ଚାଷ ଚିନ୍ତାରେ ଚାଷୀ

କାମାକ୍ଷାନଗର, ୬।୮(ଡି.ଏନ୍‌.ଏ.): ଧାରା ଶ୍ରାବଣରେ ଉଭାନ ହୋଇଯାଇଛି ବର୍ଷା। ଧାନତଳି ରୋଇବା ଯୋଗ୍ୟ ହୋଇଯାଇଥିଲେ ମଧ୍ୟ ବିଲରେ ପାଣି ନ ଥିବାରୁ କାମ ଆଗଉନି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ୧୦ ପଞ୍ଚାୟତର ଚାଷୀ। ବର୍ଷାଭାବରୁ ବ୍ଲକରେ ମରୁଡ଼ି ଆଶଙ୍କା ଦେଖାଦେଇଥିବାବେଳେ ଶୁକ୍ରବାର ବହୁ ଚାଷୀ ପ୍ରତିନିଧି ଉପଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି।
ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକର ଗଡ଼ପଳାଶୁଣି, ମହାବିରୋଡ, ଝିଲ୍ଲି, ଦଶିପୁର, କୁଟୁରିଆ, ଘାଗରାମୁଣ୍ଡା, ବାମ, ପଙ୍ଗାତୀରା, ବିରିବୋଲାଇ, ଚାନ୍ଦପୁର ପଞ୍ଚାୟତର ଅଧିକାଂଶ ପରିବାର ଚାଷ ଉପରେ ନିର୍ଭରଶୀଳ। ଦୁଇବର୍ଷ କରୋନା କଷଣ ପରେ ଚଳିତବର୍ଷ ଭଲ ଫସଲ ଆଶାରେ ଥିଲେ ସେମାନେ। ହେଲେ ସେମାନଙ୍କ ଆଶା ନିରାଶରେ ପରିଣତ ହୋଇଛି। ତଳି ପଡ଼ିବାର ୨ମାସ ବିତିଯାଇଥିଲେ ହେଁ ଜମିରେ ପାଣି ନ ଥିବାରୁ ରୁଆ କି ବେଉଷଣ କାର୍ଯ୍ୟ ହୋଇପାରୁନାହିଁ। ସମ୍ପୃକ୍ତ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ନ ଥିବାରୁ ସମସ୍ୟା ଆହୁରି ବଢ଼ିଯାଇଛି। ତଳିସବୁ ମରିଯିବାକୁ ବସିଲାଣି। ଧାନ ତଳି ବଞ୍ଚାଇ ରଖିବା ପାଇଁ ଚାଷୀମାନେ ପୋଖରୀ, କୂଅରୁ ପାଣି ବୋହି ନେଇ ପକାଉଛନ୍ତି। ଅନ୍ୟପଟେ ଖରିଫ୍‌ ଧାନକୁ ନେଇ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ ହାତୀପଲ ଦାଉ ସାଧୁଛନ୍ତି। ବିଭିନ୍ନ ସ୍ଥାନରେ ଦଳବଦ୍ଧ ହାତୀପଲ ତଳିଘରା ନଷ୍ଟ କରିବାରେ ଲାଗିଛନ୍ତି। ଫସଲ ଅମଳ ପରେ ଆବଶ୍ୟକତା ଅନୁଯାୟୀ ଚାଷୀମାନେ ଧାନ ସଞ୍ଚତ୍ତ କରି ରଖିବା ପରେ ଅବଶିଷ୍ଟ ଧାନ ବିକ୍ରି କରି ବର୍ଷସାରା ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ଅନିୟମିତ ବୃଷ୍ଟିପାତ ଯୋଗୁ ଗଜା ମରୁଡ଼ି ଆଶଙ୍କା ଦେଖାଦେଇଛି। ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ସେମାନେ ଦାବି କରିଛନ୍ତି। ଉପଜିଲାପାଳ ଅନୁପସ୍ଥିତ ଥିବାରୁ ଏ ସମ୍ପର୍କିତ ଏକ ଦାବିପତ୍ର ଡାକଯୋଗେ ପ୍ରେରଣ କରାଯାଇଥିବା ଚାଷୀ ଧନେଶ୍ୱର ସାହୁ, ମହେଶ୍ବର ନାୟକ, ଭୁବନେଶ୍ୱର ସାହୁ, ରୁଦ୍ରମୋହନ ପ୍ରଧାନ ପ୍ରମୁଖ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋତାଗଲା ବିପୁଳ ସସ୍‌, ଆଚାର

କଟକ ଅଫିସ ,୮।୨: କଟକ ଜଗତ୍‌ପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ କାରଖାନାର ପର୍ଦ୍ଦଫାଶ ହୋଇଆସୁଛି। ସସ୍‌,...

ଦୁର୍ଘଟଣାରେ ପୂର୍ବତନ ଛାତ୍ର ସଂସଦ ସଭାପତି ଆହତ, ମେଡିକାଲରେ ଉତ୍ତେଜନା

ଗଞ୍ଜାମ,୨।୧୦(ଡି.ଏନ୍‌.ଏ.): ଋଷିକୂଲ୍ୟା ପୋଲଠାରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଗଞ୍ଜାମ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ଅନିଲ କୁମାର ପରିଡ଼ା ବ୍ରହ୍ମପୁରରୁ ନିଜ ଗ୍ରାମକୁ...

ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା

ବସ୍ତା, ୨୧।୫(ସ୍ବ.ପ୍ର.)-ମଙ୍ଗଳବାର ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ। ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ବାଲେଶ୍ୱର ଜିଲା ବସ୍ତା ଥାନା ପଣ୍ଡରୁଙ୍ଗି ଗ୍ରାମର ଜଣେ ଦଶମ ଶ୍ରେଣୀର...

ଝାଟିମାଟି ଘରେ ବିତୁଛି ଜୀବନ

କର୍ଲାମୁଣ୍ଡା,୬।୨(ଡି.ଏନ.ଏ.):ସରକାର ବାସହୀନଙ୍କ ପାଇଁ ଘର ଯୋଗାଇବା ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରିଥିଲେ। ହେଲେ ଯୋଗ୍ୟ ଲୋକଙ୍କ ପାଖରେ ଏହି ଯୋଜନା ପହଞ୍ଚତ୍...

ସୋରଡ଼ା ଅଗ୍ନିକାଣ୍ଡ ଘଟଣା: ଗୁରୁତର ଥିବା ଶିଶୁକନ୍ୟା ବୁଜିଲେ ଆଖି

ସୋରଡ଼ା,୧୭ା୧(ଡି.ଏନ.ଏ.): ସୋରଡା ବ୍ଲକ ଗେଞ୍ଜା ପଞ୍ଚାୟତ ବନ୍ଧାଗୋଛା ଗ୍ରାମର ଛବି ନାୟକଙ୍କ ଘରେ ନିଅଁା ଲାଗି ଯାଇଥିଲା। ଫଳରେ ପରିବାରର ୪ଜଣ ପୋଡି ଗୁରୁତର ଆହତ...

୨୮ ପାନ ଦୋକାନରୁ ଜରିମାନା ଆଦାୟ

ଛତ୍ରପୁର,୨୩ା୬(ଡି.ଏନ.ଏ): ଛତ୍ରପୁର ସହର ଓ ବାଇପାସ୍‌ ଅଞ୍ଚଳରେ ଥିବା ସମସ୍ତ ପାନଦେକାନରେ ମଙ୍ଗଳବାର ଏକ ସ୍ପେଶାଲ ସ୍କ୍ବାର୍ଡ ଚଢାଉ କରି ଯାଞ୍ଚ କରିଥିଲା। ସେଥିରୁ ୨୮ ପାନ...

ନେଇଗଲେ ବନବିଭାଗ, ଝୁରୁଛନ୍ତି କୁନ୍ତଳା

ତେଲକୋଇ,୧୪।୩: ପଶୁ ଓ ମଣିଷ ମଧ୍ୟରେ ରହିଛି ଅନାବିଳ ସ୍ନେହ । ମଣିଷ ପାଖରୁ ପଶୁଟିକୁ ବିଚ୍ଛେଦ କରି ଜଙ୍ଗଲରେ ଛାଡିବା ଘଟଣାରେ ଜଣେ ମହିଳା...

ଜିଲା କଂଗ୍ରେସର ଗାନ୍ଧି ଜୟନ୍ତୀ ପାଇଁ ପ୍ରସ୍ତୁତି: ୨ରୁ ଜିଲା ବ୍ୟାପୀ ଗଣପଦଯାତ୍ରା

ନୂଆପଡା ଅଫିସ,୨୭।୯-କେନ୍ଦ୍ରର ମୋଦି ସରକାରଙ୍କ ସମୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ କମ୍‌ ତାଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ମର୍ଯ୍ୟାଦା ଦେଉଛନ୍ତି। ଏହାକୁ ନୂଆପଡା ଜିଲା...

Advertisement
Archives

Model This Week