ୟୁଏଇରେ ଷଷ୍ଠ ଶତାବ୍ଦୀର ସହର ଠାବ

ସିନିୟାହ ଆଇଲାଣ୍ଡ, ୨୧ା୩:ୟୁନାଇଟେଡ୍‌ ଆରବ ଏମିରାଟ୍ସ (ୟୁଏଇ)ର ଭୂତତ୍ତ୍ୱବିଦ୍‌ମାନେ ନର୍ଦ୍ଦର୍ନ ଶେଖଡୋମ୍ସର ଦ୍ୱୀପରୁ ଷଷ୍ଠ ଶତାବ୍ଦୀର ଏକ ସହର ଠାବ କରିଛନ୍ତି। ଉମ ଅଲ-କୁଓ୍ବେନର ସିନିୟାହ ଦ୍ୱୀପରେ ଅବସ୍ଥିତ ଏହି ସହରରେ ଅନେକ ହଜାର ଲୋକ ବାସ କରୁଥିବାବେଳେ ଏଠାରେ ଶତାଧିକ ଘର ଥିଲା। ପ୍ରଥମ ଥର ଲାଗି ଆରବିଆନ୍‌ ଗଲ୍ଫରୁ ବହୁ ପୁରାତନ ସହରର ସନ୍ଧାନ ମିଳିଥିବା ଭୂତତ୍ତ୍ୱବିଦ୍‌ମାନେ ଦାବି କରିଛନ୍ତି। ୟୁନାଇଟେଡ୍‌ ଆରବ ଏମିରାଟ୍ସର ସବୁଠୁ ପୁରୁଣା ଖଇଲଜି ପଲିଙ୍ଗ ଟାଉନ୍‌ର ଏହା ଏକ ନମୁନା ବୋଲି ଭୂତତ୍ତ୍ୱବିଦ୍‌ ପ୍ରଫେସର୍‌ ଟିମୋଥି ପାଓ୍ବାର କହିଛନ୍ତି।
ଏହି ପୁରାତନ ସହରରେ ଦେଖିବାକୁ ମିଳିଥିବା ଘରର କାନ୍ଥ ସବୁ ଇଟା ଓ ପଥରକୁ ଯୋଡ଼ି ନିର୍ମାଣ କରାଯାଇଛି। ୧୨ ହେକ୍ଟର ପରିମିତ ସ୍ଥାନରେ ସହରଟି ଅବସ୍ଥିତ। ଘରୁ ମାଳି ପରି କିଛି ସାମଗ୍ରୀ ସହ ଡାଇଭିଂ ଓ୍ବେଟ୍‌ (ସମୁଦ୍ର ବୁଡ଼ାଳିମାନେ ବ୍ୟବହାର କରୁଥିବା ଏକ ବସ୍ତୁ) ଗବେଷକମାନଙ୍କର ହସ୍ତଗତ ହୋଇଛି। ସହରର ଚାରିଆଡ଼େ ଘରସବୁ ଖେଳାଇ ହୋଇ ତିଆରି ହୋଇଥିବା ଦେଖିବାକୁ ମିଳିଛି। ଉଭୟ ମୁସଲମାନ ଏବଂ ଖ୍ରୀଷ୍ଟଧର୍ମାବଲମ୍ବୀ ଏହି ସହରରେ ବାସ କରୁଥିଲେ। ପୁରାତନ ସହର ସମ୍ପର୍କରେ ଉମ ଅଲ-କୁଓ୍ବେନ ପର୍ଯ୍ୟଟନ ବିଭାଗ, ୟୁଏଇ ୟୁନିଭର୍ସିଟିର ଭୂତତ୍ତ୍ୱ ବିଭାଗ ଏବଂ ନ୍ୟୁୟର୍କ ୟୁନିଭର୍ସିଟି ପକ୍ଷରୁ ମିଳିତ ଅଧ୍ୟୟନ କରାଯାଇଛି। ୟୁଏଇର ଅନ୍ୟ ଅଞ୍ଚଳ ତୁଳନାରେ ଉମ ଅଲ୍‌-କୁଓ୍ବେନରେ କମ୍‌ ସଂଖ୍ୟକ ଲୋକ ବାସ କରୁଥିବାବେଳେ ଏଠାରେ ଏକ ପର୍ଯ୍ୟଟନ କେନ୍ଦ୍ର ନିର୍ମାଣ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଭୂତତ୍ତ୍ୱବିଦ୍‌ଙ୍କ ମତରେ ପ୍ରଥମ ବିଶ୍ୱଯୁଦ୍ଧ ପରି ୟୁଏଇରେ ଥିବା ପଲିଙ୍ଗ୍‌ ସହରଗୁଡ଼ିକ ଧ୍ୱସ୍ତ ହୋଇଯାଇଥିଲା। ଷଷ୍ଠ ଶତାବ୍ଦୀର ଏହି ପୁରାତନ ସହର ସମ୍ପର୍କରେ ଅଧିକ ତଥ୍ୟ ଖୋଜିବାରେ ଭୂତତ୍ତ୍ୱବିଦ୍‌ଙ୍କର ଏକ ଦଳ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri