ପୋଲର ସୁରକ୍ଷାବାଡ଼ରେ ପିଟିହେଲା ବୁଲେଟ୍‌, ଚାଲିଗଲା ଯୁବକଙ୍କ ଜୀବନ

ପାଟଣା,୧୮ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି ଡେଣୁଆ ରାସ୍ତାର ଜହ୍ନେଇ ନାଳ ପୋଲ ସୁରକ୍ଷାବାଡ଼ରେ ବୁଲେଟ ଧକ୍କା ଦେଇ ଜଣେ ୨୯ ବର୍ଷୀୟ ଯୁବକ ପୋଲ ତଳକୁ ଖସି ପଡ଼ିଥିଲେ।
ଧରଣୀଧର ମେଡିକାଲ କଲେଜରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶନିବାର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ପାଟଣା ବ୍ଲକ ଡେଣୁଆ ଗ୍ରାମର ଡମ୍ବରୁଧର ମହାନ୍ତଙ୍କ ପୁଅ ସୌମ୍ୟରଞ୍ଜନ।

ସୂଚନାନୁଯାୟୀ, ସୌମ୍ୟ ଶୁକ୍ରବାର ରାତିରେ କେନ୍ଦୁଝରରୁ ଘରକୁ ଫେରୁଥିବା ବେଳେ ବୁଲେଟ୍‌ ପୋଲର ସୁରକ୍ଷାବାଡ଼କୁ ଧକ୍କା ଦେଇଥିଲା। ବୁଲେଟ୍‌ ପୋଲ ଉପରେ ପଡ଼ିଥିବାବେଳେ ସୌମ୍ୟ ପୋଲ ତଳକୁ ଛିଟିକି ପଡ଼ିଥିଲେ। ଶନିବାର ସକାଳୁ ଲୋକେ ଦେଖି ତାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମୁଣ୍ଡରେ ଗଭୀର କ୍ଷତ ହୋଇଥିବାରୁ ତାଙ୍କୁ କେନ୍ଦୁଝର ଧରଣୀଧର ମେଡ଼ିକାଲ କଲେଜ ରେଫର କରାଯାଇଥିଲା। ସେଠାରେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ୨,୦୦୦ ମିଟର ଗଭୀରତାରେ ପହଞ୍ଚିଛି ପ୍ଲାଷ୍ଟିକ ପ୍ରଦୂଷଣ; ଏହା ସାମୁଦ୍ରିକ ଜୀବନକୁ କିପରି ପ୍ରଭାବିତ କରୁଛି ଜାଣନ୍ତୁ

ନୂଆଦିଲ୍ଲୀ,୧୮।୭: ପ୍ଲାଷ୍ଟିକ ପ୍ରଦୂଷଣ ଏକ ବିଶ୍ୱ ପରିବେଶଗତ ସଙ୍କଟ ପାଲଟିଛି; ମାଇକ୍ରୋପ୍ଲାଷ୍ଟିକ (ଛୋଟ ପ୍ଲାଷ୍ଟିକ ଖଣ୍ଡ) ଏତେ ବ୍ୟାପକ ଭାବରେ ବ୍ୟାପିଛି ଯେ ସେମାନେ ସମୁଦ୍ର ଗଭୀରତାରେ…

2026 ବିଶ୍ୱକପରେ ଗୋଲଡେନ ବୁଟ ପୁରସ୍କାରରୁ ବଞ୍ଚିତ ହୋଇପାରନ୍ତି Lionel Messi, ଜାଣନ୍ତୁ କାହିଁକି

ଟରଣ୍ଟୋ,୧୮।୭: ଲିଓନେଲ ମେସି ଏବଂ କିଲିଆନ ଏମବାପ୍ପେ 2026 ଫିଫା ବିଶ୍ୱକପରେ ମିଳିତ ଭାବରେ ସର୍ବାଧିକ ଗୋଲ ସ୍କୋରର; ଉଭୟ 8 ଗୋଲ କରିଛନ୍ତି। ଫ୍ରାନ୍ସ ଟାଇଟଲ…

୮୦ ନୂଆ ଅଧ୍ୟକ୍ଷଙ୍କ ତାଲିକା ପ୍ରକାଶ: ଗଞ୍ଜାମରୁ ୧୧, ଜାଣନ୍ତୁ କେଉଁ କଲେଜରେ କିଏ…

ଭଞ୍ଜନଗର,୧୮ା୭(ବାବୁଲା ପ୍ରଧାନ): ରାଜ୍ୟ ସରକାର ରାଜ୍ୟରେ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଖାଲିଥିବା ଅଧ୍ୟକ୍ଷ ପଦବୀ ପୂରଣ ପାଇଁ ଶନିବାର ୮୦ ଜଣ ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ତାଲିକା ପ୍ରକାଶିତ…

ଗୋ’ଶାଳା ପରିଚାଳନାରେ ଅବ୍ୟବସ୍ଥା ଅଭିଯୋଗ: ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ବଲାଙ୍ଗୀର,୧୮ା୭(ସୁନିଲ କୁମାର ମହାନ୍ତି): ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା ସଂଗଠନ ପକ୍ଷରୁ ଶନିବାର ବଲାଙ୍ଗୀର ସହରର ପୃଥ୍ବୀରାଜ ଗୋ’ଶାଳାର ଅବ୍ୟବସ୍ଥା ଏବଂ ପରିଚାଳନା କମିଟିର ମନମୁଖୀ କାର୍ଯ୍ୟ…

ଗାଁ ଭିତରେ ପଶିଲେ ଭାଲୁ ପଲ, ଲୋକେ ଭୟଭୀତ ହୋଇ…

ଝରିଗାଁ,୧୮ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ମକାଚାଷ ବଢ଼ିବା ଫଳରେ ରହିଥିବା ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ଯାହା ଫଳରେ ଜଙ୍ଗଲରେ ରହିଥିବା ହିଂସ୍ରଜନ୍ତୁ…

ଘୋଷଯାତ୍ରାରେ ବିରଳ ଦୃଶ୍ୟ: ସମୁଦ୍ର ପାଣିକୁ ଦୁଇ ଭାଗ କଲେ ଷଣ୍ଢ

ପୁରୀ, ୧୮।୭(ଅଜିତ୍ ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭକ୍ତମାନେ…

ରୋହିତ ଶର୍ମାଙ୍କ ସହିତ ବିରାଟ କୋହଲିଙ୍କୁ ନେଇ ଏମିତି କହିଲା ପାକିସ୍ତାନ, କଡ଼ମଡ଼ ହେଲେଣି ପ୍ରଶଂସକ

ନୂଆଦିଲ୍ଲୀ,୧୮।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବର୍ତ୍ତମାନ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଚାଲିଛି। କାର୍ଡିଫରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ ସମୟରେ, ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ…

ଅର୍ଗାନେଲ୍‌ ଫାର୍ମର ନୂଆ ରିଟେଲ୍‌ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର, ୧୮ା୭: ଓଡ଼ିଶାର ଅର୍ଗାନିକ୍‌ ବ୍ରାଣ୍ଡ୍‌ ଅର୍ଗାନେଲ୍‌ ଫାର୍ମସ୍‌ ପକ୍ଷରୁ ପଟିଆ କଳାରାହାଙ୍ଗ ଜେଡ୍‌ – ୧ ଆପାର୍ଟମେଣ୍ଟ ନିକଟରେ ଗୁରୁବାର ଆଉ ଏକ ରିଟେଲ୍‌ ଷ୍ଟୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri