ମାଛ ଧରିବାକୁ ଯାଇ ଚିଲିକାରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ, ୨୮।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୃଷ୍ଣପ୍ରସାଦସ୍ଥିତ ଚିଲିକାକୁ ଏକ ମତ୍ସ୍ୟଜୀବୀ ପରିବାର ଡଙ୍ଗା ଯୋଗେ ମାଛ ଧରିବାକୁ ଯାଇଥିବାବେଳେ ଦଳରେ ଡଙ୍ଗା ଫସିଯିବାରୁ ଜଳବନ୍ଦୀରେ ଅଟକ ରହିଥିଲେ। ପ୍ରାୟ ୩ଦିନ ପରେ ବୁଧବାର ସ୍ଥାନୀୟ ମତ୍ସ୍ୟଜୀବୀ ସେ ସ୍ଥାନକୁ ଯାଇଥିବାବେଳେ ଡଙ୍ଗା ଫସିଥିବା ଦେଖି ଅଗ୍ନିଶମ ବିଭାଗକୁ ଜଣାଇବା ପରେ ପ୍ରାୟ ୨ଘଣ୍ଟା ପରେ ଉକ୍ତ ମତ୍ସ୍ୟଜୀବୀ ପରିବାରକୁ ଉଦ୍ଧାର କରାଯାଇଥିଲା। ସେମାନେ ହେଲେ ଗଞ୍ଜାମ ଜିଲା ଖଲ୍ଲିକୋଟ ଗ୍ରାମର ନଉଡି ଜାଲି ଏବଂ ୨ପୁଅ କବି, ଅଭି। ଉଦ୍ଧାର ପରେ ସେମାନଙ୍କ ଅବସ୍ଥା ଠିକ ଥିବା କହିଛନ୍ତି। ଏଥିପାଇଁ ଅଗ୍ନିଶମ ବାହିନୀ ଏବଂ ଅଞ୍ଚଳବାସୀଙ୍କୁ ସେମାନେ ସାଧୁବାଦ ଜଣାଇଛନ୍ତି।
ଖବର ଅନୁଯାୟୀ, ସୋମବାର ଜାଲି ୨ପୁଅଙ୍କୁ ନେଇ ଚିଲିକାକୁ ମାଛ ଧରିବାକୁ ଆସି କୃଷ୍ଣପ୍ରସାଦର ଏକ ଦଳରେ ଡଙ୍ଗାଟି ଫସିଯାଇଥିଲା। ସେମାନଙ୍କ ନିକଟରେ ମୋବାଇଲ ଫୋନ ନ ଥିବା ଯୋଗୁ କାହା ସହ ଯୋଗାଯୋଗ ହୋଇପାରି ନ ଥିଲେ। ପାଖରେ ଥିବା ଚାଉଳ, ଆଳୁ ଆଦି ପରିବାକୁ ରାନ୍ଧି ଖାଉଥିବା ପ୍ରକାଶ କରିଛନ୍ତି। ବୁଧବାର ଅନ୍ୟ ଏକ ଡଙ୍ଗା ଯାଉଥିବାବେଳେ ସେମାନଙ୍କ ଉପରେ ନଜର ପଡ଼ିଥିଲା। ସେମାନଙ୍କ ସହ ପାଟିକରି କଥା ହେବା ପରେ ମାଲୁଦ ଦମକଳବାହିନୀ ସହ ଯୋଗାଯୋଗ କରିଥିଲେ। ଫାୟାର ଅଫିସର ସୌମେନ୍ଦ୍ର ପରିଡ଼ାଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଧିକ ଦଳ ଯୋଗୁ ଦମକଳ ବାହିନୀର କୌଣସି ଯାନବାହାନ ଯିବା ସମ୍ଭବ ନ ଥିଲା। ଶେଷରେ ଦୁଃସାହସିକ ଭାବେ ୨ଟି ବାଉଁଶ ସାହାଯ୍ୟରେ ଫସିଥିବା ଡଙ୍ଗା ନିକଟରେ ପହଞ୍ଚତ୍ ନେଇଥିବା ରସିକୁ ବାନ୍ଧିଥିଲେ। ଅଗ୍ନିଶମ ବାହିନୀର ମୁଖ୍ୟ କର୍ମଚାରୀ କଳିଙ୍ଗ ନାୟକ, ବିଜୟ ଦାସ, ବିଶ୍ୱରଞ୍ଜନ ରାଉତ, ବିଷ୍ଣୁପ୍ରସାଦ ଜେନା ପ୍ରମୁଖ ଅକ୍ଳାନ୍ତ ପରିଶ୍ରମ କରି ଡଙ୍ଗାକୁ ଦଉଡିରେ ବାନ୍ଧି କୂଳକୁ ଟାଣି ଆଣିଥିଲେ। ପରେ ସେମାନଙ୍କୁ କୃଷ୍ଣପ୍ରସାଦ ଜେଟି ନିକଟରେ ଛାଡ଼ିଥିଲେ। ତେବେ ଜଳପଥ ପରିବହନ ବିଭାଗର ଭୁଲ ଥିବା ଜନସାଧାରଣ କହିଛନ୍ତି। ଏହାପୂର୍ବରୁ ବାଲୁଗାଁଠାରୁ ପାରିକୁଦଗଡ କୃଷ୍ଣପ୍ରସାଦ ଜେଟିକୁ ପ୍ରତିଦିନ ଜଳପଥ ପରିବହନ କରୁଥିବା ଏକ ଯାତ୍ରୀବାହୀ ଲଞ୍ଚ ସେହି ଦଳ ମଧ୍ୟରେ ଅଟକ ଥିଲା। ପରେ ଅନ୍ୟ ଏକ ଲଞ୍ଚ ବାଲୁଗାଁରୁ ଆସି ଟାଣିନେଇଥିଲା। ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେଥିପ୍ରତି କୌଣସି ପଦକ୍ଷେପ ନ ନିଆଯିବାରୁ ପୁନର୍ବାର ସେହି ଦୁର୍ଘଟଣା ଘଟିଲା। ବିଭାଗୀୟ କର୍ତ୍ତୃପକ୍ଷ ଉକ୍ତ ଚିଲିକାରୁ ଦଳ ଉଦ୍ଧାର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri