୫ ଏକର ଜଙ୍ଗଲ କାଟିଦେଲା ବନ ବିଭାଗ

ନୟାଗଡ଼ ଅଫିସ,୧୭।୬: ନୟାଗଡ଼ ବନଖଣ୍ଡ ନୟାଗଡ଼ ରେଞ୍ଜ ପକ୍ଷରୁ ଖେଡପଡ଼ା ସେକ୍ସନ କୋସକା ବିଟ୍‌ର ରାଜଗିରି ଡୁବୁରି ମୁଣ୍ଡିଆରୁ ୨ ଏକର ଓ ମାଳିସାହି ଜାଆଡା ଜଙ୍ଗଲରୁ ୩ ଏକର ଏପରି ମୋଟରେ ୫ ଏକାର ଜଙ୍ଗଲ ସଫା କରାଯାଇଛି। ସିଭିଲି କଲ୍‌ଚରାଲ ଅପରେଶନର ଗ୍ୟାପ୍‌ ପ୍ଲାଣ୍ଟେଶନ ନାଁରେ ବନ ବିଭାଗ ଏପରି ବେଆଇନ ଜଙ୍ଗଲ କାଟିଥିବା ଅଭିଯୋଗ ହୋଇଛି। ଠେଙ୍ଗାପାଳିରେ ଜଙ୍ଗଲକୁ ସୁରକ୍ଷା ଦିଆଯାଉଥିବା ବେଳେ ବନ ବିଭାଗ ପଦା କରିବା ପରେ ପ୍ରତିବାଦ ବଢ଼ିଛି। ଏ ନେଇ ଆଞ୍ଚଳିକ ହାତୀମୁଣ୍ଡା ଜଙ୍ଗଲ ସୁରକ୍ଷା ଓ ପରିଚାଳନା କମିଟି କ୍ରିଦାଶପୁର ବେଆଇନ ଜଙ୍ଗଲ କଟାର ପ୍ରତିବାଦ କରିବା ପରେ ନୟାଗଡ଼ ରେଞ୍ଜ୍‌ର ବନ କର୍ମଚାରୀଙ୍କ ସହ ବିବାଦ ଦେଖାଦେଇଛି। ନୟାଗଡ଼ ବନ ବିଭାଗର ବେଆଇନ ଜଙ୍ଗଲ କଟାକୁ ଜଙ୍ଗଲ ସୁରକ୍ଷା କମିଟି ଡିଏଫ୍‌ଓଙ୍କୁ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
ଆଞ୍ଚଳିକ ହାତୀମୁଣ୍ଡା ଜଙ୍ଗଲ ସୁରକ୍ଷା ଓ ପରିଚାଳନା କମିଟି କ୍ରିଦାଶପୁରର ସମ୍ପାଦକ ଶ୍ରୀବତ୍ସ ପାଣିଗ୍ରାହୀଙ୍କ ସୂଚନା ଅନୁସାରେ, ହାତୀମୁଣ୍ଡା ଜଙ୍ଗଲର ପ୍ରାୟ ୫ ହଜାର ହେକ୍ଟର ଅଞ୍ଚଳକୁ ୧୬ ଖଣ୍ଡ ଗାଁର ୧୨ଶହ ପରିବାର ଠେଙ୍ଗାପାଳି ଓ ଚୁଲି ଚାନ୍ଦା କରି ସୁରକ୍ଷା ଦେଇ ଆସୁଛନ୍ତି। କ୍ରିଦାଶପୁରର କ୍ରିଦାଶପୁର, ଗୋଡିପାଟଣା, ଜେମାଦେଈପୁର, ଡିମିରିପାଟଣା, ଡିମିରିପାଟଣା ଛକସାହି, ନୂଆ କଣ୍ଟାବଣିଆ, ଗବଡିହ, ଗବଡିହ ଦଳିତସାହି, କୋସକା, ବାଲୁଗାଁ ପଞ୍ଚାୟତର ବାଲୁଗାଁ, କଣ୍ଟାବଣିଆ, ଜୟମଙ୍ଗଳ, ଖେଡପଡା, ଘଣ୍ଟସାହି, ମାଳିସାହି ପଞ୍ଚାୟତର ସାନହାମରା ଗାଁର ଲୋକେ ୨୦୨୨ରୁ ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି। ଠେଙ୍ଗାପାଳିରେ ଜଙ୍ଗଲକୁ ସୁରକ୍ଷା ଦେବା ଦେଖି ପୂର୍ବତନ ଡିଏଫ୍‌ଓ ଏଚ୍‌ଡି ଧନରାଜ ଆମ ଅନୁଷ୍ଠାନକୁ ପ୍ରକୃତି ମିତ୍ର ପୁରସ୍କାର ଦେବାକୁ ସୁପାରିସ କରିଥିଲେ। ୨୦୨୨ରେ ଆମେ ପୁରସ୍କାର ପାଇଛୁ। ତେବେ ନୟାଗଡ଼ ବନ ବିଭାଗ ଆମକୁ ହଇରାଣ କରିବା ପାଇଁ ଜଙ୍ଗଲ ସଫା କରି ଗଛ ଲଗାଇବା ଅଭିଯାନ ଆରମ୍ଭ କରିଛି। ଆମେ ଜଙ୍ଗଲ ଜଗିବୁ, ବନ ବିଭାଗ ଜଙ୍ଗଲ ସଫା କରିବ କାହିଁକି। ପୁଣି ଜଙ୍ଗଲ ସଫା କରି ଗଛ ଲଗାଇବାକୁ କିଏ ଅନୁମତି ଦେବ। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଜଙ୍ଗଲ କମିଟି ସଭାପତି ସନାତନ ଜେନା କୁହନ୍ତି, ଠେଙ୍ଗାପାଳିରେ ସୃଷ୍ଟି ହୋଇଥିବା ଜଙ୍ଗଳକୁ ବନ ବିଭାଗ ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌) ଜଙ୍ଗଲ ସଫା କରିବାକୁ ଉଦ୍ୟମ କରିଥିଲା। ୧୬ଖଣ୍ଡ ଗାଁ ଲୋକଙ୍କ ବିରୋଧ ପରେ ବନ ବିଭାଗ ଜଙ୍ଗଲ ସୁରକ୍ଷା କମିଟି ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଏପରି କି ଜଙ୍ଗଲ କାଟି କମିଟିକୁ ହଇରାଣ କରିବାକୁ ଉଦ୍ୟମ କରୁଛି। ହେଲେ ଜଙ୍ଗଲ କମିଟି ବନ ବିଭାଗର ବେଆଇନ ଜଙ୍ଗଲ କଟାକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି। ଜଙ୍ଗଲ କମିଟିର ଉପସଭାପତି ଜଳନ୍ଧର ଦଳବେହରା କୁହନ୍ତି, କମିଟି ୧୬ ଖଣ୍ଡ ମୌଜାର ଲୋକଙ୍କ ଦ୍ୱାରା ଜଙ୍ଗଲକୁ ଜଗି ସୁରକ୍ଷା ଦେଇ ଆସୁଛି। ଠେଙ୍ଗାପାଳିରେ ସୁରକ୍ଷିତ ଜଙ୍ଗଲକୁ ବନ ବିଭାଗ କାହିଁକି ଆଖି ପକାଉଛି। ନିଜ ହେପାଜତରେ ଥିବା ଜଙ୍ଗଲରେ ଗଛ ଲଗାଉନି। ହେଲେ ଗଛ କାଟି ଗଛ ଲଗାଇବା କେତେଦୂର ଠିକ୍‌ ବୋଲି ପ୍ରଶ୍ନ କରିଛନ୍ତି। ଜଙ୍ଗଲ କମିଟି ସହସମ୍ପାଦକ ଉଦ୍ୟନାଥ ଲେଙ୍କା କୁହନ୍ତି, ଜଙ୍ଗଲ କାଟି ବୃକ୍ଷରୋପଣ କରିବା ଠିକ୍‌ ନୁହେଁ। ଏହାକୁ ସମସ୍ତେ ବିରୋଧ କରନ୍ତୁ। ପରିବେଶବିତ୍‌ ଆମକୁ ସହଯୋଗ କରି ଜଙ୍ଗଳକୁ ସୁରକ୍ଷା ଦେବାରେ ସହଯୋଗ କରନ୍ତୁ। ନ ହେଲେ ଠେଙ୍ଗାପାଳିରେ ସୁରକ୍ଷିତ ଜଙ୍ଗଲ ଉଜୁଡିଯିବ ବୋଲି ସେ କହିଛନ୍ତି। ନୟାଗଡ଼ ରେଞ୍ଜର ସୁଶାନ୍ତ ସ୍ବାଇଁଙ୍କୁ ପଚାରିବାରେ ସିଭିଲି କଲଚରାଲ ଅପରେଶନର ଗ୍ୟାପ ପ୍ଲାଣ୍ଟେଶନ କରାଯାଉଛି। ଏଥିରେ ଦେଢ଼ଶହ ଏକଟ ପ୍ଲାଣ୍ଟେଶନ ହେବ। ଯେଉଁ ସ୍ଥାନରେ ଗଛ ବଢ଼ି ପାରୁନି ସେ ସ୍ଥାନ ସଫେଇ ହେଉଛି। ପୁଣି ଗ୍ୟାପ୍‌ ସ୍ଥାନରେ ବୃକ୍ଷରୋପଣ ହେବ। କରଞ୍ଜ, ଶିଶୁ, ଅଁଳା, ମହୁଲ, ପରି ଗଛ ଲାଗିବ। ଚଳିତ ବର୍ଷ ଡୁବୁରୀ ମୁଣ୍ଡିଆର କିଛି ଅଞ୍ଚଳରେ ଗଛ ସଫା କରାଯାଇଛି। ଗତବର୍ଷ ଜଆଡା ଜଙ୍ଗଲ ସଫେଇ ହୋଇଥିଲା। ଚଳିତବର୍ଷ ନୁହେଁ। ତେବେ ବନ ବିଭାଗ ଏହା ଖରାପ ପାଇଁ କମା କରୁନି। ବନ ବିଭାଗ ଜଙ୍ଗଲ ବୃଦ୍ଧି ପାଇଁ କାମ କରୁଛି। ଯାହା ହେଉଛି ସରକାରଙ୍କ ନିୟମ ମୁତାବକ ହେଉଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri