ଆବର୍ଜନାମୟ ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର,୩।୭ (ବନ୍ଦନା ସେଠୀ): ୟୁନିଟ-୨ ମାର୍କେଟ ବିଲ୍ଡିଂ ସ୍ଥିତି ଏବେ ଦୟନୀୟ ହୋଇପଡିଛି। ସବୁଠି ଅଳିଆ ଭର୍ତ୍ତି ହୋଇଥିବାବେଳେ ମାର୍କେଟ ଆସୋସିଏଶନ୍‌ ପକ୍ଷରୁ ସଫେଇ କାର୍ଯ୍ୟ ବନ୍ଦ ରହିଛି। ଅସ୍ଥାୟୀ ବ୍ୟବସାୟୀମାନେ ବସୁଥିବା ସ୍ଥାନକୁ ସଫା ନକରି ଚାଲିଯାଉଛନ୍ତି। ଫଳରେ ଏଣେତେଣେ ସବୁଠି ବର୍ଜ୍ୟ ପଡି ରହୁଛି। ପୂର୍ବରୁ ପ୍ରତ୍ୟେକ ଦିନ ମାର୍କେଟ ଆସୋସିଏଶନ୍‌ ଏହି ଅଞ୍ଚଳକୁ ସଫା କରିଥାଏ। କିନ୍ତୁ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଲାଗି ଏବେ ଆସୋସିଏଶନ୍‌ ବର୍ଜ୍ୟ ସଫା କରୁନାହିଁ। ଦୁର୍ଗନ୍ଧରେ ନାକ ଫାଟିପଡୁଥିବାରୁ ମାର୍କେଟ ବିଲ୍ଡିଂ ସ୍ଥିତିକୁ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଆସୋସିଏଶନ୍‌ ସଭାପତି ପ୍ରଦ୍ୟୁମ୍ନ ଲେଙ୍କା କହିଛନ୍ତି, ମାର୍କେଟ ବିଲ୍ଡିଂରେ ଦେଖାଦେଇଥିବା ବିବାଦ ସମ୍ପର୍କରେ ଆସୋସିଏଶନ୍‌ ବିଏମସି କମିଶନରଙ୍କ ଦ୍ବାରସ୍ଥ ହୋଇଥିଲା। ୭ ଦିନ ମଧ୍ୟରେ ସେ ନିଜେ ମାର୍କେଟକୁ ଆସି ସ୍ଥତି ଯାଞ୍ଚ କରିବା ସହ ସ୍ଥାୟୀ ବ୍ୟବସାୟୀଙ୍କ ଅଭିଯୋଗ ଶୁଣିବେ ବୋଲି କହିଥିଲେ। ମାତ୍ର ପ୍ରତିଶ୍ରୁତିକୁ ମାସେ ବିତିଥିଲେ ମଧ୍ୟ କମିଶନରଙ୍କର ପାଦ ମାର୍କେଟ ବିଲ୍ଡିଂରେ ପଡିନାହିଁ। ମାର୍କେଟ ବିଲ୍ଡିଂ କର୍ତ୍ତୃପକ୍ଷ ବିଏମସିକୁ ଟିକସ ଦେଉଛନ୍ତି। ତେଣୁ ବିଏମସି ତା’ର ସେବା ପ୍ରଦାନ କରିବା ଜରୁରୀ, ମାତ୍ର ମାର୍କେଟବିଲ୍ଡିଂ ପାଇଁ ବିଏମସି ନିଦାବିଷ୍ଣୁ ପାଲଟିଯାଇଛି। ଅପରପକ୍ଷେ ମାର୍କେଟ ସଫା ହେଉ ନ ଥିବାରୁ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିବା ସହ ମୁହଁ ଫେରାଇ ନେଉଛନ୍ତି। ତେଣୁ ଏନେଇ ରବିବାର ଆସୋସିଏଶନ୍‌ ସଦସ୍ୟଙ୍କ ମଧ୍ୟରେ ଏକ ବୈଠକ ବସିବାର ଥିଲା। ମାତ୍ର କିଛି ଜରୁରୀ କାରଣବଶତଃ ଏହାକୁ ଆସନ୍ତା ବୁଧବାର ଯାଏ ଘୁଞ୍ଚାଇ ଦିଆଯାଇଛି। ଯଦି ଆସନ୍ତା ବୁଧବାର ମଧ୍ୟରେ ବିଏମସି କର୍ତ୍ତୃପକ୍ଷ ମାର୍କେଟ ବିଲ୍ଡିଂ ସ୍ଥିତିକୁ ନେଇ କିଛି ପଦକ୍ଷେପ ନ ନିଅନ୍ତି, ତେବେ ବୁଧବାର ମାର୍କେଟ ଆସୋସିଏଶନ୍‌ ତାର ବିକଳ୍ପ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ମାର୍କେଟବିଲ୍ଡିଂ ପରିସରରେ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଥିବା ବିବାଦର ପୂର୍ଣ୍ଣଚ୍ଛେଦ ପଡିପାରୁ ନାହିଁ। ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିବା ସହ ସ୍ଥିତି ବିଗିଡିବାରେ ଲାଗିଛି। ବିଏମ୍‌ସି ଥରକୁ ଥର ଉଠାଦୋକାନୀଙ୍କୁ ସେଠାରୁ ହଟାଉଛି ସତ, କିନ୍ତୁ ପୁନର୍ବାର ସେମାନେ ସେଠାରେ ବ୍ୟବସାୟ କରୁଛନ୍ତି, ଯାହାକୁ ନେଇ ବିଏମ୍‌ସିର ପାରିବା ପଣିଆକୁ ଆସୋସିଏସନ୍‌ ପକ୍ଷରୁ ପ୍ରଶ୍ନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri