ସିପସରୁବାଲିରେ ସ୍ଥିତି ପରଖିଲେ ୭ଜଣିଆ ଟିମ୍‌

ପୁରୀ ଅଫିସ,୯।୩: ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଯୋଜନା ଚାଲିଛି। ଏଥିଲାଗି ବାରମ୍ବାର ବିଭିନ୍ନ ବୈଷୟିକ ଅଧିକାରୀ ଟିମ୍‌ ଆସି ବିଭିନ୍ନ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ମଙ୍ଗଳବାର ଆଉ ଏକ ୭ଜଣିଆ ଟିମ୍‌ ପୁରୀ ଗସ୍ତରେ ଆସି ସିପସରୁବାଲିର ଅଞ୍ଚଳ ବୁଲି ଦେଖିବା ସହ ଆର୍ଥିକ ଓ ବୈଷୟିକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ବିମାନବନ୍ଦର ପାଇଁ ବୈଷୟିକ ଓ ଆର୍ଥତ୍କ କ୍ଷେତ୍ରରେ କ’ଣ ସବୁ ଆବଶ୍ୟକତା ରହିଛି, ସେନେଇ ଟେକ୍ନୋ ଇକୋନୋମିକ ଫିଜିବିଲିଟି ଷ୍ଟଡି କରିବା ପାଇଁ ଇଡ୍‌କୋ ମାଧ୍ୟମରେ ଦିଲ୍ଲୀର ଡିଲାୟେଡ୍‌ ନାମକ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ମିଳିଛି। ଏହି ସଂସ୍ଥାର ଅଧିକାରୀମାନେ ପୁରୀରେ ପହଞ୍ଚି ସିପସରୁବାଲିରେ ସର୍ଭେ କରିଛନ୍ତି। ବିମାନବନ୍ଦରର ନକ୍ସା ଦେଖିସାରିବା ପରେ ଜମି ଅଧିଗ୍ରହଣ, ରନ୍‌ୱେ, ବିମାନଯାତ୍ରା ପାଇଁ ଯାତ୍ରୀଙ୍କ ବାର୍ଷିକ ସଂଖ୍ୟା, ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ବିମାନବନ୍ଦରର ସ୍ଥାୟିତ୍ୱ, ଭିତ୍ତିଭୂମିର ପ୍ରକାର ଓ ଉଦ୍ୟୋଗୀକରଣକୁ ନେଇଥିବା ସମ୍ଭାବନା ଓ ଆହ୍ବାନ ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମାଙ୍କ ସହ ଅଧିକାରୀମାନେ ଆଲୋଚନା କରିଛନ୍ତି। ବିମାନବନ୍ଦର ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କର ସମ୍ପୂର୍ଣ୍ଣ ଯୋଜନା ଓ ନକ୍ସାକୁ ଏହି ଟିମ୍‌ ଟିକିନିଖି କରି ଦେଖିବା ସହ ବିଶେଷ ଭାବେ ବୈଷୟିକ ସ୍ଥିତିକୁ ନେଇ ଜିଲା ପ୍ରଶାସନକୁ ପ୍ରଶ୍ନ କରିଛି। ପୁରୀ ନିକଟବର୍ତ୍ତୀ ରାଜଧାନୀ ଭୁବନେଶ୍ୱରରେ ବିମାନବନ୍ଦର ଥିବା ହେତୁ ଏଠାରେ ଅନ୍ତର୍ଜାତୀୟ ବିମାନବନ୍ଦର କରିବା କେତେ ଫଳପ୍ରଦ ହେବ ଓ ଏହାର ଘରୋଇକରଣ ଫଳରେ ରାଜ୍ୟ ସରକାର କେତେ ଲାଭପ୍ରଦ ହେବେ, ସେ ନେଇ ମଧ୍ୟ ରିପୋର୍ଟ ପ୍ରସ୍ତୁତି ଚାଲିଛି।
ପୁରୀ ଜନଗହଳି ସହର ହୋଇଥିବା ହେତୁ ବିମାନବନ୍ଦରରେ ପହଞ୍ଚୁଥିବା ଯାତ୍ରୀଙ୍କ ଗମନାଗମନ କିଭଳି ସହଜ ହେବ ସେନେଇ ସର୍ଭେ ହୋଇଛି। ଏହି ଟିମ୍‌ ଦ୍ୱାରା ସର୍ଭେ ରିପୋର୍ଟ ଦାଖଲ ହେବା ପରେ ବିମାନବନ୍ଦର କାର୍ଯ୍ୟ ଆଗେଇପାରିବ। ଜିଲା ପ୍ରଶାସନ ନିକଟରେ ଥିବା ତଥ୍ୟ ଓ ସୂଚନା ସର୍ଭେ ଟିମ୍‌୍‌ ଯୋଗାଇ ଦିଆଯାଇଛି। ସେହିଭଳି ନକ୍ସା ଓ ଏହାକୁ ନେଇଥିବା ଛୋଟବଡ଼ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ବୋଲି କହିଛନ୍ତି ଉପଜିଲାପାଳ ଭବତାରଣ ସାହୁ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri