ୟୁଏଇରେ ଷଷ୍ଠ ଶତାବ୍ଦୀର ସହର ଠାବ

ସିନିୟାହ ଆଇଲାଣ୍ଡ, ୨୧ା୩:ୟୁନାଇଟେଡ୍‌ ଆରବ ଏମିରାଟ୍ସ (ୟୁଏଇ)ର ଭୂତତ୍ତ୍ୱବିଦ୍‌ମାନେ ନର୍ଦ୍ଦର୍ନ ଶେଖଡୋମ୍ସର ଦ୍ୱୀପରୁ ଷଷ୍ଠ ଶତାବ୍ଦୀର ଏକ ସହର ଠାବ କରିଛନ୍ତି। ଉମ ଅଲ-କୁଓ୍ବେନର ସିନିୟାହ ଦ୍ୱୀପରେ ଅବସ୍ଥିତ ଏହି ସହରରେ ଅନେକ ହଜାର ଲୋକ ବାସ କରୁଥିବାବେଳେ ଏଠାରେ ଶତାଧିକ ଘର ଥିଲା। ପ୍ରଥମ ଥର ଲାଗି ଆରବିଆନ୍‌ ଗଲ୍ଫରୁ ବହୁ ପୁରାତନ ସହରର ସନ୍ଧାନ ମିଳିଥିବା ଭୂତତ୍ତ୍ୱବିଦ୍‌ମାନେ ଦାବି କରିଛନ୍ତି। ୟୁନାଇଟେଡ୍‌ ଆରବ ଏମିରାଟ୍ସର ସବୁଠୁ ପୁରୁଣା ଖଇଲଜି ପଲିଙ୍ଗ ଟାଉନ୍‌ର ଏହା ଏକ ନମୁନା ବୋଲି ଭୂତତ୍ତ୍ୱବିଦ୍‌ ପ୍ରଫେସର୍‌ ଟିମୋଥି ପାଓ୍ବାର କହିଛନ୍ତି।
ଏହି ପୁରାତନ ସହରରେ ଦେଖିବାକୁ ମିଳିଥିବା ଘରର କାନ୍ଥ ସବୁ ଇଟା ଓ ପଥରକୁ ଯୋଡ଼ି ନିର୍ମାଣ କରାଯାଇଛି। ୧୨ ହେକ୍ଟର ପରିମିତ ସ୍ଥାନରେ ସହରଟି ଅବସ୍ଥିତ। ଘରୁ ମାଳି ପରି କିଛି ସାମଗ୍ରୀ ସହ ଡାଇଭିଂ ଓ୍ବେଟ୍‌ (ସମୁଦ୍ର ବୁଡ଼ାଳିମାନେ ବ୍ୟବହାର କରୁଥିବା ଏକ ବସ୍ତୁ) ଗବେଷକମାନଙ୍କର ହସ୍ତଗତ ହୋଇଛି। ସହରର ଚାରିଆଡ଼େ ଘରସବୁ ଖେଳାଇ ହୋଇ ତିଆରି ହୋଇଥିବା ଦେଖିବାକୁ ମିଳିଛି। ଉଭୟ ମୁସଲମାନ ଏବଂ ଖ୍ରୀଷ୍ଟଧର୍ମାବଲମ୍ବୀ ଏହି ସହରରେ ବାସ କରୁଥିଲେ। ପୁରାତନ ସହର ସମ୍ପର୍କରେ ଉମ ଅଲ-କୁଓ୍ବେନ ପର୍ଯ୍ୟଟନ ବିଭାଗ, ୟୁଏଇ ୟୁନିଭର୍ସିଟିର ଭୂତତ୍ତ୍ୱ ବିଭାଗ ଏବଂ ନ୍ୟୁୟର୍କ ୟୁନିଭର୍ସିଟି ପକ୍ଷରୁ ମିଳିତ ଅଧ୍ୟୟନ କରାଯାଇଛି। ୟୁଏଇର ଅନ୍ୟ ଅଞ୍ଚଳ ତୁଳନାରେ ଉମ ଅଲ୍‌-କୁଓ୍ବେନରେ କମ୍‌ ସଂଖ୍ୟକ ଲୋକ ବାସ କରୁଥିବାବେଳେ ଏଠାରେ ଏକ ପର୍ଯ୍ୟଟନ କେନ୍ଦ୍ର ନିର୍ମାଣ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଭୂତତ୍ତ୍ୱବିଦ୍‌ଙ୍କ ମତରେ ପ୍ରଥମ ବିଶ୍ୱଯୁଦ୍ଧ ପରି ୟୁଏଇରେ ଥିବା ପଲିଙ୍ଗ୍‌ ସହରଗୁଡ଼ିକ ଧ୍ୱସ୍ତ ହୋଇଯାଇଥିଲା। ଷଷ୍ଠ ଶତାବ୍ଦୀର ଏହି ପୁରାତନ ସହର ସମ୍ପର୍କରେ ଅଧିକ ତଥ୍ୟ ଖୋଜିବାରେ ଭୂତତ୍ତ୍ୱବିଦ୍‌ଙ୍କର ଏକ ଦଳ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?