ଖିନବର ପଞ୍ଚାୟତର ୮ ଗ୍ରାମବାସୀଙ୍କ ମେଳି

ନନ୍ଦପୁର, ୩୦।୯ (ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡା ନାଗେଶ୍ୱରୀ ପାହାଡ ଖଣି ଖନନ ପାଇଁ ନଷ୍ଟ ହେବାକୁ ଥିବା ଜଙ୍ଗଲର ସମପରିମାଣ ଜମିରେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ଖିନବର ଓ ହାତୀବାରୀ ପଞ୍ଚାୟତର ୪୩୭ ଏକର ୬୭ ସେଣ୍ଟ ଜମି ଅଧିଗ୍ରହଣ କରିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏଥିଲାଗି ଜିଲାପାଳଙ୍କ ପତ୍ରସଂଖ୍ୟା ୨୨୪୭/୨୩ ଅନୁସାରେ ନନ୍ଦପୁର ତହସିଲଦାର ପାଡୁଆ ରାଜସ୍ବ ନିରୀକ୍ଷକଙ୍କ ଜରିଆରେ ହାତୀବାରି ପଞ୍ଚାୟତର ୩୦୬ ଏକର ୩୭ସେଣ୍ଟ ଜମି ଓ ଖିନବର ପଞ୍ଚାୟତର ଖାତା ନଂ. ୩୩ର ପ୍ଲଟ ନଂ. ୩୦୦,୩୦୧, ୩୦୨,୩୦୩, ୩୦୫,୩୦୬, ୩୦୭, ୩୦୮ର ସମୁଦାୟ ୧୨୪ ଏକର ୩୩ସେଣ୍ଟ ଜମି ଚିହ୍ନଟ କରିଛନ୍ତି, ଯାହାକୁ ଶୁକ୍ରବାର ଖିନବର ପଞ୍ଚାୟତର ୮ଖଣ୍ଡ ଗ୍ରାମର ଗ୍ରାମବାସୀ ମେଳିକରି ବିରୋଧ କରିବାକୁ ସ୍ଥିର କରିଛନ୍ତି। ଚିହ୍ନଟ ୧୨୪ ଏକର ୩୩ ସେଣ୍ଟ ଜମିରେ ସେମାନେ ଧାନ , ମାଣ୍ଡିଆ, ପନିପରିବା ଚାଷକରି ଗୁଜୁରାଣ ମେଣ୍ଟାଉଛନ୍ତି। କିଛି ଜମିକୁ ଗୃହପାଳିତ ପ୍ରାଣୀଙ୍କ ଚରିବାକୁ ଛାଡି ଦେଇଛନ୍ତି। ପଞ୍ଚାୟତର ୧୫ଟି ଗ୍ରାମର ଅଧିକାଂଶ ପରିବାର ଜଙ୍ଗଲ ଓ ରାଜସ୍ବ ଜମିକୁ ବ୍ୟବହାର କରୁଛନ୍ତି। ଆମେ ବ୍ୟବହାର କରୁଥିବା ରାଜସ୍ବ ଜମିରେ ଜଙ୍ଗଲ ସୃଷ୍ଟି ପାଇଁ ପ୍ରଶାସନ ହାତକୁ ଜମି ଟେକିଦେଲେ ଆମେ କ’ଣ କରିବୁ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। କିଛିଦିନ ତଳେ ନନ୍ଦପୁର ବିଡିଓ, ତହସିଲଦାର, ଆର୍‌ଆଇ ଓ ଏସ୍‌ଡିପିଓଙ୍କ ଜରିଆରେ ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜମି ଅଧିଗ୍ରହଣକୁ ବିରୋଧ କରି ଗ୍ରାମବାସୀ ଦାବିପତ୍ର ଦେଇଥିଲେ। ଏହାକୁ ମାସେ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଆମେ ମରିଯିବୁ ପଛେ ଆମ ପଞ୍ଚାୟତର ଜମି ଅନ୍ୟ କାହାରିକୁ ହସ୍ତାନ୍ତର କରିବୁ ନାହିଁ। ଆଗାମୀ ଦିନରେ ନେଇ ବ୍ଲକ, ତହସିଲ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ କରିବୁ ବୋଲି ଖିନବର ସରପଞ୍ଚ ଭୀମ ଖିଲ, ସମିତି ସଭ୍ୟ ଘାସି ପାଙ୍ଗୀ, ବାସନ୍ତୀ ଖିଲ, ଦସୁ ଖିଲ, ତୁଳାରାମ ପାଙ୍ଗୀ, ଚିତୁ ପାଙ୍ଗୀ, ରାମ ଖିଲଙ୍କ ସମେତ ଶତାଧିକ ଗ୍ରାମବାସୀ ପ୍ରକାଶ କରିଛନ୍ତି। ବିଡିଓ ସୁଜିତ ମିଶ୍ର, ତହସିଲଦାର ନରସିଂହ ଗାଦବା, ଏସ୍‌ଡିପିଓ ସଞ୍ଜୟ ମହାପାତ୍ର ମିଳିତ ଭାବେ କହିଛନ୍ତି ଯେ, ପଞ୍ଚାୟତବାସୀ ପୂର୍ବରୁ ଦେଇଥିବା ଦାବିପତ୍ର ବିଭାଗୀୟ ମୁଖ୍ୟଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ଆଗକୁ ଯାହା ନିର୍ଦ୍ଦେଶ ଆସିବ ତାହା କାର୍ଯ୍ୟକାରୀ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?