Posted inଫୁରସତ

ଗାଡ଼ି ଚଳାଉଛନ୍ତି ୯୫ ବର୍ଷୀୟା

କୋହିମା: ଶିଖିବାର କୌଣସି ବୟସ ନ ଥାଏ। ଏହି ଅର୍ଥକୁ ସାର୍ଥକ କରୁଥିବା ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ୯୫ ବର୍ଷ ବୟସ୍କା ବୃଦ୍ଧା ଏକ କାର ଚଳାଉଥିବା ନଜର ଆସୁଛନ୍ତି। ଏହି ଭିଡିଓଟିକୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ବହୁଳ ଭାବେ ପସନ୍ଦ କରିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ଏହି ଭିଡିଓକୁ ନାଗାଲାଣ୍ଡ ସରକାରଙ୍କ ମନ୍ତ୍ରୀ ତଥା ଭାଜପା ନେତା ଟେମ୍‌ଜେନ୍‌ ଇମ୍‌ନା ଆଲୋଙ୍ଗ ଶେୟାର କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଟେମ୍‌ଜେନ୍‌ ବେଶ୍‌ ସକ୍ରିୟ ରହୁଥିବା ବେଳେ ତାଙ୍କର ଏହି ପୋଷ୍ଟଟି ଅଳ୍ପ କିଛି ସମୟ ମଧ୍ୟରେ ଭାଇରାଲ ହେବାରେ ଲାଗିଥିଲା। ଏହି ପୋଷ୍ଟରେ ଜଣେ ବୃଦ୍ଧା ବେଶ୍‌ ଖୁସି ମିଜାଜରେ କାର ଚଳାଉଥିବା ଦେଖାଯାଇଛି। ବୃଦ୍ଧା ଜଣକ କାର୍‌ର ଡ୍ରାଇଭିଂ ସିଟ୍‌ରେ ବସିଥିବାବେଳେ ତାଙ୍କ ନାତି ମଧ୍ୟ ପାଖରେ ରହିଛନ୍ତି। ନାତିଠାରୁ ବୃଦ୍ଧା ମହିଳା ଜଣକ ଗାଡ଼ି ଚଳାଇବା ଶିଖୁଥିବା ନଜର ଆସୁଛନ୍ତି। ଏହି ସମୟରେ ବୃଦ୍ଧା ଜଣକ ନିଜ ନାତିଙ୍କ ସହ ଖୁସିରେ କଥାବାର୍ତ୍ତା ହେଉଛନ୍ତି। ଭିଡିଓରେ ନାତି ଜଣକ ଅନେକ ପ୍ରଶ୍ନ ପଚାରୁଥିବା ବେଳେ ଏହାର ଅତି ମଜାଳିଆ ଢଙ୍ଗରେ ଉତ୍ତର ଦେଉଛନ୍ତି ତାଙ୍କ ଜେଜେ ମା’। ଉଭୟଙ୍କ ମଧ୍ୟରେ ଏହି କଥୋପକଥନକୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ବେଶ୍‌ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

ଟି୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ

ଲଣ୍ଡନ, ୨୮।୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ଅଭିଯାନ ଶେଷ ହୋଇଛି। ରବିବାର ଅନୁଷ୍ଠିତ ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ…

କ୍ରିକେଟ ଟୁର୍ନାମେଣ୍ଟ, ସୋମପେଣ୍ଠା ବିଜୟୀ, ଖେଳାଳିଙ୍କୁ ଉତ୍ସାହିତ କଲେ ବିଧାୟକ

ଛତ୍ରପୁର,୨୮।୬(ଦିଲ୍ଲୀପି ସାମଲ): ଛତ୍ରପୁର ନିକଟସ୍ଥ ଟି. ନୂଆଁଗାଁ ପଡ଼ିଆରେ ଚାଲିଥିବା ଶ୍ରୀଶ୍ରୀ ବାବା ଅଗସ୍ତିଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ରଙ୍ଗେଈଲୁଣ୍ଡା ଏବଂ…

ସରକାରୀ ଚାକିରି ଦେବା ନାମରେ ୨୩ ଲକ୍ଷ ଠକେଇ

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ପୋଲିସ ଚାକିରି ଦେବା ନାମରେ ଠକେଇ ମାମଲାର ପର୍ଦ୍ଦାଫାଶ କରିଛି। ଘଟଣାରେ ଜଡ଼ିତ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ…

ତିରୁମାଲା ମନ୍ଦିର ସୁପ୍ରଭାତ ସେବାରେ ଯୋଗଦେଲେ ଅନନ୍ତ ଅମ୍ବାନୀ, କଲେ ମୁଣ୍ଡନ

ତିରୁମାଲା,୨୮।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ରବିବାର ତିରୁମାଲାର ପାହାଡ଼ରେ ଅବସ୍ଥିତ ପବିତ୍ର ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଅନନ୍ତ ତିରୁମାଲାରେ…

ବ୍ରାଉନସୁଗାର ଜବତ ଘଟଣା: ୪ ଜଣଙ୍କ ମଧ୍ୟରୁ ଜେଲ ହାଜତକୁ ଗଲେ ୩, ଜଣେ ଖଲାସ

ହାଟଡିହୀ/କେନ୍ଦୁଝର,୨୮।୬(ଶୁଭକାନ୍ତ ନାୟକ/ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରାଉନସୁଗାର ଜବତ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଜେଲ ହାଜତକୁ…

ଚେନ୍ନାଇରୁ ଘରକୁ ଫେରିବା ବାଟରେ ଶ୍ରମିକ ନିଖୋଜ, ଖୋଜିବା ପାଇଁ ସ୍ତ୍ରୀଙ୍କ ନିବେଦନ

ଦେବଗଡ,୨୮ା୬(ଶଶାଙ୍କ ଶେଖର ଝାଙ୍କର): ଚେନ୍ନାଇରୁ ଘରକୁ ଫେରୁଥିବା ସମୟରେ ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳର ପୁରମୁଣ୍ଡା ଗ୍ରାମର ଜଣେ ଶ୍ରମିକ ନିଖୋଜ ହୋଇଯାଇଥିବା ଜଣାପଡିଛି ।…

ମହାନଦୀରେ ବୁଡ଼ିଗଲେ ୩ କଲେଜ ଛାତ୍ର

କଟକ,୨୮।୬(ପ୍ରଭୁକଲ୍ୟାଣ ପାଲ୍‌): ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟ ମହାନଦୀରେ ଏକ ଅଘଟଣ ଘଟିଛି। ମହାନଦୀର ବୁଡ଼ି ୩ଜଣ କଲେଜ ଛାତ୍ର ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri