Posted inଜାତୀୟ

ଭୋଟ ପୂର୍ବରୁ ପଶ୍ଚିମବଙ୍ଗରେ ଫୁଟିଲା ବୋମା

କୋଲକାତା,୨୨।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ସୋମବାର ବର୍ଡଓ୍ବାନ୍‌ ସହରର ରସିକପୁରର ସୁଭାସ୍ପାଲି ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଜଣେ ୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ୯ବର୍ଷର ନାବାଳକ ଆହତ ହୋଇଛନ୍ତି। ମୃତକ ହେଲେ ଶେଖ ଆଫ୍ରୋଜ(୭)। ଆହତ ଜଣକ ଶେଖ ଇବ୍ରାହିମ(୯)। ସୂଚନା ଯୋଗ୍ୟ, ରସିକପୁରର ସୁଭାସ୍ପାଲି ଅଞ୍ଚଳରେ ରହୁଥିବା ଶେଖ ଆଫ୍ରୋଜ ଏବଂ ଶେଖ ଇବ୍ରାହିମ ଘର ନିକଟରେ ଖେଳୁଥିଲେ। ସେତିକିବେଳେ ସେମାନେ ଏକ ପ୍ୟାକେଟ ପଡିଥିବା ଦେଖିବାକୁ ପାଇଥିଲେ। ପ୍ୟାକେଟ ଉପରକୁ ଗୋଇଠା ମାରିବା କ୍ଷଣି ଏହା ବିସ୍ଫୋରଣ ହୋଇଥିଲା। ଫଳରେ ଦୁହେଁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଶେଖ ଆଫ୍ରୋଜଙ୍କୁ ମୃତ ଘୋଷଣା କରିଥିଲେ। ଶେଖ ଇବ୍ରାହିମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ପଶ୍ଚିମବଙ୍ଗ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ଅନନ୍ୟା ଚାଟାର୍ଜୀ ନିନ୍ଦା କରିଛନ୍ତି। ହେଲେ ବୋମା ବିସ୍ଫୋରଣ ଘଟଣାକୁ ନେଇ ରାଜନୈତିକ କାଦୁଅଫିଙ୍ଗା ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ବାୟୁର ପ୍ରଭାବ: ସୋମନାଥ ମନ୍ଦିରର ୧୧୫ ଫୁଟ ଉଚ୍ଚ ଶିଖରକୁ ଛୁଇଁଲା ଅଶାନ୍ତ ଜୁଆର

ଅହମ୍ମଦାବାଦ୍‌, ୧୩।୬: ବାତ୍ୟା ବାୟୁ ଗୁଜରାଟ ଉପକୂଳ ସୌରାଷ୍ଟ୍ରରେ ତାଣ୍ଡବ ରଚିଛି। ବାୟୁର ପ୍ରଭାବରେ ଏଠାରେ ସମୁଦ୍ର ଅଶାନ୍ତ ହୋଇ ଉଠିଛି। ଫଳରେ ଜୁଆର ସ୍ଥାନୀୟ...

କୋଭିଡ୍‌ ପରୀକ୍ଷା ବଢ଼ାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୨।୧୧: ସଂକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ନଜରରେ ରଖି କୋଭିଡ୍‌ ପରୀକ୍ଷା ବଢ଼ାଇବା ଲାଗି କେନ୍ଦ୍ର ସରକାର ଶନିବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ...

ରାହୁଲଙ୍କ ନିଦ ହଜାଇଲାଣି ପାଇଲଟଙ୍କ ‘ଟାଇମ୍‌ ବମ୍‌’

ନୂଆଦିଲ୍ଲୀ,୧୪।୭: ରାଜସ୍ଥାନ ରାଜନୀତି ବେଳକୁ ବେଳ ନୂଆ ମୋଡ ନେଉଛି। ପ୍ରାୟ ଗୋଟିଏ ଦିନ ହେବ କଂଗ୍ରେସର ବଡ଼ ବଡ଼ ନେତା ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ...

ଜମ୍ମୁ-କଶ୍ମୀର, ଲଦାଖ ଯିବ ସଂସଦୀୟ କମିଟି

ନୂଆଦିଲ୍ଲୀ, ୨।୮: ସ୍ବରାଷ୍ଟ୍ର ବ୍ୟାପାର ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଅଗଷ୍ଟ ୧୭ରୁ ୨୧ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର ଏବଂ ଲଦାଖ ଗସ୍ତରେ ଯିବ। ଦୁଇ କେନ୍ଦ୍ରଶାସିତ...

ବୃହତ୍‌ ଶିଳ୍ପରେ ପରିଣତ ହେଲାଣି ହସ୍ପିଟାଲ

ନୂଆଦିଲ୍ଲୀ, ୨୦।୭(ଆଇଏଏନ୍‌ଏସ୍‌): ହସ୍ପିଟାଲଗୁଡ଼ିକ ବୃହତ ଶିଳ୍ପରେ ପରିଣତ ହୋଇଛନ୍ତି। ଜନସାଧାରଣଙ୍କ ବିପତ୍ତିରୁ ଫାଇଦା ଉଠାଇ ସେମାନେ ବଡ଼ ହୋଇଛନ୍ତି। ଜୀବନ ବଦଳରେ ସେଗୁଡ଼ିକୁ ସମୃଦ୍ଧ ହେବାକୁ...

ବଜାୟ ରହୁ ଗଣତାନ୍ତ୍ରିକ ମୂଲ୍ୟବୋଧ

ନୂଆଦିଲ୍ଲୀ,୨୭ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ନେତୃତ୍ୱାଧୀନ ମେଣ୍ଟ ଓ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ମଧ୍ୟରେ ଚାଲିଥିବା ଆଇନଗତ ଲଢ଼େଇ ଏକ ବିଚିତ୍ର ସ୍ଥିତି ସୃଷ୍ଟି...

ଜମ୍ମୁ କଶ୍ମୀରରେ ଆସନ୍ତା ୧୨ରେ ଯାନବାହନ ଚଳାଚଳ ବନ୍ଦ

ଶ୍ରୀନଗର,୧୦।୬: ଜମ୍ମୁ କଶ୍ମୀରରେ ଆସନ୍ତା ୧୨ ତଥା ବୁଧବାର ସହରରେ ଯାନବାହନ ଚଳାଚଳ ବନ୍ଦ ରହିବ। ବୁଧବାର ଟ୍ରାନ୍ସପୋର୍ଟ ପକ୍ଷରୁ ଷ୍ଟ୍ରାଇକ୍‌ କରାଯିବାରୁ ବ୍ୟବସାୟିକ ଗାଡି...

ସାମାଜିକ ଦୂରତ୍ୱ ନ ରଖିଲେ ପରିସ୍ଥିତି ହେବ ଭୟଙ୍କର

ନୂଆଦିଲ୍ଲୀ,୪।୫: ଦେଶରେ କରୋନା ସଂକ୍ରମଣକୁ ନେଇ ସୋମବାରଠାରୁ ଆରମ୍ଭ ହୋଇଛି ଲକ୍‌ଡାଉନ ୩.୦। ତେବେ ବିଗତ ଦିନ ଗୁଡିକୁ ଦେଖିଲେ ସହଜରେ ଅନୁମାନ କରାଯାଉଛି କି...

Advertisement


Archives

Model This Week

Why Dharitri