୧୦୦ ବର୍ଷ ପୁରୁଣା ୟୁ-ବୋଟ୍‌ ଠାବ

ରିଚ୍‌ମଣ୍ଡ, ୩।୧୦: ଭର୍ଜିନିଆରେ ୪୦୦ ଫୁଟ ଗଭୀର ସମୁଦ୍ରରୁ ଜର୍ମାନୀ ୟୁ ବୋଟ୍‌ ଠାବ ହୋଇଛି। ୧୦୦ ବର୍ଷ ପରେ ଗବେଷକ ଓ ଟେକ୍‌ନିକାଲ ରେକ୍‌ ଡାଇଭରଙ୍କ ସହାୟତାରେ ପ୍ରଥମ ବିଶ୍ୱଯୁଦ୍ଧ ବେଳର ଏହି ଜାହାଜର ସନ୍ଧାନ କରାଯାଇଛି। ୧୯୨୨ରେ ଆମେରିକୀୟ ନୌସେନା ୟୁ-୧୧୧ ଜାହାଜଟିକୁ ସମୁଦ୍ରରେ ବୁଡ଼ାଇ ଦେଇଥିଲା। ଜାହାଜଟି ୧୬୦୦ ଫୁଟ ତଳେ ଥିବା ଆଶଙ୍କା କରାଯାଉଥିବାବେଳେ ମାତ୍ର ୪୦୦ ଫୁଟ ତଳେ ଏହାକୁ ଠାବ କରାଯାଇଛି।
ଜର୍ମାନୀର ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ୫ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୮ଟି ଜାହାଜକୁ ଆମେରିକୀୟ ସମୁଦ୍ରରେ ବୁଡ଼ାଇ ଦେଇଥିବା ସୂଚନା ରହିଛି। ସମୁଦ୍ରର ଖାରିଆ ଜଳ କାରଣରୁ ଜାହାଜର ଅବଶେଷ ନଷ୍ଟ ହୋଇଯାଇଛି। କାଠରେ ତିଆରି ହୋଇଥିବା ଜାହାଜର ଅଂଶ ସବୁ ଦୀର୍ଘ ବର୍ଷ ଧରି ପାଣିରେ ବୁଡ଼ି ରହିବା କାରଣରୁ ଖତିରା ହୋଇଯିବା ସହ ସମୁଦ୍ର ଜୀବ ଓ ଜିଆ ଖାଇ ନଷ୍ଟ କରି ଦେଇଥିବା ଦେଖିବାକୁ ମିଳିଛି। ୧୯୮୫ରେ ରବର୍ଟ ବାଲାର୍ଡ ଟାଇଟେନିକ ବୁଡ଼ାଜାହାଜର ଭଗ୍ନାବଶେଷ ସମୁଦ୍ରରୁ ଠାବ କରିଥିବାବେଳେ ଏଥିରୁ ଅନୁପ୍ରାଣିତ ହୋଇ ଡାଇଭର ଏରିକ୍‌ ପେଟକୋଭିକ୍‌ ସମୁଦ୍ରରେ ବୁଡ଼ିଯାଇଥିବା ଜାହାଜଗୁଡ଼ିକର ସନ୍ଧାନ କରିବା ପାଇଁ ବହାରି ପଡ଼ିଥିଲେ।

ବର୍ତ୍ତମାନ ଏ କାମରେ ପୋଟକୋଭିକ୍‌ ପାରଦର୍ଶିତା ହାସଲ କରିଥିବା କୁହାଯାଉଛି। ଏ ସମ୍ବନ୍ଧରେ ସେ ଏକାଧିକ ପୁସ୍ତକ ମଧ୍ୟ ଲେଖିଥିବା କୁହାଯାଉଛି। ପେକୋଭିକ୍‌ ଏବଂ ତାଙ୍କ ସହଯୋଗୀ ରଷ୍ଟି କାସ୍‌ଓ୍ବେ ୪୫ ଫୁଟ ଆର୍‌/ଭି ଏକ୍ସପ୍ଲୋରର ଡାଇଭିଙ୍ଗ୍‌ ଭେସେଲ୍‌କୁ ଜାହାଜ ଭଗ୍ନାବଶେଷ ଚିହ୍ନଟ ପାଇଁ ବ୍ୟବହାର କରାଯାଇଥିବା କୁହାଯାଉଛି।
ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ନୌସେନାରେ ୩୨୯ଟି ବୁଡ଼ାଜାହାଜ ସାମିଲ ହୋଇଥିଲା, ଯାହା ମଧ୍ୟରୁ ଗୋଟିଏ ଥିଲା ୟୁ-୧୧୧ ଜାହାଜ।

୧୯୧୮ରେ କିଏଲ ସ୍କୁଲରେ ପ୍ରଶିକ୍ଷଣ ନେବା ପରେ ଏହାକୁ ଫୋର୍ଥ ପ୍ଲୋଟିଲା ନୌସେନାର ସ୍ବତନ୍ତ୍ର ଦଳ)ରେ ସାମିଲ କରାଯାଇଥିଲା। ଜର୍ମାନୀ ଜାହାଜ ନିର୍ମାଣକାରୀ କମ୍ପାନୀ ଜର୍ମାନିଆଓ୍ବେରଫ୍‌ ଏହାକୁ ତିଆରି କରିଥିଲା। ଏଥିରେ ମୋଟ ୨୮୦ଟି ୟାର୍ଡ ରହିଥିଲା। ଏହାର ଲମ୍ବ ୨୩୪ ଫୁଟ ୯ ଇଞ୍ଚ ଥିବାବେଳେ ଉଚ୍ଚତା ୨୭ ଫୁଟ ୧ ଇଞ୍ଚ ଥିଲା। ଗୋଟିଏ ଘଣ୍ଟାରେ ୟୁ-୧୧୧ ବୋଟ୍‌ ୩୦.୪ କି.ମି. ଅତିକ୍ରମ କରିବାର କ୍ଷମତା ରଖିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲାପାଳ

ତୁଣ୍ଡଲା,୩୦ା୭(ପିରୋଜ କୁମାର ଦାଶ): ଦୀର୍ଘଦିନରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। କେସିଙ୍ଗା ବ୍ଲକର ବେଲଖଣ୍ଡି,…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

ଟେନସା,୩୦।୭(ସମୀର କୁମାର ପାଢୀ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ୍ ଅନ୍ତର୍ଗତ କାଦୋଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ଦ୍ବିପହର ୨ଟା ସମୟରେ ପାଇଖାନା…

‘ବ୍ରାହ୍ମ ମୁହୂର୍ତ୍ତ’ରେ ‘ରାମାୟଣ’ର ଟ୍ରେଲର ରିଲିଜ: ଚର୍ଚ୍ଚା ସାଉଁଟିଲେ ରଣବୀର

ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’ର ଟ୍ରେଲର ରିଲିଜ ହୋଇଛି। ନିର୍ମାତାମାନେ ଶୁଭ ‘ବ୍ରାହ୍ମ ମୁହୂର୍ତ୍ତ’ରେ ଟ୍ରେଲରକୁ ସାରା ବିଶ୍ୱରେ ଉନ୍ମୋଚନ କରିଛନ୍ତି। ଏହାକୁ…

ତେଲ-ଉତେଇ ନଦୀରେ ବନ୍ୟା:ଲୋକଙ୍କୁ ନଦୀକୁ ଯିବାକୁ ବାରଣ

କର୍ଲାମୁଣ୍ଡା,୩୦।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ମୋଦିଙ୍କ ଅଧ୍ୟକ୍ଷତାରେ ବସିଲା CCSର ବଡ଼ ବୈଠକ; ସାମିଲ ହେଲେ NSA ଡୋଭାଲ, କ’ଣ ରହିଛି ପ୍ଲାନ

ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସଂସଦ ଭବନ ପରିସରରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ CCSର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ଜାତୀୟ…

‘CJPରେ ଯୋଗଦିଅ,୫୦ ହଜାର ମାସକୁ ପାଅ’! ସିନିୟର ମେମ୍ବର ହେବାକୁ…

ନୂଆଦିଲ୍ଲୀ,୩୦।୭: ‘କକ୍ରୋଚ୍ ଜନତା ପାର୍ଟି’ (CJP) ନାମରେ ସୋସିଆଲ ମିଡିଆରେ ଚାଲିଥିବା ଏକ କଥିତ ନକଲି ଅଭିଯାନ ସାମ୍ନାକୁ ଆସିଛି । ଯାହା ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସତର୍କ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ ବିରିୟାନି!

ଚେନ୍ନାଇ,୩୦।୭: ତାମିଲନାଡୁ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇପାରେ । ରାଜ୍ୟ ସ୍କୁଲ ଶିକ୍ଷା ମନ୍ତ୍ରୀ ରାଜମୋହନ କହିଛନ୍ତି ଯେ ସରକାର ସପ୍ତାହରେ…

ରାସ୍ତାରେ ଘାଇ: ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ନୂଆପଡ଼ା,୩୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ରାସ୍ତାରେ ଘାଇ ସୃଷ୍ଟି ହୋଇ ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ନଈ, ନାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri