ଦାବିପତ୍ର ଦେବା ସମୟରେ ସଭାପତି ତ୍ରିନାଥ ପ୍ରଧାନ, ସମ୍ପାଦକ ସନ୍ତୋଷ ପ୍ରଧାନ, ବିଳାସିନି ନାୟକ, ନକୁଳ ପ୍ରଧାନ, ପଦ୍ମନାଭ ପ୍ରଧାନ, ସମିଳ ପ୍ରଧାନ, ବାରାନିଧି ମଲିକ,ସନାତନ ମନ୍ତ୍ରୀ, କରୁଣାକର ପ୍ରଧାନ ପ୍ରମୁଖ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?