ଜୀବନ ପାଇଁ ଦିନଟିଏ

ଦ୍ୱିତୀ ଚନ୍ଦ୍ର ସାହୁ

ପିଲାଟି ଗଛରୁ ତୋଳିଦେଲା ଡାଳିମ୍ବଟିଏ। ବାକି ପିଲାଏ ଦେଖୁଥିଲେ। କଥା ପହଞ୍ଚତ୍ଲା ଶ୍ରେଣୀ ଶିକ୍ଷକ ନିକଟକୁ। ଶ୍ରେଣୀ ଶିକ୍ଷକ ରାଗରେ ପାଚିଗଲେ। ଗୁଡ଼ାଏ ବକିଲେ ପିଲାକୁ ଅପରାଧୀ ଭଳି। ସିଧା ଧରିଗଲେ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ନିକଟକୁ। ସମସ୍ତେ ଏଥର ବହୁତ ଖୁସି। ପିଲାଙ୍କୁ ଦଣ୍ଡ ମିଳିବ। ସମସ୍ତେ ଉପଭୋଗ କରିବେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଅଧ୍ୟକ୍ଷ ତୋଳିଥିବା ଡାଳିମ୍ବକୁ ପିଲାଟି ହାତକୁ ବଢ଼େଇ ଦେଲେ। କହିଲେ – ଏ ଡାଳିମ୍ବ ଖାଇବା ନେଇ ତୁମର ଲୋଭ ଅଛି ନିଶ୍ଚିତ। ସେଥିପାଇଁ ତୋଳିଥିବ। ଏଇଟା ତ ନେବ। କିନ୍ତୁ ଗୋଟେ କାମ କରିବାକୁ ପଡ଼ିବ। ତୁମେ ଘରେ ଗୋଟେ ଡାଳିମ୍ବ ଗଛ ଲଗେଇବ। ତାକୁ ଯତ୍ନ ନେବ। ଗଛରେ ଫଳ ଧରିଲେ ତାକୁ ତୋଳି ଖାଇଲେ ତୁମ ଭିତରେ କେମିତି ଅନୁଭବ ହେବ? ପିଲାଟି କହିଲା – ଖୁବ୍‌ ଖୁସି ଲାଗିବ। ଏମିତି ଖୁସିକୁ ସାଉଁଟିବାକୁ ହେଲେ ତୁମ ବାଡ଼ିରେ ଗଛ ଲଗେଇବ ଓ ତା’ର ଫଟୋ ଦେଖାଇବାକୁ ହେବ। ବାକି ପିଲାଏ ଓ ଶ୍ରେଣୀ ଶିକ୍ଷକ ଚକିତ ହୋଇଗଲେ। ଡାଳିମ୍ବ ଧରି ପିଲାଟି ଫେରିଗଲା ଖୁସିରେ। ଏଇ ଘଟଣା ପରେ ଅଧ୍ୟକ୍ଷଙ୍କ ତୃତୀୟ ନୟନ ଖୋଲିଗଲା। ସେଇ ଅନୁଷ୍ଠାନରେ ପଢୁଥିବା ଶହ ଶହ ପିଲାଙ୍କ କ୍ଷେତ୍ରରେ ଏଇ ଭାବକୁ ଉଜ୍ଜୀବିତ କରିବା ଲାଗି ପ୍ରୟୋଗ କଲେ ଆଉ ଏକ ଅଭିନବ ପଦକ୍ଷେପ। ପିଲାମାନେ ଜନ୍ମଦିନ ଅବସରରେ ପ୍ରାର୍ଥନା ସଭାରେ ପାଳନ କରୁଥିଲେ ଶୁଭ ଜନ୍ମ ଦିବସ। ବାଣ୍ଟୁଥିଲେ ଚକୋଲେଟ। ବର୍ଷର ଅଧିକାଂଶ ଦିନ ଏମିତି ଚକୋଲେଟ ଖାଇବା ଦ୍ୱାରା ପେଟ ରୋଗ ସହ ଦାନ୍ତ କ୍ଷୟ ବଢ଼ିଚାଲିଥିଲା। ଏଇ ସବୁର ସଫଳ ସମାଧାନ ପାଇଁ ଜନ୍ମଦିନରେ ଚକୋଲେଟ ବଣ୍ଟନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ। ପ୍ରତିବଦଳରେ ଯିଏ ସକ୍ଷମ ସେ ନିଜ ଖୁସି ଅନୁସାରେ ବିଦ୍ୟାଳୟକୁ ଏକ ଫଳ ଗଛ ପ୍ରଦାନ ଲାଗି ଅନୁରୋଧ କଲେ। ତେଣିକି ଆସିଲା ହରେକ କିସମର ଗଛ। ପିଲା ନିଜ ଜନ୍ମ ଦିନରେ ଗଛ ଲଗାଇଲେ ବିଦ୍ୟାଳୟ ହତାରେ। ପ୍ରତିଦିନ ଆବେଗର ସହ ନିଜ ଗଛ ନିକଟକୁ ଯାଇ କିଛି ସମୟ ବିତେଇଲେ। ପ୍ରଚୁର ଖୁସି ମଧ୍ୟ ପାଇବାକୁ ଲାଗିଲେ। ଦିନେ ପଡ଼ିଆ ପଡ଼ି ରୁକ୍ଷ ଲାଗୁଥିବା ବିଦ୍ୟାଳୟ ହତା ସବୁଜ ସୁନ୍ଦର ହୋଇଗଲା। ନାନାଦି ପକ୍ଷୀଙ୍କ ଭିଡ଼ ଜମିଲା। ନିଜେ ଲଗାଇଥିବା ଗଛରୁ ଫଳ ଫଳିବା ଆରମ୍ଭ ପରେ ପିଲାମାନେ ହର୍ଷ ଗଦଗଦ ହୋଇପଡ଼ିଲେ। ବିଦ୍ୟାଳୟରେ ଥିବା ଶତାଧିକ ଉପତ୍ାଦିତ ନଡ଼ିଆ, ପଣସ ଆଦି ଫଳକୁ ବିକ୍ରି କରିବାକୁ ଏବେ ଯୋଜନା କରିଛନ୍ତି ଅଧ୍ୟକ୍ଷ। ସେଥିରୁ ମିଳିବାକୁ ଥିବା ଅର୍ଥରାଶି ଏକ ଆକାଉଣ୍ଟରେ ଗଚ୍ଛିତ ରହିବ। ସେଇ ଅର୍ଥରେ ମାସ ମାସ ଧରି ବିଦ୍ୟାଳୟ ଅର୍ଥ ଜମା କରିପାରୁ ନ ଥିବା ଗରିବ ପିଲାଙ୍କ ବିଦ୍ୟାଳୟ ଫି ଭରଣା କରାଯିବ। ବିଦ୍ୟାଳୟରେ କର୍ମରତ ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଜରୁରିକାଳୀନ ଆବଶ୍ୟକତା ବେଳେ ବ୍ୟୟ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏସବୁ କାହାଣୀ ନୁହଁ। ରାୟଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ବାସ୍ତବ କଥା।
ଏସବୁ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଲା ଗୋଟିଏ ପଦକ୍ଷେପରେ ଅନେକ ସମାଧାନ। ଗଛ ପାଇଁ ଦିନଟିଏ ଦେଲେ ପିଲାଏ ସତ, ତା’ର ପ୍ରତିବଦଳରେ ପ୍ରତିଦିନ ଗଛ ସମସ୍ତଙ୍କ ମନରେ ଖୁସି ଭରିଦେଲା। ଆଜି ଆମ ଚାରିପଟର ପୃଥିବୀ ଧ୍ୱଂସ ହେଉଛି। ସାଟେଲାଇଟ ଚିତ୍ରରେ ଓଡ଼ିଶାରେ ସବୁଜ ଅଂଶ ବୃଦ୍ଧି ପାଉଛି ବୋଲି ଦର୍ଶାଯାଉଛି। ଏହା ସତ୍ୟ, ହେଲେ ସୁଖଦ ଖବର। କିନ୍ତୁ ଆମ ଚାରିପଟର ପୃଥିବୀ କିଛି ଅଲଗା କହୁଛି। ଘରକୁ ଲାଗିଥିବା ଜଙ୍ଗଲ ଦୂର ଦୂର ଯାଏଁ ଘୁଞ୍ଚି ଗଲାଣି। ଆଦିବାସୀ ଅଧ୍ୟୁଷିତ ଇଲାକାରେ ବି ସାମାନ୍ୟ ଦାନ୍ତକାଠି ପାଇଁ ଅନେକ କିଲୋମିଟର ଯାଏ ଦୌଡ଼ିବାକୁ ପଡୁଛି। ଚାରିପଟେ ସୁନ୍ଦର ଭାବେ ପଦା ହୋଇପଡିଛି ଗଛ। ପାହାଡ଼ର ଚୂଡ଼ାରେ ଚୁଟି ଭଳି କିଛି ଅଂଶରେ ଗଛ ନିଜର ଉପସ୍ଥିତି ଜାହିର କରୁଛି। ଚାଷ ଜମିରେ ଅଟ୍ଟାଳିକା। ଉଜୁଡ଼ି ଗଲା ଚାଷ ବେଉଷା। କଂକ୍ରିଟ ଜଙ୍ଗଲରେ ଭରପୂର ଆମ ପରିବେଶ। ବର୍ଷତମାମ ବର୍ଷାରେ ଅନିୟମିତତା। ଶୀତ ଗାୟବ। ଶରତରେ ମରୁଡ଼ିର ପଦଧ୍ୱନି। ଏଭଳି ଅବସ୍ଥାରେ ବିକାଶ ପାଇଁ ଯେତେସବୁ ପ୍ରୟାସ କାହା ପାଇଁ।
ଜୀବଜଗତ ନାହଁି ତ ମଣିଷ ନାହିଁ। ମଣିଷ ବଞ୍ଚତ୍ବାକୁ ହେଲେ ପୁଣି ପରିବେଶ ସବୁଜିମା ହେବା ଦରକାର। ବିକାଶ ଲାଗି ଆମେ ସବୁ ଯେତେ ବ୍ୟଥିତ, ଜୀବନ ପାଇଁ ବି ସେତିକି ଚିନ୍ତା ପ୍ରକଟ କରିବା ଆବଶ୍ୟକ। ଏବେ ସମୟ ଯାହା ଆମେ ଆମ ଜୀବନଶୈଳୀକୁ ସହଜରେ ବଦଳେଇ ପାରିବାନି କଦାପି। ଏହା ଏକ ଆଜିର ସମୟର ବଡ଼ ଆହ୍ବାନ। କିନ୍ତୁ ଜୀବନକୁ ବଞ୍ଚେଇବାକୁ ଛୋଟିଆ ପ୍ରୟାସ କରିପାରିବା। କେବଳ ଜନ୍ମଦିନରେ ନୁହେଁ ଜୀବନର ବଡ଼ ବଡ଼ ଖୁସିରେ ଆମ ପରିବେଶର ମିତ ଗଛକୁ ବି ସାମିଲ କରିବା ଉଚିତ। ଗଛ ହିଁ ଏବେ ଜୀବନ। ଜୀବନର ଏଇ ଅନନ୍ୟ ସ୍ମୃତିକୁ ସତେଜ ରଖିବା ଲାଗି ଗଛଟିଏ ଲଗେଇବା ଆବଶ୍ୟକ। କେବଳ ଲଗେଇବା ନୁହେଁ, ତାକୁ ବଞ୍ଚେଇବା ଲାଗି କିଛି ମୁହୂର୍ତ୍ତ ଦେବା ଆବଶ୍ୟକ। ଏଇ ଅଳ୍ପ କ୍ଷଣ ବହୁଗୁଣିତ ହୋଇ ଚକ୍ରବୃଦ୍ଧି ସୁଧ ସହ ଆମକୁ ଫେରାଇବ ଗଛ। ଛାଇ, ଅମ୍ଲଜାନ ଓ ବର୍ଷାରେ ଭିଜେଇବ। ପୁଣି ଥରେ ଛଅ ଋତୁର ଅନୁଭବ ହୁଏତ ଆମକୁ ଫେରେଇଦେବ।
ସାମାନ୍ୟ ଛୋଟିଆ ପ୍ରୟାସରେ ଗୋଟେ ଅନୁଷ୍ଠାନର ପରିବେଶ ବଦଳିଗଲା। ତା’ ଭିତରେ ଥିବା ଆଗାମୀ କାଲିର ଭବିଷ୍ୟତଙ୍କ ଭିତରେ ଗଛ ପ୍ରୀତି ବଢ଼ିଗଲା। ଡାଳିମ୍ବ ଚୋରାଇ ଖାଇବାର ଉଦ୍ୟମ କରୁଥିବା କୁନି ଛାତ୍ର ଜଣକ ପରବର୍ତ୍ତୀ ସମୟରେ ଘରେ ଡାଳିମ୍ବ ଗଛ ଲଗାଇ ନିଜ ଭିତରେ ଦୃଢ଼ ଆତ୍ମପ୍ରତ୍ୟୟ ଜାଗରିତ କରିପାରିଲା। ସେ ଦୃଢ଼ ନିଶ୍ଚିତ – ଡାଳିମ୍ବ ହେବ ଓ ସେ ନିଶ୍ଚୟ ଖାଇବ। ଆମେ ତ ବେଶ୍‌ ଜ୍ଞାନୀ, ଗୁଣୀ, କୁଶଳୀ ଓ ପାରଙ୍ଗମ। ଆମକୁ କେବଳ ଛୋଟ ଉଦ୍ୟମ କରିବାକୁ ହେବ। ଜୀବନ ପାଇଁ ଦିନଟିଏ ଦେଇ ଦେଖ। ସତରେ ଆମ ଜୀବନ ବଦଳିଯିବ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା, ମୋ-୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri