ଆବର୍ଜନାମୟ ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର,୩।୭ (ବନ୍ଦନା ସେଠୀ): ୟୁନିଟ-୨ ମାର୍କେଟ ବିଲ୍ଡିଂ ସ୍ଥିତି ଏବେ ଦୟନୀୟ ହୋଇପଡିଛି। ସବୁଠି ଅଳିଆ ଭର୍ତ୍ତି ହୋଇଥିବାବେଳେ ମାର୍କେଟ ଆସୋସିଏଶନ୍‌ ପକ୍ଷରୁ ସଫେଇ କାର୍ଯ୍ୟ ବନ୍ଦ ରହିଛି। ଅସ୍ଥାୟୀ ବ୍ୟବସାୟୀମାନେ ବସୁଥିବା ସ୍ଥାନକୁ ସଫା ନକରି ଚାଲିଯାଉଛନ୍ତି। ଫଳରେ ଏଣେତେଣେ ସବୁଠି ବର୍ଜ୍ୟ ପଡି ରହୁଛି। ପୂର୍ବରୁ ପ୍ରତ୍ୟେକ ଦିନ ମାର୍କେଟ ଆସୋସିଏଶନ୍‌ ଏହି ଅଞ୍ଚଳକୁ ସଫା କରିଥାଏ। କିନ୍ତୁ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଲାଗି ଏବେ ଆସୋସିଏଶନ୍‌ ବର୍ଜ୍ୟ ସଫା କରୁନାହିଁ। ଦୁର୍ଗନ୍ଧରେ ନାକ ଫାଟିପଡୁଥିବାରୁ ମାର୍କେଟ ବିଲ୍ଡିଂ ସ୍ଥିତିକୁ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଆସୋସିଏଶନ୍‌ ସଭାପତି ପ୍ରଦ୍ୟୁମ୍ନ ଲେଙ୍କା କହିଛନ୍ତି, ମାର୍କେଟ ବିଲ୍ଡିଂରେ ଦେଖାଦେଇଥିବା ବିବାଦ ସମ୍ପର୍କରେ ଆସୋସିଏଶନ୍‌ ବିଏମସି କମିଶନରଙ୍କ ଦ୍ବାରସ୍ଥ ହୋଇଥିଲା। ୭ ଦିନ ମଧ୍ୟରେ ସେ ନିଜେ ମାର୍କେଟକୁ ଆସି ସ୍ଥତି ଯାଞ୍ଚ କରିବା ସହ ସ୍ଥାୟୀ ବ୍ୟବସାୟୀଙ୍କ ଅଭିଯୋଗ ଶୁଣିବେ ବୋଲି କହିଥିଲେ। ମାତ୍ର ପ୍ରତିଶ୍ରୁତିକୁ ମାସେ ବିତିଥିଲେ ମଧ୍ୟ କମିଶନରଙ୍କର ପାଦ ମାର୍କେଟ ବିଲ୍ଡିଂରେ ପଡିନାହିଁ। ମାର୍କେଟ ବିଲ୍ଡିଂ କର୍ତ୍ତୃପକ୍ଷ ବିଏମସିକୁ ଟିକସ ଦେଉଛନ୍ତି। ତେଣୁ ବିଏମସି ତା’ର ସେବା ପ୍ରଦାନ କରିବା ଜରୁରୀ, ମାତ୍ର ମାର୍କେଟବିଲ୍ଡିଂ ପାଇଁ ବିଏମସି ନିଦାବିଷ୍ଣୁ ପାଲଟିଯାଇଛି। ଅପରପକ୍ଷେ ମାର୍କେଟ ସଫା ହେଉ ନ ଥିବାରୁ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିବା ସହ ମୁହଁ ଫେରାଇ ନେଉଛନ୍ତି। ତେଣୁ ଏନେଇ ରବିବାର ଆସୋସିଏଶନ୍‌ ସଦସ୍ୟଙ୍କ ମଧ୍ୟରେ ଏକ ବୈଠକ ବସିବାର ଥିଲା। ମାତ୍ର କିଛି ଜରୁରୀ କାରଣବଶତଃ ଏହାକୁ ଆସନ୍ତା ବୁଧବାର ଯାଏ ଘୁଞ୍ଚାଇ ଦିଆଯାଇଛି। ଯଦି ଆସନ୍ତା ବୁଧବାର ମଧ୍ୟରେ ବିଏମସି କର୍ତ୍ତୃପକ୍ଷ ମାର୍କେଟ ବିଲ୍ଡିଂ ସ୍ଥିତିକୁ ନେଇ କିଛି ପଦକ୍ଷେପ ନ ନିଅନ୍ତି, ତେବେ ବୁଧବାର ମାର୍କେଟ ଆସୋସିଏଶନ୍‌ ତାର ବିକଳ୍ପ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ମାର୍କେଟବିଲ୍ଡିଂ ପରିସରରେ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଥିବା ବିବାଦର ପୂର୍ଣ୍ଣଚ୍ଛେଦ ପଡିପାରୁ ନାହିଁ। ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିବା ସହ ସ୍ଥିତି ବିଗିଡିବାରେ ଲାଗିଛି। ବିଏମ୍‌ସି ଥରକୁ ଥର ଉଠାଦୋକାନୀଙ୍କୁ ସେଠାରୁ ହଟାଉଛି ସତ, କିନ୍ତୁ ପୁନର୍ବାର ସେମାନେ ସେଠାରେ ବ୍ୟବସାୟ କରୁଛନ୍ତି, ଯାହାକୁ ନେଇ ବିଏମ୍‌ସିର ପାରିବା ପଣିଆକୁ ଆସୋସିଏସନ୍‌ ପକ୍ଷରୁ ପ୍ରଶ୍ନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri