ତେଲ ଦର ବୃଦ୍ଧିରେ ବିରତି;୨୧ ଦିନ ଧରି ବଢି ଚାଲିଥିଲା

ନୂଆଦିଲ୍ଲୀ,୨୯।୬ : ଗତ ୨୧ ଦିନ ଧରି ତେଲ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାକୁ ବଢାଇଛି। କରୋନା ସଙ୍କଟରେ ଏଭଳି ଲଗାତର ଦର ବୃଦ୍ଧିକୁ ନେଇ ସାରା ଦେଶରେ ଖାଉଟିଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଜୁନ ୭ ପରଠାରୁ ବଢିଚାଲିଥିବା ତେଲ ଦରରେ ରବିବାର ବିରତି ଲାଗିଛି। ତୈଳ ବିପଣନ କମ୍ପାନୀଗୁଡିକ ୨୧ ଦିନ ପରେ ପ୍ରଥମ ଥର ଲାଗି ଦର ବୃଦ୍ଧି ଉପରେ ରୋକ ଲଗାଇଛନ୍ତି। ରବିବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୮୦.୯୪ ଟଙ୍କା ରହିଥିବା ବେଳେ ଡିଜେଲ ୭୮.୫୫ ଟଙ୍କା ରହିଛି। ତୈଳ କମ୍ପାନୀ ଶନିବାର ତେଲ ବଢାଇ ଥିବାରୁ ଦିଲ୍ଲୀରେ ପେଟ୍ରୋଲ ୮୦.୩୮ ଟଙ୍କା ଏବଂ ଡିଜେଲ ଦର ୮୦.୮୪ ଟଙ୍କା ଛୁଇଁଛି। ଜୁନ ୨୭ରେ ପେଟ୍ରୋଲ ଲିଟର ପିଛା ୦.୨୫ ପଇସା ବଢିଥିବା ବେଳେ ଡିଜେଲ ୨୧ ପଇସା ବଢିଥିଲା।
ରାଜ୍ୟଗୁଡିକ ସ୍ତରରେ ଲାଗୁଥିବା ଭାଲ୍ୟୁ ଆଡେଡ୍‌ ଟ୍ୟାକ୍ସ(ଭାଟ୍‌) ଆଧାରରେ ଦେଶ ମଧ୍ୟରେ ପେଟ୍ରୋଲ ଡିଜେଲ ଦରରେ ଭିନ୍ନତା ରହୁଛି। ରାଜ୍ୟଗୁଡିକ ପେଟ୍ରୋଲ ଉପରେ ଭ୍ୟାଟ୍‌ ୧୬.୭୫%ରୁ ୩୦% ଏବଂ ଡିଜେଲରେ ୨୭%ରୁ ୩୦%କୁ ବୃଦ୍ଧି କରିଛନ୍ତି। ଜୁନ୍‌ ୭ ପରଠାରୁ ତେଲ କମ୍ପାନୀଗୁଡିକ ଇନ୍ଧନ ଦରରେ ବୃଦ୍ଧି କରିବା ଫଳରେ ଲୋକଙ୍କୁ ପେଟ୍ରୋଲ ଉପରେ ଅତିରିକ୍ତ ୯.୧୨ ଟଙ୍କା ଏବଂ ଡିଜେଲ ଉପରେ ୧୧.୦୧ ଟଙ୍କା ଦେବାକୁ ପଡୁଛି। ଶନିବାର ଦେଶର ଅନ୍ୟ ପ୍ରମୁଖ ମେଟ୍ରୋ ସହର ଯଥା-ଚେନ୍ନାଇ, ମୁମ୍ବାଇ ଏବଂ କଲିକତାରେ ତେଲ ଦର ଅପରିବର୍ତ୍ତିତ ରହିଛି। ଶନିବାର ମୁମ୍ବାଇରେ ପେଟ୍ରୋଲ ଲିଟର ୮୭.୧୯ ଟଙ୍କା ଥିବା ବେଳେ ଡିଜେଲ ଦର ୭୮.୭୧ ଟଙ୍କା ଥିଲା। କଲିକତାରେ ଏହା ଯଥାକ୍ରମେ ୮୨.୦୫ ଟଙ୍କା ଏବଂ ୭୫.୫୨ ଟଙ୍କା, ଚେନ୍ନାଇରେ ୮୩.୫୯ ଟଙ୍କା ଏବଂ ୭୭.୬୧ ଟଙ୍କା ରହିଛି।
ଲକ୍‌ଡାଉନ୍‌ ଯୋଗୁ ୮୨ ଦିନ ତେଲ ଦରରେ ତୈଳ ବିପଣନ କମ୍ପାନୀଗୁଡିକ କୌଣସି ପରିବର୍ତ୍ତନ କରି ନ ଥିଲେ। ଜୁନ ୭ରେ ପ୍ରଥମ କରି କମ୍ପାନୀ ଦରରେ ପରିବର୍ତ୍ତନ କରିବା ଆରମ୍ଭ କଲେ। ଅନ୍ତର୍ଜାତୀୟ ବଜାରରେ କରୋନା ଯୋଗୁ ଅଶୋଧିତ ତେଲ ଦର ରେକର୍ଡ ସ୍ତରକୁ ଖସିବା ଦେଖି ସରକାର ଉତ୍ପାଦ ଟିକସ ବଢାଇଥିଲେ। ଏହା ଦ୍ୱାରା ଅଧିକ ଟିକସ ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଅଶୋଧିତ ତେଳ ଦର କମିବା ଯୋଗୁ ଇନ୍ଧନର ରିଟେଲ ଦରରେ କୌଣସି ପରିବର୍ତ୍ତନ ନ କରି କମ୍ପାନୀ ଟିକସ ବଢିବା ସତ୍ତ୍ୱେ ମଧ୍ୟ ଦରକୁ ନିଜ ମଧ୍ୟରେ ବ୍ୟବସ୍ଥିତ କଲେ। ମାତ୍ର ଗତ କିଛିଦିନ ତଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ପୁଣି ବଢିବା ଯୋଗୁ କମ୍ପାନୀ ପୁଣି ଥରେ ଲଗାତର ଭାବେ ଦରକୁ ବଢାଉଥିବା କହିଛନ୍ତି। ଦର ବୃଦ୍ଧିକୁ ନେଇ ସୋମବାର କଂଗ୍ରେସ ବିରୋଧ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦାବିପତ୍ର ପ୍ରଦାନ କରିବ। ଦରବୃଦ୍ଧି ପ୍ରତ୍ୟାହାର କରିବା ଲାଗି ଦାବି କରାଯିବ। କୋଭିଡ୍‌ ସମୟରେ ସରକାରଙ୍କ ମନମୁଖି ଏବଂ ଲୁଟ ମନୋଭାବ ବିରୋଧରେ ଦଳ ପକ୍ଷରୁ ତାଲୁକ, ତହସିଲ ଏବଂ ବ୍ଲକ ସ୍ତରରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି କଂଗ୍ରେସର ଜେନେରାଲ ସେକ୍ରେଟାରୀ କେ.ସି. ଭେନୁଗୋପାଳ କହିଛନ୍ତି। ଜୁନ ମାସରେ ରନ୍ଧନ ଗ୍ୟାସ ଦର ଦିଲ୍ଲୀରେ ସିଲିଣ୍ଡର ପିଛା ୧୧.୫୦ ଟଙ୍କା ବୃଦ୍ଧି ଘଟିଛି। ଚଳିତବର୍ଷ ମେ ମାସରେ ଗତବର୍ଷ ତୁଳନାରେ ଏଲପିଜି ବ୍ୟବହାର ୧୨.୮% ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷକ ଭିତରେ ଆସିବ ନୂଆ ଇ-କମର୍ସ ପଲିସି

ନୂଆଦିଲ୍ଲୀ,୨୬-୬: କେନ୍ଦ୍ର ସରକାର ଆସନ୍ତା ଏକ ବର୍ଷ ଭିତରେ ନୂଆ ରାଷ୍ଟ୍ରୀୟ ଇ-ବାଣିଜ୍ୟ (ଇ-କମର୍ସ) ନୀତି ଜାରି କରିବେ। ଏହାଦ୍ୱାରା ଇଣ୍ଟରନେଟ୍‌ ଜରିଆରେ ଅନ୍‌ଲାଇନରେ ହେଉଥିବା...

ଏଟିଏମ୍‌ ଉଠାଣରେ କୋହଳ ବ୍ୟବସ୍ଥା ଉଠିଲା

ନୂଆଦିଲ୍ଲୀ,୨।୭: କରୋନା କଟକଣା ପାଇଁ ଏଟିଏମ୍‌ରେ ନିର୍ଦ୍ଧାରିତ ଥରରୁ ଅଧିକ ଥର ଉଠାଣ ଉପରେ କୌଣସି ନେଣଦେଣ ଚାର୍ଜ ଲାଗୁ ହେଉ ନ ଥିଲା। ସରକାର...

ବ୍ୟାଙ୍କ ଠକେଇ ନେଇ ଇଡିର ଦାବି: ନୀରବ,ଚୋକ୍‌ସିଙ୍କଠୁ ଆଗରେ ସନ୍ଦେସରା ଭ୍ରାତା

ନୂଆଦିଲ୍ଲୀ,୩୦-୬: ଜାଲ୍‌ କମ୍ପାନୀ ପ୍ରତିଷ୍ଠା କରି ବ୍ୟାଙ୍କଗୁଡ଼ିକରୁ ବହୁ ହଜାର କୋଟି ଟଙ୍କା ଠକି ନେବାରେ ଷ୍ଟର୍ଲିଂ ବାୟୋଟେକ କମ୍ପାନୀ ମାଲିକ ସନ୍ଦେସରା ଭ୍ରାତାଙ୍କୁ ନେଇ...

ଅର୍ଥ ବ୍ୟବସ୍ଥାକୁ ଲାଗିବ ୯ ଲକ୍ଷ କୋଟିର ଝଟକା

ନୂଆଦିଲ୍ଲୀ,୨୬। ୩: କୋଭିଡ ୧୯ ପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ କରାଯାଇଛି। ଏହା ଦ୍ୱାରା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ପ୍ରାୟ ୪% ବା...

ଆଇଆର୍‌ସିଟିସିରୁ ଅଂଶଧନ ବିକ୍ରି ହେବ

ନୂଆଦିଲ୍ଲୀ,୯।୯: ଇଣ୍ଡିଆନ ରେଲଓ୍ବେ କ୍ୟାଟେରିଂ ଆଣ୍ଡ ଟୁରିଜିମ କର୍ପୋରେଶନ(ଆଇଆର୍‌ସିଟିସି)ରୁ ସରକାର ପ୍ରାୟ ୧୫ରୁ ୨୦% ଅଂଶଧନ କ୍ରୟ କରିବା ଲାଗି ଯୋଜନା ରଖିଛନ୍ତି। ଅଫର ଅଫ୍‌...

ଅର୍ଥନୀତି ବାଟ ହୁଡିଛି: ରାହୁଲ

ଦେଶର ଅର୍ଥନୀତି ବାଟ ହୁଡିଛି, ମାନ୍ଦାବସ୍ଥାର ରେଳ ଅତି ଦ୍ରୁତଗତିରେ ସମସ୍ତ ଶକ୍ତି ସହ ଦେଶ ଆଡକୁ ମାଡି ଆସୁଛି ବୋଲି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ...

ରାଜ୍ୟଗୁଡ଼ିକ ପାଇଁ ସ୍ଥିତି ଅଧିକ ଚ୍ୟାଲେଞ୍ଜିଂ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ବଜାର ସ୍ଥିତି ସଙ୍କଟାପନ୍ନ ହୋଇଛି। କୋଭିଡ୍‌-୧୯ ଯୋଗୁ ରାଜ୍ୟଗୁଡିକର ବିତ୍ତୀୟ ସ୍ଥିତି ମଧ୍ୟ ଦୋହଲିଯାଇଛି। ଟିକସ ସଂଗ୍ରହ ଉନ୍ନତ ନ ଥିବା...

ତେଲ ଚାହିଦା ୯.୪% ଖସିଲା

ନୂଆଦିଲ୍ଲୀ:  କୋଭିଡ୍‌ର ଦ୍ୱିତୀୟ ଲହର ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଲକ୍‌ଡାଉନ ଏବଂ ଶଟ୍‌ଡାଉନ କରାଯାଇଛି। ଆର୍ଥତ୍କ କାର୍ଯ୍ୟକଳାପ ଏବଂ ଯାନବାହନ ଚଳାଚଳ ଉପରେ ବର୍ତ୍ତମାନ କଟକଣା...

Advertisement


Archives

Model This Week

Why Dharitri