ନିଷେଧ ସତ୍ତ୍ୱେ ବଢୁଛି ବେଆଇନ ଘେରି

ଖୋର୍ଦ୍ଧା ଅଫିସ,୨୩ା୯: ଏସିଆ ମହାଦେଶର ବୃହତ୍‌ ହ୍ରଦ ଚିଲିକାର ମୁହାଣ ଦିନକୁ ଦିନ ପୋତି ହେବାରେ ଲାଗିଛି। ଫଳରେ ଏହାର ପରିସୀମା ସଙ୍କୁଚିତ ମଧ୍ୟ ହେବାରେ ଲାଗିଛି। ଚିଙ୍ଗୁଡି ଚାଷ ପାଇଁ ଚିଲିକାରେ ବେଆଇନ ଭାବେ ଗଢ଼ି ଉଠିଛି ହେକ୍ଟର ହେକ୍ଟର ଘେରି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲା ପ୍ରଶାସନ ପକ୍ଷରୁ ଘେରି ଉଚ୍ଛେଦ କରାଯାଉଛି। ହେଲେ ଯେତିକି ଚିଙ୍ଗୁଡି ଘେରି ଉଚ୍ଛେଦ କରାଯାଉଛି, ପୁଣି ସେତିକି ମାଡି ଚାଲିଛି। ଜଳରେ ଲବଣାଂଶ ବଢ଼ି ଚାଲିଥିବା ବେଳେ ନଳଘାସ ଓ ରାଜଦଳ ଦିନକୁ ଦିନ ମାଡ଼ିବାରେ ଲାଗିଛି। ତେବେ ଚିଲିକା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ସେମାନଙ୍କ ଜୀବିକା ହରାଇବା ସ୍ଥିତି ଉପୁଜିଛି। ଏନେଇ ମତ୍ସ୍ୟଜୀବୀ ସ୍ଥାନୀୟ ପ୍ରଶାସନ ଠାରୁ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦପେକ୍ଷ ଗ୍ରହଣ କରାଯାଉ ନାହିଁ। ଅନ୍ୟପଟେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନର ନୀରବତା ଯୋଗୁ ଚିଲିକାର ଜୈବ ବିବିଧତା ଦିନକୁ ନଷ୍ଟ ହେବାକୁ ବସିଛି ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।
ସୂଚନାଥାଉ କି, ଖୋର୍ଦ୍ଧା, ପୁରୀ ଏବଂ ଗଞ୍ଜାମ ଜିଲାର ୧୧୬୫ ବର୍ଗ କିମି ଇଲାକାରେ ଚିଲିକା ପରିବ୍ୟାପ୍ତ ରହିଥିଲା। ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ଫଳରେ ୧ ହଜାର କି.ମି. ମଧ୍ୟରେ ସୀମିତ ରହିଥିବା ଜଣାପଡିଛି। ଗଞ୍ଜାମ ଜିଲାର ୭୪.୩୩ ବର୍ଗ କି.ମି., ଖୋର୍ଦ୍ଧା ଜିଲାର ୭୨.୯୯ ବର୍ଗ କିମି ଏବଂ ପୁରୀ ଜିଲାର ୮୮୪.୫୬ ବର୍ଗ କି.ମି. ପର୍ଯ୍ୟନ୍ତ ବ୍ୟାପ୍ତ ଚିଲିକାରେ ୫୨ଟି ନଦୀ ନାଳ ମିଶିଛି। ଖରାଦିନେ ଚିଲିକାରେ ଜଳଧାରଣ କ୍ଷମତା କମୁଥିବା ବେଳେ ବର୍ଷା ଋତୁରେ ପାଣି ଆସିଲେ ଏହା ପରିସୀମା ବୃଦ୍ଧି ପାଇଥାଏ। ଖରାଦିନେ ଏହା ପ୍ରାୟ ୯ଶହ ବର୍ଗ କିମି ଏବଂ ବର୍ଷାଦିନେ ପ୍ରାୟ ୧୧ଶହ କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥାଏ। ତେବେ ବର୍ଷାଦିନେ ନଦୀନାଳଗୁଡିକର ବାଲି, ପ୍ଲାଷ୍ଟିକ, ପଲିଥିନ ବର୍ଜ୍ୟବସ୍ତୁ ଚିଲିକାରେ ମିଶୁଛି। ଏହା ଦ୍ୱାରା ଜଳଚର ଜୀବଙ୍କ ଉପରେ ପ୍ରଭାବ ପଡୁଛି। ଚିଲିକାରେ ପ୍ରାୟ ୧୫୦ ବର୍ଗ କିମି ଇଲାକାରେ ନଳଘାସ ପରିପୂର୍ଣ୍ଣ ହୋଇ ରହିଛି। ପୁରୀ ଜିଲାର ବରକୁଦି ଠାରୁ ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ କୁମଣ୍ଡପାଟଣା, ସୋରଣ, ଭୂଷଣ୍ଡପୁର ଆଦି ଉପକୂଳ ପର୍ଯ୍ୟନ୍ତ ପୂର୍ଣ୍ଣ ହୋଇ ରହିଛି। ସେହିପରି ମଲାଗୁଣୀ, ରାଜୁଆ, ଭାର୍ଗବୀ, ଦୟା, ମକରା ଆଦି ନଦୀର ରାଜଦଳ ଭାସି ଆସି ଚିଲିକାର ଉପକୂଳବର୍ତ୍ତୀ ଅଞ୍ଚଳର ୩ରୁ ୫ କିମି ପର୍ଯ୍ୟନ୍ତ ଜମି ରହିଛି। ନଇରି, ବଉଳାବନ୍ଧ, କୁମାଣ୍ଡଳ, ନିମିନା, ହାଟବରଡି, ବାଲୁଗାଁ, ସୋରଣ, କାଳୁପଡାଘାଟ, ମଙ୍ଗଳାଯୋଡି ମୁହଁାଣ ଭଳି ଅନେକ ସ୍ଥାନରେ ରାଜଦଳ ରହିଥିବାରୁ ମତ୍ସ୍ୟଜୀବୀ ଡଙ୍ଗା ଧରି ଚିଲିକାକୁ ମାଛ ମାରିବାକୁ ଯାଇ ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧୯୯୯ ମସିହା ମହାବାତ୍ୟାଠାରୁ ବର୍ତ୍ତମାନ ମଧ୍ୟରେ ସରୁ ବାଉଁଶ ଚିଲିକାର ବିଭିନ୍ନ ଅଞ୍ଚଳକୁ ମାଡିଗଲାଣି। ଚିଲିକାରେ ଜାଲ ଓ ବାଉଁଶ ବିଛାଇ ବେଆଇନ ଭାବେ ଗଢ଼ି ଉଠିଥିବା ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୩ ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲା ଟାଙ୍ଗୀ ଓ ଚିଲିକା, ପୁରୀ ଜିଲା କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଏବଂ ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ଅଞ୍ଚଳରୁ ଘେରି ଉଚ୍ଛେଦ ଜାରି ରହିଛି। ତେବେ ଯେତିକି ଉଚ୍ଛେଦ ହେଉଛି ପୁଣି ବଢିଚାଲିଥିବା ଦେଖିବାକୁ ମିଳିଛି। ବେଆଇନ ଘେରି ଯୋଗୁ ଚିଲିକା ଅବରୋଧ ସହ ଏଥିରେ ବ୍ୟବହୃତ ରାସାୟନିକ ପଦାର୍ଥ ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି। ଚିଲିକାରେ ଘେରି ଉଚ୍ଛେଦ ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଥିବା ମାଟିର ଘେରି(ମାଟିବନ୍ଧ) କରି ଚିଙ୍ଗୁଡି ଚାଷ ଚାଲିଛି। ଏହି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଟାଙ୍ଗୀ ବ୍ଲକ ଭୂଷଣ୍ଡପୁର ଅଞ୍ଚଳରେ ଦୀର୍ଘଦିନ ଧରି ରହିଥିବା ଏକର ଏକର ମାଟିବନ୍ଧକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜେସିବି ମାଧ୍ୟମରେ ନଷ୍ଟ କରାଯାଇଛି। ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ କୁହନ୍ତି, ଚିଲିକାର ଜୈବ ବିବିଧତା ନଷ୍ଟ ହେବାକୁ ବସିଛି। ଏଥିପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଅତିରିକ୍ତ ଜିଲାପାଳ ମନୋଜ ପାଢୀ କୁହନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଭାବେ ଗଢି ଉଠିଥିବା ଚିଲିକାରେ ଘେରି ଉଚ୍ଛେଦ କରାଯାଇଛି। ପୁଣି ଘେରି କଲେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହିତ ଚିଲିକାରେ ପାଟ୍ରୋଲିଂ ମଧ୍ୟ କରାଯାଉଛି। ଏହାର ପରିବେଶ ସୁଧାରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri