ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଲୁଦୁ ଜଳପ୍ରପାତ, ୧୦୦ ଫୁଟ ଉପରୁ ପଡୁଛି ପାଣି, ଯିବାକୁ ଚାହୁଁଥିଲେ ଜାଣନ୍ତୁ…

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ରାଜ୍ୟର ପ୍ରମୁଖ ଜଳପ୍ରପାତଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି କନ୍ଧମାଳ ଜିଲାର ଲୁଦୁ ଜଳପ୍ରପାତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଏହାର ଆକର୍ଷଣ ଅଲଗା। ଏହି ଜଳପ୍ରପାତ ପ୍ରତି ପର୍ଯ୍ୟଟକଙ୍କ ସ୍ବତନ୍ତ୍ର ଆକର୍ଷଣ ରହିଛି। ବର୍ଷର ବିଭିନ୍ନ ସମୟରେ ବିଶେଷ କରି ଶୀତ ଦିନେ ଏବଂ ପିକ୍‌ନିକ୍‌ ଋତୁ ଏଠାରେ ଭିଡ଼ ଜମିଥାଏ। ଜଙ୍ଗଲ, ପାହାଡ଼ ଘେରା ଏବଂ ଦୁର୍ଗମ ଅଞ୍ଚଳ ହୋଇଥିଲେ ମଧ୍ୟ ଏହାର ସୌନ୍ଦର୍ଯ୍ୟ ପ୍ରକୃତିପ୍ରେମୀଙ୍କୁ ଏହି ସ୍ଥାନକୁ ଟାଣି ଥାଏ। ସହରର କୋଳାହଳ ଜୀବନଠାରୁ ଦୂରରେ ରହି ସବୁଜ ଓ ଏହି ଶାନ୍ତ ବାତାବରଣରେ ସମୟ ଟିକେ ବିତେଇବା ପାଇଁ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ୧୦୦ ଫୁଟ ଉପରୁ ପାଣି ପଡୁଥିବାର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥିବା ବେଳେ ବୃହତ ପଥର ଚଟାଣ, ସବୁଜ ପରିବେଶ ଏହାର ସୋନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ବଣଭୋଜି ପାଇଁ ସବୁ ପ୍ରକାର ବ୍ୟବସ୍ଥା ଥିବାରୁ ପଡ଼ୋଶୀ ଜିଲାଗୁଡ଼ିକରୁ ପିକ୍‌ନିକ୍‌ ପାଇଁ ନିୟମିତ ଭିଡ଼ ରହିଥାଏ। କୋଟଗଡ଼ରୁ ସୁବର୍ଣ୍ଣଗିରି ଏବଂ ସେଠାରୁ ଆଗକୁ ୮ କିମି ଗଲେ ଏହି ସ୍ଥାନରେ ପହଞ୍ଚି ହୁଏ। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସେହି ସ୍ଥାନରେ ରହିବା ଖାଇବା ପାଇଁ ସୁବିଧା ନ ଥିବାରୁ ଦାରିଙ୍ଗବାଡ଼ି କିମ୍ବା ବାଲିଗୁଡ଼ାରେ ରହି ସେଠାକୁ ଯାଇ ହେବ ଏବଂ ଗମନାଗମନ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ନିଜସ୍ବ ବନ୍ଦୋବସ୍ତରେ ଯିବାକୁ ହୁଏ। ଶୀତ ଦିନରେ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ଦାରିଙ୍ଗିବାଡ଼ିଠାରୁ ମଧ୍ୟ ଏହା ନିକଟତର ହେଉଥିବାର ଦାରିଙ୍ଗିବାଡ଼ିକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ଏଠାକୁ ଆସିଥାନ୍ତି। ପ୍ରଚାରପ୍ରସାର ଅଭାବରୁ ବିଶେଷ ଲୋକଲୋଚନକୁ ଆସି ନ ଥିଲେ ମଧ୍ୟ ଏହା ରାଜ୍ୟର ବିଭିନ୍ନ ଆକର୍ଷଣୀୟ ଜଳପ୍ରପାତ ମଧ୍ୟରୁ ଏହା ଅନ୍ୟତମ। ଏଠାକୁ ପହଞ୍ଚିବା ପୂର୍ବରୁ ରାସ୍ତାରେ ଛୋଟ ଛୋଟ ଗାଁ ଏବଂ ଘାଟି ରାସ୍ତା ମଧ୍ୟ ଯାତ୍ରାକୁ ଅଧିକ ରୋମାଞ୍ଚ କରିଥାଏ ବୋଲି ରାୟଗଡ଼ାରୁ ଆସିଥିବା ଜଣେ ପର୍ଯ୍ୟଟକ ଟି. ଶ୍ରୀନିବାସନ କହିଛନ୍ତି।

କେମିତି ଯିବେ:
ଜିଲା ସଦର ମହକୁମା ଫୁଲବାଣୀଠାରୁ ୧୬୮ କିମି ଏବଂ କୋଟଗଡ଼ଠାରୁ ୨୭ କିମି ଦୂରରେ ଅବସ୍ଥିତ। ଭୁବନେଶ୍ୱରଠାରୁ ଲୁଦୁର ଦୂରତା ୩୬୪ କିଲୋମିଟର ହୋଇଥିବା ବେଳେ ବ୍ରହ୍ମପୁରଠାରୁ ୨୫୧ କିଲୋମିଟର। ସେଠାକୁ ସିଧାସଳଖ ଯିବା ପାଇଁ କୌଣସି ବ୍ୟବସ୍ଥା ନ ଥିବା ବେଳେ ଟ୍ୟାକ୍ସି ଯୋଗେ ହିଁ ଯାଇ ପାରିବେ। ଏହାର ନିକଟତମ ସହର ହେଉଛି ବାଲିଗୁଡ଼ା ଓ ଦାରିଙ୍ଗବାଡ଼ି। ଯେଉଁଠାରେ ରହିବା ପାଇଁ ହୋଟେଲ ଏବଂ ସରକାରୀ ଡାକବଙ୍ଗଳା ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?