ଫେସ୍‌ବୁକ୍‌ରୁ ପ୍ରେମ ବିବାହକରି ପ୍ରତାରଣା ମାମଲା: ଯୌତୁକ ସାମଗ୍ରୀ ନେଇଗଲେ ସ୍ତ୍ରୀ

କଟକ ଅଫିସ,୩୦।୭: ଫେସ୍‌ବୁକ୍‌ରୁ ପ୍ରେମକରି ବିବାହ ଓ ପରେ ପ୍ରତାରଣା ମାମଲାରେ ନୂଆ ମୋଡ ଆସିଛି। ପ୍ରଥମେ ସ୍ବାମୀ ଓ ପରେ ସ୍ତ୍ରୀ ପରସ୍ପର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ଶେଷରେ ସ୍ତ୍ରୀ ବାଲେଶ୍ୱର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକ୍ରମେ ଗୁରୁବାର ବାଲେଶ୍ୱର ପୋଲିସ ସହାୟତାରେ ସ୍ବାମୀଙ୍କ କଟକ ମର୍କତନଗରସ୍ଥିତ ଘରୁ ସ୍ତ୍ରୀ ସମସ୍ତ ଯୌତୁକ ସାମଗ୍ରୀ ନେଇଯାଇଥିବା ସ୍ଥାନୀୟ ଥାନା ଅଧିକାରୀ ବିୟୁଟି ମହାନ୍ତି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମର୍କତ ନଗର ଅଞ୍ଚଳରେ ରହୁଥିବା ମୋହିତ ଶର୍ମା ଓ ବାଲେଶ୍ୱର ଅଞ୍ଚଳର ସମ୍ପୃକ୍ତା ଯୁବତୀଙ୍କ ମଧ୍ୟରେ ଗତବର୍ଷ ଫେସ୍‌ବୁକ୍‌ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଗତ ନଭେମ୍ବର ୨୫ରେ ଉଭୟଙ୍କର ବିବାହ ହୋଇଥିଲା। କିନ୍ତୁ ମୋହିତଙ୍କ ସହ ସ୍ତ୍ରୀ ସମ୍ପର୍କ ରଖୁ ନ ଥିଲେ। ବରଂ ଅଜଣା ବ୍ୟକ୍ତି ମୋହିତଙ୍କୁ ଫୋନ୍‌ରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଗତ ୧୩ତାରିଖରେ ମୋହିତଙ୍କ ଉପରେ ଆକ୍ରମଣ ହୋଇଥିଲା। ସେ ଗତ ୧୪ରେ ଅଫିସରୁ ଘରକୁ ଆସିବାବେଳେ ଘରେ ତାଲା ପକାଇଦେଇ ସ୍ତ୍ରୀ ଚାଲିଯାଇଥିଲେ। ଏହି ଘଟଣାକୁ ନେଇ ସ୍ତ୍ରୀ ଓ ତାଙ୍କ ପରିବାର ଲୋକେ ନିର୍ଯାତନା ଦେଉଥିବା ମୋହିତ ଗତ ୧୭ ତାରିଖରେ ମର୍କତ ନଗର ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ମୋହିତଙ୍କ ନଁାରେ ମହିଳା ଥାନାରେ ପାଲଟା ଅଭିଯୋଗ ଆଣିଥିଲେ ସ୍ତ୍ରୀ। ସେ ଅଭିଯୋଗ କରିଥିଲେ, ବାହାଘର ପରେ ମୋହିତ ତାଙ୍କୁ ନିର୍ଯାତନା ଦେଉଥିଲେ। ତାଙ୍କୁ ବାରମ୍ବାର ଟଙ୍କା ମାଗନ୍ତି। ବ୍ୟବସାୟ ପାଇଁ ସେ ୧୫ ଲକ୍ଷ ଟଙ୍କା ମାଗୁଥିଲେ। ମାତ୍ର ଟଙ୍କା ନ ଦେବାରୁ ତାଙ୍କୁ ମାରିଦେବାର ଧମକ ଦେଇଥିଲେ। ତେବେ ଗତ ୨୨ ତାରିଖରେ ଦମ୍ପତିଙ୍କୁ କଟକ ମହିଳା ଥାନାର ମାଧ୍ୟମ କେନ୍ଦ୍ରରେ କାଉନସେଲିଂ କରାଯାଇଥିଲା। ଏହି ସମୟରେ ଉଭୟ ପରସ୍ପରର ପରିବାର ଉପରେ ଦୋଷ ଲଦିଥିଲେ। ପରସ୍ପର ବିରୋଧରେ ଅଭିଯୋଗ ଆଣିବାଥିବାବେଳେ ଏହାର ସମାଧାନ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri