ସିପସରୁବାଲିରେ ସ୍ଥିତି ପରଖିଲେ ୭ଜଣିଆ ଟିମ୍‌

ପୁରୀ ଅଫିସ,୯।୩: ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଯୋଜନା ଚାଲିଛି। ଏଥିଲାଗି ବାରମ୍ବାର ବିଭିନ୍ନ ବୈଷୟିକ ଅଧିକାରୀ ଟିମ୍‌ ଆସି ବିଭିନ୍ନ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ମଙ୍ଗଳବାର ଆଉ ଏକ ୭ଜଣିଆ ଟିମ୍‌ ପୁରୀ ଗସ୍ତରେ ଆସି ସିପସରୁବାଲିର ଅଞ୍ଚଳ ବୁଲି ଦେଖିବା ସହ ଆର୍ଥିକ ଓ ବୈଷୟିକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ବିମାନବନ୍ଦର ପାଇଁ ବୈଷୟିକ ଓ ଆର୍ଥତ୍କ କ୍ଷେତ୍ରରେ କ’ଣ ସବୁ ଆବଶ୍ୟକତା ରହିଛି, ସେନେଇ ଟେକ୍ନୋ ଇକୋନୋମିକ ଫିଜିବିଲିଟି ଷ୍ଟଡି କରିବା ପାଇଁ ଇଡ୍‌କୋ ମାଧ୍ୟମରେ ଦିଲ୍ଲୀର ଡିଲାୟେଡ୍‌ ନାମକ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ମିଳିଛି। ଏହି ସଂସ୍ଥାର ଅଧିକାରୀମାନେ ପୁରୀରେ ପହଞ୍ଚି ସିପସରୁବାଲିରେ ସର୍ଭେ କରିଛନ୍ତି। ବିମାନବନ୍ଦରର ନକ୍ସା ଦେଖିସାରିବା ପରେ ଜମି ଅଧିଗ୍ରହଣ, ରନ୍‌ୱେ, ବିମାନଯାତ୍ରା ପାଇଁ ଯାତ୍ରୀଙ୍କ ବାର୍ଷିକ ସଂଖ୍ୟା, ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ବିମାନବନ୍ଦରର ସ୍ଥାୟିତ୍ୱ, ଭିତ୍ତିଭୂମିର ପ୍ରକାର ଓ ଉଦ୍ୟୋଗୀକରଣକୁ ନେଇଥିବା ସମ୍ଭାବନା ଓ ଆହ୍ବାନ ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମାଙ୍କ ସହ ଅଧିକାରୀମାନେ ଆଲୋଚନା କରିଛନ୍ତି। ବିମାନବନ୍ଦର ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କର ସମ୍ପୂର୍ଣ୍ଣ ଯୋଜନା ଓ ନକ୍ସାକୁ ଏହି ଟିମ୍‌ ଟିକିନିଖି କରି ଦେଖିବା ସହ ବିଶେଷ ଭାବେ ବୈଷୟିକ ସ୍ଥିତିକୁ ନେଇ ଜିଲା ପ୍ରଶାସନକୁ ପ୍ରଶ୍ନ କରିଛି। ପୁରୀ ନିକଟବର୍ତ୍ତୀ ରାଜଧାନୀ ଭୁବନେଶ୍ୱରରେ ବିମାନବନ୍ଦର ଥିବା ହେତୁ ଏଠାରେ ଅନ୍ତର୍ଜାତୀୟ ବିମାନବନ୍ଦର କରିବା କେତେ ଫଳପ୍ରଦ ହେବ ଓ ଏହାର ଘରୋଇକରଣ ଫଳରେ ରାଜ୍ୟ ସରକାର କେତେ ଲାଭପ୍ରଦ ହେବେ, ସେ ନେଇ ମଧ୍ୟ ରିପୋର୍ଟ ପ୍ରସ୍ତୁତି ଚାଲିଛି।
ପୁରୀ ଜନଗହଳି ସହର ହୋଇଥିବା ହେତୁ ବିମାନବନ୍ଦରରେ ପହଞ୍ଚୁଥିବା ଯାତ୍ରୀଙ୍କ ଗମନାଗମନ କିଭଳି ସହଜ ହେବ ସେନେଇ ସର୍ଭେ ହୋଇଛି। ଏହି ଟିମ୍‌ ଦ୍ୱାରା ସର୍ଭେ ରିପୋର୍ଟ ଦାଖଲ ହେବା ପରେ ବିମାନବନ୍ଦର କାର୍ଯ୍ୟ ଆଗେଇପାରିବ। ଜିଲା ପ୍ରଶାସନ ନିକଟରେ ଥିବା ତଥ୍ୟ ଓ ସୂଚନା ସର୍ଭେ ଟିମ୍‌୍‌ ଯୋଗାଇ ଦିଆଯାଇଛି। ସେହିଭଳି ନକ୍ସା ଓ ଏହାକୁ ନେଇଥିବା ଛୋଟବଡ଼ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ବୋଲି କହିଛନ୍ତି ଉପଜିଲାପାଳ ଭବତାରଣ ସାହୁ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri