ଡାକ୍ତର ବେଶରେ ଏମ୍‌କେସିଜିରେ ଦଲାଲ୍‌

ବ୍ରହ୍ମପୁର ଅଫିସ,୨୯ା୧୦: ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରୋଗୀଙ୍କ ଜୀବନ ରେଖା କୁହାଯାଉଥିବା ଏମକେସିଜି ବଡ଼ ଡାକ୍ତରଖାନାରୁ ଶୁକ୍ରବାର ପୁଣି ଜଣେ ଦଲାଲ୍‌ ଧରାପଡ଼ିଛନ୍ତି। ନିଜକୁ ଡାକ୍ତର ପରିଚୟ ଦେଇ ଅସ୍ଥିଶଲ୍ୟ ବିଭାଗରେ ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ସହିତ ଯୁକ୍ତିତର୍କ କରୁଥିବା ବେଳେ ତାଙ୍କୁ ଧରାଯାଇଛି। ଦଲାଲ୍‌ ନିକଟରୁ ମିଳିଥିବା ପରିଚୟପତ୍ରରୁ ତାଙ୍କ ନାମ ଡା. ଦୀପକ କୁମାର ନାହାକ ବୋଲି ଉଲ୍ଲେଖ ରହିଛି। କିନ୍ତୁ ପ୍ରକୃତରେ ଦୀପକ ଡାକ୍ତର ହୋଇ ନଥିବା ପୋଲିସ ଛାନଭିନ ବେଳେ ଜଣାପଡ଼ିଛି। ଏ ନେଇ ବୈଦ୍ୟନାଥପୁର ଥାନା ପୋଲିସ ଦୀପକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ଶୁକ୍ରବାର ମଧ୍ୟାହ୍ନରେ ଏମକେସିଜି ବଡ଼ ଡାକ୍ତରଖାନା ଅସ୍ଥିଶଲ୍ୟ ବିଭାଗକୁ ଦୀପକ ଯାଇଥିଲେ। ସେଠାରେ କୌଣସି କାରଣ ପାଇଁ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ଦୀପକ ନିଜକୁ ଓପିଡି ସୁପରଭାଇଜର୍‌ ବୋଲି ପରିଚୟ ଦେଇ ସୁରକ୍ଷା କର୍ମୀଙ୍କୁ ନାନା ଧମକ୍‌ ଦେଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ପୋଲିସ ସେଠାରେ ପହଞ୍ଚି ଥିଲା। ସେଭଳି ନାମରେ କେହି ସୁପରଭାଇଜର୍‌ ନଥିବା ଜଣାପଡ଼ିଥିଲା। ଏଣୁ ପୋଲିସ ତାଙ୍କୁୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ତାଙ୍କ ନିକଟରୁ ଏମକେସିଜି ବଡ଼ ଡାକ୍ତରଖାନା ଡ଼ାକ୍ତର ଓ ଓପିଡି ସୁପରଭାଇଜର୍‌ ଲେଖା ହୋଇଥିବା ଏକ ପରିଚୟପତ୍ର ଜବତ ହୋଇଛି। ଦୀପକ ଏମକେସିଜି ବଡ଼ ଡାକ୍ତରଖାନାର କର୍ମଚାରୀ ନୁହଁ ବୋଲି ପୋଲିସ କହିଛି। ଦୀପକ ରୋଗୀମାନଙ୍କୁ ବିଭିନ୍ନ କ୍ଲିନିକକୁ ଚାଲାଣ କରିବା କାମ କରୁଥିବା ନେଇ ପୋଲିସ ସନ୍ଦେହ କରୁଛି। ସେ ଆଙ୍କୁଲିରେ ଘରଭଡ଼ା ନେଇ ରହୁଥିବା ବେଳେ ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ ପଲି ଟେକନିକର ଦ୍ୱିତ୍ୱୀୟ ବର୍ଷ ଛାତ୍ର ବୋଲି ବ୍ରହ୍ମପୁର ଏସପି ଡା. ଶ୍ରବଣା ବିବେକ ଏମ. ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ବ୍ରହ୍ମପୁର ଏସ୍‌.ପି. ଡା.ଶର୍ବଣା ବିବେକ ଏମ୍‌.ଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଏମକେସିଜିରେ ଚଢ଼ାଉ କରି ବିଭିନ୍ନ ସ୍ଥାନରୁ ୬ ଦଲାଲ୍‌ଙ୍କୁ କାବୁ କରିଥିଲା। ଏହି ଘଟଣା ପରେ ଦଲାଲମାନେ ଛାନିଆ ହୋଇ ଉଠିଥିଲେ। ତେବେ ଶୁକ୍ରବାର ପୁଣି ଜଣେ ଦଲାଲ୍‌ ଡାକ୍ତର ବେଶରେ ଏମକେସିଜିକୁ ଯାଇ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କ ଦ୍ୱାରା ଧରାପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri