Odisha Elections 2024

ଅଜ୍ଞାନ ଲକ୍ଷଣ

ନଭେମ୍ବର ୧୧ରେ ଆମେରିକାର ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୬୨ ପଇସା ବୃଦ୍ଧି ପାଇ ୮୦ ଟଙ୍କା ୭୮ ପଇସାରେ ରହିଥିଲା। ଏହା ପରେ କେନ୍ଦ୍ର ସରକାରଙ୍କ ବିତ୍ତୀୟ ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ କହିବା ଆରମ୍ଭ କରିଦେଲେ ଯେ, ଭାରତୀୟ ମୁଦ୍ରାର ମୂଲ୍ୟ ସୁଧୁରିବା ଆରମ୍ଭ କଲା। କେବଳ ସେତିକି ନୁହେଁ, ସେମାନେ ଏହା ମଧ୍ୟ ଦାବି କଲେ ଯେ ଆମେରିକୀୟ ଡଲାର ବ୍ୟତୀତ ବ୍ରିଟେନ୍‌ର ପାଉଣ୍ଡ ଷ୍ଟର୍ଲିଂ, ୟୁରୋପୀୟ ସଂଘର ୟୁରୋ, ଜାପାନର ୟେନ୍‌ ଭଳି ଅନ୍ୟାନ୍ୟ ଶକ୍ତିଶାଳୀ ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟବୃଦ୍ଧି ହେଉଛି। କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ଏଥିସହିତ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ମଧ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ କହିପକାଇଲେ କୌଣସି ସଙ୍କଟ ସମୟର ମୁକାବିଲା ଲାଗି ଫୋରେକ୍ସ ରିଜର୍ଭ ବା ବୈଦେଶିକ ମୁଦ୍ରା ଭଣ୍ଡାର ରହିଛି। ଯେତେବେଳେ ଆବଶ୍ୟକ ହେଉଛି ଏହି ମୁଦ୍ରା ଭଣ୍ଡାରକୁ ବ୍ୟବହାର କରାଯାଉଛି। ଏହା କହିବା ବେଳେ ଆର୍‌ବିଆଇ ଗଭର୍ନର କହିଥିଲେ ଯେ, ଏତେ ଅସୁବିଧା ସତ୍ତ୍ୱେ ଭାରତର ଆର୍ଥିକ ସ୍ଥିତି ବେଶ୍‌ ସୁଦୃଢ଼ ରହିଛି। ଶକ୍ତିକାନ୍ତଙ୍କ ଏହି ଦୁଇ ପ୍ରକାର କଥା ଭିତରେ ସେ କିଭଳି ନିଜକୁ ଭୁଲ ପ୍ରମାଣିତ କରୁଛନ୍ତି ତାହା ସ୍ପଷ୍ଟ ଅନୁମେୟ। ଗୋଟିଏ ପଟେ ସେ କହୁଛନ୍ତି ସଙ୍କଟ ସମୟରେ ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରକୁ ବ୍ୟବହାର କରାଯାଉଛି। ଅର୍ଥାତ୍‌ ଭାରତୀୟ ଅର୍ଥନୀତି ନିଶ୍ଚିତ ଭାବେ ଦୁଃସ୍ଥିତି ଦେଇ ଗତି କରୁଛି। ଯଦି ଦେଶର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଇଥିବାରୁ ସେ ରିଜର୍ଭକୁ ଉପଯୋଗ କଲେଣି, ସେହି ସମୟରେ ଭାରତର ଅର୍ଥବ୍ୟବସ୍ଥା ସୁଦୃଢ଼ ରହିଛି ବୋଲି କହିବା ହାସ୍ୟାସ୍ପଦ ମନେହେଉଛି। ୧୪ ନଭେମ୍ବର ଅପରାହ୍ନ ୪ଟା ସୁଦ୍ଧା ଭାରତୀୟ ମୁଦ୍ରାର ମୂଲ୍ୟ ୪୮ ପଇସା କମି ଡଲାର ତୁଳନାରେ ବିନିମୟ ମୂଲ୍ୟ ୮୧ ଟଙ୍କା ୨୬ ପଇସାରେ ପହଞ୍ଚତ୍ଛି। ଅର୍ଥାତ୍‌ ପୁଣି ଭାରତୀୟ ମୁଦ୍ରାର ମାନ ହ୍ରାସ ପାଇବାରେ ଲାଗିଛି। ଏଥିସହିତ ପରିସଂଖ୍ୟାନକୁ ଦେଖିଲେ ନଭେମ୍ବର ୪ ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୫୨୯.୯୯୪ ବିଲିୟନ ଡଲାର ରହିଥିଲା। ଗତବର୍ଷ ଅକ୍ଟୋବରରେ ଏହାର ପରିମାଣ ୬୪୫ ବିଲିୟନ ଡଲାର ଥିଲା। ଅର୍ଥାତ୍‌ ଏହି ସମୟ ମଧ୍ୟରେ ୧୧୫.୦୦୬ ବିଲିୟନ ଡଲାର ହ୍ରାସ ପାଇଛି। ତେଣୁ ଭାରତର ଆର୍ଥିକ ସ୍ଥିତି ଭଲ ରହିଛି ବୋଲି କହିବା ଅପରିପକ୍ୱତାର ପରିଚୟ ହୋଇଥାଇପାରେ କିମ୍ବା ଜାଣିଶୁଣି ନାଗରିକଙ୍କୁ ଅସତ୍ୟ ତଥ୍ୟ ଦିଆଯାଉଛି। କରଦାତାଙ୍କ ଅର୍ଥରେ ସରକାରଙ୍କ ଦ୍ୱାରା ଅବସ୍ଥାପିତ ହୋଇଥିବା ଦେଶର କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ନିଶ୍ଚିତ ଭାବେ ଜାଣିଛନ୍ତି ଯେ ରେପୋ ରେଟ୍‌ ଗତ ୬ ମାସ ମଧ୍ୟରେ ତାଙ୍କରି ଦ୍ୱାରା ୪ ଥର ବୃଦ୍ଧି କରାଯାଇଛି। ଫଳରେ ଋଣ କରିଥିବା ମଧ୍ୟବିତ୍ତ ବର୍ଗ ସୁଧ ଦେଇ ନୟାନ୍ତ ହେଉଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅତ୍ୟଧିକ ବୃଦ୍ଧି ପାଇବା ଯୋଗୁ ସାଧାରଣ ନାଗରିକଙ୍କ ପକ୍ଷେ ଦୈନିକ ଚଳିବା କଷ୍ଟକର ହୋଇପଡ଼ିଛି।
ମୋଟର ସାଇକେଲର ତେଲ ମିଟରରେ ଏକ ନାଲି ରଙ୍ଗର ଅଂଶ ଦେଖିବାକୁ ମିଳିଥାଏ। ତାହା ହେଉଛି ଗାଡ଼ିର ତେଲ ଟାଙ୍କିରେ ରିଜର୍ଭ ପହଞ୍ଚତ୍ବାର ସୂଚନା। ସାଧାରଣ ବୁଦ୍ଧି ଥିବା ଚାଳକ କଣ୍ଟା ନାଲି ଛୁଇଁବା ମାତ୍ରକେ ଟାଙ୍କିକୁ ଯାଇ ତେଲ ଭରିଥାଏ। କଷ୍ଟ କିମ୍ବା ଅନିବାର୍ଯ୍ୟ କାରଣ ଉପୁଜିଲେ ରିଜର୍ଭ ତେଲରେ ଗାଡ଼ି ଚଳାଯାଏ। କିନ୍ତୁ ସବୁବେଳେ ମୁଣ୍ଡରେ ତେଲ ପକାଇବାର ଚିନ୍ତା ରହିଥାଏ। ଆଜିର ଭାରତୀୟ ଅର୍ଥନୀତି ନାଲି ରିଜର୍ଭରୁ ତେଲ ପୋଡ଼ିଲାଣି। ଅର୍ଥାତ୍‌ ଅତିଶୀଘ୍ର ବିରାଟକାୟ ସମସ୍ୟା ଆସିଯିବ। ସେଭଳି ସ୍ଥିତିରେ ଜନସାଧାରଣଙ୍କୁ ସତ୍ୟ କହି ସତର୍କ କରାଯିବା ପରିବର୍ତ୍ତେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ରାଜନୈତିକ ଉଦ୍ଦେଶ୍ୟ ରଖି ଦେଶବାସୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରୁଥିବା ଭଳି ମନେହେଉଛି। ଏଠାରେ ଦୋହରାଇ ଦିଆଯାଇପାରେ ଯେ, ଶକ୍ତିକାନ୍ତ ଯେତେବେଳେ ଆର୍ଥିକ ବ୍ୟାପାର ସଚିବ ଥିବା ବେଳେ ବିମୁଦ୍ରୀକରଣ କରାଯାଇଥିଲା। ସେହି ଗୋଟିଏ ବିରାଟକାୟ ତ୍ରୁଟି ଯୋଗୁ ଦେଶ ଆଜିପର୍ଯ୍ୟନ୍ତ ଆଣ୍ଠେଇ କରି ରହିଛି। ତଥାପି ଡିଜିଟାଲ ଅର୍ଥନୀତି ଭଳି ବ୍ୟବସ୍ଥାକୁ ଜବରଦସ୍ତ ଚଳାଇବାର ଉଦ୍ୟମ କରୁଥିବା ହେତୁ ରିଜର୍ଭ ବ୍ୟାଙ୍କ ଦ୍ୱାରା ଦେଶର କ୍ଷତି ଏବେ ମଧ୍ୟ କରାଯାଉଛି। ରିଜର୍ଭ ବ୍ୟାଙ୍କର ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତିମାନଙ୍କର ଅସତ୍ୟ ଉଚ୍ଚାରଣ ଅଜ୍ଞାନ ଲକ୍ଷଣ ଦର୍ଶାଉଛି।

କଷ୍ଟ କିମ୍ବା ଅନିବାର୍ଯ୍ୟ କାରଣ ଉପୁଜିଲେ ରିଜର୍ଭ ତେଲରେ ଗାଡ଼ି ଚଳାଯାଏ। କିନ୍ତୁ ସବୁବେଳେ ମୁଣ୍ଡରେ ତେଲ ପକାଇବାର ଚିନ୍ତା ରହିଥାଏ। ଆଜିର ଭାରତୀୟ ଅର୍ଥନୀତି ନାଲି ରିଜର୍ଭରୁ ତେଲ ପୋଡ଼ିଲାଣି। ଅର୍ଥାତ୍‌ ଅତିଶୀଘ୍ର ବିରାଟକାୟ ସମସ୍ୟା ଆସିଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ଅସହାୟ ବରିଷ୍ଠ ନାଗରିକ ଏବେ ଅବହେଳିତ ଅବସ୍ଥାରେ ରହୁଥିବା ଦେଖାଯାଉଛି। ଏମାନଙ୍କ ସୁରକ୍ଷା ସୁନିଶ୍ଚିତ କରୁଥିବା କେତେଜଣ ବ୍ୟକ୍ତିଙ୍କ ମଧ୍ୟରେ ଗୁଜରାଟର ରାକେଶ ପାଞ୍ଚାଲ...

ଶିକ୍ଷିତଙ୍କ ଅହଙ୍କାର

ଅରୁଣ କୁମାର ତ୍ରିପାଠୀ   ଆଲବର୍ଟ ଆଇନଷ୍ଟାଇନଙ୍କ ମତରେ, ‘ଶିକ୍ଷା ତଥ୍ୟର ଅଧ୍ୟୟନ ନୁହଁ ବରଂ ଭାବନା ଉଦ୍ରେକ ନିମିତ୍ତ ମସ୍ତିଷ୍କକୁ ତାଲିମ ପ୍ରଦାନ କରିବା।’...

ମାଗଣା ଚାଉଳ ରାଜନୀତି

ଭାଲଚନ୍ଦ୍ର ଷଡ଼ଙ୍ଗୀ   ଦେଶରେ ଲୋକ ସଭା ଏବଂ ଓଡ଼ିଶା ସମେତ କିଛି ରାଜ୍ୟର ବିଧାନସଭା ନିର୍ବାଚନ ଯେତେ ଆଗକୁ ବଢ଼ୁଛି, ଲୋକଙ୍କୁ ଖାଦ୍ୟ ସୁରକ୍ଷା...

ବୌଦ୍ଧିକ ଆକ୍ରମଣ

ଭାରତୀୟ ଜନତା ପାର୍ଟି (ଭାଜପା)ହେଉଛି ଭାରତର ସର୍ବବୃହତ୍‌ ରାଜନୈତିକ ଦଳ ବା ଶକ୍ତି । କିନ୍ତୁ ଏହାର ବିଚାରଧାରା ଠିକ୍‌ ଭାବରେ ବୁଝାପଡୁ ନାହିଁ। ଏହାର...

ଏଇ ଭାରତରେ

ସିଗାରେଟ ବଟ୍‌କୁ ରିସାଇକେଲ କରି ପରିବେଶ ସୁରକ୍ଷାରେ ଲାଗିଛନ୍ତି ନଏଡାର ନମନ ଗୁପ୍ତା। ସେ ସିଗାରେଟ ବଟ୍‌ରୁ ଖେଳଣା, କାଗଜ ଓ ଖତ ପ୍ରସ୍ତୁତ କରୁଛନ୍ତି।...

ସାର୍ଥକ ମାର୍ଗ

ଅନୀତା ପଟ୍ଟନାୟକ ପାଞ୍ଚ ଝିଅଙ୍କ ପରେ ଆମ ଘରେ ପ୍ରଣବର ଜନ୍ମ। ସେଥିପାଇଁ ପ୍ରଣବର ସ୍ଥାନ ଆମ ଘରେ ସ୍ବତନ୍ତ୍ର ଥିଲା। ମୋର ମାତାପିତା ତାକୁ...

ଓଡ଼ିଶା ଓ ଅସ୍ମିତାର ବିତର୍କ

ବିଚିତ୍ର ବିଶ୍ୱାଳ ଅସ୍ମିତା ପରି ଏକ କ୍ଳିଷ୍ଟ ଓ କମ୍‌ ଲୋକପ୍ରିୟ ଶବ୍ଦ ସମ୍ପ୍ରତି ନିର୍ବାଚନ ସମୟରେ ଆମ ରାଜ୍ୟରେ ବହୁଳ ବ୍ୟବହାର ହୋଇ ହଠାତ୍‌...

Dillip Cherian

କୂଟନୀତିଜ୍ଞଙ୍କ କାହାଣୀ

ନିର୍ବାଚନ ଋତୁ ହେଉଛି ଏକ ସମୟ, ଯେତେବେଳେ ପ୍ରତ୍ୟେକ ପ୍ରସଙ୍ଗ, ଯେତେଦିନ ନଜର ଆଢୁଆଳରେ ରହିଥିଲେ ମଧ୍ୟ ତାହା ହଠାତ୍‌ ଜନସାଧାରଣଙ୍କ ସାମ୍ନାକୁ ଆସିଯାଇଥାଏ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri