ମାଛ ଧରିବାକୁ ଯାଇ ଚିଲିକାରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ, ୨୮।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୃଷ୍ଣପ୍ରସାଦସ୍ଥିତ ଚିଲିକାକୁ ଏକ ମତ୍ସ୍ୟଜୀବୀ ପରିବାର ଡଙ୍ଗା ଯୋଗେ ମାଛ ଧରିବାକୁ ଯାଇଥିବାବେଳେ ଦଳରେ ଡଙ୍ଗା ଫସିଯିବାରୁ ଜଳବନ୍ଦୀରେ ଅଟକ ରହିଥିଲେ। ପ୍ରାୟ ୩ଦିନ ପରେ ବୁଧବାର ସ୍ଥାନୀୟ ମତ୍ସ୍ୟଜୀବୀ ସେ ସ୍ଥାନକୁ ଯାଇଥିବାବେଳେ ଡଙ୍ଗା ଫସିଥିବା ଦେଖି ଅଗ୍ନିଶମ ବିଭାଗକୁ ଜଣାଇବା ପରେ ପ୍ରାୟ ୨ଘଣ୍ଟା ପରେ ଉକ୍ତ ମତ୍ସ୍ୟଜୀବୀ ପରିବାରକୁ ଉଦ୍ଧାର କରାଯାଇଥିଲା। ସେମାନେ ହେଲେ ଗଞ୍ଜାମ ଜିଲା ଖଲ୍ଲିକୋଟ ଗ୍ରାମର ନଉଡି ଜାଲି ଏବଂ ୨ପୁଅ କବି, ଅଭି। ଉଦ୍ଧାର ପରେ ସେମାନଙ୍କ ଅବସ୍ଥା ଠିକ ଥିବା କହିଛନ୍ତି। ଏଥିପାଇଁ ଅଗ୍ନିଶମ ବାହିନୀ ଏବଂ ଅଞ୍ଚଳବାସୀଙ୍କୁ ସେମାନେ ସାଧୁବାଦ ଜଣାଇଛନ୍ତି।
ଖବର ଅନୁଯାୟୀ, ସୋମବାର ଜାଲି ୨ପୁଅଙ୍କୁ ନେଇ ଚିଲିକାକୁ ମାଛ ଧରିବାକୁ ଆସି କୃଷ୍ଣପ୍ରସାଦର ଏକ ଦଳରେ ଡଙ୍ଗାଟି ଫସିଯାଇଥିଲା। ସେମାନଙ୍କ ନିକଟରେ ମୋବାଇଲ ଫୋନ ନ ଥିବା ଯୋଗୁ କାହା ସହ ଯୋଗାଯୋଗ ହୋଇପାରି ନ ଥିଲେ। ପାଖରେ ଥିବା ଚାଉଳ, ଆଳୁ ଆଦି ପରିବାକୁ ରାନ୍ଧି ଖାଉଥିବା ପ୍ରକାଶ କରିଛନ୍ତି। ବୁଧବାର ଅନ୍ୟ ଏକ ଡଙ୍ଗା ଯାଉଥିବାବେଳେ ସେମାନଙ୍କ ଉପରେ ନଜର ପଡ଼ିଥିଲା। ସେମାନଙ୍କ ସହ ପାଟିକରି କଥା ହେବା ପରେ ମାଲୁଦ ଦମକଳବାହିନୀ ସହ ଯୋଗାଯୋଗ କରିଥିଲେ। ଫାୟାର ଅଫିସର ସୌମେନ୍ଦ୍ର ପରିଡ଼ାଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଧିକ ଦଳ ଯୋଗୁ ଦମକଳ ବାହିନୀର କୌଣସି ଯାନବାହାନ ଯିବା ସମ୍ଭବ ନ ଥିଲା। ଶେଷରେ ଦୁଃସାହସିକ ଭାବେ ୨ଟି ବାଉଁଶ ସାହାଯ୍ୟରେ ଫସିଥିବା ଡଙ୍ଗା ନିକଟରେ ପହଞ୍ଚତ୍ ନେଇଥିବା ରସିକୁ ବାନ୍ଧିଥିଲେ। ଅଗ୍ନିଶମ ବାହିନୀର ମୁଖ୍ୟ କର୍ମଚାରୀ କଳିଙ୍ଗ ନାୟକ, ବିଜୟ ଦାସ, ବିଶ୍ୱରଞ୍ଜନ ରାଉତ, ବିଷ୍ଣୁପ୍ରସାଦ ଜେନା ପ୍ରମୁଖ ଅକ୍ଳାନ୍ତ ପରିଶ୍ରମ କରି ଡଙ୍ଗାକୁ ଦଉଡିରେ ବାନ୍ଧି କୂଳକୁ ଟାଣି ଆଣିଥିଲେ। ପରେ ସେମାନଙ୍କୁ କୃଷ୍ଣପ୍ରସାଦ ଜେଟି ନିକଟରେ ଛାଡ଼ିଥିଲେ। ତେବେ ଜଳପଥ ପରିବହନ ବିଭାଗର ଭୁଲ ଥିବା ଜନସାଧାରଣ କହିଛନ୍ତି। ଏହାପୂର୍ବରୁ ବାଲୁଗାଁଠାରୁ ପାରିକୁଦଗଡ କୃଷ୍ଣପ୍ରସାଦ ଜେଟିକୁ ପ୍ରତିଦିନ ଜଳପଥ ପରିବହନ କରୁଥିବା ଏକ ଯାତ୍ରୀବାହୀ ଲଞ୍ଚ ସେହି ଦଳ ମଧ୍ୟରେ ଅଟକ ଥିଲା। ପରେ ଅନ୍ୟ ଏକ ଲଞ୍ଚ ବାଲୁଗାଁରୁ ଆସି ଟାଣିନେଇଥିଲା। ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେଥିପ୍ରତି କୌଣସି ପଦକ୍ଷେପ ନ ନିଆଯିବାରୁ ପୁନର୍ବାର ସେହି ଦୁର୍ଘଟଣା ଘଟିଲା। ବିଭାଗୀୟ କର୍ତ୍ତୃପକ୍ଷ ଉକ୍ତ ଚିଲିକାରୁ ଦଳ ଉଦ୍ଧାର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri