୧୦୦ ବର୍ଷ ପୁରୁଣା ୟୁ-ବୋଟ୍‌ ଠାବ

ରିଚ୍‌ମଣ୍ଡ, ୩।୧୦: ଭର୍ଜିନିଆରେ ୪୦୦ ଫୁଟ ଗଭୀର ସମୁଦ୍ରରୁ ଜର୍ମାନୀ ୟୁ ବୋଟ୍‌ ଠାବ ହୋଇଛି। ୧୦୦ ବର୍ଷ ପରେ ଗବେଷକ ଓ ଟେକ୍‌ନିକାଲ ରେକ୍‌ ଡାଇଭରଙ୍କ ସହାୟତାରେ ପ୍ରଥମ ବିଶ୍ୱଯୁଦ୍ଧ ବେଳର ଏହି ଜାହାଜର ସନ୍ଧାନ କରାଯାଇଛି। ୧୯୨୨ରେ ଆମେରିକୀୟ ନୌସେନା ୟୁ-୧୧୧ ଜାହାଜଟିକୁ ସମୁଦ୍ରରେ ବୁଡ଼ାଇ ଦେଇଥିଲା। ଜାହାଜଟି ୧୬୦୦ ଫୁଟ ତଳେ ଥିବା ଆଶଙ୍କା କରାଯାଉଥିବାବେଳେ ମାତ୍ର ୪୦୦ ଫୁଟ ତଳେ ଏହାକୁ ଠାବ କରାଯାଇଛି।
ଜର୍ମାନୀର ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ୫ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୮ଟି ଜାହାଜକୁ ଆମେରିକୀୟ ସମୁଦ୍ରରେ ବୁଡ଼ାଇ ଦେଇଥିବା ସୂଚନା ରହିଛି। ସମୁଦ୍ରର ଖାରିଆ ଜଳ କାରଣରୁ ଜାହାଜର ଅବଶେଷ ନଷ୍ଟ ହୋଇଯାଇଛି। କାଠରେ ତିଆରି ହୋଇଥିବା ଜାହାଜର ଅଂଶ ସବୁ ଦୀର୍ଘ ବର୍ଷ ଧରି ପାଣିରେ ବୁଡ଼ି ରହିବା କାରଣରୁ ଖତିରା ହୋଇଯିବା ସହ ସମୁଦ୍ର ଜୀବ ଓ ଜିଆ ଖାଇ ନଷ୍ଟ କରି ଦେଇଥିବା ଦେଖିବାକୁ ମିଳିଛି। ୧୯୮୫ରେ ରବର୍ଟ ବାଲାର୍ଡ ଟାଇଟେନିକ ବୁଡ଼ାଜାହାଜର ଭଗ୍ନାବଶେଷ ସମୁଦ୍ରରୁ ଠାବ କରିଥିବାବେଳେ ଏଥିରୁ ଅନୁପ୍ରାଣିତ ହୋଇ ଡାଇଭର ଏରିକ୍‌ ପେଟକୋଭିକ୍‌ ସମୁଦ୍ରରେ ବୁଡ଼ିଯାଇଥିବା ଜାହାଜଗୁଡ଼ିକର ସନ୍ଧାନ କରିବା ପାଇଁ ବହାରି ପଡ଼ିଥିଲେ।

ବର୍ତ୍ତମାନ ଏ କାମରେ ପୋଟକୋଭିକ୍‌ ପାରଦର୍ଶିତା ହାସଲ କରିଥିବା କୁହାଯାଉଛି। ଏ ସମ୍ବନ୍ଧରେ ସେ ଏକାଧିକ ପୁସ୍ତକ ମଧ୍ୟ ଲେଖିଥିବା କୁହାଯାଉଛି। ପେକୋଭିକ୍‌ ଏବଂ ତାଙ୍କ ସହଯୋଗୀ ରଷ୍ଟି କାସ୍‌ଓ୍ବେ ୪୫ ଫୁଟ ଆର୍‌/ଭି ଏକ୍ସପ୍ଲୋରର ଡାଇଭିଙ୍ଗ୍‌ ଭେସେଲ୍‌କୁ ଜାହାଜ ଭଗ୍ନାବଶେଷ ଚିହ୍ନଟ ପାଇଁ ବ୍ୟବହାର କରାଯାଇଥିବା କୁହାଯାଉଛି।
ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ନୌସେନାରେ ୩୨୯ଟି ବୁଡ଼ାଜାହାଜ ସାମିଲ ହୋଇଥିଲା, ଯାହା ମଧ୍ୟରୁ ଗୋଟିଏ ଥିଲା ୟୁ-୧୧୧ ଜାହାଜ।

୧୯୧୮ରେ କିଏଲ ସ୍କୁଲରେ ପ୍ରଶିକ୍ଷଣ ନେବା ପରେ ଏହାକୁ ଫୋର୍ଥ ପ୍ଲୋଟିଲା ନୌସେନାର ସ୍ବତନ୍ତ୍ର ଦଳ)ରେ ସାମିଲ କରାଯାଇଥିଲା। ଜର୍ମାନୀ ଜାହାଜ ନିର୍ମାଣକାରୀ କମ୍ପାନୀ ଜର୍ମାନିଆଓ୍ବେରଫ୍‌ ଏହାକୁ ତିଆରି କରିଥିଲା। ଏଥିରେ ମୋଟ ୨୮୦ଟି ୟାର୍ଡ ରହିଥିଲା। ଏହାର ଲମ୍ବ ୨୩୪ ଫୁଟ ୯ ଇଞ୍ଚ ଥିବାବେଳେ ଉଚ୍ଚତା ୨୭ ଫୁଟ ୧ ଇଞ୍ଚ ଥିଲା। ଗୋଟିଏ ଘଣ୍ଟାରେ ୟୁ-୧୧୧ ବୋଟ୍‌ ୩୦.୪ କି.ମି. ଅତିକ୍ରମ କରିବାର କ୍ଷମତା ରଖିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ ଉପରେ ଆଣବିକ ଆକ୍ରମଣ ଆରମ୍ଭ କରିବାକୁ ଯୋଜନା କରୁଛି ରୁଷିଆ: ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ସରମାଟ’ କଲା ମୁତୟନ…

ମସ୍କୋ,୩।୯ : ପରମାଣୁ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ସରମାଟ ମୁତୟନ କରିଛି। ପାଶ୍ଚାତ୍ୟ ବିଶ୍ଳେଷକମାନେ ସରମାଟକୁ ଶୟତାନ-୨ ବୋଲି ନାମିତ କରିଛନ୍ତି।...

ଏହି ଦେଶରେ ନାହିଁ ବିମାନବନ୍ଦର

ଆଜିର ସମୟରେ ଦୁନିଆର ଅଧିକାଂଶ ଦେଶ ଉନ୍ନତି ପଥରେ ଆଗେଇଛନ୍ତି। ଲୋକଙ୍କ ଜୀବନଶୈଳୀ ସବୁକିଛି ଉନ୍ନତ ହୋଇଛି। ପୂର୍ବ କାଳରେ ଲୋକମାନେ ପାଦରେ ଚାଲି ଚାଲି...

ସୁନା ଖଣିରେ କାମ କରୁଥିବା ଚାଇନା ନାଗରିକଙ୍କୁ ଗୁଳି, ୯ ମୃତ

ବାଂଗୁଇ,୨୦ ।୩: ମଧ୍ୟ ଆଫ୍ରିକା ଗଣରାଜ୍ୟରେ ବନ୍ଧୁକଧାରୀମାନେ ରବିବାର ଚାଇନା ଦ୍ୱାରା ସଂଚାଳିତ ଏକ ସୁନା ଖଣି ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ...

ଏପରି ଦେଶ ଯେଉଁଠି ମୋଟା ହେଲେ ଦେବାକୁ ପଡ଼େ ଜରିମାନା…

ଜାପାନରେ ମେଦବହୁଳ ହେବା ଏକ ଅପରାଧ। ଦେଶର ପ୍ରଚଳିତ ଆଇନ ଅନୁସାରେ ମେଦବହୁଳ ବ୍ୟକ୍ତିଙ୍କ ପ୍ରତି ଦଣ୍ଡବିଧାନ କରାଯାଇଥାଏ। ଏଠାରେ ୪୦ ବର୍ଷରୁ ଅଧିକ ବୟସ୍କ...

ବାଂଲାଦେଶ ନୌକା ବୁଡି ଦୁର୍ଘଟଣାରେ ଗଲା ୩୦ରୁ ଊର୍ଦ୍ଧ୍ୱ ଜୀବନ

ଢ଼ାକା,୨୯।୬: ବାଲାଂଦେଶରେ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି। ବୌରିଗଙ୍ଗା ନଦୀରେ ଏକ ନୌକା ବୁଡ଼ିଯିବାରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ...

ଶ୍ରୀଲଙ୍କାରେ ପରିବା ଦର ଆକାଶଛୁଆଁ: ୨ଶହ କିଲୋ ପିଆଜ,୨୨୦ ଆଳୁ-୪୯୦ମୂଳା

କଲମ୍ବୋ,୧୨।୭: ପଡ଼ୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା ଗତ କିଛି ମାସରୁ ବହୁତ ଖରାପ ରହିଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦେଶରେ ବର୍ତ୍ତମାନ ରାଜନୈତିକ...

କାନରେ ହେଡଫୋନ ଲଗାଇପାରିଲେ ନାହିଁ ପାକିସ୍ତାନ ପ୍ରଧାନମନ୍ତ୍ରୀ: ପୁଟିନ ଦେଖି ହସିଲେ

ସମରକନ୍ଦ,୧୬।୯: ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଉଜବେକିସ୍ତାନର ସମରକନ୍ଦରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ ଏବଂ ରୁଷିଆ...

ଜିଲ୍‌ ବାଇଡେନ୍‌ଙ୍କୁ ଭେଟିଲେ ଜେଲେନ୍‌ସ୍କିଙ୍କ ସ୍ତ୍ରୀ

ଓ୍ବାଶିଂଟନ୍‌, ୨୧ା୭: ୟୁକ୍ରେନ୍‌ର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସ୍ତ୍ରୀ ଓଲେନା ଜେଲେନ୍‌ସ୍କା ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ତାଙ୍କ...

Advertisement
Archives

Model This Week