ଜୀବନ ପାଇଁ ଦିନଟିଏ

ଦ୍ୱିତୀ ଚନ୍ଦ୍ର ସାହୁ

ପିଲାଟି ଗଛରୁ ତୋଳିଦେଲା ଡାଳିମ୍ବଟିଏ। ବାକି ପିଲାଏ ଦେଖୁଥିଲେ। କଥା ପହଞ୍ଚତ୍ଲା ଶ୍ରେଣୀ ଶିକ୍ଷକ ନିକଟକୁ। ଶ୍ରେଣୀ ଶିକ୍ଷକ ରାଗରେ ପାଚିଗଲେ। ଗୁଡ଼ାଏ ବକିଲେ ପିଲାକୁ ଅପରାଧୀ ଭଳି। ସିଧା ଧରିଗଲେ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ନିକଟକୁ। ସମସ୍ତେ ଏଥର ବହୁତ ଖୁସି। ପିଲାଙ୍କୁ ଦଣ୍ଡ ମିଳିବ। ସମସ୍ତେ ଉପଭୋଗ କରିବେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଅଧ୍ୟକ୍ଷ ତୋଳିଥିବା ଡାଳିମ୍ବକୁ ପିଲାଟି ହାତକୁ ବଢ଼େଇ ଦେଲେ। କହିଲେ – ଏ ଡାଳିମ୍ବ ଖାଇବା ନେଇ ତୁମର ଲୋଭ ଅଛି ନିଶ୍ଚିତ। ସେଥିପାଇଁ ତୋଳିଥିବ। ଏଇଟା ତ ନେବ। କିନ୍ତୁ ଗୋଟେ କାମ କରିବାକୁ ପଡ଼ିବ। ତୁମେ ଘରେ ଗୋଟେ ଡାଳିମ୍ବ ଗଛ ଲଗେଇବ। ତାକୁ ଯତ୍ନ ନେବ। ଗଛରେ ଫଳ ଧରିଲେ ତାକୁ ତୋଳି ଖାଇଲେ ତୁମ ଭିତରେ କେମିତି ଅନୁଭବ ହେବ? ପିଲାଟି କହିଲା – ଖୁବ୍‌ ଖୁସି ଲାଗିବ। ଏମିତି ଖୁସିକୁ ସାଉଁଟିବାକୁ ହେଲେ ତୁମ ବାଡ଼ିରେ ଗଛ ଲଗେଇବ ଓ ତା’ର ଫଟୋ ଦେଖାଇବାକୁ ହେବ। ବାକି ପିଲାଏ ଓ ଶ୍ରେଣୀ ଶିକ୍ଷକ ଚକିତ ହୋଇଗଲେ। ଡାଳିମ୍ବ ଧରି ପିଲାଟି ଫେରିଗଲା ଖୁସିରେ। ଏଇ ଘଟଣା ପରେ ଅଧ୍ୟକ୍ଷଙ୍କ ତୃତୀୟ ନୟନ ଖୋଲିଗଲା। ସେଇ ଅନୁଷ୍ଠାନରେ ପଢୁଥିବା ଶହ ଶହ ପିଲାଙ୍କ କ୍ଷେତ୍ରରେ ଏଇ ଭାବକୁ ଉଜ୍ଜୀବିତ କରିବା ଲାଗି ପ୍ରୟୋଗ କଲେ ଆଉ ଏକ ଅଭିନବ ପଦକ୍ଷେପ। ପିଲାମାନେ ଜନ୍ମଦିନ ଅବସରରେ ପ୍ରାର୍ଥନା ସଭାରେ ପାଳନ କରୁଥିଲେ ଶୁଭ ଜନ୍ମ ଦିବସ। ବାଣ୍ଟୁଥିଲେ ଚକୋଲେଟ। ବର୍ଷର ଅଧିକାଂଶ ଦିନ ଏମିତି ଚକୋଲେଟ ଖାଇବା ଦ୍ୱାରା ପେଟ ରୋଗ ସହ ଦାନ୍ତ କ୍ଷୟ ବଢ଼ିଚାଲିଥିଲା। ଏଇ ସବୁର ସଫଳ ସମାଧାନ ପାଇଁ ଜନ୍ମଦିନରେ ଚକୋଲେଟ ବଣ୍ଟନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ। ପ୍ରତିବଦଳରେ ଯିଏ ସକ୍ଷମ ସେ ନିଜ ଖୁସି ଅନୁସାରେ ବିଦ୍ୟାଳୟକୁ ଏକ ଫଳ ଗଛ ପ୍ରଦାନ ଲାଗି ଅନୁରୋଧ କଲେ। ତେଣିକି ଆସିଲା ହରେକ କିସମର ଗଛ। ପିଲା ନିଜ ଜନ୍ମ ଦିନରେ ଗଛ ଲଗାଇଲେ ବିଦ୍ୟାଳୟ ହତାରେ। ପ୍ରତିଦିନ ଆବେଗର ସହ ନିଜ ଗଛ ନିକଟକୁ ଯାଇ କିଛି ସମୟ ବିତେଇଲେ। ପ୍ରଚୁର ଖୁସି ମଧ୍ୟ ପାଇବାକୁ ଲାଗିଲେ। ଦିନେ ପଡ଼ିଆ ପଡ଼ି ରୁକ୍ଷ ଲାଗୁଥିବା ବିଦ୍ୟାଳୟ ହତା ସବୁଜ ସୁନ୍ଦର ହୋଇଗଲା। ନାନାଦି ପକ୍ଷୀଙ୍କ ଭିଡ଼ ଜମିଲା। ନିଜେ ଲଗାଇଥିବା ଗଛରୁ ଫଳ ଫଳିବା ଆରମ୍ଭ ପରେ ପିଲାମାନେ ହର୍ଷ ଗଦଗଦ ହୋଇପଡ଼ିଲେ। ବିଦ୍ୟାଳୟରେ ଥିବା ଶତାଧିକ ଉପତ୍ାଦିତ ନଡ଼ିଆ, ପଣସ ଆଦି ଫଳକୁ ବିକ୍ରି କରିବାକୁ ଏବେ ଯୋଜନା କରିଛନ୍ତି ଅଧ୍ୟକ୍ଷ। ସେଥିରୁ ମିଳିବାକୁ ଥିବା ଅର୍ଥରାଶି ଏକ ଆକାଉଣ୍ଟରେ ଗଚ୍ଛିତ ରହିବ। ସେଇ ଅର୍ଥରେ ମାସ ମାସ ଧରି ବିଦ୍ୟାଳୟ ଅର୍ଥ ଜମା କରିପାରୁ ନ ଥିବା ଗରିବ ପିଲାଙ୍କ ବିଦ୍ୟାଳୟ ଫି ଭରଣା କରାଯିବ। ବିଦ୍ୟାଳୟରେ କର୍ମରତ ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଜରୁରିକାଳୀନ ଆବଶ୍ୟକତା ବେଳେ ବ୍ୟୟ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏସବୁ କାହାଣୀ ନୁହଁ। ରାୟଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ବାସ୍ତବ କଥା।
ଏସବୁ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଲା ଗୋଟିଏ ପଦକ୍ଷେପରେ ଅନେକ ସମାଧାନ। ଗଛ ପାଇଁ ଦିନଟିଏ ଦେଲେ ପିଲାଏ ସତ, ତା’ର ପ୍ରତିବଦଳରେ ପ୍ରତିଦିନ ଗଛ ସମସ୍ତଙ୍କ ମନରେ ଖୁସି ଭରିଦେଲା। ଆଜି ଆମ ଚାରିପଟର ପୃଥିବୀ ଧ୍ୱଂସ ହେଉଛି। ସାଟେଲାଇଟ ଚିତ୍ରରେ ଓଡ଼ିଶାରେ ସବୁଜ ଅଂଶ ବୃଦ୍ଧି ପାଉଛି ବୋଲି ଦର୍ଶାଯାଉଛି। ଏହା ସତ୍ୟ, ହେଲେ ସୁଖଦ ଖବର। କିନ୍ତୁ ଆମ ଚାରିପଟର ପୃଥିବୀ କିଛି ଅଲଗା କହୁଛି। ଘରକୁ ଲାଗିଥିବା ଜଙ୍ଗଲ ଦୂର ଦୂର ଯାଏଁ ଘୁଞ୍ଚି ଗଲାଣି। ଆଦିବାସୀ ଅଧ୍ୟୁଷିତ ଇଲାକାରେ ବି ସାମାନ୍ୟ ଦାନ୍ତକାଠି ପାଇଁ ଅନେକ କିଲୋମିଟର ଯାଏ ଦୌଡ଼ିବାକୁ ପଡୁଛି। ଚାରିପଟେ ସୁନ୍ଦର ଭାବେ ପଦା ହୋଇପଡିଛି ଗଛ। ପାହାଡ଼ର ଚୂଡ଼ାରେ ଚୁଟି ଭଳି କିଛି ଅଂଶରେ ଗଛ ନିଜର ଉପସ୍ଥିତି ଜାହିର କରୁଛି। ଚାଷ ଜମିରେ ଅଟ୍ଟାଳିକା। ଉଜୁଡ଼ି ଗଲା ଚାଷ ବେଉଷା। କଂକ୍ରିଟ ଜଙ୍ଗଲରେ ଭରପୂର ଆମ ପରିବେଶ। ବର୍ଷତମାମ ବର୍ଷାରେ ଅନିୟମିତତା। ଶୀତ ଗାୟବ। ଶରତରେ ମରୁଡ଼ିର ପଦଧ୍ୱନି। ଏଭଳି ଅବସ୍ଥାରେ ବିକାଶ ପାଇଁ ଯେତେସବୁ ପ୍ରୟାସ କାହା ପାଇଁ।
ଜୀବଜଗତ ନାହଁି ତ ମଣିଷ ନାହିଁ। ମଣିଷ ବଞ୍ଚତ୍ବାକୁ ହେଲେ ପୁଣି ପରିବେଶ ସବୁଜିମା ହେବା ଦରକାର। ବିକାଶ ଲାଗି ଆମେ ସବୁ ଯେତେ ବ୍ୟଥିତ, ଜୀବନ ପାଇଁ ବି ସେତିକି ଚିନ୍ତା ପ୍ରକଟ କରିବା ଆବଶ୍ୟକ। ଏବେ ସମୟ ଯାହା ଆମେ ଆମ ଜୀବନଶୈଳୀକୁ ସହଜରେ ବଦଳେଇ ପାରିବାନି କଦାପି। ଏହା ଏକ ଆଜିର ସମୟର ବଡ଼ ଆହ୍ବାନ। କିନ୍ତୁ ଜୀବନକୁ ବଞ୍ଚେଇବାକୁ ଛୋଟିଆ ପ୍ରୟାସ କରିପାରିବା। କେବଳ ଜନ୍ମଦିନରେ ନୁହେଁ ଜୀବନର ବଡ଼ ବଡ଼ ଖୁସିରେ ଆମ ପରିବେଶର ମିତ ଗଛକୁ ବି ସାମିଲ କରିବା ଉଚିତ। ଗଛ ହିଁ ଏବେ ଜୀବନ। ଜୀବନର ଏଇ ଅନନ୍ୟ ସ୍ମୃତିକୁ ସତେଜ ରଖିବା ଲାଗି ଗଛଟିଏ ଲଗେଇବା ଆବଶ୍ୟକ। କେବଳ ଲଗେଇବା ନୁହେଁ, ତାକୁ ବଞ୍ଚେଇବା ଲାଗି କିଛି ମୁହୂର୍ତ୍ତ ଦେବା ଆବଶ୍ୟକ। ଏଇ ଅଳ୍ପ କ୍ଷଣ ବହୁଗୁଣିତ ହୋଇ ଚକ୍ରବୃଦ୍ଧି ସୁଧ ସହ ଆମକୁ ଫେରାଇବ ଗଛ। ଛାଇ, ଅମ୍ଲଜାନ ଓ ବର୍ଷାରେ ଭିଜେଇବ। ପୁଣି ଥରେ ଛଅ ଋତୁର ଅନୁଭବ ହୁଏତ ଆମକୁ ଫେରେଇଦେବ।
ସାମାନ୍ୟ ଛୋଟିଆ ପ୍ରୟାସରେ ଗୋଟେ ଅନୁଷ୍ଠାନର ପରିବେଶ ବଦଳିଗଲା। ତା’ ଭିତରେ ଥିବା ଆଗାମୀ କାଲିର ଭବିଷ୍ୟତଙ୍କ ଭିତରେ ଗଛ ପ୍ରୀତି ବଢ଼ିଗଲା। ଡାଳିମ୍ବ ଚୋରାଇ ଖାଇବାର ଉଦ୍ୟମ କରୁଥିବା କୁନି ଛାତ୍ର ଜଣକ ପରବର୍ତ୍ତୀ ସମୟରେ ଘରେ ଡାଳିମ୍ବ ଗଛ ଲଗାଇ ନିଜ ଭିତରେ ଦୃଢ଼ ଆତ୍ମପ୍ରତ୍ୟୟ ଜାଗରିତ କରିପାରିଲା। ସେ ଦୃଢ଼ ନିଶ୍ଚିତ – ଡାଳିମ୍ବ ହେବ ଓ ସେ ନିଶ୍ଚୟ ଖାଇବ। ଆମେ ତ ବେଶ୍‌ ଜ୍ଞାନୀ, ଗୁଣୀ, କୁଶଳୀ ଓ ପାରଙ୍ଗମ। ଆମକୁ କେବଳ ଛୋଟ ଉଦ୍ୟମ କରିବାକୁ ହେବ। ଜୀବନ ପାଇଁ ଦିନଟିଏ ଦେଇ ଦେଖ। ସତରେ ଆମ ଜୀବନ ବଦଳିଯିବ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା, ମୋ-୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri