ଏହି ସ୍ଥାନରେ ୩୦୦ ବର୍ଷ ଧରି ଟଣା ହୋଇନାହିଁ ରଥ

କେନ୍ଦ୍ରାପଡ଼ା, ୨୦ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ୧୨ କି.ମି. ଦୂର ଇନ୍ଦୁପୁର ବଜାର। ଏଠାରୁ ଦେଢ଼ କି.ମି. ଦୂର ହାବେଳି (ପତିସାହି) ଠାରେ ଥିବା ପ୍ରାୟ ୩୦୦ବର୍ଷ ତଳର ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ପୂଜା ପାଉଛନ୍ତି। ୩ ଚକାସନରେ ଉପବିଷ୍ଟ ଏହି ଦେବ ପ୍ରତିମା ଦାରୁରେ ନିର୍ମିତ ହୋଇଥିଲେ ମଧ୍ୟ କେବେ ନବକଳେବର ହୁଅନ୍ତି ନାହିଁ। ମାତ୍ର ଶ୍ରୀଜଗନ୍ନାଥ ସଂସ୍କୃତିରେ ପ୍ରଚଳିତ ରୀତିନୀତିକୁ ଅନୁକରଣ କରାଯାଏ। ସ୍ନାନପୂର୍ଣ୍ଣିମା ଅବସରରେ ଦିଅଁମାନେ ନିକଟସ୍ଥ ସ୍ନାନମଣ୍ଡପକୁ ଯାଆନ୍ତି। ସେଠାରୁ ଫେରି ଅନବସର ଗୃହରେ ରୁହନ୍ତି। ଏହି ସମୟରେ ବନକଲାଗି ହୁଏ। ନେତ୍ରୋତ୍ସବରେ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦିଅନ୍ତି। ଏହି ଦିନ ରଥ ବଦଳରେ ମନ୍ଦିର ଚୂଳରେ ନେତ ବନ୍ଧାହୁଏ। ତେବେ ରଥଯାତ୍ରା ଦିନ ରଥ ବଦଳରେ ଶ୍ରୀଜୀଉମାନେ ମନ୍ଦିର ଚକାସନରେ ବିଜେ ହୁଅନ୍ତି। ବନ୍ଦ ହୋଇଥିବା ରଥଟଣା ଓ ଏହି ମନ୍ଦିର ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ ତଥା ସେବାୟତ ନୀଳମାଧବ ପତି କୁହନ୍ତି, ପ୍ରାୟ ୩ ଶହ ବର୍ଷରୁ ଅଧିକ ହେବ ଏଠାରେ ରଥଟଣା ବନ୍ଦ ରହିଛି। ସମ୍ଭବତଃ ଗ୍ରାମରେ ରଥ ଉପଯୋଗୀ ଦାଣ୍ଡ ଓ ମାଉସୀ ମା’ ମନ୍ଦିର ନ ଥିବାରୁ ଏପରି ବ୍ୟବସ୍ଥା ହୋଇଛି। ସେ ଆହୁରି କହିଛନ୍ତି, ଏବକାର ଦେଉଳଟି ପ୍ରାୟ ୩୦୦ ବର୍ଷ ପୂର୍ବର। ମାତ୍ର ମୂଳ ମନ୍ଦିର ଏଠାରେ ନ ଥିଲା। ବିରୂପା ନଦୀ କୂଳରେ ଦ୍ୱାଦଶ ଶତାଦ୍ଦୀର ମନ୍ଦିର ରହିଥିବା ବିଭିନ୍ନ ସମୟରେ ପ୍ରମାଣ ମିଳିଛି। ନଦୀବନ୍ଧ ନିକଟରେ ଜଣେ ବ୍ୟକ୍ତି ଘର ନିଅଁ ଖୋଳିବାକୁ ଯାଇ ଏକ ପ୍ରସ୍ତର ଚଟାଣ ଉଦ୍ଧାର କରିଛନ୍ତି। ସେହିପରି ନଦୀ ଗର୍ଭକୁ ଚାଲି ଯାଇଥିବା ୩ ବାମ୍ଫି ସମ୍ପର୍କରେ ଲୋକକଥା ଏଯାଏ ଅଞ୍ଚଳବାସୀଙ୍କ ମୁହଁରେ ରହିଛି। ଆଉରଙ୍ଗଜେବଙ୍କ ସେନା ଆକ୍ରମଣ ସମୟରେ ମନ୍ଦିରର ବହୁ ସୁନା ରୁପା ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ସେହି ବାମ୍ଫିରେ ପଡିଛି ବୋଲି ସମସ୍ତେ ବିଶ୍ୱାସ କରନ୍ତି। ଏହାବ୍ୟତୀତ ଶ୍ରୀଜୀଉଙ୍କ ଚକାସନ ବହୁ ଗବେଷକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ସେବାୟତ ପତି କୁହନ୍ତି, ମନ୍ଦିରର ବିରାଜିତ ଶ୍ରୀଜୀଉଙ୍କ ଉଚ୍ଚତା ପ୍ରାୟ ୪ ଫୁଟ। ଦିଅଁମାନେ ଯେଉଁ ଚକାସନରେ ବସିଛନ୍ତି, ସେଠାରେ ପ୍ରାକ୍‌ ସମୟର ଭାଷାରେ କିଛି ଲେଖାଯାଇଛି। ଯାହା ଐତିହାସିକଙ୍କ ଗବେଷଣାକୁ ଅପେକ୍ଷା କରିଛି।
ଶିକ୍ଷାବିତ୍‌ ପ୍ରଣବ ପ୍ରକାଶ ଜେନା କୁହନ୍ତି, ଶ୍ରୀକ୍ଷେତ୍ରଧାମରୁ କେତେକ ଅନ୍ବେଷଣକାରୀ ସୁଭଦ୍ରାଙ୍କ ଚକାସନକୁ ଶ୍ରୀକ୍ଷେତ୍ରର ବୋଲି ଦାବି କରିଥିଲେ। ତେବେ ଏଥିପାଇଁ ଆହୁରି ଗବେଷଣା ଓ ତର୍ଜମାର ଆବଶ୍ୟକତା ଅଛି। ଇନ୍ଦୁପୁରର ଶ୍ରଦ୍ଧାଳୁ ଚନ୍ଦନ କୁମାର ସାହୁ କୁହନ୍ତି, କେନ୍ଦ୍ରାପଡ଼ା ସହରର ଇଚ୍ଛାପୁରରେ ଥିବା ଶ୍ରୀବଳଦେବଜୀଉଙ୍କ ମନ୍ଦିରଠାରୁ ଏହା ପୁରୁଣା। ଏବେ ପଥର ଦେଉଳର କ୍ଷୟକୁ ରୋକିବା ପାଇଁ ସିମେଣ୍ଟ ପ୍ଲାଷ୍ଟର ଓ ମାର୍ବଲ ଯୋଡ଼େଇ ହୋଇଛି। ଏହି ମନ୍ଦିରର କେତେକ ଅଂଶରେ ଥିବା ପୁରୁଣା ଦେବଦେବୀ ଓ ଅନ୍ୟ ପାର୍ଶ୍ୱଦେବତା ମୂର୍ତ୍ତିିକୁ ଦେଖିବା ପାଇଁ ଛଡାଯାଇଛି। ଏହି ପୁରାତନ ମନ୍ଦିରର ପ୍ରଚାର ପ୍ରସାର ନ ଥିବାରୁ ଅବହେଳିତ ହୋଇ ପଡ଼ି ରହିଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri