ଶୋଇଥିବାବେଳେ ଜଳିଗଲା କାର୍‌, ଦୁଇଟି ବାଇକ, ସ୍କୁଟି

ରାଉରକେଲା ଅଫିସ, ୩୦।୧୨: ମଙ୍ଗଳବାର ବିଳମ୍ବିତ ରାତିରେ ରାଉରକେଲାର ବାସନ୍ତୀ କଲୋନି ଏଲ-୫୭(ଫେଜ -୧) ଘରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କାର, ଦୁଇଟି ମୋଟର ବାଇକ, ସ୍କୁଟି, ସାଇକେଲ ସମେତ ଅନ୍ୟାନ୍ୟ ଆସବାବପତ୍ର ଜଳି ଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ପାଖ ପଡୋଶୀ ଘର ଅଳ୍ପକେ ବର୍ତ୍ତି ଯାଇଛି। ଘରେ ଥିବା ଦୁଇ ପରିବାରର କେହି ହତାହତ ହୋଇନାହାନ୍ତି। ବାସନ୍ତୀ କଲୋନି ଏଲ-୫୭ରେ ବ୍ୟବସାୟୀ ଦେବବ୍ରତ ମହାପାତ୍ର ପରିବାର ସହ ରହନ୍ତି। ତଳ ମହଲାକୁ ଜଣଙ୍କୁ ଭଡା ଦେଇଥିଲେ, ନିଜେ ଉପର ମହଲାରେ ପରିବାର ସହ ରହୁଥିଲେ। ପରିବାର ସମ୍ପର୍କୀୟଙ୍କ ଘରକୁ ଯାଇଥିବାରୁ ଦେବବ୍ରତ ଏକାକୀ ରହୁଥିଲେ। ବିଳମ୍ବିତ ରାତିରେ କାର ଗ୍ୟାରେଜରୁ ଧୂଆଁ ବାହାରୁଥିବା ଦେଖି ତଳ ମହଲାରେ ରହୁଥିବା ଭଡା ଘର ଲୋକେ ବାହାରି ଆସି ପାଟି କରିଥିଲେ। ସେତେବେଳକୁ ନିଆଁ ଦୁଇ ମହଲା ଘରକୁ ବ୍ୟାପି ଯାଇଥିଲା। ଧୂଆଁ ଏତେ ପ୍ରଖର ଥିଲା ଯେ ଉପର ମହଲାରେ ରହୁଥିବା ଦେବବ୍ରତ ବାହାରି ନ ପାରି ଫସି ରହିଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଦେବବ୍ରତଙ୍କୁ ଉଦ୍ଧାର କରିଥିଲେ। କାର୍‌ର ସଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛିl


Enter your email to get our daily news in your inbox.

All Right Reserved By Dharitri.Com

୨ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଜିଆର୍‌ଏସ୍‌

ପାଟଣା,୩୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ିକାପୁଡ଼ି ପଞ୍ଚାୟତର ଜିଆର୍‌ଏସ୍‌(ଗ୍ରାମ ରୋଜଗାର ସେବକ) ନିରାକର ମହାନ୍ତ ଗୁରୁବାର ରାତିରେ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା...

ନଦୀ ସୁରକ୍ଷା ସମିତି ପକ୍ଷରୁ ଦାବିପତ୍ର

କେନ୍ଦୁଝର/ଚମ୍ପୁଆ/ ବାଲେଶ୍ୱର ଅଫିସ/ ନୀଳଗିରି, ୧୧।୫(ସ୍ବ.ପ୍ର./ଡି.ଏନ.ଏ.) – କେନ୍ଦୁଝର ସଦର ସବ୍‌ଡିଭିଜନରେ ବାଲି ମାଫିଆମାନଙ୍କ ଚୋରା ବାଲିଚାଲାଣ ଚରମ ସୀମାରେ ପହଞ୍ଚିଛି। ଏପରିକି ଦିନ ଦ୍ୱିପହରରେ...

କ୍ରାନ୍ତି ଦିବସରେ ସମ୍ମାନିତ ହେଲେ ଏହି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ

ପଦ୍ମପୁର,୯ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ଆରୁହ ପଞ୍ଚାୟତ ତୁଲମତୁଲା ଗ୍ରାମର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସାରଦା ପ୍ରାସାଦ ରାୟଙ୍କୁ ସୋମବାର କ୍ରାନ୍ତି ଦିବସରେ...

ଉଜୁଡୁଛି କୁସୁମୀ କାଜୁ ବଗିଚା

ଖଣ୍ଡପଡ଼ା,୧୯।୧(ସ୍ବ.ପ୍ର.) – ସ୍ଥାନୀୟ କୁସୁମୀ ନଦୀ ପଠାରୁ ବନ୍ୟା ସମୟରେ ମାଟି କ୍ଷୟ ରୋକିବାକୁ ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହଜାରରୁ ଊର୍ଦ୍ଧ୍ୱ କାଜୁ...

ଦାନା ମୁଠେ ପାଇଁ ବାରଦୁଆର ୨ ଶିଶୁ

ଖୋର୍ଦ୍ଧା ଅଫିସ,୬ା୮: ଶିଶୁଙ୍କ ଉପଯୁକ୍ତ ସୁରକ୍ଷା, ଶିକ୍ଷା, ଥଇଥାନ ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ(ଓଏସ୍‌ସିପିସିଆର୍‌) ଶିଶୁଙ୍କ ବିକାଶ...

ଅଦିନିଆ ବର୍ଷାରେ ଭାଙ୍ଗିଲା ଘର

କପ୍ତିପଦା,୯ା୫(ଡି.ଏନ.ଏ)- କପ୍ତିପଦା ଖପରାପାଳ ଗ୍ରାମର ଜଣେ ଗରିବ ମହିଳାଙ୍କ ଘରଟି ଅଦିନିଆ ବର୍ଷାରେ ଭାଙ୍ଗି ମାଟିରେ ମିଶିଯାଇଛି। ସେ ହେଲେ ମୀନତି ଦାସ। ତାଙ୍କର ୨ପୁଅ...

୧୦ରୁ କଟକରେ ବୁଷ୍ଟର ଡୋଜ

କଟକ ଅଫିସ, ୨।୧: କଟକରେ ବୁଷ୍ଟର ଡୋଜ ଟିକାକରଣ ଆରମ୍ଭ ହେବ । ଆସନ୍ତା ୧୦ରୁ ଏହି ଟିକାକରଣ ଆରମ୍ଭ ହେବ ବୋଲି ନୋଡାଲ ଅଫିସର...

ଶ୍ରେଣୀଗୃହ ନିର୍ମାଣ, ଶିକ୍ଷକ ପଦବୀ ପୂରଣ ଦାବି: ୮ରୁ ଛାତ୍ରାଭିଭାବକଙ୍କ ଆନ୍ଦୋଳନ ଚେତାବନୀ

ଗଣିଆ,୩ା୭(ଡି.ଏନ.ଏ.)- ଗଣିଆ ବ୍ଲକର ଛାମୁଣ୍ଡିଆସ୍ଥିତ କୁଞ୍ଜବିହାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ସାଙ୍ଗକୁ ଶିକ୍ଷକ ପଦବୀ ପୂରଣ ହୋଇପାରି ନାହିଁ। ତୁରନ୍ତ ଏ...

Advertisement
Archives

Model This Week