Posted inଫୁରସତ

ଇନ୍‌ଷ୍ଟାଗ୍ରାମ ସେନସେସନ୍‌ ପାଲଟିଛି ବିଲେଇ

ଦୁବାଇର ଗଳିରେ ବୁଲୁଥିଲା ଏକ ମୋଟା ସୁସ୍ଥସବଳ ସୁନ୍ଦର ବିଲେଇ। ତାକୁ ତା’ର ମାଲିକ ରାସ୍ତାରେ ଛାଡ଼ି ଚାଲିଯାଇଥିଲେ। ଏଇ ବିଲେଇକୁ ଦେଖିଥିଲେ ଆମେରିକାର ଏକ ଦମ୍ପତି। ଆଉ ବିଲେଇଟି ତାଙ୍କୁ ବହୁତ ଭଲ ଲାଗିଥିଲା। ସେମାନେ ତାକୁ ନିଜ ସହ ଆମେରିକା ନେଇ ଆସିଲେ। ନାଁ ଦେଲେ ‘ବେନସନ୍‌’। କିଛିଦିନ ପରେ ସେମାନେ ଦେଖିଲେ ବେନ୍‌ସନ୍‌ ଫଟୋ ଉଠାଇବାବେଳେ ବହୁତ ଭଲରେ ବସୁଛି ଓ ସୁନ୍ଦର ପୋଜ୍‌ ଦେଉଛି। ସନ୍‌ଗ୍ଲାସ୍‌ ଲଗେଇବାକୁ ବି ଭଲ ପାଉଛି। ତା’ସହ ତା’ର ଚାଲି ବହୁତ ସୁନ୍ଦର। ପୂରା ମଡେଲଙ୍କ କ୍ୟାଟଓ୍ବାକ୍‌ ପରି। ତେଣୁ ତାକୁ କିଛି ଫ୍ୟାଶନେବଲ୍‌ ପୋଷାକ ପିନ୍ଧେଇବାକୁ ଭାବିଲେ। ସୁନ୍ଦର ପୋଷାକ ପିନ୍ଧାଇ ଫଟୋ ବି ଉଠାଇଲେ। ସୋସିଆଲ ମିଡିଆରେ ପୋଷ୍ଟ କଲେ। ଲୋକମାନେ ତା’ର ଫଟୋକୁ ବହୁତ ପସନ୍ଦ କଲେ। ଋତୁ ଅନୁସାରେ ତାକୁ ଷ୍ଟାଇଲିସ୍‌ ପୋଷାକ ବି ପିନ୍ଧେଇଲେ। ବେନ୍‌ସନ୍‌ ପୋଷାକ ପିନ୍ଧିବାକୁ ଆଦୌ ବିରକ୍ତି ପ୍ରକାଶ କରେ ନାହିଁ। ବରଂ ଖୁସିରେ ପିନ୍ଧି ଫଟୋ ପାଇଁ ପୋଜ୍‌ ଦିଏ। ତେଣୁ ଏବେ ସେ ପାଲଟିଛି ଇନ୍‌ଷ୍ଟାଗ୍ରାମ ସେନସେସନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ iPhone ଧରିଥିଲା କୁନି ପୁଅ, ବୋଟିଂ ସମୟରେ କରିଦେଲା ଏମିତି କାଣ୍ଡ, ୟୁଜର୍ସ ଦେଖି…

ପିଲାମାନଙ୍କ ଦୁଷ୍ଟାମୀର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହୁଏ, କିନ୍ତୁ ଏଥର ଜଣେ କୁନି ପିଲା ଏମିତି କାରନାମା କରିଛି ଯାହା ୟୁଜର୍ସଙ୍କୁ ଚକିତ କରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri