କୁମ୍ଭୀର ଆଁରେ ଉପାନ୍ତ ଗାଁ

କେନ୍ଦ୍ରାପଡା ଅଫିସ, ୨୦ା୧୨: ଆଳି ଓ ରାଜନଗର ସୀମାନ୍ତ ନଳଦିଆ ଗ୍ରାମ ପୋଖରୀରୁ ୬ ଫୁଟ୍‌ ଲମ୍ବର ଏକ ବଉଳା କୁମ୍ଭୀରକୁ ଗ୍ରାମବାସୀ ଧରି ବନବିଭାଗକୁ ଶୁକ୍ରବାର ହସ୍ତାନ୍ତର କରିଛନ୍ତି । ଏହାପୂର୍ବରୁ ଏକାଧିକ କୁମ୍ଭୀର ବ୍ରାହ୍ମଣୀ ନଦୀ କୂଳବର୍ତ୍ତୀ ଗାଁରେ ବୁଲୁଥିବା ନଜରକୁ ଆସିଛି । ସେହିପରି ଜିଲାର ୭ ନଦୀ ଓ ୨୭ ଶାଖା ନଦୀ ଅଞ୍ଚଳରେ କୁମ୍ଭୀର ଦେଖିବାକୁ ମିଳିଥାଏ। ଉପାନ୍ତ ଅଞ୍ଚଳରେ କୁମ୍ଭୀରଙ୍କ ଉପଦ୍ରବ ଲାଗି ରହିଛି । ହେଲେ ବନବିଭାଗ ଗତ ୧୦ ବର୍ଷ ମଧ୍ୟରେ ମାତ୍ର ୧୪ ଜଣଙ୍କୁ ମୃତ ଦର୍ଶାଇଛି । ହେଲେ ସ୍ଥାନୀୟ ଲୋକେ କୁହନ୍ତି, କୁମ୍ଭୀର ବହୁ ଲୋକଙ୍କୁ ପାଣି ଭିତରକୁ ଟାଣି ନେଇଥାଏ । ମୃତଦେହ ନ ମିଳିବାରୁ ଏହାକୁ ବନ ବିଭାଗ ଗ୍ରହଣ କରେ ନାହିଁ । କେବଳ ନିଖୋଜ ମାମଲାରେ ତାହା ସୀମିତ ରୁହେ ।

ସଂରକ୍ଷିତ ବନ୍ୟଜନ୍ତୁଙ୍କ ଦ୍ୱାରା ମୃତାହତ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସରକାରୀ ବ୍ୟବସ୍ଥା ରହିଛି । ହେଲେ ତାହା ଉପଯୁକ୍ତ ପରିମାଣରେ ମିଳୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି। କୁମ୍ଭୀର ଆତଙ୍କ ଥିବା ନଦୀ ତଟବର୍ତ୍ତୀ ଗାଧୁଆ ତୁଠରେ ତାରବାଡ ଘେରାଇବା ପାଇଁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ରାଜନଗର ବ୍ଲକ ଭେକ୍ଟା ଗ୍ରାମର ରାମନାଥ ଦାସ କୁହନ୍ତି, ଜାତୀୟ ଉଦ୍ୟାନ ଭିତରକନିକା ଓ ସଂରକ୍ଷଣ କେନ୍ଦ୍ରରେ ୧୭୦୦ରୁ ଊର୍ଦ୍ଧ୍ୱ ଲୁଣା କୁମ୍ଭୀର ରହିଥିବା ବନ ବିଭାଗ ଗଣନା କରିଛି। ହେଲେ ସେମାନଙ୍କ ସଂଖ୍ୟା ଏହି ଗଣନାଠାରୁ ଅଧିକ । ଭିତରକନିକା ସଂଲଗ୍ନ ବିଭିନ୍ନ ନଦୀରେ ବହୁ କୁମ୍ଭୀର ରହିଛନ୍ତି।

ଭୟଙ୍କର ଓ ସଂରକ୍ଷିତ ଜୀବ ହୋଇଥିବାରୁ ସେମାନଙ୍କ ନିକଟକୁ କେହି ଯାଆନ୍ତି ନାହିଁ । ତେବେ ଅଧିକାଂଶ ଲୋକ କୁମ୍ଭୀର ହାବୁଡରେ ପଡିବା ଉପାନ୍ତ ଅଞ୍ଚଳରେ ଏକ ନିତିଦିନିଆ ଘଟଣା ହୋଇଛି । ଭାଗ୍ୟ ଭଲ ଥିଲେ କୁମ୍ଭୀର ହାବୁଡରୁ ନିସ୍ତାର ମିଳେ । ୨୦୧୭ରେ ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗ୍ରାମର ମମତା ଦଳାଇ ନିଜ ଭଉଣୀକୁ ଓ କଣ୍ଡିରା ଗ୍ରାମର ଶିତୁ ମଲ୍ଲିକ ୨୦୧୮ରେ ଦାଦାଙ୍କୁ କୁମ୍ଭୀର ମୁହଁରୁ ବଞ୍ଚାଇଥିଲେ । ଏହି ଦୁଇଜଣଙ୍କୁ ଶିଶୁ ସାହସିକତା ପୁରସ୍କାର ମିଳିଥିଲା ା ଏ ନେଇ ବୁଦ୍ଧିଜୀବୀ ଦୋଳଗୋବିନ୍ଦ ଜେନା କହିଛନ୍ତି, ସରକାରୀ ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ ଭିତରକନିକା ଆଖପାଖ ଅଞ୍ଚଳରେ ମାତ୍ର ୧୪ ଜଣଙ୍କୁ କୁମ୍ଭୀର ମାରିଛି । ତେବେ ଏହି ତଥ୍ୟ ଠିକ୍‌ ନୁହେଁ । କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତିର ମୃତଦେହ ନ ମିଳିଲେ ଥାନାରେ ଏକ ମିସିଂ କେସ୍‌ ରୁଜୁ ହେଉଛି । ସ୍ଥାନୀୟ ୫ଟି ଥାନାରେ ଏ ସଂକ୍ରାନ୍ତରେ ଅନୁସନ୍ଧାନ କଲେ ଶତାଧିକ ମାମଲା ନଜରକୁ ଆସିବ । ଏଥିସହ କୁମ୍ଭୀର ଆକ୍ରମଣରେ ପ୍ରତିବର୍ଷ ୨୦ରୁ ଊର୍ଦ୍ଧ୍ୱ ଆହତ ହେଉଥିଲେ ମଧ୍ୟ ଗତ ୧୦ ବର୍ଷରେ ମାତ୍ର ୪୮ ଜଣ ଆହତ ହୋଇଥିବା ବନ ବିଭାଗ ଦର୍ଶାଇଛି। ସେହିପରି ଗତ ୫ ବର୍ଷରେ ମାତ୍ର ୩୬ ପଶୁହାନି ହୋଇଥିବା ବନବିଭାଗ ଦର୍ଶାଇଛି ।

କୁମ୍ଭୀର ଆତଯାତ ନଦୀରେ ସ୍ବତନ୍ତ୍ର ଗାଧୁଆ ତୁଠ ନିର୍ମାଣ ଦାୟିତ୍ୱ ବନବିଭାଗ ନେଇଛି । ମାତ୍ର ଭିତରକନିକା ନିକଟ ମୋଟ୍‌ ୪୧୮ ଗ୍ରାମରେ ଗାଧୁଆ ତୁଠ ନିର୍ମାଣ ହୋଇ ପାରିନାହିଁ । ଚଣ୍ଡିଆଗଡି ଗ୍ରାମର କିଶୋର ସରକାର କୁହନ୍ତି, କୁମ୍ଭୀର ଉପଦ୍ରବ କରୁଥିବା ନଦୀକୂଳବାସୀଙ୍କ ପାଇଁ ସୁରକ୍ଷିତ ଗାଧୁଆ ତୁଠର ଆବଶ୍ୟକତା ଅଛି। ନଦୀ କୂଳରେ ବହ୍ଲା ଓ ତାରଜାଲି ଦେଇ ଏହି ତୁଠ ନିର୍ମାଣ ହେବା କଥା। ତେବେ କେତେକ ସ୍ଥାନରେ ନିମ୍ନ ଧରଣର କାର୍ଯ୍ୟ ଯୋଗୁ ଏହି ତାରବାଡ ରହୁନାହିଁ । ଗଡଗଡି, ବାଳକାଟୀ, ପତ୍ରପୁର, ନୂଆଗଁାଠାରୁ ଆରମ୍ଭ କରି ରାଜଗଡ, ନଳଦିଆ, ନରେନ୍ଦ୍ରପୁର, ନିମପୁର ଆଦି ନଦୀ ଘାଟ ଜନଜୀବନ ପାଇଁ ଅସୁରକ୍ଷିତ ହୋଇପଡିଛି ।

ଏ ସମ୍ପର୍କରେ ଡିଏଫ୍‌ଓ ବିକାଶ ଚନ୍ଦ୍ର ଦାଶ କୁହନ୍ତି, ବନାଞ୍ଚଳର ପଶୁପକ୍ଷୀଙ୍କୁ ସୁରକ୍ଷା ଦିଆଯାଉଛି । ଏଥିସହ କୁମ୍ଭୀର ଆକ୍ରମଣରୁ ବର୍ତ୍ତିବା ପାଇଁ ବିଭିନ୍ନ ନଦୀ ତୁଠରେ ସୁରକ୍ଷିତ ଓ ସ୍ବତନ୍ତ୍ର ଗାଧୁଆ ତୁଠ ନିର୍ମାଣ ହେଉଛି । ସେହିପରି ଜନସଚେତନତା କାର୍ଯ୍ୟକ୍ରମ ସହ ମୃତାହତଙ୍କ ଅଭିଯୋଗକୁ ଭିତ୍ତିକରି କ୍ଷତିପୂରଣ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri