ଜିଲାପାଳଙ୍କୁ ଭେଟିବା ପାଇଁ ସ୍କୁଲ ଛାଡ଼ିଲେ ପିଲା

ବାରିପଦା ଅଫିସ,୧୪।୯: ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ ପଥରନେସା ଆଦିବାସୀ ଆଶ୍ରମ ସ୍କୁଲର ଛାତ୍ରୀଛାତ୍ରମାନେ ଜିଲାପାଳଙ୍କୁ ଭେଟିବା ପାଇଁ ସ୍କୁଲ ଛାଡ଼ିବା ଓ ୫ କି.ମି ଚାଲିବା ପରେ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ବୁଝାଶୁଝା କରି ଫେରାଇ ନେବା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ବିଭାଗ ଦ୍ୱାରା ପଥରନେସା ଆଶ୍ରମ ସ୍କୁଲ ପରିଚାଳିତ ହୋଉଛି। ଏଠାରେ ୩ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ଓ ଛାତ୍ରାବାସ ରହିଛି। ୨୬୦ଛାତ୍ରୀଛାତ୍ର ଛାତ୍ରାବାସରେ ରହୁଥିବା ବେଳେ ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ନିର୍ଯାତନା ଦେଉଥିବା ଓ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ଅଭିଯୋଗ କରି ଛାତ୍ରୀଛାତ୍ରମାନେ ସକାଳ ସାଢେ ୯ଟାରୁ ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ। ସମସ୍ୟାର ସମାଧାନ ନ ହେବାରୁ ଶତାଧିକ ଛାତ୍ରୀଛାତ୍ର ୪୦କି.ମି. ଦୂର ଜିଲାପାଳଙ୍କୁ ଭେଟି ଅଭିଯୋଗ କରିବାକୁ ବାହାରିଥିଲେ। ୫କି.ମି. ଚାଲିବା ପରେ ମହାବିଲାଠାରେ ତହସିଲଦାର, ଦାୟିତ୍ୱରେ ଥିବା ଜିଲା ମଙ୍ଗଳ ଅଧିକାରୀ ସୁନାରାମ ସିଂ, ଆଇଟିଡିଏର ପ୍ରକଳ୍ପ ଅଧିକାରୀ ବସନ୍ତ ସେଠୀ, ଏସ୍‌ଡିପିଓ କେ.କେ. ହରିପ୍ରସାଦ ଓ ମୋରଡ଼ା ବିଧାୟକ ରାଜକିଶୋର ଦାସ ପହଞ୍ଚିି ଛାତ୍ରୀଛାତ୍ରଙ୍କୁ ଅଟକାଇ ବୁଝାଶୁୁଝା କରିଥିଲେ। ଖୁବଶୀଘ୍ର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯିବା ସହିତ ଅନ୍ୟ ଦାବିଗୁଡ଼ିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ପାଇବା ପରେ ଛାତ୍ରୀଛାତ୍ରମାନେ ସ୍କୁଲକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଲରାପତରିଆ ବାଘ ଗଣିବେ ନବୀନ ସରକାର

ଭୁବନେଶ୍ୱର, ୨।୩(ଅସମାପିକା ସାହୁ): ରାଜ୍ୟ ସରକାର ନିଜସ୍ବ କଲରାପତରିଆ ବାଘ ଗଣନା କରିବେ। ଆସନ୍ତା ମେ’ରୁ ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା...

୩ ମେଗା ପ୍ରକଳ୍ପ ଦିଗହରା: ଅବଧି ସରିଲାଣି, ସରୁନି କାମ

ରାୟଗଡ଼ା,୨।୩(ଭାଗ୍ୟଶ୍ରୀ ମିଶ୍ର): ପ୍ରତ୍ୟେକ ଘରକୁ ଟ୍ୟାପ୍‌ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ଲକ୍ଷ୍ୟ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଜଳ ଜୀବନ...

ପାର୍ଟି ନୁହେଁ, ଏଥର ଚାଷୀ ସରକାର ଦରକାର

ଜଗତ୍‌ସିଂହପୁର,୨ା୩(ପ୍ରମୋଦ କୁମାର ନାୟକ): ଚାଷୀଙ୍କ ୮୦ ପ୍ରତିଶତ ଭୋଟରେ ଭାଜପା କେନ୍ଦ୍ର ଓ ବିଜେଡି ରାଜ୍ୟରେ ସରକାର ଚଳାଇଛି। ଦୀର୍ଘ ୨୪ ବର୍ଷ ହେଲା ବିଜେଡି...

ନିର୍ବାଚନ ପୂର୍ବରୁ ଭାଜପା ନେତାଙ୍କୁ ହାଣିଦେଲେ

ମାଲକାନଗିରି,୨।୩(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ପୁର୍ବରୁ ଭାଜପା ନେତାଙ୍କୁ ହାଣି ହତ୍ୟା । ଏଭଳି ଅଭାବନିୀୟ ଘଟଣା ଘଟିଛି ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲାରେ। ବିଜାପୁର...

ଗଛ କଟାକୁ କେନ୍ଦ୍ରକରି ଫରେଷ୍ଟ ଗାର୍ଡଙ୍କୁ ଆକ୍ରମଣ: ଭିଡିଓ ଭାଇରାଲ୍‌

ବାରିପଦା,୨ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବାକୁ ବାରଣ କରିବାରୁ ଜଣେ ଫରେଷ୍ଟ ଗାର୍ଡଙ୍କୁ କେତେକ ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ...

ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର: ବନ୍ଧା ହେଲେ ଯୁବକ 

ନିରାକାରପୁର,୨ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଜଣେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବାରମ୍ବାର ବଳାତ୍କାର କରିବା ଘଟଣାରେ ଜଙ୍କିଆ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...

ଦିଲ୍ଲୀ ହୁରିକେନ୍ସକୁ ପରାସ୍ତ କରି ଓଡ଼ିଶା ମହିଳା ରଗ୍‌ବୀ ଦଳ ଚାମ୍ପିୟନ

ଭୁବନେଶ୍ୱର, ୨।୩ (ତପନ ସ୍ବାଇଁ): ରଗ୍‌ବୀ ଇଣ୍ଡିଆ, ଓଡ଼ିଶା ରଗ୍‌ବୀ ଫୁଟବଲ ଆସୋସିଏଶନ (ଓଆରଏଫ୍‌ଏ), ରାଜ୍ୟ କ୍ରୀଡ଼ା ବିଭାଗ ଓ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ...

ଏଥର କିଡ୍‌ନୀ ବାହାରକୁ ଯାଉନାହିଁ

କଟକ/ପଟ୍ଟାମୁଣ୍ଡାଇ, ୨ା୩(ଶିଳ୍ପା ପ୍ରିୟଦର୍ଶିନୀ/କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଶ୍ରୀଓମ୍‌ ଶିବୁ(୧୮)ଙ୍କ ମୃତ୍ୟୁ ପରେ ତାଙ୍କ କିଡ୍‌ନୀ ୨ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଉଛି। ରମେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri