ଚିଲିକାରୁ ୪୩୦ ଏକର ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୩୦।୭(ଡି.ଏନ୍‌.ଏ.): ଚିଲିକାକୁ ନେଇ ମତ୍ସ୍ୟଜିବୀ, ପେଷାଦାର ମତ୍ସ୍ୟଜୀବୀ ଏବଂ ପ୍ରଶାସନ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଗୁରୁବାର ଠାରୁ ଚିଲିକାରୁ ଘେରି ଉଚ୍ଛେଦ ପ୍ରକିୟା ଆରମ୍ଭ ହୋଇଛି ା ପୁରୀ ଜିଲା ପ୍ରଶାସନ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଘେରି ଉଚ୍ଛେଦ କରାଯାଇଛି। ଗୁରୁବାର ସୋଲାକୁଦି ଏବଂ ବନମାଳ ଅଞ୍ଚଳରୁ ୪୩୦ଏକର ଚିଲିକାରେ ହୋଇଥିବା ମାଟି ଘେରି ବନ୍ଧକୁ ପ୍ରଶାସନ ଉଚ୍ଛେଦ କରିଛି। କୃଷ୍ଣପ୍ରସାଦ ତହସିଲଦାର ଉଲ୍ଲାସ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ୨ଟି ଜେସିବି ମେସିନ ଏବଂ ୧୦୦ଜଣ ଶ୍ରମିକଙ୍କୁ ନେଇ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶାାନ୍ତିଶୃଙ୍ଖଳା ପାଇଁ କୃଷ୍ଣପ୍ରସାଦ ଆଇଆଇସି ଦିଲୀପ କୁମାର ସ୍ବାଇଁଙ୍କ ନେତୃତ୍ୱରେ ୪ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଚିଲିକାକୁ ସମ୍ପୂର୍ଣ ଘେରି ମୁକ୍ତ କରିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ବୋଲି ତହସିଲଦାର ସେଠୀ କହିଛନ୍ତି। କରୋନା ସମୟରେ ଲୋକମାନେ ହାତବାନ୍ଧି ଘରେ ବସିଥିବା ବେଳେ ପ୍ରଶାସନର ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛ। ଚିଲିକା ଉପରେ ନିର୍ଭର କରି ଚଳୁଥିବା ଅଧିବାସୀଙ୍କ ଉପରେ ପ୍ରଶାସନ ଚୁଲିରେ ପାଣି ଢାଳିବା ଭଳି କାର୍ଯ୍ୟ କରୁଛି ବୋଲି ଚିଲିକା ଉପକୂଳବାସୀ କହିଛନ୍ତି। କରୋନାରୁ ମୁକ୍ତି ପର୍ଯ୍ୟନ୍ତ ସରକାର ଘେରି ଉଚ୍ଛେଦ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଚିଲିକା ଉପରେ ନିର୍ଭର କରି ଚଳୁଥିବା ଅଧିବାସୀମାନେ ସରକାରଙ୍କୁ ନିବେଦନ କରିଛନ୍ତି। ଉଚ୍ଛେଦ କାର୍ଯ୍ୟକ୍ରମରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବିଭାଗ କନିଷ୍ଠଯନ୍ତ୍ରୀ ଡମ୍ବୁରୁଧର ବିଶ୍ୱାଳ, ରାଜସ୍ବ ସୁପରଭାଇଜର ମଧୁସୂଦନ ସ୍ବାଇଁ, ରାଜସ୍ବ ନିରୀକ୍ଷକ ଦିଲୀପ କୁମାର ଜେନା, ସରୋଜ ନାୟକ, ଜ୍ୟୋତି ରଞ୍ଜନ ବେହେରା, ତପନ ରାଉତରାୟ, ରାଜୀବ ଲୋଚନ ସାହୁ, ରାଜସ୍ବ ବିଭାଗ କର୍ମଚାରୀ ଗୋବର୍ଦ୍ଧନ ପାତ୍ର, କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସି ଖାଇବେନି, ଖାଲି ପାର୍ସଲ

ଭୁବନେଶ୍ୱର,୪।୮(ବ୍ୟୁରୋ): ଖାଦ୍ୟ ବିକ୍ରୟକାରୀଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ମଙ୍ଗଳବାର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ରେଷ୍ଟୁରାଣ୍ଟ, ଢ଼ାବା, ରାସ୍ତାକଡ଼ ଠେଲା ଦୋକାନୀଙ୍କ ପାଇଁ ଗାଇଡ୍‌ଲାଇନ୍‌...

ହାତବାନ୍ଧି ବସିଛନ୍ତି ଅଟୋ ଚାଳକ: ଭଡା ପାଇଁ ବାହାରିଲେ ପୋଲିସ ପାହାରକୁ ଡର

ଗଞ୍ଜାମ,୪।୭(ଡି.ଏନ୍‌.ଏ): କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଓ ଜଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ, ଶଟ୍‌ଡାଉନ ସହ ବିଭିନ୍ନ କଟକଣା ଜାରି କରାଯାଇଛି ।...

ଖରିଫ ଚାଷ ପାଇଁ ସାର ନାହିଁ

କେନ୍ଦ୍ରାପଡ଼ା ଅଫିସ, ୯ା୭:କେନ୍ଦ୍ରାପଡ଼ା ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି। ଚାଷୀ ତଳି ପକାଇ ରୋଇବାକୁ ଅପେକ୍ଷା କରିଥିବାବେଳେ ସାର ଯୋଗାଣ ସମସ୍ୟା ସୃଷ୍ଟି କରିଛି।...

ଆସିଲା ଓମିକ୍ରନ ଟେଷ୍ଟ କିଟ୍‌

ଭୁବନେଶ୍ୱର,୫।୧(ବ୍ୟୁରୋ): ଓମିକ୍ରନ ଭାରିଆଣ୍ଟକୁ ନେଇ ରାଜ୍ୟରେ ଚିନ୍ତା ବଢ଼ୁଥିବା ବେଳେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତେବେ ଏହା ଭିତରେ ଏକ ଆଶ୍ୱସ୍ତିକର ଖବର...

ସାଥୀ ମତ୍ସ୍ୟଜୀବୀଙ୍କ କଟୁରି ଆକ୍ରମଣରେ ୨ ଗୁରୁତର

ମହାକାଳପଡ଼ା,୧୭ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମାଦଳି ମୁହାଁଣ ନିକଟ ମଝି ସମୁଦ୍ରରେ ଗୌରୀ ନାମକ ମାଛଧରା ବୋଟ୍‌ରେ...

ପରିବା ବିକୁଛନ୍ତି ପାଲାଗାୟକ

ଖୋର୍ଦ୍ଧା ଅଫିସ,୧୧।୮: କରୋନା ମହାମାରୀ ଲୋକଙ୍କ ଜୀବନ ନେବା ସହ ଜୀବିକା ବଦଳାଇ ଦେଇଛି। ପରିବାର ପ୍ରତିପୋଷଣ ପାଇଁ ଶେଷରେ ପରିବା ବିକିବାକୁ ବାଧ୍ୟ ହୋଇଛନ୍ତି...

ଶିଶୁ ହେପାଜତ ମାମଲାରେ ହେବିୟସ୍‌ କର୍ପସ ହୋଇପାରିବ ନାହିଁ: ହାଇକୋର୍ଟ

କଟକ,୨୧ା୬:ସ୍ବାମୀଙ୍କ ଠାରୁ ଶିଶୁକୁ ହେପାଜତକୁ ନେବା ଦାବିରେ ସ୍ତ୍ରୀ କରିଥିବା ଆବେଦନ ଉପରେ ହେବିୟସ୍‌ କର୍ପସ ଇସ୍ୟୁ କରାଯାଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏକ...

ଅଳିଆ ଉଠାରେ ଅସହଯୋଗ

ଅନୁଗୋଳ ଅଫିସ, ୨୨ା୬- ଅନୁଗୋଳ ସହର ସଫେଇ ନେଇ ଦେଖାଦେଇଥିବା ବିବାଦର ସମାଧାନ ଏଯାଏ ହୋଇପାରି ନାହିଁ। ସଫେଇ କର୍ମଚାରୀ ସଂଘ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

Advertisement
Archives

Model This Week